ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଗଧିଆ ଓ ଛେଳିଛୁଆ

ଗଧିଆ ଓ ଛେଳିଛୁଆ

2 mins
7.4K


ଶ୍ରୀମତୀ ସୁଜାତା ସିହ୍ନା

ଏକ ଜଙ୍ଗଲରେ ଛେଳିଟିଏ ତାର ସାତୋଟି ଛୁଆଙ୍କୁ ନେଇ ଏକ ସୁନ୍ଦର ଘରେ ରହୁଥିଲେ l ସେ ପ୍ରତିଦିନ ବଜାରକୁ କ୍ଷୀର ବିକିବାକୁ ଯାଏ l କ୍ଷୀର ବିକି ସେହି ପଇସାରେ ସେ ପିଲାମାନଙ୍କ ପାଇଁ ଭଲ ଭଲ ଖାଦ୍ୟ, ପୋଷାକ ଓ ଖେଳନା ସବୁ କିଣି ଆଣେ l ଦିନେ ମାଆ ଛେଳି ଜାଣିବାକୁ ପାଇଲା ଯେ ଏକ ଗଧିଆ ସେହି ଜଙ୍ଗଲକୁ ଆସିଛି l ସେ ଯିବା ପୂର୍ବରୁ ତା’ ପିଲାମାନଙ୍କୁ ସାବଧାନ କରି ଦେଇ କହିଲା- ପିଲାମାନେ ଭିତର ପଟୁ କବାଟ ଭଲ କରି ବନ୍ଦ କରିଦେବ l

ଗଧିଆ ଯେବେଠାରୁ ଛେଳି ଛୁଆ ମାନଙ୍କୁ ଦେଖିଛି ତାର ଆଉ କେଉଁ ପଶୁ ଶିକାର କରିବାକୁ ମୋଟେ ଇଚ୍ଛା ନାହିଁ l ସେ କିପରି ଛେଳି ଛୁଆମାନଙ୍କୁ ଖାଇବ ସେହି ଉପାୟ ସେ ଦିନ ରାତି ଚିନ୍ତା କରୁଥାଏ l ଦିନେ ଗଧିଆ ଆସି କବାଟ ଠକ୍ ଠକ୍ କରି କହିଲା ପିଲାମାନେ ଦୁଆର ଖୋଲ l ମୁଁ ତମ ମାଆ ଆସିଛି l ଏହା ଶୁଣି ବଡ ଛେଳି ଛୁଆଟି କହିଲା- ନା ତୁମେ ମା’ ନୁହଁ l

ଗଧିଆ ସଙ୍ଗେ ସଙ୍ଗେ ସହରରେ ପହଞ୍ଚି ବଇଦକୁ କହିଲା- ଆଜ୍ଞା ମୋର ସ୍ଵର ପତଳା ହେବା ପାଇଁ କୌଣସି ଔଷଧ ଦିଅ ନ ହେଲେ ତୁମକୁ ଖାଇଯିବି l ବଇଦ ଡରରେ ତାକୁ ଔଷଧ ଦେଲା l ଗଧିଆ ଔଷଧ ଖାଇ ଛେଳି ଭଳି ପତଳା ସ୍ଵରରେ ପୂର୍ବ ଭଳି ଦୁଆର ବାଡେଇଲା l ଛେଳି ଛୁଆମାନଙ୍କର ଟିକେ ସନ୍ଦେହ ହେଲା l ସେମାନେ କବାଟର ଏକ ଛୋଟ କଣାପଟେ ଦେଖିଲେ l ଗଧିଆର ମୋଟା ମୋଟା ଖୁରା ସବୁ ଦେଖା ଯାଉଛି l ସାନ ଛେଳି ଛୁଆଟି ସଙ୍ଗେ ସଙ୍ଗେ କହି ଉଠିଲା- ତୁମେ ହେଉଛ ଗଧିଆ l ଏ କଣା ବାଟେ ତୁମ ଖୁରା ଦେଖା ଯାଉଛି l ଆମେ ତୁମକୁ ଦୁଆର ଖୋଲିବୁ ନାହିଁ l ଏହା ଶୁଣି ଗଧିଆ ସେଠାରୁ ଯାଇ ଏକ ଅଟା କଳରେ ପହଞ୍ଚିଲା l ଗଦା ହୋଇ ଥିବା ଅଟା ଭିତରକୁ ପଶିଯାଇ ପୁଣି ବାହାରି ଆସିଲା ଳ ଦେଖିଲା ତା ଗୋଡ଼ସବୁ ଧଳା ହୋଇ ଯାଇଛି l ଏଥର ସେ ପୂର୍ବପରି ଦୁଆର ବାଡେଇ ଡାକିଲା l ଛେଳିଛୁଆ ମାନେ କଣା ବାଟେ ଧଳା ଗୋଡ଼ ଦେଖି ଜାଣିଲେ ଏଥର ନିଶ୍ଚୟ ତାଙ୍କ ମାଆ ଡାକୁଛି l ସେମାନେ ଯେମିତି କବାଟ ଖୋଲି ଛନ୍ତି ଗଧିଆ ଛଅଟି ଛୁଆକୁ ଗିଳି ପକାଇଲା l ସାନ ଛେଳି ଛୁଆଟି ଜୀବନ ବିକଳରେ ଏକ ଡବା ଭିତରେ ପଶିଗଲା l

କିଛି ସମୟ ପରେ ମାଆ ଛେଳି ଆସି ଚୁଆମାନଙ୍କୁ ଖୋଜିଲା l ସାନ ଛୁଆଟି ଡବା ଭିତରୁ ବାହାରି ମାକୁ ସବୁକଥା କହିଲା l ମାଆ ଛେଳି ଗଧିଆକୁ ପାନେ ଦେବ ଚିନ୍ତା କରି ଗୋଟିଏ କମ୍ବଳ ଘୋଡେଇ ହୋଇ ଜଙ୍ଗଲ ସାରା ଖୋଜି ବୁଲିଲା ଦେଖିଲା ଏକ ଗଛ ଛାଇରେ ଗଧିଆ ଶୋଇ ଘୁଙ୍ଗୁଡି ମାରୁଛି l ଆଉ ତା ‘ ପେଟ ଭିତରେ ସବୁ ବୁଲୁଛନ୍ତି l ସେ ଜାଣି ପାରିଲା ଯେ ତା ଛୁଆମାନଙ୍କୁ ଗଧିଆ ଜୀବନ୍ତ ଗିଳି ପକାଇଛି l ସେ ଘରକୁ ଯାଇ ଏକ କଇଁଚି ଓ ଛୁଞ୍ଚିସୂତା ନେଇ ଆସିଲା l କଇଁଚିରେ ଗଧିଆ ପେଟକୁ ଆସ୍ତେ ଆସ୍ତେ କଣା କରି ଗୋଟି ଗୋଟି କରି ଛଅଟି ଛୁଆକୁ କାଢି ଆଣିଲା l ତା’ ପରେ ସେ ପିଲାମାନଙ୍କ ଦ୍ଵାରା ଛୋଟ ଛୋଟ ପଥର ସବୁ ଆଣି ଗଧିଆ ପେଟରେ ଭର୍ତ୍ତି କରି ଦେଲା ଓ ଛୁଆମାନଙ୍କୁ ନେଇ ଘରକୁ ପଳାଇ ଆସିଲା l

କିଛି ସମୟ ପରେ ଗଧିଆର ନିଦ ଭାଙ୍ଗିଲା l ତାକୁ ଭାରି ଶୋଷ ଲାଗୁଥାଏ l ସେ ପାଣି ପିଇବାକୁ ନଈକୁ ଯେମିତି ମୁହଁ ବଢାଇଛି ତା ମୁଣ୍ଡ ବୁଲାଇ ପାଣିରେ ପଡିଗଲା l ପେଟରେ ଭାରି ପଥର ଥିବାରୁ ସେ ଆଉ ଉଠିପାରିଲା ନାହିଁ l ଶେଷରେ ତାର ମୃତ୍ୟୁ ହେଲା l


Rate this content
Log in

Similar oriya story from Children