STORYMIRROR

Manaswani Sahoo

Inspirational

4  

Manaswani Sahoo

Inspirational

ଦୀନବନ୍ଧୁ

ଦୀନବନ୍ଧୁ

1 min
423

ପୁରୀ ବଡ଼ ଦାଣ୍ଡରେ ଡହଡହ ଖରାରେ ପିଲାଟି ସଳିତା ଓ ନିର୍ମାଲ୍ୟ ବିକ୍ରି କରୁଥାଏ।ଲୋକ ମାନେ ମୂଲଚାଲ କରୁଥାନ୍ତି।ଏହିସମୟରେ ଜଣେ ସହୃଦୟ ବ୍ୟକ୍ତିଙ୍କ ନଜର ପଡିଲା ପିଲାଟିର ପାଦ ଉପରେ ।ବିଚରାର ପାଦ ଦୁଇଟି ଜଳି ଯାଉଥିଲା ।ମଝିରେ ମଝିରେ ଅସହ୍ୟ ହେଲେ ପାଖରେ ଥିବା ବୋତଲ ରୁ ମଝିରେ ମଝିରେ ପଦ ରଖିଥିବା ଜାଗାରେ ପାଣି ଢାଳିଦେଉଥାଏ।ବ୍ୟକ୍ତି ଜଣଙ୍କ ସାଙ୍ଗେ ସାଙ୍ଗେ ଯାଇ ଅଳ୍ପ ଦୂରରେ ଥିବା ଦୋକାନରୁ ଏକ ଜୋତା ଓ ଛତା କିଣି ଆଣି ପିଲାଟିକୁ ଦେଲେ।ପିଲାଟି ର ଆଖିରୁ ଲୁହ ବୋହିପଡ଼ିଲା।ସେ ସାଙ୍ଗେ ସାଙ୍ଗେ ସେ ଭଦ୍ର ବ୍ୟକ୍ତି ଙ୍କୁ କହିଲା ଆପଣ ତାହେଲେ ସ୍ୱୟଂ ପ୍ରଭୁ ଶ୍ରୀ ଜଗନ୍ନାଥ ।କଥା ଦେଇଥିଲେ ବୋଲି ଆଜି ସତରେ ଆସି ମୋତେ ଦେଖା କଲେ।ବ୍ୟକ୍ତି ଜଣଙ୍କ କହିଲେ ---"ନାଇଁ ରେ ବାବୁ , ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥ ନୁହେଁ , ମୁଁ ଜଣେ ସାଧାରଣ ମଣିଷ।ତାହେଲେ ଆପଣ ଜଗନ୍ନାଥଙ୍କ ବନ୍ଧୁ ହୋଇଥିବେ ।ଆପଣଙ୍କୁ ସେ ହିଁ ମୋ ପାଖକୁ ପଠେଇଥିବେ।କାରଣ କାଲି ଯେତେବେଳେ ଜଗା ମୋ ସ୍ୱପ୍ନରେ ଆସିଥିଲେ ,ମୋ ପାଦ ଦୁଇଟି ଖରାରେ ଜଳି ଯାଉଛି ବୋଲି ମୁଁ ତାଙ୍କୁ ଜୋତା ହଳେ ମାଗିଥିଲି। ସେ ହଁ କହିଥିଲେ ଓ ମୋ ନିଦ ଭାଙ୍ଗିଯାଇଥିଲା।ସେ ସେଥିପାଇଁ ଜୋତା ସହ ଛତା ଦେଇ ଆପଣଙ୍କୁ ପଠେଇଦେଇଛନ୍ତି।ସତରେ ମୋ ଜଗା କେତେ ଦୟାଳୁ , ନିଜେ ଆସିପାରିଲେନି ବୋଲି ତାଙ୍କ ସାଙ୍ଗ ହାତରେ ଜୋତା ପଠେଇଦେଇଛନ୍ତି। ପିଲାଟିର କଥା ଶୁଣି ଭଦ୍ର ବ୍ୟକ୍ତି ଜଣଙ୍କ ଆଖିରୁ ଧାର ଧାର ଲୁହ ବୋହିପଡ଼ିଲା ଓ ମନେ ମନେ ଭାବୁଥିଲେ ଭଗବାନ ହେବା ସିନା ଅସମ୍ଭବ ହେଲେ ଭଗବାନ ଙ୍କ ବନ୍ଧୁ ହେବା ଅସମ୍ଭବ ନୁହେଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational