ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଗୋଟିଏ ହାତରେ ତାଳି

ଗୋଟିଏ ହାତରେ ତାଳି

2 mins
7.6K


ନଗେନ୍ଦ୍ର ନାଥ ପଟ୍ଟନାୟକ

ସନ୍ନ୍ୟାସୀ ଗୌତମ ବୁଦ୍ଧ ଅନେକ ଗାଁ ଓ ନଗର ପରିଭ୍ରମଣ କରିଥିଲେ । ଏଇ କ୍ରମରେ ସେ ଥରେ ଯାଇ ପହଞ୍ଚିଲେ ଗୋଟିଏ ଗାଆଁରେ । ସେଠାରେ ଜଣେ ସ୍ତ୍ରୀ ଲୋକ ତାଙ୍କ ପାଖକୁ ଛୁଟିଆସି କହିଲା- ‘ଆପଣ ତ ରାଜକୁମାରଙ୍କ ଭଳି ଦିଶୁଛନ୍ତି’ । ତରୁଣ ଯୁବକ ଅବସ୍ଥାରେ ଆପଣ କିପାଇଁ ଏମିତି ଗେରୁଆ ବସ୍ତ୍ର ପରିଧାନ କରିଛନ୍ତି , ୟାର କାରଣ ଟିକେ ଦୟା କରି କହିବେ କି ? ବୁଦ୍ଧ ଅତ୍ୟନ୍ତ ନମ୍ର ଭାବରେ କହିଲେ - ତିନୋଟି ପ୍ରଶ୍ନର ଉତ୍ତର ଖୋଜି ପାଇବା ସକାଶେ ମୁଁ ଏଇ ସନ୍ନ୍ୟାସୀ ବ୍ରତ ଗ୍ରହଣ କରିଛି । ସେ ଆହୁରି କହିଲେ -ଏଇଲେ ଆମର ଏ ଶରୀର ଯୁବାସ୍ଥାରେ ପାଦ ଦେଇଛି , ସେଥିପାଇଁ ତାହା ଆକର୍ଷଣୀୟ ଦିଶୁଛି । କିନ୍ତୁ ସମୟ କ୍ରମେ ଆମର ଏ ଶରୀର ବୃଦ୍ଧା ଅବସ୍ଥାକୁ ଛୁଇଁବ , ପରେ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ମୁଖକୁ ଠେଲି ହୋଇଯିବ । ଏଣୁ ମତେ ଜରାବସ୍ଥା , ରୋଗ ଓ ମୃତ୍ୟୁର କାରଣର ଜ୍ଞାନକୁ ଲାଭ କରିବାକୁ ପଡିବ ।

ବୁଦ୍ଧଙ୍କ ବିଚାରରେ ପ୍ରଭାବିତ ହୋଇ ସ୍ତ୍ରୀ ଲୋକଟି ତାଙ୍କୁ ଭୋଜନ ଲାଗି ଆମନ୍ତ୍ରଣ କଲା । ଦେଖୁ ଦେଖୁ ଏ କଥାଟି ଜଙ୍ଗଲର ନିଆଁ ଭଳି ଗାଆଁ ସାରା ଖେଳିଗଲା । ଗାଆଁବାଲାଏ ବୁଦ୍ଧଙ୍କ ଚାରିପଟେ ଆସି ରୁଣ୍ଡ ହେଲେ । ସ୍ତ୍ରୀଲୋକଟି ଚରିତ୍ରହୀନା ବୋଲି ଅଭିଯୋଗ କରି ତା’ ଘରେ ଭୋଜନ ନ କରିବାକୁ ସେମାନେ ସଭିଏଁ ବୁଦ୍ଧଙ୍କୁ ଅନୁରୋଧ କଲେ । ତହୁଁ ବୁଦ୍ଧ ଗାଆଁର ମୁଖିଆକୁ ପଚାରିଲେ , ‘ସେଇ ସ୍ତ୍ରୀ ଲୋକଟି ଚରିତ୍ରହୀନା ବୋଲି ଆପଣ କେମିତି ଭାବୁଛନ୍ତି ?’ ଗାଆଁ ମୁଖିଆ କହିଲେ ମୁଁ ରାଣ ଖାଇ କହୁଛି ସେଟା ଜଣେ ଖରାପ ଚରିତ୍ରର ମହିଳା । ଏଣୁ ଆପଣ ତା’ ଘରକୁ ଯାଆନ୍ତୁନି । ସେଉଠୁ ବୁଦ୍ଧ ମୁଖିଆଙ୍କ ଡାହାଣ ହାତକୁ ଧରି ପକାଇଲେ ଆଉ ତାଳି ମାରିବାକୁ କହିଲେ । ମୁଖିଆ କହିଲା , ‘ମୁଁ ଏକ ହାତରେ ତାଳି ମାରିବି କେମିତି ? ଆପଣ ତ ମୋ ଆର ହାତଟିକୁ ଧରି ପକାଇଛନ୍ତି । ବୁଦ୍ଧ କହିଲେ- ‘ଯେତେବେଳେ ଏ ଗାଆଁର ପୁରୁଷ ଚରିତ୍ରହୀନା ନୁହନ୍ତି , ସ୍ତ୍ରୀ ଲୋକଟି ନିଜେ କେମିତି ଚରିତ୍ରହୀନ ହୋଇପାରିବ ?’ ବୁଦ୍ଧଙ୍କ ତୁଣ୍ଡରୁ ଏ କଥା ଶୁଣିବା ମାତ୍ରେ ଗାଆଁବାଲାଏ ଲାଜରେ ମୁହଁକୁ ତଳକୁ କରିଦେଲେ ।


Rate this content
Log in

Similar oriya story from Classics