STORYMIRROR

Ambika Swain

Drama Tragedy

2  

Ambika Swain

Drama Tragedy

ବାପାଙ୍କ ଚକ୍ଷୁରେ ନୀରବ ଲୋତକ

ବାପାଙ୍କ ଚକ୍ଷୁରେ ନୀରବ ଲୋତକ

3 mins
15K


ଜିତେନ୍ଦ୍ର ବାବୁଙ୍କ ଗୋଡ ଆଜି ତଳେ ଲାଗୁନି ଘରେ ବନ୍ଧୁବାନ୍ଧବଙ୍କ ଗହଳିରେ ଘର ପୂରି ଉଠୁଛି,ଆଜି ଗୋଟିଏ ବୋଲି ପୁଅ ସୋମୁର

ଆଜି ବାହାଘର, ଦୁଇ ଝିଅ ରିତା,ନିତାଙ୍କର ବାହାଘର ଆଗରୁ ସରି ଯାଇଛି ସେମାନେ ମଧ୍ୟ ଭାଈ ବାହାଘର ପାଇଁ ଆସି ପହଞ୍ଚିଛନ୍ତି । ବଡ ଝିଅ ସୁଦୂର ଲଣ୍ଡନରେ ରହେ । ତା ବର ସଫ୍ଟଓୟାର ଇଂଜିନିୟର । କୁନି ଝିଅଟି ତାଙ୍କର ମାତ୍ର ଦୁଇ ବର୍ଷର ,ନାତୁଣୀକୁ ଦେଖି ଭାରି ଖୁସି ଜିତେନ୍ଦ୍ର ବାବୁ। ହେଲେ ବାହାଘର କାମ ଭିତରେ ନାତୁଣୀ ସହିତ ଖେଳିବାଜୁ ଫୁରସତ ନାହିଁ । ମଝିରେ ମଝିରେ ନାତୁଣୀ ଟିକେ ଗେଲ୍ହା କରିଦେଇ ଭାରି ଆନନ୍ଦିତ ହେଉଥାନ୍ତି।

ତାଙ୍କ ସାନଝିଅ ଜ୍ୱାଇଁ ବାଙ୍ଗାଲୋର ଚାକିରୀ କରନ୍ତି ।ସମସ୍ତେ ଆସିଛନ୍ତି ଘର ପୂରି ଉଠୁଛି । ହେଲେ ଗୋଟିଏ ଅଭାବକୁ ଜିତେନ୍ଦ୍ର ବାବୁ ସହି ପାରୁ ନଥାନ୍ତି ! ତାଙ୍କ ସ୍ତ୍ରୀ ଶାନ୍ତି ଦେବୀଙ୍କର ଅନୁପସ୍ଥିତି ,ସେ କେବେ ଠାରୁ ସଂସାରରୁ ଚାଲିଗଲେଣି। ପୁଅ ସୋମୁ ଯେତେବଳେ ମାତ୍ର ୫ବର୍ଷର ହୋଇଥିଲା। ବ୍ଲଡ଼କ୍ୟାନ୍ସସର୍ ରେ ପୀଡ଼ିତ ହୋଇ ମାଆ ଶାନ୍ତି ଦେବୀ ଇହଧାମରୁ ବିଦାୟ ନେଲେ। ଦୁଇ ଝିଅ ହେଲା ପରେ ପୁଅଟିଏ ପାଇଁ କେତେ ଓଷା ବ୍ରତ କରି ଦିଅଁ ଦେବତା ପୂଜା ଆରାଧନା କରି ଦୁଇଟି ଝିଅ ପରେ ପୁଅଟିଏ ହୋଇଥିଲା,ହେଲେ,ପିଲା ମାନଙ୍କର ସବୁ ଅଳି ଅର୍ଦ୍ଦଳିକୁ ସ୍ୱାମୀଙ୍କ ଉପରେ ଲଦି ମମତମୟୀ ଶାନ୍ତି ଦେବୀ ଘରର ଯାବତୀୟ ଦାୟିତ୍ୱ ଓ ପିଲାମାନଙ୍କର ଭବିଷ୍ୟତକୁ ସ୍ୱାମୀଙ୍କୁ ସମର୍ପି ଆରପାରିକୁ ଚାଲି ଗଲେ ସିନା ,ଜିତେନ୍ଦ୍ର ବାବୁ

ବାପା, ମାଆ ଆକାଶ,ଧରିତ୍ରୀ ପରି କେତେ କଷ୍ଟ ସହି ପିଲାଙ୍କୁ ମଣିଷ କରିଛନ୍ତି,ସେ ହିଁ ଅନୁଭବୀ । ଛାତିକୁ ପଥର କରି,ଘରର ସବୁ ଦାୟିତ୍ୱକୁ

ମୁଣ୍ଡରେ ମୁଣ୍ଡେଇ ଛୋଟ ଛୋଟ ଛୁଆଙ୍କୁ ମା ବାପା ଉଭୟଙ୍କର ସ୍ନେହ ମମତା ଭଲପାଇବା ଆଦର ଯତ୍ନ କରି ମଣିଷ କରିବା କିଛି କମ କଥା ନୁହେଁ । ଯାହା ଭି ହେଉ ସବୁ ଛୁଆ ମନେ ଆଜି ବଡ ହୋଇ ନିଜ ଗୋଡ଼ରେ ଛିଡା ଖୁଵ ଖୁସିରେ ଅଛନ୍ତି । ପିଲାଦିନୁ ଆଜି ଯାଏ ପିଲାମାନଙ୍କୁ ତାଙ୍କ ମା'ର ଅନୁସ୍ଥିତି ଅନୁଭବ କରିବାକୁ ଦେଇନାହାନ୍ତି । ଯାହା ବି ହେଉ ଆଉ ଅଳ୍ପ ସମୟ ପରେ ବର ବାହାରି ଯିବ । ବେଶ ଧୁମଧାମରେ ପ୍ରସ୍ତୁତି ଚାଲିଛି ,ଜିତେନ୍ଦ୍ର ବାବୁଙ୍କ ମନରେ ଅକୁହା ଆନନ୍ଦ । ଆଉ କେଇ ଘଣ୍ଟା ପରେ ବାହାଘର ସାରି ବୋହୁ ଆଣିବେ ଘରକୁ । ବୋହୁ ଟିକୁ ତାଂକ ନିଜ ଝିଅମାନଙ୍କ ପରି କେତେ ସ୍ନେହ ଦେବେ। ଘର ପୂରି ଉଠିବ ପୁଅ ଅଫିସ ବାହାରି ଗଲା ପରେ ଆଉ ଏକଲା ପଣ ଅନୁଭବ କରିବେନି । ମନେ ମନେ କେତେ କଥା ଭାବି ଭାରି ଖୁସି ହେଉଥାନ୍ତି,ମନଅଜସ୍ର ଆନନ୍ଦରେ ଉଲ୍ଲସିତ ଶଙ୍ଖ ହୁଳହୁଳି ଶବ୍ଦରେ ଦାଣ୍ଡ ଉଛୁଳି ପଡିଲାଣି,ବର ବାହାରିଗଲା କନ୍ୟାଘରର ଅଭିମୁଖେ ବର ପିତା ହିସାବରେ ପୁଅର ମାମୁଁ ବାହାଘର କଲେ ବେଦିରେ ବସି ।ବହୁତ ଜାକଜମକରେ ବାହାଘର ସରିଗଲା । ପୁଅ ବୋହୁକୁ ଧରି ଜିତେନ୍ଦ୍ର ବାବୁ ଘରକୁ ଆସିଲେ, ମନରେ ଆନନ୍ଦ କହିଲେ ନ ସରେ...ଜିତେନ୍ଦ୍ର ବାବୁ ମଧ୍ୟ ଖୁବ ଆଡ଼ମ୍ବରରେ ଭୋଜିର ଆୟୋଜନ କରିଥାନ୍ତି। ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରିଥାନ୍ତି । ମଣ୍ଡପରେ ଅତିଥି ମାନେ ବୋହୁଟିକୁ ଦେଖି ଭୁରି ଭୁରି ପ୍ରଶଂସା କରୁଥାନ୍ତି । ଜିତେନ୍ଦ୍ର ବାବୁ ଯାହା ହେଉ ଆପଣ ବାଛି ବାଛି ଏତେ ସୁନ୍ଦର ବୋହୁଟି ଆଣିଛନ୍ତି ।ଘର ପୁରି ଯିବ । ଆପଣ ବହୁତ ଭାଗ୍ୟବାନ । ଜିତେନ୍ଦ୍ର ବାବୁ ଖୁସିରେ ଆତ୍ମହରା ବୋହୁର ପ୍ରଶଂସାରେ । ଭୋଜି ଭାତ ସରିଗଲା। ବନ୍ଧୁବାନ୍ଧବ ନିଜ ନିଜ ଘରକୁ ଗଲେ । ଝିଅମାନେ ମଧ୍ୟ ଭାଉଜ ହାତରେ ବାପାଙ୍କର ଦେଖାଶୁଣାର ପ୍ରତିଶ୍ରୁତି ପାଇ ନିଜ ନିଜ କର୍ମ ସ୍ଥଳୀକୁ ଚାଲିଗଲେ ।

ବୋହୁଟିର ଚାଲି ଚଳଣିରେ ଜିତେନ୍ଦ୍ର ବାବୁ ଖୁଵ ଖୁସି ଥାନ୍ତି । ଶ୍ୱଶୁରଙ୍କର ଖବର ବେଶ ସୁନ୍ଦର ଭାବେ ବୁଝୁଥଏ ବୋହୁ ଶେଫାଳି । ଜିତେନ୍ଦ୍ର ବାବୁଙ୍କ ମନରେ ଅସରନ୍ତି ଖୁସି । ଭଗବାନଙ୍କୁ ଅଶେଷ ଧନ୍ୟବାଦ ଜଣାଉଥାନ୍ତି । ଯାହାହେଉ ଏତେଦିନ ପରେ ମୋର ଦାୟିତ୍ୱ ଗଲା ଚିନ୍ତା ଭି ଗଲା । ହଠାତ ସମୁଦି ଫୋନ କଲେ ଅଷ୍ଟମଙ୍ଗଳ।କୁ ଝିଅ ଜ୍ବାଇଁଙ୍କୁ ତାଙ୍କ ଘରକୁ ପଠେଇବାପାଇଁ । ସମୁଦି ବିଶ୍ୱମ୍ବର ବାବୁଙ୍କର ଏକମାତ୍ର ଅଲିଅଳି ଝିଅ ଶେଫାଳି ।

ପୁଅ ବୋହୂ ସମୁଦୀଙ୍କ ଘରଜୁ ଗଲେ। ସେଦିନ ଅଷ୍ଟମଙ୍ଗଳାରେ ଘରକୁ ଫେରିବା କଥା । କିନ୍ତୁ ରାତ୍ରୀ ଡେରି ଯାଏ ନଆସିଲାରୁ ଜିତେନ୍ଦ୍ର ବାବୁ ସମୁଦିଙ୍କ ପାଖକୁ ଫୋନ କଲେ, ସମୁଦି କହିଲେ ପିଲାମାନେ ବାହାରି ଥିଲେ ହେଲେ କିଛି ଜରୁରୀ କଥାବାର୍ତ୍ତା ଥିବାରୁ ଅଟକାଇ ଦେଲି । ଜିତେନ୍ଦ୍ର ବାବୁ କିଛି ବୁଝି ପାରିଲେନି କି ଜରୁରୀ କଥା, ପଚାରି ଲେନି ମଧ୍ୟ । ତାପର ଦିନ ସନ୍ଧ୍ୟା ସମୟରେ ପୁଅ ବୋହୂ ପହଁଚିଲେ , ପୁଅର ମନରେ ଖୁସି ନଥିଲା ପରି

ଅନୁଭବ କଲେ , କଣ ହୋଇଛି ପୁଅ ? ପଚାରି ଲାରୁ ପୁଅ ବାପାଙ୍କ ହାତକୁ ରାତି 9/30 ରେ ଥିବା ଫ୍ଲାଇଟ ଟିକେଟ ଓ ତା ନାଁରେ ହୋଇଥିବା ଦିଲ୍ଲୀରେ ଥିବା ଶ୍ୱଶୁର ଘର ବିଲଡିଂର କାଗଜପତ୍ର ବଢ଼ାଇ ଦେଇ କହିଲା ବାପା ମୁଁ ଅଉ ତୁମ ପୁଅ ହୋଇନାହିଁ । ମୁଁ ବିକ୍ରୀ ହୋଇ ଯାଇଛି, କୋଟିପତିର ଶ୍ୱଶୁରଙ୍କ ପାଖର......ତୁମକୁ ଛାଡି ଆଜି ହିଁ ମୋତେ ଯିବାକୁ ପଡ଼ିବ ଯଦି ସେମାନଙ୍କ ସର୍ତ୍ତ ନ ମନୁଛି ତେବେ ଆମେ ଲୋକହସା ହେବା ବାପା । ତୁମ

ମୁଣ୍ଡ ତଳକୁ ହେବ । ଶେଫାଳିକୁ ସେ ଆମ ଘରେ ରହିବାକୁ ଦେବେନି କାରଣ ଶେଫାଳି ତାଙ୍କ ଅଲିଆଳି ଝିଅ ....ହାରି ଗଲି ବାପା, ହାରି ଗଲି। ..ପୁଅ ପିଠିରେ ହାତ ବାଡେଇ ଜିତେନ୍ଦ୍ର ବାବୁ କହିଲେ ନାଁରେ ପୁଅ ଖୁସି ଖୁସିରେ ଦିଲ୍ଲୀ ଯା। ଦୁଇଜଣ ଯାକ ଖୁସିରେ ରୁହ ଆଶୀର୍ବାଦ କରୁଛି। ଶ୍ୱଶୁର ଘରୁ ଆସିଥିବା କାରରେ ଜିନିଷପତ୍ର ଲଦି ପୁଅ ବୋହୁ ଏୟାରପୋର୍ଟ ଗଲେ ଦିଲ୍ଲୀ ଅଭିମୁଖେ। .... ଜିତେନ୍ଦ୍ର ବାବୁ ବିଛଣାରେ ପଡ଼ି ମୁଣ୍ଡ ଉପରେ ଟଙ୍ଗା ହୋଇଥିବା ଶାନ୍ତି ଦେବୀଙ୍କ ଫୋଟୋକୁ ଚାହିଁ ଏକଲା ପଣର ନିରବ ଲୋତକ ଦୁଇଧାରେ ବହିଗଲା .....

,★★

ଅମ୍ବିକା ସ୍ଵାଇଁ

ଭୁବନେଶ୍ୱର

9777599695


Rate this content
Log in

Similar oriya story from Drama