Ambika Swain

Inspirational

3.1  

Ambika Swain

Inspirational

ଦୁଇବଣି

ଦୁଇବଣି

3 mins
14.3K


ସନ୍ଧ୍ୟା ସମୟ ରୀତା ଦେବୀ ଠାକୁର ଘରେ ଆଳତୀ କରୁ ଥାନ୍ତି, ହଠାତ ଫୋନର ଘଣ୍ଟି ବାଜି ଉଠିଲା । ରୀତା ଦେବୀଙ୍କର ସ୍ଵାମୀ ଶ୍ରୀକାନ୍ତ ବାବୁ ଫୋନ୍ରଟି ଉଠାଇ ହେଲୋ କହିବା ମାତ୍ରେ ପୁଅ ଚିନ୍ମୟ ନମସ୍କାର ଜଣାଇ କହିଲା ବାପା ମା’ ନାହାନ୍ତି କି ମା’ଙ୍କୁ ଫୋନ ଦିଅ ମା’ଙ୍କ ସହିତ କଥା ଅଛି ।ଶ୍ରୀକାନ୍ତ ବାବୁ ଡାକ ଛାଡିଲେ ଆରେ ରୀତା କୁଆଡେ ଗଲ ଚିନ୍ମୟ ଫୋନ କରିଛି ଆସ ।ରୀତା ଦେବୀ ତରତର ହୋଇ ପୂଜା ଘରୁ ଧାଇଁ ଆସିଲେ ,ଫୋନ ଧରି ହଁ ବେଟା କହ । ପୁଅ ସେ ପଟୁ କହି ଉଠିଲା ମାମା ବାବା ଅଉ ତୁମେ ଦୁଇ ଜଣ ଯାକ ବାଙ୍ଗାଲୋର ଆସ ମୁଁ ଫ୍ଲାଇଟ ଟିକଟ ଆଜି କରି ଦେଇଛି ଆସନ୍ତା ରବିବାର ଦିନ ୨ଟା ରେ ଫ୍ଲାଇଟ ଅଛି । ରିତାଦେବ ଏକଥା ଶୁଣି ଆଶ୍ଚର୍ଯ୍ୟ ହୋଇ ଗଲେ ଆରେ ବେଟା ଆମକୁ ନ ପଚାରି ଟିକେଟ କାଟି ସାରିଲୁଣି ହଁ ମୁଁ ତୁମକୁ ସରପ୍ରାଇସ ଦେବା ପାଇଁ ଟିକଟ କରିଦେଇଛି । ପ୍ଳିଜ ମାମା ବାବାଙ୍କର ତୁମ ର ଆସ ମୁଁ ତୁମକୁ କେବେ ଠାରୁ ଦେଖିନି ଦେଖିବାକୁ ଭାରି ଇଛା ହେଉଛି ଭାରି ଅନୁନୟ ହୋଇ କହୁଥଏ। ହଉ ଚିନ୍ମୟ ହେଲା ଆମେ ଯିବୁ ତୁ ତ ଟିକେଟ କରି ସାରିଲୁଣି ନ ଯାଇ ବାଟ କାହିଁ ଯେ । ଆଉ ମାତ୍ର ତିନି ଦିନ ଅଛି ,ତେଣୁ ରୀତା ଦେବୀ ବାଙ୍ଗାଲୋର ଯିବା ପାଇଁ ପ୍ରସ୍ତୁତିରେ ଲାଗି ପଡିଲେ ରାତି ପାହିଲେ ରବିବାର ରୀତା ଦେବୀଙ୍କ ଗୋଡ ତଳେ ଲାଗୁ ନ ଥାଏ ।ସବୁ ପାକିଙ୍ଗ କରି ସାରି ରାତିରେ ଶୋଇପଡିଲେ । ସକାଳୁ ସକାଳୁ ଶ୍ରୀକାନ୍ତ ବାବୁ ରୀତା ଦେବୀଙ୍କୁ ନିଦରୁ ଉଠାଇ ଜଲଦି ଜଲଦି କାମ ସାର ରୀତା ଏୟାରପୋର୍ଟ ଶୀଘ୍ର ଯିବାଜୁ ପଡିବ ।ଜଲଦି କାମ ସାର । ହଁ ମ ଚିନୁ ଆମର ଭାରି ଭଲପାଏ କାକରା ପିଠାକୁ ତ ଅଳ୍ପ କିଛି ବନେଇ ଦିଏ ନେଇ ଯିବା । ହଉ ଠିକ ଅଛି ବନେଇ ଦିଅ ,ମା’ ପୁଅ ପାଇଁ ପିଠା କରିନେବ ମୁଁ କଣ ମନା କରିବି ,ଏକି କି କଥା କହି ସ୍ମିତହାସ୍ୟ ଦେଲେ । ସବୁ କାମ ସରିଗଲା । ଡ୍ରାଇଭର ଗାଡ଼ି ବାହାର କଲା 2 ଘଣ୍ଟା ପୁର୍ବରୁ ଏୟାରପୋଟରେ ପହଂଚିବାର ଅଛି । ଘର ତାଲା ପକାଇ ଜିନିଷ ପତ୍ର ଧରି ଦୁହେଁ ଗାଡ଼ିରେ ବସିଲେ ।ଗାଡି ଚାଲିଲା ଆଗକୁ । ହଠାତ ଗୋପବନ୍ଧୁ ଛକ ପୂର୍ବରୁ ରାସ୍ତାରେ ଜମା ହୋଇଥାନ୍ତି ଲୋକ ରାସ୍ତା ପୂରା ଜାମ । ଗାଡ଼ି ଆଗକୁ ନ ଯିବାର କାରଣ କଣ ଜାଣିବାକୁ ଶ୍ରୀକାନ୍ତ ବାବୁ ଗାଡ଼ିରୁ ଓହ୍ଲାଇ ଦେଖିବାକୁ ଗଲେ ଯାହା ଦେଖିଲେ ସ୍ତମ୍ବିଭୁତ ହୋଇ ଗଲେ । ଆରେ ଏତ ରୀତାର ସାଙ୍ଗ ଅଳକା ।ତଳେ ପଡିଛି ରକ୍ତ ଲୁହାଣ ହୋଇ ମୁଣ୍ଡ ପୂରା ମାଡ଼ ହୋଇ ଯାଇଚି ଶୀଘ୍ର ହସପିଟାଲରେ ଭର୍ତ୍ତି କରିବାକୁ ପଡିବ ।ସଂଗେ ସଂଗେ ଦୌଡ଼ି ଆସି ରୀତାକୁ କହିଲେ ।ରୀତା ଦେବୀ ଗାଡ଼ିରୁ ବାହାରି ଆସିଲେ ଦେଖି କୋହ ସମ୍ବାଳି ପାରିଲେନି, ବ୍ୟସ୍ତ ହୋଇ ପଡିଲେ ଯାହା ହେଉ ଏହି ସମୟରେ ଆମ୍ବୁଲାନ୍ସ ଆସି ପହଂଚି ଗଲା । ତୁରନ୍ତ ୬ ନମ୍ବର ହସ୍ପିଟାଲରେ ଅଳକାକୁ ଆଡ଼ମିଶନ କରାଗଲା ।ତା’ର ମୁଣ୍ଡ ଫାଟି ପ୍ରଚୁର ରକ୍ତ ସ୍ରାବ ହେଲା ପରେ ତାର ସେନସ ନଥାଏ । ଡାକ୍ତର କହିଲେ ବ୍ଲଡ଼ ଦେବାର ଆବଶ୍ୟକତା ପଡୁଛି ।କଣ କରାଯିବ ତେଣୁ ହସ୍ପିଟାଲ ର ନିୟମ ଅନୁସାରେ ବ୍ଲଡ଼ ବଦଳରେ ବ୍ଲଡ଼ ଦିଆଯିବ ତେଣୁ ଶ୍ରୀକାନ୍ତ ବାବୁ ଓ ରୀତା ଦେବୀ ବ୍ୟସ୍ତ ହୋଇ ପଡୁଥାନ୍ତି କଣ କରିବେ ବୋଲି ଚିନ୍ତା କରୁଥାନ୍ତି ତେଣେ ଫ୍ଲାଇଟ ଟାଇମ ହୋଇ ଗଲାଣି ।

ଡାକ୍ତର ବ୍ଲଡ଼ ଦେବାର ବ୍ୟବସ୍ଥା କରନ୍ତୁ ତୁରନ୍ତ ଅଳକା ଦେବୀ ଙ୍କର B ପୋଜିଟିବରେ କାହାର ମେଚ କରୁଛି ଦେଖନ୍ତୁ ସଂଗେ ସଂଗେ ରୀତା ଦେବୀ କହିଲେ ମୋର ତ B ପୋଜିଟିବ ।ତେଣୁ ମୁଁ ବ୍ଲଡ଼ ଦେବି କିଛି କଥା ନାହିଁ ତୁରନ୍ତ ମୋ ଠାରୁ ବ୍ଲଡ଼ ନିଅନ୍ତୁ ରୀତା ଦେବୀ ବ୍ଲଡ ଦେବାପାଇଁ ବେଡ଼କୁ ଗଲେ ଶ୍ରୀକାନ୍ତ ବାବୁ ବାର ବାର ଘଣ୍ଟା କୁ ଚାହୁଁଥାନ୍ତି ତେଣେ ଫ୍ଲାଇଟ ଟାଇମ ଅତିକ୍ରାନ୍ତ କରି ଗଲାଣି ଆଉ ବାଙ୍ଗାଲୋର ଆଜି ଯାଇ ହେବନାହିଁ । ତେଣେ ପୁଅ ଠିକ ଟାଇମରେ ବାଙ୍ଗାଲୋର ଏୟାରପୋଟରେ ପହଂଚି ଦେଖେ ତ ଫ୍ଲାଇଟରେ ବାପା ମା’ ଆସି ନାହାଁନ୍ତି ।ବାପାଙ୍କ ପାଖକୁ ଫୋନ କଲାରୁ ଵାପା ସବୁ କଥା ପୁଅ ଚିନ୍ମୟକୁ କହିଲେ ,ଚିନ୍ମୟ ବାବା ମା’ ଯାଇ ନାହାଁନ୍ତି ବୋଲି ମନ ଦୁଃଖ ପରିବର୍ତ୍ତେ ତା ବାବା ମା’ଙ୍କର ଏ ମହାନ କାର୍ଯ୍ୟ ପାଇଁ ଖୁଵ ଖୁସି ହେଲା ଓ ତା’ ମା’ ରୀତା ଦେବୀଙ୍କୁ ପ୍ରଶଂସା କରି ତା ବାବାଙ୍କୁ କହିଲ। ମଇ ମାମା ଇଜ ଗ୍ରେଟ । ତେଣେ ଅଳକା ବ୍ଲଡ଼ ନେଇ ଚିକିତ୍ସିତ ହେଲା ପରେ ଅଳକାର ସେନସ ଆସିଲାଣି ।ହଠାତ ତା’ ପିଲା ଦିନର ସାଙ୍ଗ ରୀତାକୁ ନିଜ ପାଖରେ ଓ ଏମତି ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ।ସବୁ କଥା ସାଙ୍ଗ ରୀତାଠୁ ଜାଣି ଖୁସି ହେଲା । ରୀତାର ବାହାଘର ପର ଠାରୁ ଆଜି ଯାଏ କେବେ ଦେଖା ହୋଇ ନଥିଲା ଦୁଇ ଜଣଙ୍କର ପରସ୍ପର । କିନ୍ତୁ ରୀତା ତା ବାହାଘର ପରେ ଭୁବନେଶ୍ୱରରେ ରହିଲେ ଭି ଅଳକା ବାହାଘରକୁ ଗାଆଁକୁ ଯାଇଥିଲା ଶ୍ରୀକାନ୍ତ ବାବୁଙ୍କୁ ସାଙ୍ଗରେ ନେଇ ।

ସେବେ ଠରୁ ଶ୍ରୀକାନ୍ତ ବାବୁ ଅଳକା ସହିତ ପରିଚିତ ଥିଲେ । ତା' ପରେ ତ ଆଉ ଆଜିଯାଏ ଦେଖା ହୋଇ ନଥିଲା । ତେଣୁ ଆଜି ଏମିତି ବିପଦରେ ଏମତି ସଂଯୋଗ । ଆକ୍ସିଡେଣ୍ଟର ଯନ୍ତ୍ରଣା କଷ୍ଟକୁ ଅଳକା ନଜର ଅନ୍ଦାଜ କରି ରୀତା ସହିତ ପିଲାଦିନର ସବୁ ସ୍ମୃତିକୁ ଗୋଟି ଗୋଟି ମନେପକାଇ ଖୁସିରେ ଆତ୍ମହରା ହୋଇ ଯାଉ ଥାନ୍ତି ପରସ୍ପର । ପିଲା ଦିନେ ଏତେ ଦୁଇ ଜଣ ଯାକ ସାଙ୍ଗ ହେଉଥିଲେ ଯେ କେହି କାହାକୁ ଘଡିଏ ଛାଡ଼ୁ ନଥିଲେ ।ଏକାଠି ଖାଇବା ପିଇବା ଖେଳିବା,ବସିବା ଉଠିବା,ଏମିତି ଚାଲି ଥିଲା ଯେ ଗାଁ ଲୋକେ ଦୁଇ ଜଣଙ୍କୁ ଯୋଡି ବଣୀ ବୋଲି କହୁଥିଲେ ।ଏହି କଥାକୁ ମନେ ପକାଇ ଦେଲା ଦୁହେଁ ହସି ହସି ବେଦମ । ଶ୍ରୀକାନ୍ତ ବାବୁ ପାଖରେ ବସି ସବୁ ଶୁଣି ଶୁଣି ଶେଷରେ କହିଲେ ଆରେ ତୁମେ ଯୋଡି ବଣି ଗପୁ ଥାଅ । ମୁଁ ଯାଉଛି ବାହାରୁ ଟିକେ ଚା ପିଇ ଆସେ ସ୍ମିତହାସ୍ୟ ଦେଇ ଉଠି ଚାଲିଗଲେ ....। ଅଳକା ଓ ରୀତା ହାସ୍ୟ ଲାସ୍ୟ ବଦନରେ ଶ୍ରୀକାନ୍ତ ବାବୁଙ୍କୁ ଚାହିଁ ରହିଥିଲେ .........।।।।


Rate this content
Log in

Similar oriya story from Inspirational