STORYMIRROR

Akshayakumar Dash

Tragedy Inspirational

2  

Akshayakumar Dash

Tragedy Inspirational

ଗଲାକଥା ଭାଗ ୩

ଗଲାକଥା ଭାଗ ୩

1 min
561

ଅଜୟ ମାଟ୍ରିକ ପାସକଲା ପରେ ଅଧିକ ପଢ଼ାଇବା ପାଇଁ ଭାଇମାନେ ଚାହିଁଲେ ନାହିଁ । ମୂଳ କାରଣ ମୋଟା ରୂପ ଥିବାରୁ ଚାଷକାମକରିବ ।ପାଠ ପଢିଲେ ଚାକିରି କରିବ ।ଚାଷକାମକଲେ ଅଧିକ ପଢିବା ଦରକାର ନାହିଁ ।ପୁଣି ପାଠ ପଡିଲେ ଟଙ୍କା ଖର୍ଚ୍ଚ ହେବ ।ଟଙ୍କା କିଏ ଦେବ ? ବଡଦୁଇଜଣ ଭାଇଙ୍କ ମତକୁ ଅଜୟର ପିତା ଗ୍ରହଣ କରିଥିଲେ ।ଅନ୍ୟ କାରଣ ଥିଲା ପିତା ସୀତାନାଥଙ୍କର ଛଅ ପୁଅ ଓ ଦୁଇ ଝିଅ ।ସମସ୍ଥଙ୍କ ଭରଣପୋଷଣ ପାଠପଢ଼ା ଖର୍ଚ୍ଚତୁଲେଇବାକୁ ପଡୁଥିଲା ।ତାଛଡା ସିତନାଥଙ୍କ ସାନଭାଇ ଓ ବଡପୁଅ ଜିତେନ୍ଦ୍ର ଓ ପ୍ରଫୁଲ ଡିପ୍ଲୋମା ଇଞ୍ରିନିଅର . ଦୂରରେ ରହି ଦୁଇ ଜଣ ପଢୁଥିବାରୁ ସିତାନାଥକୁ ବିପୁଳ ଅର୍ଥ ପିଲାଙ୍କ ପଢା ପଢି ପାଇଁ ଦେବାକୁ ପଡୁଥିଲା ।ଆଉ ଅନ୍ୟମାନଙ୍କ ପଢା ଖର୍ଚ୍ଚ ତୁଲାଇବାକୁ ସିତ।ନାଥଙ୍କୁ ବାଧୁଥିଲା । ସେଥିପାଇଁ ସିତନାଥ ଅଜୟକୁ ପଢ଼ାଇବାକୁ ଚାହୁନଥିଲେ ।ମାଟ୍ରିକ ପାସ କଲାପରେ ଅଜୟ ନପଢି ଚାଷକାମ ଘରେରହି କଲା । ବଡ ଭାଇ ସିଟି ପରେ ପ୍ରାଥମିକ ବିଧ୍ୟଳୟରେ ଶିକ୍ଷକ ନିଯୁକ୍ତି ପାଇଲେ ପ୍ରଦୀପ୍ତ ।ଜିତେନ୍ଦ୍ର ଓ ପ୍ରଫୁଲ ଜେ.ଇ ହେଲେ । ବାକି ବିଜୟ ବିଏ ପଡୁଥିଲା ।ଅଜୟର ଦୁଇ ସାନଭାଇ ରବୀନ୍ଦ୍ର ପୁରୀରେ ରହି ଆୟୁରବେଦ ପଡିଲା ନରେନ୍ଦ୍ରମେଟ୍ରିକ ପଢୁଥିଲା ।ସାନଭଉଣୀ ପ୍ରଜ୍ଞ। ମଧ୍ୟ ମାଇନର ଗ୍ରାମସ୍କୁଲରେ ପଢୁଥିଲା । ଅଜୟ ନପଢିଚାଷକଲ।।ଟାଇଚୁନ ଧାନରୋଇବା କାଟିବ ଜଗିବା ଠାରୁ ପନିପରିବା ଚାଷ କରିବା ,ଗାଈ ବଳଦଙ୍କ ହେପାଜତ ନେବା ଆଦି କାମ କଲା ।ବଡପରିବାର ।ଧାନଶଗଡ଼ ଗାଡ଼ିରେ ଲଦି ପେଡେଇବାକୁ କଳକୁ ନେବା ।କାଠ ହାଣିବା ଆଦିଘର କାମରେସାହାଯ୍ୟକଲା ।କିନ୍ତୁ ସବୁଥିରେ ନିନ୍ଦା ଗାଳିବଡଭାଇ ପ୍ରଦୀପ୍ତ ଓ ଜିତେନ୍ଦ୍ର ଦେଲେ ।କାରଣ ହେଲା, ଡରେଇହଗେଇ ନିନ୍ଦାଗାଳି ଦେଲେ ଶାସନ ହେବ।ଆମକଥା ମାନିବ ।ଦୁଃଖ ସହିସହି ମନରେ ପ୍ରତିକ୍ରିୟା ଆସେ ।ପଣ କଲା ପାଠ ପଢିବ ।ପରିବାରର ଦାସତ୍ବ ରୁ ମୁକୁଳି ନିଜ ଜୀବନ ଗଢ଼ିବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy