sasmita sahoo

Inspirational

2.1  

sasmita sahoo

Inspirational

ନିତା ଦେବୀ- ଏକ ଉଦାହରଣ

ନିତା ଦେବୀ- ଏକ ଉଦାହରଣ

6 mins
471


ନମିତା ଜେନା ଶ୍ରଦ୍ଧା ନାଁ ନିତା । ନିତା ପେଶାରେ ଜଣେ ଯନ୍ତ୍ରୀ । ସରକାରୀ କ୍ଵାଟର ରେ ରୁହନ୍ତି । ବୟସ ୨୬ ବର୍ଷ ସାଙ୍ଗରେ ବାପା ମା' ରୁହନ୍ତି । ସକାଳ ୮ ରୁ ସନ୍ଧ୍ୟା ୫ ଟା ଅଫିସ ଟାଇମ । ତା ପରେ ଘରକୁ ଫେରିଲା ପରେ କିଛି ସମୟ ବିଶ୍ରାମ ନେଇ ବାହାରି ଯାଆନ୍ତି ବ୍ୟାୟାମ ପାଇଁ । ସେ ଦିନ ଥାଏ ଗୁରୁବାର ସବୁ ଦିନ ପରି ଆଜି ବି ନିତା ଇବିନିଙ୍ଗ ୱାକରେ ଯାଇଥିଲେ । ଘରୁ ପାର୍କ ଅଧା ଘଣ୍ଟାର ରାସ୍ତା । ପାର୍କରେ ପହଁଚିଲା ବେଳକୁ ସମୟ ସନ୍ଧ୍ୟା ୬ :୧୫ । ଶୀତ ଦିନ ଅନ୍ଧାର ହେଇ ଆସୁ ଥାଏ । ଭାବିଲେ କିଛି ସମୟ ବ୍ୟାୟାମ କରିବେ ତା ପରେ ୫ ରାଉଣ୍ଡ ଦୌଡ଼ି ସାରିଲେ ଘରକୁ ଫେରିଯିବେ । ଆଖ ପାଖରେ ବେଶୀ ଲୋକ ଦେଖା ଯାଉ ନାହାନ୍ତି ,ଏହା ଭାବି ବ୍ୟାୟାମ ଆରମ୍ଭ କରି ଦେଲେ । ବ୍ୟାୟାମ ପରେ ପରେ ଦଉଡିବା ଆରମ୍ଭ କରିଦେଲେ ଅଧା ବାଟ ଯାଇଛନ୍ତି କି ନାହିଁ ,ଦେଖିଲେ ସିମେଣ୍ଟ ବେଞ୍ଚ ଉପରେ ଛୋଟ ଝିଅଟିଏ ଶୋଇଛି । କିଛି ସମୟ ଅଟକି ପୁଣି ଦୌଡିବାକୁ ଲାଗିଲେ । ଏମିତି ୫ ରାଉଣ୍ଡ ଯାକ ବୁଲିଲା ବେଳେ ଛୁଆ ପାଖରେ ଅଟକି ଯାଉଥାନ୍ତି । ଶେଷରେ ବେଞ୍ଚ ରେ ଆସି ବସିଲେ ଆଖପାଖକୁ ଚାହିଁଲେ, ଅନ୍ଧାର ହୋଇ ଆସିଲାଣି । ଛୁଆଟା ଶୋଇଛି ଅଥଚ ତାର ଆପଣାର କେହି ପାଖରେ ନାହାନ୍ତି ଆଶ୍ଚର୍ଯ୍ୟ ଲାଗୁଥାଏ ନିତାଙ୍କୁ । କଣ କରିବେ ତାଙ୍କୁ ଘରକୁ ବି ଫେରିବାର ଅଛି । ଅନ୍ଧାର ବଢିବାକୁ ଲାଗିଛି ତା ସହିତ ଥଣ୍ଡା । ବଡ ପାଟିରେ ପଚାରିଲେ, “ଆରେ ଏ ଛୁଆ କାହାର” ? କେହି ଉତ୍ତର ଦେଲେନି । ଶେଷରେ ନିତା ଛୁଆଟିକୁ କାଖେଇ ଆଖପାଖରେ ଥିବା ଲୋକଙ୍କୁ ଦେଖାଇ ପଚାରିଲେ । ସମସ୍ତେ ମନା କଲେ । ଏବେ ନିତା ଚିନ୍ତାରେ ପଡିଗଲେ ।

ସମୟ ରାତି ୮ ଟା ,ଘରୁ ବାରମ୍ବାର ଫୋନ ଆସୁଛି । କଣ କରିବେ ? କାହା ଛୁଆ ? କାହାକୁ ଦେବେ ? ଝିଅ ଛୁଆଟା ,ଯୁଗ ଖରାପ କାହାକୁ ବିଶ୍ୱାସ ନାହିଁ । ଆଜିକାଲି ଖବର କାଗଜ ଆଉ ଟିଭି ରେ ପ୍ରତ୍ୟେକ ଦିନ ଛୁଆ ଅପହରଣ ,ଧର୍ଷଣ ,ଅତ୍ୟାଚାର ,ଇତ୍ୟାଦିର ଖବର ଦେଖିବାକୁ ମିଳୁଛି । ମନକୁ ମନ ନିତା କେତେ କଣ ଭାବି ଯାଉଥାନ୍ତି । ଶେଷରେ ନିଷ୍ପତି ନେଲେ ଘରକୁ ନେଇ ଯିବେ । ତା ପରେ ବାପା ମା’ଙ୍କ ପରାମର୍ଶ ନେଇ ଯାହା କରିବେ । ଏହାଭାବି ଏକ ଟେମ୍ପୁ ଡାକିଲେ ଛୁଆକୁ ନେଇ ଘର ଆଡକୁ ମୁହାଁଇଲେ । ଘରେ ପହଂଚି ଛୁଆଟିକୁ ବେଡ଼ ରୁମ ରେ ଶୁଆଇଦେଲେ ସେତେବେଳ ଯାଏଁ ଛୁଆ ଟି ନିଦରେ ଥାଏ । ନିତା ମାଆବାପାଙ୍କୁ ସବୁ କଥ। କହିଲେ । ବାପା ସବୁକଥା ଶୁଣିଲା ପରେ କହିଲେ – “ଝିଅ, ତାକୁ ନେଇ ଆମେ ଥାନାରେ ଦେଇ ଦେବା “। ଏ ସବୁ ଧନ୍ଦାରେ ପଶିବ।ନି । ମା ‘କହିଲେ-“ ନ। ,ନ। ଆଗେ ଛୁଆଟି ଉଠୁ ,ତା ଠୁ ବୁଝିବା ତା ବାପା ମା’ ବିଷୟରେ “। ଛୁଆଟିର ବୟସ ପ୍ରାୟ ୩ ବର୍ଷ ହେବ ନିତା ବି ସେଇୟା କହିଲେ –“ହଁ ବାପା ମା’ ଠିକ କହୁଛନ୍ତି “। ସେଇୟା ହେଲା ଛୁଆଟିର ଉଠିବା ବେଳକୁ ସମସ୍ତେ ଚାହିଁ ବସିଲେ । ହେଲେ ଛୁଆଟି ଉଠିଲା ନାହିଁ । ରାତି ୧୧ ତା ବାଜିଲାଣି ଏବେ ସମସ୍ତେ ଭୟ କରିବାକୁ ଲାଗିଲେ, ତଥାପି କ।ଳ ବିଳମ୍ବ ନ କରି ଡାକ୍ତର ପାଖକୁ ନେଇ ଗଲେ । ଡାକ୍ତର ଦେଖିଲା ପରେ ଜାଣିଲେ ଛୁଆଟି ନିଶାରେ ଅଛି, ମାନେ ଛୁଆଟିକୁ କିଛି ନିଶା ଖୁଆଇ ଅଚେତ କରା ଯାଇଛି ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଛୁଆକୁ ସେଇଟି ଆଡମିଟ କରାଗଲା । ମେଡିସିନ ଆଉ ଇଞ୍ଜେକ୍ସନ ଦେଲା ପରେ ତାର ରାତି ପ୍ରାୟ ଗୋଟେ ବେଳକୁ ହୋସ ଆସିଲା । ତା ଆଖି ଖୋଲିଲା । ଆଉ ସମସ୍ତଙ୍କ ମୁହଁକୁ ଚାହିଁ ଖୁବ ଜୋରରେ କାନ୍ଦିବାକୁ ଲାଗିଲା । ବୋଧେ ଅଚିହ୍ନ। ମୁହଁ ଦେଖି ଡରି ଗଲା ବହୁତ କଷ୍ଟରେ ତାକୁ ୟାଡୁ ସ୍ୟାଡୁ ଭୁଲେଇ ଚକଲେଟ ଦେଇ ଖେଳନା ଦେଇ ତାକୁ ଶାନ୍ତ କର। ଗଲା । କିଛି ସମୟ ପରେ ତାକୁ ପଚରାଉଚରା କଲା ପରେ ଜଣ। ପଡିଲା , ସେ ଗୋଟିଏ ମୁକ ଛୁଆ । କେବଳ ଠାରରେ ଇସାରା କରୁଛି ଏବେ ତ ଆଉ ମୁସ୍କିଲ ହୋଇ ଗଲା ସମସ୍ତଙ୍କ ପାଇଁ । ସମସ୍ତେ ଚିନ୍ତାରେ ପଡିଗଲେ ତଥାପି ନିତା କିଛି ନ ଭାବି ଘରକୁ ନେଇଗଲେ । ତାକୁ ନିଜ ବେଡ଼ ରୁମ୍ ରେ ସାଙ୍ଗରେ ଶୁଆଇଲେ । ପରଦିନ ଖବରକାଗଜରେ ତାର ଫୋଟୋ ଛପା ହେଲା । କ।ଲେ କିଏ ଆସି ନିଜ ଛୁଆକୁ ନେଇ ଯିବେ ହେଲେ, କେହି ବି ଆସିଲେନି ।

ଆରି ଭିତରେ ୬ ମାସ ବିତି ଗଲାଣି କାହାର ଦେଖା ଦର୍ଶନ ନାହିଁ । ଛୁଆଟି ଏବେ ନୀତାଙ୍କ ଘରେ ରହି ସମସ୍ତଙ୍କ ସହ ମିଶି ଗଲାଣି । ଖୁଆଇ ଦେଲେ ଖାଉଛି ବହିରେ ଚିତ୍ର ଦେଖୁଛି, ନାଚୁଛି, ଖୁସିରେ ଅଛି । ଆଉ ନିତା ବି ତାକୁ ସମୟ ଦେଉଛନ୍ତି । ତା ସହ ଖେଳୁଛନ୍ତି ସମ୍ପର୍କ ନିବିଡ ହୋଇ ଗଲାଣି ।

ଦିନ ପରେ ଦିନ ବିତି ଚାଲିଲା । ଛୁଆଟି ଏବେ ସହରର ଏକ ସ୍ପେସିଆଲ ଚାଇଲଡ ସ୍କୁଲ ରେ ପଢୁଛି । ଆଉ ନିତା ତାର ନାଁ ରଖିଛନ୍ତି ଦେବୀ । ଦେବୀ ଏବେ ୬ ବର୍ଷର ବହୁତ ସୁନ୍ଦର ଗୁଲଗୁଲିଆ ଛୁଆଟିଏ । ଯିଏ ଦେଖିଲେ ଗେଲ ନ କରି ରହି ପାରନ୍ତିନି । ଯିଏ ବି ନିତାକୁ ପଚାରନ୍ତି ସେ କୁହନ୍ତି ଦେବୀ ମୋ ଝିଅ । ମା’ ଝିଅର ସମ୍ପର୍କ ଅତି ମଧୁର । ହେଲେ ମା’ ଭାରି ଅସନ୍ତୋଷ ଝିଅର ବାହା ହେବାର ବୟସ । ବହୁତ ଲୋକ ଭଲ ଭଲ ପ୍ରସ୍ତାବ ନେଇ ଆସୁଛନ୍ତି । ନିତାଙ୍କୁ ପସନ୍ଦ କରୁଛନ୍ତି ,କିନ୍ତୁ ଯେତେବେଳେ ନୀତାଙ୍କ ସର୍ତ୍ତ ଜାଣୁଛନ୍ତି ସେ ମନା କରି ଦେଉଛନ୍ତି ।

ନୀତାଙ୍କ ସର୍ତ୍ତ ଯେ ଯିଏ ବି ତାଙ୍କୁ ବାହାହେବ ସେ ଦେବୀଙ୍କୁ ବି ଗ୍ରହଣ କରିବେ । ତେଣୁ କେହି ରାଜି ହେଉ ନାହାନ୍ତି । ସେଥି ପାଇଁ ପରିବାର ଲୋକ ଅସନ୍ତୋଷ ।

ହେଲେ ନିତା କୁହନ୍ତି ଦେବୀ ର ମୋ ଛଡା କିଏ ଅଛି, ତା ର ଭଲ ମନ୍ଦ କଥା ବୁଝିବାକୁ । ତେଣୁ ଦେବୀ ସବୁବେଳେ ମୋ ସହିତ ରହିବ ,ତେଣିକି ବାହାଘର ହେଲେ ହେଉ ନ ହେଲେ ନାହିଁ । କିନ୍ତୁ ମୁଁ ଦେବୀଙ୍କୁ ଛାଡି ଗୋଟିଏ ମୁହୂର୍ତ୍ତ ବି ରହି ପାରିବିନି । ମୋତେ ତା ପାଇଁ ବହୁତ କିଛି କରିବାର ଅଛି । ତା ଭବିଷ୍ୟତ କଥା ଚିନ୍ତା କରିବାର ଅଛି । ସେ ଜଣେ ସ୍ୱତନ୍ତ୍ର ଛୁଆ ,”ମୁଁ କେମିତି ତାକୁ ଅବହେଳା କରିବି ,କେବେ ନୁହେଁ ,ସେ ଏବେ ଏବେ ତ ହସିବା ଶିଖିଛି ଆଗକୁ ତାକୁ ଆହୁରି ଆଗକୁ ଯିବାର ଅଛି ତେଣୁ ବାହାଘର ଅପେକ୍ଷା ଦେବୀ ମୋ ପାଇଁ ମହତ୍ୱପୂର୍ଣ୍ଣ “। ସ।ହି ପଡିଶା ବି ଟାହିଟାପରା କରନ୍ତି, ଜେନାବାବୁଙ୍କ ଝିଅ ବାହା ନ ହେଉଣୁ ମା’ ସାଜିଛି । ହେଲେ ଏ ସବୁ କଥା ନିତା ହେୟଜ୍ଞାନ ମନେ କରନ୍ତି ।

XX.

ଆଜି ନିତା ଭାରି ବ୍ୟସ୍ତ ଅଛନ୍ତି କାରଣ ବିଦେଶରୁ ଜଣେ ଡାକ୍ତର ଆସିଛନ୍ତି ଭୁବନେଶ୍ୱର । ଦେବୀ ଭଳି ସ୍ୱତନ୍ତ୍ର ଛୁଆଙ୍କ ଚିକିତ୍ସା ପାଇଁ । ତେଣୁ ସେ ଆଜି ଦେବୀଙ୍କୁ ନେଇ ଭୁବନେଶ୍ୱର ଯିବେ । ଡାକ୍ତରଙ୍କ ସହ ପରାମର୍ଶ କରିବେ ସକାଳ ୮ ଟାରେ ଦେବୀଙ୍କୁ ନେଇ ବାହାରି ଗଲେ । ସେଠାରେ ଦେଖିଲେ ବହୁତ ଭିଡ ନମ୍ବର ବାହାର କଲେ ଦେବୀ ନମ୍ବର ୭୬ । ଅପେକ୍ଷାରେ ବସିଲେ ନିତା ବ୍ୟସ୍ତ ହେଉ ଥାନ୍ତି ତାଙ୍କ ନମ୍ବର କେତେବେଳେ ଆସିବ । ଦିନ ଆସି ୨ ଟା । ଦେବୀ ବି ଅଧର୍ଯ୍ୟ ହେଲାଣି । ଶେଷରେ ଅପେକ୍ଷାର ପରିସମାପ୍ତି ଘଟିଲା । ୨:୩୫ ରେ ଦେବୀଙ୍କୁ ନେଇ ନିତା ଡାକ୍ତରଙ୍କ ରୁମ୍କୁ ପ୍ରବେଶ କଲେ ।

ମନରେ ଥାଏ ଅନେକ ଆଶା ଭଗବାନଙ୍କୁ ସ୍ମରଣ କରି ଦେବୀଙ୍କୁ ଡାକ୍ତରଙ୍କୁ ଦେଖାଇଲେ । ଡ଼ାକ୍ତର ସବୁ ଯାଞ୍ଚ କରିବା ପରେ ଦେବୀ ଭବିଷ୍ୟତରେ କଥା କହି ପାରିବ କହିଲେ । ହେଲେ ବହୁତ ଟଙ୍କା ଲାଗିବ ଅପରେସନ ପାଇଁ । ଏହା ଶୁଣିବା ପରେ ନିତା ଖୁସିରେ କାନ୍ଦି ପକେଇଲେ । ସାର, ସତରେ କ’ଣ ମୋ ଦେବୀ କଥା କହି ପାରିବ ? ଡାକ୍ତର- ନିଶ୍ଚୟ

-ଆପଣ ଟଙ୍କା କଥା ଚିନ୍ତା କରନ୍ତୁନି, ଆପଣ ଯେତେ ଟଙ୍କା କହିବେ ,ମୁଁ ଦେବି । ସାର ,ଆପଣ ମୋ ଦେବୀଙ୍କୁ ଠିକ କରି ଦିଅନ୍ତୁ ।

ନିତାଙ୍କ ମନରେ ଆଶାର କିରଣ ସ୍ପଷ୍ଟ ଜଣା ପଡୁଥାଏ । ତା ପରେ ଡାକ୍ତରଙ୍କ ଠାରୁ ଅପରେସନ ତାରିଖ ଆଣି ଦେବୀଙ୍କୁ ଧରି ଘରକୁ ଫେରିଲେ । ମୁହଁ ରେ ତାଙ୍କର ହସ ବାରି ହେଇ ଯାଉଛି । ମା’ ମୁଁ ଆଜି ବହୁତ ଖୁସି । ଦେବୀ ଏବେ ଆମ ଭଳି କଥା ହେଇ ପାରିବ । ମା’ ବି ଶୁଣି ଖୁସି ପ୍ରକାଶ କଲେ ଭାବିଲେ ପର ଛୁଆଟା ପାଇଁ ମୋ ଝିଅ ମନରେ କେତେ ଦରଦ । କେତେ ମମତା, ସତରେ ଏମିତି ଝିଅର ମା’ ହୋଇ ଆଜି ମୁଁ ବହୁତ ଖୁସି ।

ଅଗଷ୍ଟ ୫ ତାରିଖ ଆଜି ଦେବୀର ଅପରେସନ ନିତା ଓ. ଟି ବାହାରେ ବ୍ୟସ୍ତ ଜଣା ପଡୁଛନ୍ତି । ମଝିରେ ମଝିରେ ଠାକୁରଙ୍କୁ ଜୁହାର କରୁଥାନ୍ତି । ଅପରେସନ ୨ ଘଣ୍ଟା ଧରି ଚାଲିଲା । ଶେଷରେ ଡାକ୍ତର ବାହାରକୁ ଆସିଲେ, କହିଲେ ଡରିବାର କିଛି ନାହିଁ ଅପରେସନ ସଫଳ ହେଇଛି । ଏହା ଶୁଣିବା ମାତ୍ରେ ନିତା ଖୁସିରେ କାନ୍ଦି ପକାଇଲେ। ଆଇ. ସି. ଇଉ. ରେ ଦେବୀଙ୍କୁ ରଖା ଗଲା , ପ୍ରାୟ ୮ ଦିନ । ଦିନ ରାତି ଜଗି ବସି ଥାନ୍ତି ନିତା । ଶେଷରେ ଦେବୀଙ୍କୁ ଜେନେରାଲ ୱାର୍ଡକୁ ସିଫ୍ଟ କରା ଗଲା । ଆଜି ଡାକ୍ତର ତାର ପରୀକ୍ଷା କରିବେ, ସେ କଥା କହୁଛି କି ନାହିଁ । ହୁଇଲ ଚେୟାର ରେ ଦେବୀଙ୍କୁ ଡାକ୍ତର ପାଖକୁ ନିଆ ଗଲା । ସାଙ୍ଗରେ ନିତା ଝିଅର କଥା ଶୁଣିବାକୁ ବ୍ୟଗ୍ର । ଡାକ୍ତର ସବୁ କିଛି ପରଖିଲା ପରେ, ଦେବୀଙ୍କୁ କହିବାକୁ ଉତ୍ସାହିତ କରାଗଲା ଏବଂ ଶେଷରେ ତା ପାଟିରୁ ଏକ ଅସ୍ପଷ୍ଟ ଶବ୍ଦ ବାହାରିଲା ବୁଝି ହେଉ ନ ଥାଏ । ତଥାପି ବି ନିତାକୁ ମା’ ବୋଲି ଶୁଣା ଗଲା ନିତାଙ୍କର ଆଖି ଲୁହ ପାଟିରେ ପଶୁଥାଏ । ଦେବୀଙ୍କୁ ଜୋର ରେ ଜାବୁଡି ଧରିଲେ । ସତରେ ମା’ ନ ହେଇ ବି ନିତା ଆଜି ମାନସିକ ସ୍ତରରେ ଜଣେ ଭଲ ମା’। ଛୁଆର ଭଲ ମନ୍ଦ ଦୁଃଖ ସୁଖ ବୁଝି ପାରିଛନ୍ତି । ଏକ ନିରୀହ ଶିଶୁ ପ୍ରତି ନ୍ୟାୟ କରିଛନ୍ତି । ନିଜର ମମତା ବୁଣି ଦେଇଛନ୍ତି। ସମାଜକୁ ଡର ନାହିଁ । କେବଳ ଏକ ପବିତ୍ର ମନରେ ମହତ ଉଦ୍ଦେଶ ରଖି ନିଜର କର୍ତବ୍ୟ କରିଛନ୍ତି ।

ଆଜି ଦେବୀ ଜଣେ ଶିଶୁ ବିଶେଷଜ୍ଞ । ନିତା ଝିଅ ଦେବୀ ସହିତ ,ରୁହନ୍ତି । ଅନାବିଳ ପ୍ରେମ ଦୁହିଁ ଜଣଙ୍କ ଭିତରେ । ପବିତ୍ର ବନ୍ଧନ ରେ ବନ୍ଧା ଏକ ମଧୁର ସମ୍ପର୍କ । ନିତା ଦେବୀ ଏକ ଉଦାହରଣ ।

( ସସ୍ମିତା ସାହୁ ,ନାଶିକ)


Rate this content
Log in

Similar oriya story from Inspirational