Leena Bastia

Others

3  

Leena Bastia

Others

ଡିଟକ୍ସ୍

ଡିଟକ୍ସ୍

1 min
11.9K



ସକାଳର ମନମୋହକ ବାତାବରଣରେ ଚା କପ୍ ରୁ ତୁଳସୀ ପତ୍ର ର ବାସ୍ନା ରେ advocate ରବି ରାୟଙ୍କର ମନମୁଗ୍ଧ ହୋଇ ଯାଉଥାଏ । ଏହା ନୁହେଁ ଯେ,ସେ ପ୍ରଥମ କରି ଶ୍ରୀମତିଙ୍କ ହାତର ଚମତ୍କାର ଚାର ମଜା ନେଉଥିଲେ କିନ୍ତୁ ଆଜି କଥା ଥିଲା କିଛି ଭିନ୍ନ , ଚା ଟା ପିଉ ପିଉ ମୋବାଇଲରେ କଣ ଗୋଟେ ଦେଖି ରାୟ ବାବୁଙ୍କର ସ୍ମିତ ହସ ଦେଖି Mrs. Ray ଥଟ୍ଟା କରି କହିଲେ,"କି ହୋ, କଣ ମିତା ର ପୁଣି କିଛି message ଆସିଲା କି?"


ରାୟ ବାବୁ ହସିଦେଇ କହିଲେ," ନାଇଁ ନାଇଁ , ଏଇ ସୁମନ୍ତ ବାବୁଙ୍କ forwarded message ଟା ପଢିଲି ତ, ଲେଖାହେଇଛି-

  ..... କଷ୍ଟ କଷ୍ଟ ବହୁତ କଷ୍ଟ,

     ଘର କାମ ଭାରି କଷ୍ଟ......

Mrs Ray ଭାବ ପ୍ରବଣତା ର ସହିତ କହିଲେ,"ତମେ ହସୁଛ ଯେ, ଏତେ ଦିନ lockdown ରେ ରହିବା କଣ ସହଜ ?"


ରବିବାବୁ କହିଲେ ସ୍ମିତା,"ଆମର lockdown ସମୟ, ପୃଥିବୀ ମାର detox time.ପିଲାମାନେ ରାତିରେ ଡେରି କରି ଶୋଇଲେ ତମେ ଯେମିତି ବାୟା ଆସିଲା କହି ଶୀଘ୍ର ଶୁଆଇ ଦିଅ, ପିଲାମାନଙ୍କର  ଭଲ ପାଇଁ, ଠିକ୍ ସେମିତି ପୃଥିବୀ ମା Corona ଆସିଲା କହି ଘର ଭିତରେ ତା ପିଲାମାନଙ୍କୁ ସୁରକ୍ଷିତ ରଖିଛି ।ଆମେମାନେ ସମଗ୍ର ଧରାପୃଷ୍ଠକୁ ଦୂଷିତ କରି ସାରିଲେଣି । ତାର ପାଣି,ପବନ, ଫଳମୂଳ ସବୁ ଆଜି ଦୂଷିତ,ମା ଜାଣି ସାରିଛି, ତା ର ସନ୍ତାନ ଏ ସବୁ ଗ୍ରହଣ କଲେ ସୁରକ୍ଷିତ ନୁହେଁ ।ତେଣୁ ସେ ନିଜକୁ detox କରୁଛି ଆମକୁ lockdown ରେ ରଖି ।"


ସ୍ମିତା ଚା କପ୍ ଦୁଇଟା ଟ୍ରେ ରେ ରଖି ଉଠୁ ଉଠୁ କହିଲେ," ହଉ ବାବା ବୁଝିଲି ।"

ରାୟବାବୁ ସ୍ମିତା କୁ ଦେଖି ଆହୁରି ବୁଝେଇ ଦେଇ କହିଲେ,"ଏ ସ୍ମିତା ,ତମେ ଯେମିତି ସବୁଦିନ ରାତିରେ ଶୋଇବା ପୂର୍ବରୁ ମତେ detox drink ଟା ଦିଅ ।"


ଦୁହିଁଙ୍କ ମନଖୋଲା ହସ ସହିତ ବାଲକୋନିର ଫୁଲଗୁଡ଼ିକ ମଧ୍ୟ ସହଯୋଗ କରୁଥିଲେ ।

   




Rate this content
Log in