STORYMIRROR

Satyaprakash Sethy, M. A(UGC NET)

Tragedy Inspirational

4  

Satyaprakash Sethy, M. A(UGC NET)

Tragedy Inspirational

ଏକମାତ୍ର ସନ୍ତାନ

ଏକମାତ୍ର ସନ୍ତାନ

2 mins
499


ସେଦିନ ସୁନାକର ବାବୁ ଅଫିସ କାମ ଅଧା ରଖି ଲଞ୍ଚ ସମୟରେ ଘରକୁ ଆସିଥିଲେ। ଗଣ୍ଡେ ଶାନ୍ତିରେ ଖାଇ ପୁଣି ଫେରିବେ ଅଫିସ। ଦାଣ୍ଡ ଘରେ ମୋଟର ସାଇକେଲ ଚାବି କାଠିଟା ଥୋଇ ଦେଇ, ଖାଇବାରେ ବସି ପଡ଼ିଲେ। ପତ୍ନୀ ସୁହାସିନୀ ଭାତ ମାଂସ କି ଥାଳିଏ ବାଢି ଦେଲେ। ବୁଧବାର ଆଇଁଷ ବାରିଟା, ତେଣୁ ସଆଗ୍ରହରେ ସେ ଆଘ୍ରାଣ ଭରି ଖାଉଥାନ୍ତି। ଅନ୍ୟ ଜିନିଷ ପ୍ରତି ସେତେଟା ନଜର ନଥାଏ । ପୁଅ ମୁକୁଳ ସେପଟେ ମାଆଙ୍କ କାନ ପାଖରେ କ'ଣ ଫୁସଫୁସ୍ ହେଉଥାଏ।ପୁଅ କଥା କାଟି ନପାରି ବାପାଙ୍କୁ ଲୁଚେଇ ଗାଡି ଚାବି କାଠିଟା ମାଆ ଧରେଇ ଦେଲେ। ଗୋଟେ ଫୁର୍ତ୍ତିଲା ରାଉଣ୍ଡ ମାରିବା ପାଇଁ ଗାଡି ଚାବି କାଠିଟା ଧରି ପୁଅ ବାହାରି ଗଲା ରାଜ ରାସ୍ତାକୁ । ଅଷ୍ଟମ ଶ୍ରେଣୀର ଛାତ୍ର ସେ। ନୂଆନୂଆ ଗାଡ଼ି ଶିଖୁଥାଏ। ଭାରି ଛନଛନ ମନ।


ଖାଇସାରି ଅଫିସ ଯିବାକୁ ତରବର ହୋଇ ସୁନାକର ବାବୁ ଚାବି କାଠିଟା ଅଣ୍ଡାଳି ହେଲେ । ଏତିକି ବେଳକୁ ଦୁଇଟା ପୋଲିସ କନେଷ୍ଟବଳ ଘର ଫାଟକ ସାମ୍ନାରେ ଆସି ହାଜର। କହିଲେ - "ମୁକୁଳ ଆପଣଙ୍କ ପୁଅ?" ସୁନାକର ଆଶ୍ଚର୍ଯ୍ୟ ହୋଇ କହିଲେ- "ହଁ! "

ସେମାନେ କହିଲେ - "ମେଡିକାଲ ତୁରନ୍ତ ଆମ ସାଙ୍ଗରେ ଆସନ୍ତୁ, ସେ ଆକ୍ସିଡେଣ୍ଟ କରି ମେଡିକାଲରେ ଭର୍ତ୍ତି ହୋଇଛି। ତା ପର୍ସରେ ଆଧାର କାର୍ଡ ଥିବାରୁ ତା ପତା ନେଇ ଆମେ ଏଠାରେ ପହଞ୍ଚିଛୁ- ଖବର ଦେବା ପାଇଁ "। ସୁନାକର ବାବୁ ଆଉ କିଛି ଭାବିବା ପୂର୍ବରୁ ଅଗତ୍ୟା ସେମାନଙ୍କ ସାଙ୍ଗରେ ମେଡିକାଲ ଧାଇଁଲେ। ମେଡିକାଲରେ ପହଞ୍ଚିଲା ବେଳକୁ ପୋଷ୍ଟମର୍ଟମ ପାଇଁ ପ୍ରସ୍ତୁତି ଚାଲିଥାଏ। ସୁନାକର ବାବୁ କାନ୍ଦି କାନ୍ଦି ତଳେ ଲୋଟି ଗଲେ। ଘରକୁ ଫେରି ଆସିଲା ବେଳକୁ କାହାଠାରୁ ଆଗୁଆ ଖବର ପାଇ ପତ୍ନୀ ବେହୋସ୍ ହୋଇ ଘରେ ପଡ଼ିଥାନ୍ତି। ତାଙ୍କୁ ଘେରି ରହିଥାନ୍ତି ଅନେକ ଲୋକ।

ମୁକୁଳ ବାପାମାଆଙ୍କର ଏକ ମାତ୍ର ସନ୍ତାନ। ସମସ୍ତେ ହାଇପ ସାଇପ- "କ'ଣ ନ ହୋଇଗଲା ସତେ "। ଅଉ କେହି କହୁଥାନ୍ତି - "ବିନା ଲାଇସେନ୍ ରେ ଛୋଟ ପିଲାଟାକୁ ଗାଡି ଦେଇ ଦେବା କ' ଣ ଠିକ୍ ହେଲା କି "। ଯାହା ବି ହେଉ ଶରୀରଟା ଚକା ତଳେ ପୂରା ପେଷି ହୋଇ ଯାଇଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy