ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଗୁରୁଙ୍କୁ ନ ମଣିବ ପର

ଗୁରୁଙ୍କୁ ନ ମଣିବ ପର

2 mins
7.5K


ଶ୍ରୀ ସୁଧୀର କୁମାର ନାୟକ

ନାଣ୍ଡୁଲୁ, ମାଣ୍ଡୁଲୁ, ଟୁକୁଲୁ, ଚୁଇଁ, ତୁତୁଲୁ, ମିତୁଲୁ ସବୁ ଗୋଟିଏ ଶ୍ରେଣୀରେ ପାଠ ପଢନ୍ତି l ଏମାନଙ୍କର ଚଗଲା ଗୁଣ ଯୋଗୁ ସବୁବେଳେ ଶିକ୍ଷକଙ୍କ ପାଖରୁ ଦଣ୍ଡ ପାଆନ୍ତି l ଶ୍ରେଣୀରେ ପାଠ ପଢିବା ସମୟରେ ଏମାନେ ଶ୍ରେଣୀରେ ଗପ ଜମାଇ ଦିଅନ୍ତି l ଶ୍ରେଣୀର ଅନ୍ୟ ପିଲାମାନଙ୍କୁ ମାରଧର କରନ୍ତି l ଏମାନଙ୍କ ଉପରେ ସମସ୍ତେ ଅତିଷ୍ଟ ହୋଇ ପଡ଼ିଥା’ନ୍ତି l

ନୂଆଁବର୍ଷ ପାଇଁ ସମସ୍ତେ ଆନନ୍ଦ ଊତ୍ସାହରେ ମାଟି ଉଠି ଥା’ନ୍ତି l ଚାରିଆଡେ ବଣଭୋଜୀ l ଶିକ୍ଷକ ପିଲାମାନଙ୍କୁ ନେଇ ବଣଭୋଜି ପାଇଁ ଚାଲିଗଲେ l ଏମାନେ ଶିକ୍ଷକଙ୍କ ସାଥିରେ ଗଲେ କାଳେ ଦୁଷ୍ଟାମି କରି ପାରିବେ ନାହିଁ ; ଏମାନଙ୍କୁ ଏକାଠି କଲା ଚୁଇଁ l ଏମାନେ ଅଲଗା ବଣଭୋଜି ଯିବେ l ସମସ୍ତେ ସ୍କୁଲ ସାଥିରେ ବଣଭୋଜି ଯିବାପାଇଁ ଘରୁ କହି ଟଙ୍କାନେଇ ଆସିଲେ l ସ୍କୁଲଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବା ଜଙ୍ଗଲକୁ ବଣଭୋଜି ପାଇଁ ବାହାରି ଗଲେ l ନାଣ୍ଡୁଲୁ ଟଙ୍କାନେଇ ସଉଦା ପତ୍ର କିଣି ଆଣିଲା l ଡେକ୍ଚି ହାଣ୍ଡି ରନ୍ଧା ସାମଗ୍ରୀ ସାଇକେଲରେ ନେଇ ଜଙ୍ଗଲ ଆଡ଼େ ଚାଲିଲେ l ତୁତୁଲୁ ଆଉ ମିତୁଲ ରୋଷେଇ କରିବା ପାଇଁ ଆଗରୁ ସ୍ଥିର କରାଗଲା l

ସମସ୍ତେ ଯାଇ ଜଙ୍ଗଲରେ ପହଞ୍ଚି ଗୋଟିଏ ବିରାଟ ବରଗଛ ମୂଳେ ଚୂଲି ତିଆରି କାଲେ l ପାଖ ଝରଣାରୁ ପାଣି ମଧ୍ୟ ନେଇ ଆସିଲେ l ଜଙ୍ଗଲରୁ ଶୁଖିଲା କାଠ ଭାଙ୍ଗି ଆଣିଲେ l କଟୁରୀରେ ଛୋଟ ଛୋଟ କାଠ କରି ହାଣ୍ଡି ଚୁଲି ଲାଗାଇ ଦେଲେ l ରୋଷେଇ ଚାଲିଲା l ସେମାନେ ଆଣ୍ଡରେ ଖାଲି ଡ଼େଉଁଥିଲେ l ଦୁଷ୍ଟ ପିଲା ତାଙ୍କର ଦୁଷ୍ଟ ବୁଦ୍ଧି l କିଏ ଯାଇ ଛୋଟ ଛୋଟ ଗଛଗୁଡିକୁ ହାଣି ପାକାଇଲା l କିଏ ଯାଇ ଶୁଖିଲା ପତ୍ରରେ ନିଆଁ ଲଗାଇ ଆନନ୍ଦରେ ଥିଲା l ନିଆଁ ଲଗା ଓ ଗଛ ହଣା ଦେଖି ବରଗଛ ଉପରେ ଥିବା ମାଙ୍କଡ ପରିବାର ରାଗିଯାଇଥିଲେ l

ଏମାନଙ୍କର ରୋଷେଇ ସରିଯାଇଥିଲା l ଏମାନେ ଝରଣାରୁ ମୁହଁ ହାତ ଧୋଇ ଆସି ପତର ପକାଇ ବଢା ବଢି ଆରମ୍ଭ କରିଦେଲେ l ଡିଆଁ ଡେଇଁ କରି ଏମାନଙ୍କ ପେଟ ଭୋକରେ ଆଉଟୁ ପାଉଟୁ ହେଉଥିଲା l ଖାଦ୍ୟର ବାସ୍ନା ଯାଇ ନାକରେ ବାଜିବାରୁ ପାଟିରୁ ଲାଳ ବୋହି ଆସିଲା l ଯେମିତି ଏମାନେ ଖାଇବା ଆରମ୍ଭ କରିଛନ୍ତି ମାଙ୍କଡ଼ମାନେ ହଠାତ୍ ଆକ୍ରମଣ ଆରମ୍ଭ କରିଦେଲା l ଏମାନେ ଭୟରେ ଖାଇବା ପତ୍ରରୁ ଉଠିଗଲେ l ମାଙ୍କଡମାନେ ହାଣ୍ଡି ଓ ପତରକୁ ଫୋପଡା ଫୋପାଡି କଲେ ଓ ନିଜେ ବସି ଖାଇଲେ l ଏମାନେ ଟେକା ପଥର ପକାଇବାରୁ ମାଙ୍କଡମାନେ ମଧ୍ୟ ଟେକା, ଗଛ ଡାଳ ଧରି ଏମାନଙ୍କୁ ଗୋଡାଇଲେ l ଏମାନେ ଜଙ୍ଗଲରେ ପଥର କଣ୍ଟା ବାଜି ଲହୁ ଲୁହାଣ ହୋଇ ଦୌଡ଼ୁଥିଲେ l ବଣ ଭୋଜିର ନିଶା ଏମାନଙ୍କର ଛାଡିଗଲା l ଏମାନେ ଦୌଡିଆସି ସ୍କୁଲ ପାଖରେ ପହଞ୍ଚି ଗଲେ l ସେତେବେଳକୁ ସାରଙ୍କ ସହିତ ଅନ୍ୟ ପିଲାଏ ଗାଡିରେ ସେଠାରେ ଓହ୍ଳାଊ ଥିଲେ l

ଏମାନଙ୍କର ଏ ଅବସ୍ଥା ଦେଖି ଶିକ୍ଷକ ସେମାନଙ୍କର ବୁଝି ସବୁ ଜାଣି ପାରିଲେ l ତାଙ୍କୁ ମଧ୍ୟ ବୁଝାଇଲେ ତୁମେ ଯେମିତି ଦୁଷ୍ଟାମୀ କଲ ତା ଫଳ ପାଇଲ ଚାଲ କେଉଁଠାରେ ତୁମେ ବଣରେ ଭୋଜି କରୁଥିଲ ସେଟାକୁ ଯିବା ଓ ତୁମ ସାର୍ ଙ୍କ ସହ ରନ୍ଧା ହାଣ୍ଡିକୁ ଆଣିବା l ସମସ୍ତେ ମିଶି ସେଟାକୁ ଗଲେ l ଏମାନେ ଦେଖିଲେ ମାଙ୍କଡମାନେ ସବୁ ଖାଇ ସେଠାରେ ଡେକ୍ଚି ହାଣ୍ଡି ଫୋପାଡି ଦେଇଯାଇଛନ୍ତି l ସେମାନେ ସାଇକେଲ ଓ ଅନ୍ୟାନ୍ୟ ସାମଗ୍ରୀ ସେଠାରୁ ଆଣି ଆସିଲେ l ଏପରିକାମ ନକରିବାକୁ ଶିକ୍ଷକ ନିକଟରେ କ୍ଷମା ମାଗିଲେ l ସେହିଦିନୁ ଦୁଷ୍ଟାମି ଛାଡି ପାଠ ପଢାରେ ମନ ଲଗାଇଲେ l ଭଲ ପାଠ ପଢିଲେ l ଶିକ୍ଷକମାନଙ୍କର ପ୍ରିୟ ଛାତ୍ର ହୋଇ ଉତ୍ତମ ଶିକ୍ଷା ଲାଭ କଲେ l

ବୁଝିଲ ପିଲାଏ ! ଦୁଷ୍ଟାମିର ଫଳ କିପରି ଦୁଷ୍ଟ ପିଲାଏ ପାଇ ଦୁଷ୍ଟରୁ ଭଲ ହୋଇଗଲେ ତୁମେ ସେହିପରି ଦୁଷ୍ଟ କାର୍ଯ୍ୟ କଲେ ସେମାନଙ୍କ ଭଳି ଫଳ ଭୋଗିବ l


Rate this content
Log in

Similar oriya story from Children