STORYMIRROR

Supriya Samal

Children

3  

Supriya Samal

Children

ଦୁଇ ଧାର ଲୁହ

ଦୁଇ ଧାର ଲୁହ

2 mins
172

ବାସ୍ତବିକ ଏ କଥା ସତ ଗୋଟେ ନାରୀର ମନ ବୁଝିବା ସାଗରରେ ଟଙ୍କା ପକାଇ ଖୋଜିବା ସହ ସମାନ ।ସେଇଥି ପାଇଁ ତ ଝିଅର ବିବାହ କଥା ପଡିଲେ ଘର ଲୋକକୁହନ୍ତି ମୋ ଝିଅର ମନ ବୁଝୁ ଥିବା ପୁଅ ଆମର ଦରକାର ।ଝିଅ ଟିଏ ଜନ୍ମ ହୁଏ,ଖୁବ ଯତ୍ନରେ ବଢେ ।ଧୀରେ ଧୀରେ ତା ଜୀବନରେ ହସ ଖୁସି, ସୁଖ ଦୁଃଖ ସବୁର ପାଦଚିହ୍ନ ପଡେ ।ତା ପରିବାର ଲୋକ ତାଙ୍କୁ ଖୁବ ଆଦର ଦିୟନ୍ତି ।ବାପା ଙ୍କର ସେ ଜୀବନ ଥାଏ । ଆଉ ମାଆର ନୟନ ପିତୁଳା । ଆଖିରେ ଆଖିଏ ସ୍ବପ୍ନ ଭରିରହି ଥାଏ । ଖୁବ ଭଲ ପାଠ ପଢ଼ିବି । ବହୁତ ପଢ଼ିବି । ମୋ ବାପା ମାଆ ନାଁରଖିବି ।


ସମୟର ଗାଡି ବା କାହାକୁ ଅପେକ୍ଷା କରେ?? ଝିଅ ଟି ବଡ଼ ହେଲା ଆଉ ବହୁତ ଭଲ ପାଠ ପଢି ଖୁବ ନାଁ କଲା । କେବଳ ଯେ ପଢାରେ ନୁହେଁ ସଂଗୀତ, ନୃତ୍ୟ, କବିତା, କାହାଣୀ, ଭାଷଣ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ ଆଦି ସମସ୍ତରେ ସେ ପାରଙ୍ଗମ ଥିଲା । ବାପା ତାର ସମସ୍ତ ଇଚ୍ଛାଶକ୍ତି ଓ ବୁଦ୍ଧିକୁ ଦେଖି ତାକୁ ଆହୁରି ପଢ଼େଇଲେ । ଦିନେ ଝିଅଟି ତା ଗାଁକୁ ଯାଇ ଥାଏ । ଗାଁରେ ତା ସାଙ୍ଗର ସବୁ ଝିଅ ବାହା ହେଇ ନିଜ ଶାଶୁ ଘରେ ଅଛନ୍ତି । ଏ କଥା ଦେଖି ଦୁଇ ତିନି ଜଣ ସ୍ତ୍ରୀ ଲୋକ ସେ ଝିଅକୁ କହିଲେ ଆଲୋ ତୋ ବାପା କଣ ତତେ ବାହା ଦବନି?? କି କାହା ସହ ପଳେଇବୁ??ଆମେ ତୋ ପାଇଁ ପୁଅ ଖୋଜି ଦବୁ କିଲୋ??


ତାର ଉତ୍ତର ଝିଅଟି କହିଲା ମୋ ବାପା ତମ ପରି ନୁହେଁ ଯେ ଯୌତୁକ ଲୋଭରେ ନିଜ ଝିଅର ସମସ୍ତ ଜ୍ଞାନ ବୁଦ୍ଧି ଆଉ ପରିଶ୍ରମକୁ ବିବାହର ନିଆଁରେ ପୋଡି ଦେବେ । ବିବାହ କରିବାର ସଠିକ ସମୟ ଆସିଲେ ମୁଁ ବିବାହ କରିବି ।ତା ଛଡା ଏଇଟା ମୋ ଜୀବନର କଥା ତୁମେ କହିବାକୁ କିଏ??? ପ୍ରଥମେ ନିଜକୁ ଶ୍ରେଷ୍ଠ କରି ଗଢିବା ମୋ ବାପା ଶିଖେଇଛନ୍ତି । କେବଳ ଯେ ବିବାହର ଯଜ୍ଞକୁଣ୍ଡରେ ସତ ବଚନ ନେଇ ଗଲେ ବିବାହ ସମ୍ପୂର୍ଣ ଏ କଥା ନୁହେଁ । ବିବାହ ଏକ ଦାୟିତ୍ୱ ଯାହା ଖୁବ ଯତ୍ନର ସହ ସମ୍ପାଦନ କରିବାକୁ ହୁଏ । ଦୁଇ ଧାର ଲୁହ ସହ ଏ ସବୁ କଥା ମନ ଭିତରୁ କହି ନେଉ ଥାଏ ସେ ଝିଅ । ବାସ୍ତବିକ ନାରୀକୁ ଏକ ସୁଯୋଗ ଦେବା ଉଚିତ । ଯାହା ଦ୍ଵାରା ସେ ବହୁତ ଆଗକୁ ଯାଇ ପାରିବ । ପୁରୁଷ ଠାରୁ ଯେ ନାରୀ କିଛି କମ ନୁହେଁ ତାହା ସମାଜ ଜାଣି ପାରିବ । ସେ ଝିଅ ଟି ଆଉ କେହି ନୁହେଁ ମୁଁ । ଆଉ ମୋ ସାହସ, ମୋ ପ୍ରେରଣା, ମୋ ଶକ୍ତି, ମୋ ବାପା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Supriya Samal

Similar oriya story from Children