STORYMIRROR

Supriya Samal

Others

2  

Supriya Samal

Others

ମୋ ମାଆ

ମୋ ମାଆ

2 mins
144


ସେଦିନ ଆମ ଘର ପାଖରେ ଜଣେ ଅଜାଙ୍କ ଦେହାନ୍ତ ହେଲା ବୋଲି ମାଆ ତାଙ୍କ ଗାଆଁକୁ ଯାଇ ଥିଲେ ଶେଷ ଦର୍ଶନ ପାଇଁ | ସେଇଠୁ ଆସିଲା ବେଳକୁ ପ୍ରାୟ ପାଞ୍ଚଟା ବାଜି ଗଲାଣି |ମାଆ ନ ଥିଲା, ଆଉ ମୋ ଦେହ ବହୁତ ଖରାପ ଥିଲା, ଆଉ ବାପା ବି ଅଫିସ ଯାଇଥିଲେ ଯେ ପାଞ୍ଚଟାରେ ଆସିଲେ |ଆମେ ସବୁ ମିଶକି କଥା ହେଉ ଥିଲୁ | ତାପରେ ମାଉସୀ ଫୋନ ଆସିଲା |ସେ ସୁମ ମାଉସୀଙ୍କ ବାହାଘର ପରେ ଭଲରେ ନାହାନ୍ତି ବୋଲି କହୁଥିଲେ, ମାଆ ଏ ବାହାଘର ପ୍ରସ୍ତାବ ଦେଇଥିଲେ |ତା ପରେ ସେ ମାଆଙ୍କୁ ଦୋଷ ଦେଲେ ମୁଁ ସହି ପାରିଲିନି ମାଆଙ୍କ ହାତରୁ ଫୋନ ଆଣି ମାଉସୀଙ୍କୁ ଜବାବ ଦେଲି କହିଲି ମୋ ମାଆ କଣ ଏକା ଏ ବାହାଘର କରି ଦେଲେ ତମେ ତାଙ୍କୁ ଦୋଷ ଦଉଚ? ତମ ସମସ୍ତଙ୍କୁ ପଚରା ଗଲା ତମେ ସମସ୍ତେ ତାଙ୍କ ଘରକୁ ବୁଲି ଗଲ? ତମେ କହିଲ ଭଲ ଏବେ ମୋ ମାଆ କୁ ଦୋଷ???? ମାଉସୀ କହିଲେ ମଝିରେ କଣ ପଶିକି କହୁଚୁ?? ମୁଁ କହିଲି ମୋ ମାଆ ସବୁ ସହୁଛି ବୋଲି ତମେ କହି ଚାଲିବ? ତା ପରେ ସେ କହିଲେ ଏ ସବୁ କଉଠୁ ଶିଖିଲୁ ବିଜ୍ଞାନ ପାଠ ପଢ଼ୁଛୁ ବୋଲି କଣ କହୁଚୁ? ମୁଁ କହିଲି ହଁ ମୁଁ ଏବେ ବଡ଼ ହେଲଣି ଠିକ ଭୁଲ ଜାଣିଲିଣି ଆଉ ମୋ ମାଆ ସେ ଆଉ କେହି ନୁହେଁ ଯେ ଚୁପ ରହିବି!!!ତା ଛଡା ମୋ ବାପା ମାଆ କେବେ ଶିଖେଇ ନାହାନ୍ତି ଭୁଲରେ ଚୁପ ରହିବାକୁ ସେ ଯିଏ ବି ହଉ?? ତା ପରେ ମାଉସୀ ମତେ ବହୁତ ଗାଳି କଲେ | କହିଲେ ଭଲପାଇକି ଏ ସବୁ ସେଇଠୁ ଶିଖୁଛୁ??? ମୁଁ ରାଗିଗଲି, କହିଲି ତୁ କିଏ?? ମୋ ଚରିତ୍ର ଉପରକୁ ହାତ ଉଠେଇବାକୁ???? ଆଜିର ଜେନେରେସନ କଣ ସବୁ ପିଲା ଖାଲି ଭଲ ପାଉଛନ୍ତି??? ତା ପରେ ତାଙ୍କୁ ଗୋଟେ କଥା କହିଲି, ଦେଖ ତତେ କହୁଛି ମୁଁ ଭଲ ପାଇନି ହେଲେ ଏମିତି ପୁଅ ଗୋଟେ ଭଲପାଇକି ବାହା ହେଇକି ଦେଖେଇବି, ସେମିତି ପିଲା ତୁ କେବେ ଦେଖି ନ ଥିବୁ!!! ମୋ ବାପା ମାଆ ମୋ ସବୁ କଥା ଶୁଣୁଥିଲେ ମୋ କଥାରେ ସେ ଖୁସି ଥିଲେ, ତାର ଗୋଟେ କାରଣ ତାଙ୍କ ଝିଅ ତାଙ୍କ ସହ ଅଛି ଆଉ ଯିଏ କଣ ଯାହା କହିଲେ ସହି ପାରୁନି | ବାପା ମୁରୁକି ହସୁଥିଲେ | ମୁଁ ଫୋନ କାଟିବା ପରେ ବାପା ମୋତେ କହିଲେ ଠିକ କରିଛୁ | ମତେ ଏବେ ଡର ନାହିଁ ସବୁ କଥାକୁ ମୁଁ ସାମ୍ନା କରି ପାରିବି | ମୋ ଆଈ ବି ମତେ କହିଲା ବହୁତ ଭଲ କରିଛୁ ତାକୁ କହିକି | ଆଜି ମୋର ପ୍ରଶ୍ନ..... ମାଉସୀ କଣ ମାଆ ନୁହେଁ? ଆଉ ମାଆ ବାପାଙ୍କୁ ଭୁଲ କହୁଥିବା ଲୋକକୁ କଣ ଆମେ ନିଜକୁ ଭଲ ଦେଖେଇ ହେଇ ଛାଡି ଦବା?? ମୁଁ କହୁଛି ଯଦି ଥରେ ଭୁଲ ପାଇଁ କହି ବନି ତ ସେ ବାରମ୍ବାର ହେବ, ତ ପ୍ରଥମରୁ ଏ ସବୁକୁ ବନ୍ଦ କରିବା ଠିକ | ମୁଁ କଣ ଜବାବ ଦେଇ ଭୁଲ କରି ଥିଲି? ମୋ ମାଆ ସେ ମୋ ଜୀବନ | ବାପା ମାଆଙ୍କ ସହ ସବୁ ବେଳେ ଛିଡା ହେବି ଏଇଟା ମୋ କର୍ତ୍ତବ୍ୟ |



Rate this content
Log in