ମୋ ଜେଜେ ବାପାଙ୍କ ଚଷମା
ମୋ ଜେଜେ ବାପାଙ୍କ ଚଷମା
ମୋ ଜେଜେବାପାଙ୍କ ନାଁ ନିତ୍ୟାନନ୍ଦ ସାମଲ l ନାଁ ଟା ଯେମିତି କାମଗୁଡାକ ବି ସେମିତି l ସମସ୍ତେ ତାଙ୍କୁ ସାର ବୋଲି ଡାକନ୍ତି l କାରଣ ସେ ଜଣେ ହେଡମାଷ୍ଟର l ମୁଁ କିନ୍ତୁ ତାଙ୍କୁ ଜେଜେ ବୋଲି ଡାକେ l ସେ ଆମ ଅଞ୍ଚଳର ଜଣେ ପ୍ରସିଦ୍ଧ ନାଗରିକ l କୁଆ କୋଇଲି ପଚାରିଲେବି ସେ ଜାଣିଥିବେ ତାଙ୍କୁ l ଆଗରୁ ଆମ ଘରେ ରୋଷେଇ ହୁଏ ଧାନଉଷା ହାଣ୍ଡିରେ ଗାଁ ସାରା ଲୋକ ଖାଆନ୍ତି l ସମସ୍ତେ ତାଙ୍କୁ ମାନନ୍ତି l ତାଙ୍କ ମୋ ଭିତରେ ଥିବା କାହାଣୀ ଯେତେ କହିଲେ ବି ସରିବନି l ଛୋଟ ବେଳୁ ମତେ ଲାଳନ ପାଳନ କରି ବଡ କଲେ ତା ଭିତରେ ମୁଁ ତାଙ୍କ ମୁହଁରେ ତିନି ଥର ମୁତିଛି l ଥରେ ମୋ ଜେଜେଙ୍କ ଚଷମା ଖଟ ତଳେ ପଡିଯାଇଥିଲା l ମୁଁ ତାକୁ ଆଣି ବେଞ୍ଚ ଉପରେ ରଖିଲି l ସକାଳୁ ଉଠିଲା ବେଳକୁ ମୋ ଜେଜେ ଜୋରରେ ପାଟି କରୁଛନ୍ତି l ମୋ ଜେଜେମା,ମାନେ ମୋ ବୋଉ ଉପରେ l ଶୁଣିଲା ବେଳକୁ ଜେଜେ କହୁଛନ୍ତି ରାତିରେ ଚଷମାଟା ଖଟ ତଳେ ରଖି ଶୋଇଥିଲି l ମୋ ଚଷମା କୁଆଡେ ଗଲା l ମୋ ବୋଉ କହୁଥାଏ , ସେଇଠି କୋଉଠି ରଖିଥିବ l ମୁଁ ସାଙ୍ଗେ ସାଙ୍ଗେ ଯାଇ ଦେଇଦେଲି l ଜେଜେ କହିଲେ କୋଉଠୁ ଆଣିଲୁ ମୁଁ ଜେଜେଙ୍କୁ ସବୁକଥା କହିଲି l ମତେ ମୋ ବୋଉ ଭହୁତ ପାଟି କଲା l ତାର ଦୁଇ ତିନି ଦିନ ପରେ ମୁଁ ଦେଖିଲି ଚଷମାଟି ବେଞ୍ଚ ଉପରେ ଅଛି ତାକୁ ନେଇ ଖଟ ତଳେ ରଖିଦେଲି l ନିଜକୁ ବହୁତ ଉପରକୁ ଟେକୁଥାଏ l ଭାବୁଥାଏ ଜେଜେ ଆଜି ମତେ ସାବାସ ଜଣାଇବେ l ମୋ ମନ ଗଗନରେ ଉଡୁଥାଏ l ସକାଳୁ ଉଠିଲା ବେଳକୁ ଭାବୁଥାଏ ଜେଜେ ଆଜି ମାତେ ଚକଲେଟ ଦେବେ l ଉଠିଲା ବେଳକୁ ବାପା କହୁଥାନ୍ତି ଚଷମା ? ଚଷମା କୋଉଠି ରଖିଛୁ ? ଖଟ ତଳେ l ସେଦିନ ବହୁତ ମାଡ ଓ ଗାଳି ଖାଇଲି l ମନେ ମନେ ଭାବୁଥାଏ ଖଟ ତଳେ ରଖିଲେ ଦୋଶ ନ ରଖିଲେବି ଦୋଶ l ଭାବିଲି ଚଷମା ଲୁଚାଇ ଦେବି l ସେଦିନ ଚଷମା ଲୁଚାଇ ବହୁତ ମାଡ ଖାଇଲି l ସେଦିନ ଚଷମା ଲୁଚାଇ ନଥିଲେ ବି ବହୁତ ମାଡ଼ ଓ ଗାଳି ଖାଇଲି , ଜେଜେଙ୍କ ପାଖରୁ l ସେଦିନ ଚଷମା ବାହାରିଲା ବୋଉ ପାଖରୁ ସେ କୋଉଠି ରଖିଦେଇ ଥିଲା l ମୁଁ ଆଉ ଜେଜେଙ୍କ ପାଖକୁ ଗଲି ନାହିଁ l ଦିନେ ଜଣଙ୍କ ବାଡ଼ିରୁ ଦୁଇଟି କମଳା ଛିଡାଇ ଆଣିଥିଲି ସେଦିଖି ଦେବାରୁ ଦୌଡ଼ି ଚାଲି ଆସିଲି l ମାମା ଗୋଟିଏ କଇଁଆ ଛଡ଼ ଧରି ଠିଆ ହୋଇଥାଏ l ମୋ ଜେଜେ ଆଶି ଛଡାଇଲେ ଅବଶ୍ୟ ସେତବେଳକୁ ଦୁଇ ଚାରି ଟା ନୋଳା ବସିଯାଇ ଥାଏ ମୋ ଦେହରେ l ଦିନେ ମୋର ଚଷମା କିଣାଗଲା l ମୋ ଚଷମା ସହ ଜେଜେଙ୍କ ଚଷମା ଅଦଳ ବଦଳ କରିବାକୁ ଭାରି ମଜା ଲାଗୁଥିଲା l ଚଷମା ଅଛି l ଚଷମାର ସ୍ମୁତି ଅଛି l କିନ୍ତୁ ସେ.....
