ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଦୁଇଟି ମିନି ଗଳ୍ପ

ଦୁଇଟି ମିନି ଗଳ୍ପ

1 min
7.5K


ବାଘ ମାତିଛି

ସେ ପାହାଡ଼ତଳ ଗାଆଁର ଆଖପାଖରେ ଥିବା କଣରେ ନକ୍ସଲବାଦୀ ଆଉ ସୁରକ୍ଷାବାହିନୀ ଭିତରେ ଛକାପଞ୍ଝା ଲାଗିରହିଥିବାରୁ ହିଂସ୍ର ଜୀବଗୁଡ଼ାକ ସେଠାରୁହଟିଯାଇଥିଲେ। ତେବେ ବିକିଛିଦିନ ହେଲା ଗାଆଁଲୋକଙ୍କର ଛେଳି ମେଣ୍ଢାମାନେ ଗୋଟେ ପରେ ଗୋଟେ ନିଖୋଜ ହୋଇଯାଉଥିଲେ। ସେମାନେ କୁଆଡ଼େ ଯାଉଥିଲେ ଜଣା ପଡୁନ ଥିଲା। ଗାଆଁର ଦିଶାରିଜଣେ ଅଭିଜ୍ଞ ତାନ୍ତ୍ରିକ ଗୁଣିଆ ହେଲେ ବିଏ ରହସ୍ୟ ଭେଦିପାରୁନ ଥିଲା।

ଦିନେ ସକାଳୁଡାଙ୍ଗିଡୁଙ୍ଗା ଆଣିବା ପାଇଁ ବଣକୁଯାଇଥିବା କଞ୍ଚାବୟସୀ ତିରିଲାଟିଏ ବେଳବୁଡ଼ ସରିକିପୂରା ଲଙ୍ଗଳା, ଅଧାମଲା ହୋଇ ଘୁଷୁରିଘୁଷୁରି ଗାଆଁକୁଆସିଲା। ସିଏ କିଛିକହିବାକୁଚାହୁଥିଲା, ହେଲେ ତୁଣ୍ଡ ଖୋଲିବା ଆଗରୁ ତା’ ପ୍ରାଣ ପିଣ୍ଡ ଛାଡ଼ିଦେଲା। ତା’ର ଗାଲ, ଛାତିଆଉ କେତେ ଥାନରେ ରାମ୍ପୁଡ଼ା କାମୁଡ଼ାର ଚିହ୍ନ ଦେଖିଗାଆଁଦିଶାରିକହିଲା, ‘‘ଏତେବେଳକେ ସେ ମୁଦା ଭେଦ ଖୋଲିଲା। ଗାଆଁଲୋକେ ଏବେ ସାବଧାନ ହୋଇଯାଅ, ଆମ ବଣରେ ଛେଳିମାଉଁସଖିଆ, ତରିଲା ରସପିଆ ନୂଆ ଜାତିଆ ବାଘ ମାତିଛି।’’

........................

ପଞ୍ଚ ମହାଭୂତ

ବଡ଼ ଅଫିସ୍‌ର ଚିକ୍କଣିଆ ମୋଟା ଗଦିରେ ବସୁଥିବା ଜଣେ ବଡ଼ବାବୁଙ୍କୁଦୁର୍ନୀତି ନିବାରଣ ବିଭାଗର ଅଧିକାରୀ ଜେରା କଲାବେଳେ ପଚାରିଲେ, ‘‘ମାତ୍ର ଦଶବର୍ଷର ଚାକିରିଭିତରେ ଆପଣ ଦଶ କୋଟିରୁଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତିଠୁଲ କଲେ କେମିତି?’’ ବଡ଼ବାବୁକହିଲେ, ‘‘ଜୀବର ଶରୀର କେଉଁଥିରୁସୃଷ୍ଟିତାହା ଆପଣ ଜାଣନ୍ତି?’’ ଜେରା କରୁଥିବା ଅଧିକାରୀ କହିଲେ, ‘‘ପୃଥ୍ଵୀ, ଆପ, ତେଜ, ବାୟୁଓ ଆକାଶରୁ।’’ ‘‘ତେବେ ଜୀବ ପ୍ରତିଏସବୁର ପ୍ରଚ୍ଛନ୍ନ ଆକର୍ଷଣ ରହିବ ନା ନାହିଁ?’’ ବଡ଼ବାବୁ ପୁଣି ପ୍ରଶ୍ନକରିଲେ। ଜେରା କରୁଥିବା ଅଧିକାରୀ କହିଲେ, ‘‘ଆକର୍ଷଣ ରହିବା ସ୍ୱାଭାବିକ।’’ ଏଥର ବଡ଼ବାବୁଟିକିଏ ହସିଦେଇ ବିସ୍ତାରପୂର୍ବକ କହିଲେ, ସିଏ ବିଭିନ୍ନ

ସମୟରେ ମୃତ୍ତିକା ସଂରକ୍ଷଣ, ଜଳସେଚନ, ବିଦୁ୍ୟତ୍‌ଉତ୍ପାଦନ, ଇନ୍ଧନ ବାଷ୍ପ ବଣ୍ଟନ ଏବଂ ଅନ୍ତରୀକ୍ଷ ପରୀକ୍ଷଣ ବିଭାଗରେ କାର୍ଯ୍ୟ କରିଥିବାରୁସେସବୁର କିଛିସାରାଂଶ ତାଙ୍କ ଶରୀର ପ୍ରତିଆକୃଷ୍ଟ ହୋଇ ସ୍ୱତଃ ପାଖକୁଚାଲିଆସିଛି। ତେଣୁଏ ସମ୍ପତ୍ତିଠୁଳ ପାଇଁତାଙ୍କୁଦାୟୀ କରାଯାଇପାରିବ ନାହିଁ। ଅଧିକାରୀ ପଚାରଲେି , ‘‘ତେବେ ଦାୟୀ କିଏ?’’ ବାବୁକହିଲେ, ‘‘ଏତେ କଥା ପରେ ବିଆପଣ ଜାଣିପାରୁନାହାନ୍ତି? ଦାୟୀ ହେଉଛି ସେ ହିପଞ୍ଚ ମହାଭୂତ।’’


Rate this content
Log in

Similar oriya story from Classics