ABADHOOT PANDA

Children

4  

ABADHOOT PANDA

Children

ଗାତୁଆ ମୂଷା

ଗାତୁଆ ମୂଷା

3 mins
191



   ଗାଁ ମୁଣ୍ଡରେ ଗୋଟିଏ ଝଙ୍କା ବରଗଛ l ବରଗଛ ତଳେ ଥିବା ଗାତ ଭିତରେ ଗୋଟିଏ ଗାତୁଆ ମୂଷା ଘର କରି ଥାଏ l ରାତି ହେଲେ ବାହାରି ପାଖରେ ଥିବା ଘର ଭିତରେ ପଶି ଖାଦ୍ୟ ଯୋଗାଡ଼ କରି ଆଣି ପିଲାଛୁଆଙ୍କୁ ଖୁଆଏ l ଯେଉଁ ଦିନ ଖାଦ୍ୟଶସ୍ୟ ମିଳେନି ସେଦିନ ଘରର ଆସବାବ ପତ୍ର, ପିଲାଙ୍କ ବହିପତ୍ର ରାଗରେ ତାର ମୁନିଆଁ ଦାନ୍ତରେ କାଟି କୁଟି ପକାଏ l ଘର ମାଲିକ ରାଗି ଯାଇ ଯନ୍ତା ବସେଇଲେ, ବିଷ ଦେଲେ ତଥାପି ମୂଷା ବଞ୍ଚିଗଲା l ଦିନେ ଘର ମାଲିକ ଗୋଟାଏ ବିରାଡ଼ି ଛୁଆ ଆଣି ପାଳିଲେ l ବିରାଡ଼ିକି ଡରି ମୂଷା ଆଉ ସେଇ ଘର ଭିତରକୁ ଆସିଲାନି l ମୂଷାର ସ୍ତ୍ରୀ ଦିନେ ତାକୁ କହିଲା, " କଣ କରିବା, ଆମ ପିଲାଛୁଆ କଣ ଭୋକରେ ମରିବେ l ତୁମେ ଅନ୍ୟ ଘର ଖୋଜ l ଯାହା ବି ପାଇଲେ ନେଇ ଆସ |" ନିଜ ସ୍ତ୍ରୀ ପାଖରୁ ଏ କଥା ଶୁଣି ମୂଷା ଆଉ ଗୋଟିଏ ଘର ଖୋଜିବାରେ ଲାଗିଲା l ସେହି ଘରଟି ଗାଁର ଜମିଦାରଙ୍କ ପକ୍କା କୋଠା ଘର l ତାଙ୍କ ଘରେ ବସ୍ତା ବସ୍ତା ଚାଉଳ,ମୁଗ, ବିରି, ଧାନ, କୋଳଥ, ଇତ୍ୟାଦି ଖାଦ୍ୟ ଶସ୍ୟ ମହଜୁଦ ହୋଇ ଥାଏ l ଆଉ ଚୁଟିଆ ମୂଷାଗୁଡ଼ାଏ ସେଘରେ ରହିଥାନ୍ତି l ବିରାଡ଼ି ଦିଟା ଥିଲେ ମଧ୍ୟ ଚୁଟିଆ ମୂଷାଙ୍କ ଦୌରାତ୍ମ୍ୟ କମେନି l ଗାତୁଆ ମୂଷା ବହୁତ କଷ୍ଟରେ ଲୁଚି ଛପି ଟିଭି ଆଣ୍ଟିନା ଉପରେ ଚଢ଼ି ଛାତ ବାଟେ ଘରେ ପଶିଲା l ଏତେ ଖାଦ୍ୟ ଦ୍ରବ୍ୟ ଦେଖି ତାର ଆଖି ଖୋସିହୋଇଗଲା l ନିଜେ ଖାଇ ଘରକୁ ଆଣିଲା | ମୂଷିକ ସ୍ତ୍ରୀ ଆଉ ଚାରିଟା ଛୁଆ ଆନନ୍ଦରେ ଖାଇଲେ l ଏମିତି ମାସେ ବିତିଗଲା l ହଠାତ ଦିନେ ଜମିଦାରଙ୍କ ଗୁମାସ୍ତାଙ୍କ ନଜର ଗାତୁଆ ମୂଷା ଉପରେ ପଡ଼ିଗଲା l ଆଉ ସେ ମୂଷାର ଯିବା ଆସିବା ଟିଭି ଆଣ୍ଟିନାକୁ ଅନ୍ୟ ଘର ବାଟଦେଇ ଫିଟିଂ କରି ଦେଲେ l ବିଚରା ଗାତୁଆ ମୂଷା ଘରେ ଆଉ ପଶି ପାରିଲାନି lକେବଳ ବାହାରେ ରହି ସୁଯୋଗ ଉଣ୍ଡୁ ଥାଏ l


   ଗାତୁଆ ମୂଷା ଗୁମାସ୍ତାଙ୍କ ଉପରେ ଭୀଷଣ ରାଗିଗଲା l ପ୍ରତିଶୋଧ ନେବା ପାଇଁ ଉପାୟ ଖୋଜିଲା ଓ ଘର ନଳା ବାଟ ଦେଇ ଭିତରେ ପଶିବାକୁ ଚେଷ୍ଟା କଲା l ନଳା ମୁହଁରେ ତାର ଜାଲି ଥିବାରୁ ଆଉ ପଶି ପାରିଲାନି l ଏପରି କିଛି ଦିନ ବିତିଗଲା ପରେ ଜାଲି ଭାଙ୍ଗି ଯିବାରୁ ଗାତୁଆ ମୂଷା ରାତିରେ ଘରେ ପଶିଗଲା ଓ ଖାଦ୍ୟଶସ୍ୟ ନିଜେ ଖାଇ ଘରକୁ ଆଣିଲା l ଗୁମାସ୍ତା ଶୋଇଥିବାରୁ ମୂଷାକୁ ସୁବିଧା ହୋଇଗଲା l ଆଉ ଦିନେ ଗାତୁଆ ମୂଷା ଦେଖିଲା ଯେ ଗୋଟିଏ ବିରାଟ ନାଗ ସାପ କୁଆଡୁ ଆସି ଘର ନଳା ବାଟେ ଭିତରେ ପଶି ଚୁଟିଆ ମୂଷା ଶିକାର କରୁଛି l ମୂଷା ମୁଣ୍ଡରେ ଏକ ବୁଦ୍ଧି ଆସିଲା l ଖରାଦିନ l ରାତିରେ ଗୁମାସ୍ତା ବାବୁ ଅମାର ଘର ପିଣ୍ଢା ଉପରେ ଶୋଇ ଚେଇଁ ପହୁଡ଼ କରୁଥାନ୍ତି l ସେଦିନ ସାପ ଆସୁଥିବାର ଦେଖି ଜାଣି ଶୁଣି ସାପକୁ ଦେଖାଦେଲା l ଚୁଟିଆ ମୂଷାକୁ ଛାଡି ଗାତୁଆ ମୂଷା ଖାଇବାକୁ ସାପର ପାଟିରୁ ଲାଳ ଗଡ଼ିଲା l କାହିଁକିନା ଗୋଟେ ବଡ଼ ମୂଷା ଗିଳି ଦେଲେ ମାସେ ଯାକ ତାକୁ ଆଉ ଭୋକ ହବନି କି ଛୋଟ ଛୋଟ ଚୁଟିଆ ମୂଷା ଗିଳିବାକୁ ପ୍ରତି ଦିନ ଆଉ ଆସିବାକୁ ପଡ଼ିବନି l ତାପରେ ଗାତୁଆ ମୂଷା ଆଗେ ଆଗେ ଦୌଡ଼ିଲା ଓ ତା ପଛେ ପଛେ ନାଗ ସାପ ଗୋଡ଼େଇଲା l ମୂଷା ସାଙ୍ଗେ ସାଙ୍ଗେ ଗୁମାସ୍ତାଙ୍କ ପାଖରେ ପହଞ୍ଚି ତାଙ୍କ ଫୁଲପେଣ୍ଟ ଭିତରେ ପଶିଗଲା l ସାପ ବି ଭିତରେ ପଶିଗଲା l ଦେହ ଉପରେ ନାଳୁଆ ନାଳୁଆ ଲାଗିବାରୁ ତାଙ୍କର ନିଦ ଭାଙ୍ଗିଗଲା ଓ ମୂଷା ଡେଇଁ ଘର ଭିତରେ ପଶିଗଲା l ସାପ ଉପରେ ଚାପ ପଡ଼ିବାରୁ ସାପ ଗୁମାସ୍ତାଙ୍କୁ କାମୁଡ଼ି ଦେଲା l ତାଙ୍କ ଦେହରେ ବିଷ ଚଢ଼ି ଯିବାରୁ ଛଟପଟ ହୋଇ ତଳେ ଗଡ଼ି ପଡ଼ିଲେ l ଜମିଦାରଙ୍କ ଚାକର ଦୌଡ଼ି ଆସି ସାପଟିକୁ ଧରି ନେଇ ପାଖରେ ଥିବା ସର୍ପ ସଂରକ୍ଷଣ କେନ୍ଦ୍ରରେ ଛାଡ଼ି ଦେଇ ଆସିଲେ l କାରଣ ସେ ସାପ ଧରିବାର କୌଶଳ ଜାଣିଥିଲା l ଏଣେ ଜମିଦାର ତାଙ୍କ ନିଜ କାରରେ ଗୁମାସ୍ତାଙ୍କୁ ଡାକ୍ତରଖାନାକୁ ନେଇଗଲେ ଓ ନାଗସାପ ଇଞ୍ଜେକ୍ସନ ନେଲା ପରେ ଗୁମାସ୍ତା ଭଲ ହେଇଗଲେ l କାରଣ ପଡ଼ିଶା ଲୋକେ ସାପକୁ ନାଗ ସାପ ବୋଲି ଚିହ୍ନି ପାରିଥିଲେ l ଗୁମାସ୍ତା ଘରକୁ ଫେରିଲା ପରେ ଜମିଦାର ତାଙ୍କୁ ଅନ୍ୟ କାମରେ ନିଯୁକ୍ତି ଦେଲେ l ତାପରେ ଗାତୁଆ ମୂଷାର କଚେ ପୁଅ ବାର l ତାର ଖାଇବା ଅଭାବ ରହିଲାନି l ନିଜର ପିଲାଛୁଆସ୍ତ୍ରୀଙ୍କୁ ଧରି ଅମାର ଘର ପାଖରେ ଥିବା ବାଉଁଶ ବୁଦା ତଳେ ଗାତ ଖୋଳି ରହି ଆରାମରେ ଖାଇ ପିଇ ଜୀବନ ବିତେଇଲା l କିଛି ବର୍ଷପରେ ଗାତୁଆ ମୂଷା ମରିଗଲା l ତାର ଅଣ ନାତି ପଣ ନାତିମାନଙ୍କ ସଂଖ୍ୟା ଏତେ ବଢିଗଲା ଯେ ଜମିଦାର ବାଧ୍ୟ ହୋଇ ବିଷ ଦେଇ ଯନ୍ତା ବସେଇ ଅଧାରୁ ବେଶୀ ଗାତୁଆ ମୂଷାଙ୍କୁ ମାରିଦେଲେ l

              



Rate this content
Log in

Similar oriya story from Children