STORYMIRROR

Leena Bastia

Drama Tragedy Others

3  

Leena Bastia

Drama Tragedy Others

ଗୋଟେ କପ୍ Coffee....

ଗୋଟେ କପ୍ Coffee....

1 min
12.1K

"ଗୋଟେ କପ୍ coffee ଆଉ ଆମେ ଦୁଇ ଜଣ........"

ସତରେ black coffee କପ୍ ସହିତ ଗୀତରେ ମଜ୍ଜି ଯାଇଥିଲା ସରିତା ।ମନେପଡୁଥିଲା ସୁମନ୍ତ ସହିତ ତାର ପ୍ରଥମ ଦେଖା ଓ ସୁମନ୍ତର ଗୋଟେ କପ୍ coffee ପାଇଁ request କରିଥିବା ସେ ଦିନ । coffee ପିଉ ପିଉ ମନ ମିଶି ଯାଇଥିଲା ଓ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଦୁହେଁ ।

ସେହି ଦିନଠାରୁ ଦୀର୍ଘ ୨୦ବର୍ଷ ଧରି, ସେ ଦୁହେଁ ସକାଳ ର ସେଇ ଗୋଟେ କପ୍ coffee ସଦାସର୍ବଦା ଏକାଠି ପିଇ ଆସିଛନ୍ତି ।

କିନ୍ତୁ ଆଜି ସରିତା ଭ।ବବିହ୍ୱଳ ହୋଇ ପଡ଼ିଛି,ଆଉ ସହି ହେଉ ନାହିଁ ।ଆଉ coffee କପ୍ ରେ , ନା ଅଛି ମହକ ନା ସ୍ଵାଦ ।

ଡାକ୍ତର ସୁମନ୍ତ ଆଜିକୁ ୨୫ ଦିନ ହେବ Corona ରୋଗୀ ଙ୍କ ସେବାରେ, ପରିବାର ଠୁ ଦୂରରେ,ତାଙ୍କ ସରିତାଠାରୁ ଦୂରରେ ।

ସରିତା ପୁଣି ଭାବୁଛି ତାର ସୁମନ୍ତ ତ ଜଣେ ଯୋଦ୍ଧା,ଦେଶର ଏ ପରିସ୍ଥିତିରେ ସେ ଏମିତି ଭାଙ୍ଗି ପଡ଼ିଲେ କେମିତି ହେବ, ସୁମନ୍ତ ର ପ୍ରେରଣାଦାୟିନୀ ଏମିତି ହାର ମାନି ପାରେନା।

ଫୋନଟା ଉଠେଇ ସୁମନ୍ତଙ୍କ ସହିତ କଥା ହେଲା ସରିତା ।କହିଲା, ତୁମ ସରିତା ତୁମ ସହିତ ଅଛି ସବୁ ସମୟରେ,ସବୁ ପରିସ୍ଥିତିରେ,ଆମେ ବିଜୟୀ ହେବା ସୁମନ୍ତ, ନିଶ୍ଚୟ ବିଜୟୀ ହେବା।

ମନକୁ ଦୃଢ଼ କଲା ସରିତା, coffee ର ମହକ ଓ ସ୍ଵାଦ ଫେରାଇ ଆଣିବାକୁ ହେଲେ, ଆଜିର ଏ ଯୁଦ୍ଧରେ ସମସ୍ତଙ୍କୁ ଭାଗ ନେବାକୁ ହେବ, ସମସ୍ତଙ୍କୁ ଲଢ଼ିବାକୁ ହେବ,ତେବେ ଯାଇ ବିଜୟ ଲାଭ କରି ହେବ ।

ସରିତା ଝରକା ପଟେ ଖାଁ ଖାଁ ରାସ୍ତାକୁ ଅବାକ୍ ହୋଇ ଚାହିଁ ରହିଥାଏ ।

Dedicated to the families of doctors.....

                       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama