ଗାଁ
ଗାଁ
ଗାଁ ରେ ଯିଏ ରହିଛି ସେ ଜାଣିଛି ଗାଁ ର ମହତ୍ୱ କଣ ? ଗାଁ ଶବ୍ଦର ଅର୍ଥ କଣ ? ସାଙ୍ଗ ମାନଙ୍କ ପାଖରୁ ଶୁଣିଥିଲି ମୃତ୍ୟୁ ହେଲା ବେଳେ ଜନ୍ମରୁ ଆଜିଯାଏ କରିଥିବା ପ୍ରତେକ କାଯ୍ୟ ଆଠ ମିନିଟ ମଧରେ ସ୍ପୀଡ଼ ମେସେଲ ରେ ଆଖୀ ଆଗ ରେ ନାଚି ଉଠେ ତା ପରେ ମନୁଷ୍ୟ ର ମୃତ୍ୟୁ ଘଟେ ଠିକ ସହିଭଳି ଆଜି ମୋ ସହିତ ଘଟିଛି ମୁଁ 75 ବର୍ଷର ବୃଦ୍ଧଟିଏ ମେଡିକାଲ ରେ ମୁଣ୍ଡଫଟା ଅବସ୍ଥାରେ ପଡ଼ିଅଛି ପକେଟ ରେ ରହିଛି ରକ୍ତାକ୍ତ ଛୁରୀ ଜନ୍ମହେଲା ଦିନରୁ ବହୁତ ପାପ କରିଛି ଆଜି ତାହା ଭୋଗୁଛି ଏଠୁ ବାହାରିବା ପରେ ମୁଁ ଜେଲକୁ ଯିବି, କେଜାଣି କାଇଁ ଆଜି ଗାଁ ବହୁତ ମାନେ ପଡୁଛି ଯେପରି ଲାଗୁଛି ମୁଁ କେବେ ଗାଁ କୁ ଯାଇପାରିବିନି ଏହି ଅବସ୍ଥା ରେ ମୁଁ ମେଡିକାଲ ରୁ ଖସି ବାହାରି ଆସିଲି ମୁଁ କୋଉ ମୁହଁ ନେଇ ଗାଁ କୁ ଯିବି ଜାଣିପାରୁନଥାଏ ପାଖାପାଖି 27 ବର୍ଷ ହେଲା ଗାଁକୁ ଯାଇନାହିଁ ଗାଁ ର ମୁଣ୍ଡରେ ଥିବା ଛୋଟ ହନୁମାନ ମନ୍ଦିର ଟିଏ ତା ପାଖରେ ଗୋଟିଏ ଛୋଟ ସ୍କୁଲଟିଏ ଓ ପାହାଡ଼ ସହିତ ଦୁଇଟି କେନାଲ ଓ ଗାଁ ର ଶେଷ ମୁଣ୍ଡରେ ରହିଛି ଏକ ବିରାଟ ପୋଖରୀ ଗାଁ ରେ ପ୍ରାୟ 40 ଟି ମାଟି ଘର ଗାଁ ରେ ଗୋଟେ ବି ଖେଳ ପଡିଆ ନାହିଁ ମୋର ସବୁ ସାଙ୍ଗ ମିଶି ବହୁ ଦୂର ଖେଳିବାକୁ ଯାଉ ପୋଖରୀ ଓ କେନାଲ ରେ ଗାଧେଇ ହଉ ସତେ ଜପରି ଲାଗୁଛି ଗାଁର ପାଣି ପବନ ମତେ ଡାକୁଛନ୍ତି ମୁଁ ରହି ପାରିଲିନାହିଁ ଏକ ନିଶ୍ୱାସ ରେ ଗୋଟିଏ ଟ୍ରକ ରେ ଗାଁକୁ ଗଲି ଗାଁର ମୁଣ୍ଡରେ ମୁଁ ପହଞ୍ଚିଲା ବେଳକୁ ଗାଁ ର ପବନର ବାସ୍ନାରେ ମୋ ଆଖି ରୁ ଦୁଇ ଠୋପା ଲୁହ ଖସିପଡ଼ିଲା ସେଠାରେ ଦେଖିଲା ବେଳକୁ ସେ ସ୍କୁଲ ନାହିଁ ସେହି ସ୍ଥାନରେ ଏକ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଛି ଗାଁର ଭିତରକୁ ଆସିଲା ବେଳକୁ ଗାଁରେ ଲାଟିନ ପର୍ଯ୍ୟନ୍ତ ପକା ଗାଁର ଶେଷ ଭାଗରେ ଥିବା ପୋଖରୀ ଆଉ ନାହିଁ ସେଠାରେ ଏକ ମିନି ଷ୍ଟାଡିଅମ ହୋଇଛି କାହାକୁ କିଛି ନ କହି ଗାଁରୁ ବାହରି ଆସିଲି ଭାବିଲି ପୋଲିସ ପାଖରୁ କେତେ ଦିନ ବଞ୍ଚିବି ଗାଁର ବଡ କେନାଲ ରେ ଆତ୍ମହତ୍ୟା କଲି ସବୁ ଶେଷ !
