STORYMIRROR

kamal kumar dash

Horror Romance Thriller

3  

kamal kumar dash

Horror Romance Thriller

ଗାର୍ଲଫ୍ରେଣ୍ଡ -୫

ଗାର୍ଲଫ୍ରେଣ୍ଡ -୫

1 min
131


  ସିମି ଓ ପିକେ ପୁରୀ ବୁଲି ଗଲେ ଓ ଗୋଟେ ହୋଟେଲ୍ ରେ ରହିଲେ । ସନ୍ଧ୍ୟାରେ ମନ୍ଦିର ଓ ସମୁଦ୍ର କୁଳ ବୁଲି ,ହୋଟେଲ୍ ରେ ଖାଇ ଶୋଇ ଗଲେ । ଅଧା ରାତିରେ ସିମି ଅଚାନକ ଉଠି ପଡିଲା ଓ ପିକେ କୁ ଉଠାଇଲା । ପିକେ ଉଠିଲା ପରେ ଦେଖିଲା ସିମି କାନ୍ଦୁଚି। ପିକେ ତାକୁ ପଚାରିଲା , ଆରେ କଣ ହେଲା ରାତି ଅଧରେ ଏମିତି କାନ୍ଦୁଛ କାହିଁକି ? ଶୁଣୁଛ ମୁଁ ସ୍ବପ୍ନ ଦେଖିଚି ,ତମେ ରିମି ମାନେ ତମ ଗାର୍ଲ ଫ୍ରେଣ୍ଡ ର ହାତ ଧରି ସମୁଦ୍ର କୁଳରେ ବୁଲୁଚ , ମୁଁ ପଛରୁ ଯେତେ ଡାକିଲେ ବି ଶୁଣୁନ , ଜୋରରେ ଲହଡି ଆସିଲା ତମେ ଦିଜଣ ଭାସି ଗଲ ।ଏତିକିକହି ସେରହିଗଲା । ପିକେ ତାକୁ ପଚାରିଲା , ଆରେ ତା ପରେ କଣ ହେଲା କୁହ ? ସେ କହିଲା ମୁଁ କହିବିନି , ମତେ ଲାଜ ଲାଗୁଚି ।ପିକେ ପଚାରିଲା କୁହ ଏଠି ଆଉ କେହି ନାହାନ୍ତି, ତୁମ ହଟ ଷ୍ଟୋରୀ ଶୁଣିବାକୁ ।ସିମି କହିଲା କିଛି ସମୟ ପରେ ମୁଁ ଦେଖିଲି ତୁମେ ରିମିକୁ  ହାତରେ ଟେକି ଧରି  ପାଣି ଭିତରୁ ବାହାରୁଛ ।ସେ ମୋଟୀ ,ପାଗଳୀ ତୁମକୁ ଜାବୁଡି ଧରିଛି ଓ କଣ ବକବକ କରୁଛି । ପିକେ ତାକୁ ପଚାରିଲେ ସବୁ ଠିକ ଯେ ତୁ କାନ୍ଦୁଛୁ କଣ ପାଇଁ ? ସେ କହିଲା ତମେ ଯଦି ତାକୁ ଉଠାଇ ବୁଲିବ ଓ ମୁଡାକିଲେ ଶୁଣିବନି ତାହାଲେ ମୋର ମନ କଣ ହେବ କହିଲ ? ପିକେ କହିଲା ହଁ ସତ କଥା , ମୋର ବି ମନ ବହୁତ ଦୁଃଖ ହେଲା ଯେତେବେଳେ ମୁଁ ସ୍ୱପ୍ନରେ ଦେଖିଲି କି , ରିମିର ପତି ତୁମ କୁଉଠାଇ ବୁଲୁଥିଲେ ।କିନ୍ତୁ ପଛରେ ସ୍ବପ୍ନ ଭାବି  ହସିଦେଲି । କାନ୍ଦ ବନ୍ଦ କରି ଛୋଟ ପିଲା ପରି ସିମି ପଚାରିଲା ସତରେ କଣ ତୁମେ ତାକୁ ଉଠାଇ ବୁଲିବନି ନl ? ପିକେ ତାକୁ ହଲାଇ ଦେଇ କହିଲା ପାଗଳୀ ଭଳି କଥା କହନି ,ଲୋକ ଶୁଣିଲେ ହସିବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Horror