ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଗଛ ଲଗାଇବା ଆସ

ଗଛ ଲଗାଇବା ଆସ

3 mins
7.4K


ଶ୍ରୀ ସୁଧୀର କୁମାର ନାୟକ

ମନ ଦୁଃଖରେ ବସିଛି ଅତନୁ l ସେ ଦେଖୁଛି ବଗିଚାରେ ନାନା ଜାତିର ଫଳ ଭରିଯାଇଛି l ଚଢେଇ ମାନଙ୍କ କିଚିରିମିଚିରି ଶବ୍ଦ ଉଡ଼ିଯାଇ ଗଛରେ ବସୁଥିବା ଦୃଶ୍ୟ ଅତୀବ ମନହର l ପାଚିଲା ପିଜୁଳିରେ ଥଣ୍ଟ ମାରୁଛନ୍ତି କେତେକ ପକ୍ଷୀ l ପାଖ ଗଛରେ ପଣସ ପାଚି ବାସ୍ନାରେ ମହକି ଯାଉଛି l ଆମ୍ବଗଛ ମୂଳେ ପଡ଼ିଛି କେତେଟା ପାଚିଲା ଆମ୍ବ l ଗୁଣ୍ଡୁଚି ମୂଷା ତାକୁ ଦାନ୍ତରେ କାମୁଡ଼ୁଛନ୍ତି l ଆମ୍ବ ଗଛ ଆମ୍ବର ଭାରା ସହିନପାରି ନଇଁ ଯାଇଛି ; କିନ୍ତୁ ଯିଏ ଏ ବଗିଚାଟିକୁ ନିଜର କରି ବୃକ୍ଷ ଗୁଡିକୁ ନିଜର ପୁଅ ପରିଯତ୍ନ ନେଇଥିଲେ ସେ ଆଜି ଆଉ ନାହାନ୍ତି l କେଉଁ ଦିନୁ ସେ ଆରପାରିକୁ ଚାଲି ଗଲେଣି ତା’ ହିସାବ ଅତନୁ ରଖିନି l ଅତନୁ ଏତେ ସୁନ୍ଦର ପରିବେଶ ମଧ୍ୟରେ ରହି ମଧ୍ୟ ମନଦୁଃଖରେ ହଜି ଯାଇଥିଲା ; ତା ପିଲାଦିନକୁ ମନେ ପକାଏ l

ପିଲାଦିନେ ସିଏ ଭାରି ଚଗଲାମୀ ମେଳରେ ଏଣେ ତେଣେ ବୁଲି ୟାବାଡ଼ି ତାବାଡ଼ି ପଶି ପିଜୁଳି, କାକୁଡ଼ି ଖାଉଥିଲା l ବାପା ଚଗଲାମୀ ଦେଖି ଆକଟ କରିବାକୁ ଯାଇ ତା ଗୋଡ଼ ହାତ ବାନ୍ଧି ଦେଉଥିଲେ l କିନ୍ତୁ ଅଜାଙ୍କ ନଜର ପଡ଼ିବା କ୍ଷଣି ସେ ବାପାଙ୍କୁ ପାଟି କରି ତା ବନ୍ଧନରୁ ମୁକ୍ତ କରୁଥିଲେ l ଅଜା ଜମା ରାଗୁନଥିଲେ l ସମସ୍ତଙ୍କୁ ଘଣ୍ଟା ଘଣ୍ଟା ପାଖରେ ବସାଇ ବୁଝାଇ ଦେଉଥିଲେ l ପାଠ ମଧ୍ୟ ପଚାରୁଥିଲେ l

ଦିନେ ଅଜା ଆମ ଘର ପାଖ ବଗିଚାକୁ ଚାହିଁ ଆଡ଼ ନିବୁଜ କରି ଗଛ ଲଗାଇ ଦେଲେ l ଗଛ ଗୁଡିକରେ ଖାଦ୍ୟ ଦେଇ ପାଣି ଦେଇଦେଲେ l ଚଗଲା ପିଲାଏ ଅତନୁ ସହ ଅଜାଙ୍କ ଗଛ ଲଗା ଦେଖୁ ଥିଲେ l କାରଣ ଗଛ ଆମର ସେହି ବାଡ଼ି ଥିଲା l ଖେଳ ପଡିଆ ସେଠାରେ ଖରାବେଳେ ଆସି ପିଲାଏ ଖେଳୁଥିଲେ ଅତନୁ ସହ l ଚଗଲା ପିଲାଏ ଅଜାଙ୍କ ଲଗାଇଥିବା ଗଛ ସବୁ ଓପାଡି ଦେଲେ l ତା’ପରଦିନ ଅଜା ଆସି ଗଛ ଗୁଡାକ ଓପାଡ଼ା ହୋଇଥିବାରୁ ମନଦୁଃଖ କାଲେ l ପୁଣି ସେ ଓପଡା ଗଛ ଗୁଡାକ ଅଜା ଲଗାଇଦେଲେ l ଚଗଲା ପିଲାଙ୍କୁ ତାଙ୍କର ସନ୍ଦେହ ହେଲା l ସେ ଅତନକୁ ପଚାରିବାରୁ ସେ ମନା କଲା l ଅଜା ଗଛ ଲଗାଇ ଥିବା ଜଗର କିଛି ଦୂରରେ ଲୁଚିରହି ବଗିଚାକୁ ଲକ୍ଷ ରଖିଲେ l ଚଗଲା ପିଲାଏ ଅତନୁ ସହ ଆସି ପୁଣି ଗଛ ଓପାଡୁଥିବା ସମୟରେ ଅଜାଙ୍କ ହାତରେ ଧରା ପଡିଗଲେ l ଅଜା ସେମାନଙ୍କୁ ନେଇ ଘରକୁ ଗଲେ l ଅଜା ସେମାନଙ୍କୁ କେତୋଟି ପାଚିଲା ପିଜୁଳି ଦେଲେ l ପିଲାଏ ବସି ପିଜୁଳି ଖାଇଲେ l ଅଜା ପଚାରିଲେ ପିଜୁଳି ମିଠା ଲାଗୁଛି ତ ? ପିଲାଏ କହିଲେ ହଁ ଅଜା l

ଏଥର ଅଜା କହିଲେ ଏ ପିଜୁଳି ଆମ ବାଡି ପିଜୁଳି l ପିଲାଏ କହିଲ ଏ ଗଛ କିଏ ଲଗାଇ ଥିଲା ପିଲାଏ ଇଏ ତା ମୁହଁକୁ ସିଏ ୟା ‘ ମୁହଁକୁ ଚାହିଁଲେ ହେଲେ କହି ପାରିଲେ ନାହିଁ l ଅଜା ଏଥର ହସି ହସି କହିଲେ ଯିଏ ଗଛ ଲଗାଇଥିଲା ଫଳ କ’ଣ ସିଏ ଖାଉଛି l ଫଳ ତୁମେ ମାନେ ଖାଉଛ l ଏଣୁ ମୁଁ ଯେଉଁ ଗଛ ଲଗାଉଛି ସେ ଗଛର ଫଳ ଖାଇବାକୁ ମୁଁ ନଥିବି l ହେଲେ ତୁମେମାନେ ସେ ଗଛ ଛାଇରେ ବସିବ l ସେତେବେଳେ ଅଜା କଥା ତୁମର ମାନେ ପଡିବ l

ଆଟୁଣୁର ଅଜାଙ୍କ କଥା ମନେ ପଡିବାରୁ ଅତନୁ କାନ୍ଦି ପକାଇଲା l ହେଲେ ଅଜା ଆଜି ଆଉ ନାହାନ୍ତି l ତାଙ୍କର ପ୍ରିୟ ଗଛରେ ଅତନୁର ପିଲାଏ ଡେଇଁ ଡେଇଁ ମଜ୍ଜା ନେଉଛନ୍ତି l ଅଜାଙ୍କ କଥାକୁ ରକ୍ଷା କରିବା ପାଇଁ ଅତନୁ ସମୟ ପାଇଲେ ଗଛ ଲଗାଇବାରେ ବ୍ୟସ୍ତ ରହୁଛି l ତା ଛୋଟ ପୁଅ ଗଛ ତଳୁ ଆମ୍ବ ଗୋତ୍ରୀୟ ଆଣି ଅତନୁକୁ ଦେଖାଉଛି ଏବଂ ପିଲାକୁ ଗଛ ଲଗା ବିଷୟରେ ବୁଝାଉଛି l ସତରେ ପିଲାଏ ଗଛ ଆମର କେତେ ଉପକାରୀ ମିଠା ମିଠା ଫଳ ଦେଇ ଆତ୍ମ ସନ୍ତୋଷ ପାଉଛି l ଆମକୁ ଛାଇ ଦେଇ ଖରା ଖାଇଲେ ବି ସେ ଖୁସି ଅଛି l ତୁମେ ମଧ୍ୟ ଅଜାଙ୍କ ପରି ଗଛ ଲଗାଅ l ତା’ର ଯତ୍ନ ନିଅ l ଆମ ପରିବେଶ ଆଜି ଯେଉଁ ଅବସ୍ଥା ଦେଇ ଗତି କରୁଛି ତାକୁ ପରିବେଶ ମୁକ୍ତ କର l ଗଛରୁ ଭଲ ଭଲ ସୁସ୍ଵାଦ ଫଳ ଖାଇ ନିଜ ସହରକୁ ସୁସ୍ଥ ମଧ୍ୟ ରଖ l


Rate this content
Log in

Similar oriya story from Children