ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଦୁଇ ବାମନ

ଦୁଇ ବାମନ

2 mins
7.3K


ଶ୍ରୀମତୀ ସୁଜାତା ସିହ୍ନା

ଜଣେ ଗରିବ ମୋଚି ଓ ତାର ସ୍ତ୍ରୀ ଗୋଟିଏ କୁଡିଆ ଘରେ ରହୁଥିଲେ l ସେ ତାଙ୍କର ଘର ଆଗରେ ଗୋଟିଏ ଜୋତା ଦୋକାନ କରୁଥିଲେ l ମୋଚି ସବୁ ଦିନ ଗୋଟିଏ ହଳ ଜୋତା ତିଆରି କରି ବିକ୍ରି କରେ l ଯେଉଁ ଦିନ ଜୋତା ବିକ୍ରି ହୁଏ ସେହି ଦିନ ସ୍ଵାମୀ ସ୍ତ୍ରୀ ଦୁଇ ଜଣ ପେଟ ପେଟ ପୁରା ଦୁଇ ବେଳା ଖାଆନ୍ତି ନ ହେଲେ ଏମିତି ଦୁଇ ତିନି ଦିନ ଉପାସରେ ରହିବାକୁ ପଡ଼େ l

ଦିନେ ମୋଚି ବଜାରରୁ ଏକ ହଳ ଜୋଟା ପାଇଁ ଚମଡା କିଣି ଆଣିଲା ଓ ତାକୁ କାଟି ରଖିଦେଲା l ଭାବିଲା ଆସନ୍ତା କାଲି ସକାଳେ ଏହାକୁ ସିଲେଇ କରିବି l ତା’ ପରେ ସେ ଦୋକାନ ବନ୍ଦ କରି ଦେଇ ତା’ ଘରକୁ ଚାଲିଗଲା l ତା’ ପରଦିନ ସକାଳେ ସେ ଆସି ଦେଖେ ତ ସେ କଟା ଚମଡ଼ା ପରିବର୍ତ୍ତେ ସେଠି ସୁନ୍ଦର ଏକ ଯୋଡ଼ା ଜୋତା ତିଆରି ହୋଇ ରହିଛି l ସେ ଜୋତା ତିଆରି ହୋଇ ରହିଛି l ସେ ଜୋତା ଦୁଇଟିକୁ ଏପଟ ସେପଟ କରି ଦେଖୁଥିବା ସମୟରେ ଜଣେ ଲୋକର ସେହି ଜୋଟା ଉପରେ ନଜର ପଡ଼ିଲା l ସେ କହିଲା ଭାଇ ମତେ ସେ ଯୋତା ହଳକ ବିକ୍ରି କରିଦିଅ l ଲୋକଟି ଏତେ ଖୁସି ହୋଇଗଲା ଯେ ମୋଚିକୁ ଜୋତାର ମୂଲ୍ୟ ଠାରୁ ଦୁଇଗୁଣ ଦେଇ ପଳାଇ ଗଲା l ମୋଚି ସେହି ପଇସାରେ ଦୁଇ ହଳ ଜୋତା ପାଇଁ ଚମଡା କିଣି ଆଣିଲା l

ସେଦିନ ମଧ୍ୟ ଚମଡ଼ା କାଟୁ କାଟୁ ସଞ୍ଜ ହୋଇଗଲା l ସେ ପୂର୍ବ ପରି ଦୋକାନ ବନ୍ଦ କରି ଘରକୁ ଚାଲିଗଲା l ତା’ ପରଦିନ ଆସି ଦେଖେ ତ ଦୁଇହଳ ସୁନ୍ଦର ଜୋଟା ତିଆରି ହୋଇ ରହିଛି l ରାସ୍ତାରେ ଯାଉଥିବା ଜଣେ ବାଟୋଇର ସେହି ଜୋତା ଉପରେ ନଜର ପଡିଲା l ସେ ଦୁଇ ହଳ ଜୋତାର ଦାମ ଦୁଇଗୁଣା ଦରରେ କିଣି ନେଇଗଲା l ଏହିପରି ମୋଚି ସବୁଦିନ ଚମଡା କାଟି ରଖିଦେଇ ଯାଏ ଏବଂ ସକାଳୁ ଦେଖିବା ବେଳକୁ ସୁନ୍ଦର ସୁନ୍ଦର ଜୋତାମାନ ତିଆରି ହୋଇ ରହିଥାଏ l

ଦିନେ ସେ ତାର ସ୍ତ୍ରୀକୁ କହିଲା- ଆଜି ଆମେ ଏହି ଦୋକାନ ମଧ୍ୟରେ ଲୁଚିରହି ଦେଖିବା ପ୍ରକୃତରେ କିଏ ଏତେ ସୁନ୍ଦର ସୁନ୍ଦର ଜୋତାମାନ ତିଆରି କରିଦେଇ ଯାଉଛି l ସେହି ଦିନ ରାତିରେ ମୋଚି ଜୋଟା ପାଇଁ କିଛି ଚମଡ଼ା କାଟି କରି ରଖିଦେଲା ଓ ସ୍ଵାମି ସ୍ତ୍ରୀ ଦୁଇଜଣ ଦୋକାନରେ ଥିବା ଆଲମାରୀ ପଛପଟେ ଲୁଚି ରହିଲେ l ଅଧିକ ରାତି ହେବା କ୍ଷଣି ଦୁଇଜଣ ବାମନ ଝରକା ବାଟ ଦେଇ ଦୋକାନ ଭିତରକୁ ପ୍ରବେଶ କଲେ l ସେମାନେ ତାଙ୍କର ଛୋଟ ଛୋଟ ହାତରେ ଜୋତା ଗୁଡିକୁ ସିଲେଇ କରିବାକୁ ବସିଗଲେ l କିଛି ସମୟ ଭିତରେ ସେଗୁଡିକ ସଂପୂର୍ଣ୍ଣ କରିଦେଇ ଚାଲିଗଲେ l ଏସବୁ ଦେଖି ମୋଚି ଓ ତା’ର ସ୍ତ୍ରୀ ଆଶ୍ଚର୍ଯ୍ୟ ହୋଇଗଲେ ଓ କହିଲେ ଏ ବାମନ ଦୁଇଜଣ ସବୁଦିନ ଆମର କେତେ ଉପକାର କରୁଛନ୍ତି l

ମୋଚି କହିଲା- ମୁଁ ଆଜି ସେମାନଙ୍କ ପାଇଁ ଦୁଇ ହଳ ଜୋତା ତିଆରି କରିବି ଆଉ ତାର ସ୍ତ୍ରୀ କହିଲା- ମୁଁ ତାଙ୍କ ପାଇଁ ଦୁଇ ହଳ ସୁନ୍ଦର ସୁନ୍ଦର ପୋଷାକ ଓ ଟୋପି ତିଆରି କରିବି l ସେମାନେ ଏହାକୁ ପିନ୍ଧି ସୁନ୍ଦର ଦିଶିବେ l ଏହା କହି – ଆଲମାରି ପଛପଟେ ଲୁଚି ରହିଲେ l

କିଛି ସମୟ ପରେ ଦୁଇ ବାମନ ଝରକା ବାଟ ଦେଇ ଦୋକାନକୁ ପ୍ରବେଶ କଲେ ଓ ଦେଖିଲେ ଆଜି ଚମଡ଼ା ବଦଳରେ ସୁନ୍ଦର ସୁନ୍ଦର ଦୁଇହଳ ଜୋତା ଦୁଇହଳ ପୋଷାକ ଆଜି ରଖା ଯାଇଛି l ସେମାନେ ତାହାକୁ ପିନ୍ଧିଲେ ଓ ଆନନ୍ଦରେ ଖୁସି ହୋଇ ନାଚିବାକୁ ଲାଗିଲେ l ତା’ପରେ ସେମାନେ ନାଚି ଗାଈ ସେଠୁ ପଳାଇଲେ l


Rate this content
Log in

Similar oriya story from Children