ମୋ ବାପା
ମୋ ବାପା
ବାପା ସେଦିନ ଭୁବନେଶ୍ୱର ଯାଇ ଥିଲେ | ତାଙ୍କର ସେ ଦିନ ଜନ୍ମଦିନ ଥିଲା | ମୁଁ ସକାଳୁ ଉଠିକି ଶୁଭେଚ୍ଛା ଜଣେଇଲି | ତା ପରେ ମୁଁ ମୋ ପଢା ଥିଲା ବୋଲି ଟ୍ୟୁସନ ଗଲି | ଆସିଲା ପରେ ମାଆ କହିଲା ରୋଷେଇ କରିବାକୁ ସେଇଠୁ ମୁଁ ରୋଷେଇ କଲି | ବାପା ମତେ ପ୍ରାୟ ବେଳା ସମୟ ବାରଟା ବେଳେ ଫୋନ କଲେ | କହିଲେ ତୋ ପାଇଁ କଣ ନେଇକି ଯିବି? ମୁଁ କହିଲି କଣ ଆଣିବ ଥାଉ ବୁଲିକି ମଜା କରିକି ଆସ | ସେଇଠୁ କହିଲେ ଶୀତ ଦିନ ହେଲାଣି ତ ପାଇଁ ସ୍ଵେଟର ନେଇକି ଯାଉଛି | ମୁଁ କହିଲି ହଉ ଠିକ ଅଛି | ତା ପରେ ଆଉ ଟିକେ ସମୟ ପରେ ପୁଣି ଫୋନ କଲେ କହିଲେ କି ତ ମାଆ ପାଇଁ ଶାଢ଼ୀ ଆଣିଛି ପସନ୍ଦ ହବତ | ମୁଁ କହିଲି ହଁ ହବ | ତା ପରେ ପୁଣି ଫୋନ କଲେ କହିଲେ, ନାତୁଣୀ ପାଇଁ ବି ଗୋଟେ ସ୍ଵେଟର କିଣୁଛି | ମୁଁ କହିଲି ବାପା ଏତେ ସବୁ କାଇଁ ଆଣୁଛ?? ବାପା କହିଲେ କି ହଁ ନେଇ ଯାଉଛ
ି | ମୁଁ କହିଲି ବାପା ତମେ ତମ ପାଇଁ କଣ କିଛି ଆଣୁନ କି?? ବାପା କହିଲେ ମୋ ପାଇଁ କଣ ନେବି?? ମୁଁ କହିଲି ସ୍ଵେଟର ଆଣୁନ?? କହିଲେ ଅଛି ତ ମୋର ଆଉ କଣ ହବ | ବାପା ତାଙ୍କ ପାଇଁ କେବେ କିଛି ବି ଆଣନ୍ତିନି | ଯାହା ମାଆ ଆଉ ମୁଁ କିଣିକି ଆଣୁ | ବହୁତ ଅଳ୍ପ ଜିନିଷ ଥିବା ଜଉଟା କି ବାପା ତାଙ୍କ ପାଇଁ କିଣିକି ଆଣନ୍ତି | ସେ ଦିନ ବି ଠିକ ସେଇୟା ହେଲା ସେ ତାଙ୍କ ପାଇଁ କିଛି ବି ଆଣି ନ ଥିଲେ | ବାପା ଜୀବନର ଅମୂଲ୍ୟ ସମ୍ପଦ | ଯାହାକି ସମସ୍ତଙ୍କ ଭାଗ୍ୟରେ ନ ଥାଏ | ମୁଁ ବହୁତ ଭାଗ୍ୟବତୀ ମୋତେ ମୋ ବାପା ମିଳିଛନ୍ତି | ତାଙ୍କ ପାଇଁ ମୁଁ ସବୁ ବେଳେ ଗର୍ବିତ | ସେ ସର୍ବଦା ମୋ ଶୁଭଚିନ୍ତକ | ମୋ ବାପା ମୋ ସବୁ ଇଚ୍ଛାକୁ ପୂରଣ କରନ୍ତି | କେବେ ମତେ ଝିଅ ଭାବି ନୀଚ ଚକ୍ଷୁରେ ଦେଖି ନାହାନ୍ତି | ମୋ ବାପା ମୋ ପ୍ରକୃତ ଭଗବାନ |