STORYMIRROR

Manaswani Sahoo

Inspirational

4  

Manaswani Sahoo

Inspirational

ଗଣତନ୍ତ୍ର

ଗଣତନ୍ତ୍ର

1 min
12

କୌଣସି ଏକ ହଷ୍ଟେଲରେ 100 ଜଣ ଛାତ୍ର ରହୁଥିଲେ। ସେମାନଙ୍କୁ ପ୍ରତିଦିନ ଉପର ଓଳି ଟିଫିନରେ ମୁଢ଼ି ମିକ୍ସଚର ଖାଇବାକୁ ଦିଆଯାଉଥିଲା। କିନ୍ତୁ 100 ଜଣଙ୍କ ମଧ୍ୟରୁ 80 ଜଣ ପ୍ରତିଦିନ ମୁଢ଼ି ମିକ୍ସଚର୍ ଖାଇବାକୁ ଚାହୁଁ ନଥିଲେ। ସେମାନେ ସେମାନଙ୍କ ଟିଫିନରେ ଅନ୍ୟ କିଛି ଖାଦ୍ୟ ପାଇଁ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟଙ୍କୁ ଆବେଦନ କଲେ। କିନ୍ତୁ ବାକି 20 ଜଣ ପ୍ରତିଦିନ ସେଇ ମୁଢ଼ି ମିକ୍ସଚର୍ ଖାଇବାକୁ ଚାହୁଁଥିଲେ।

ଶେଷରେ, ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ କହିଲେ ଭୋଟ ହେବ ଏବଂ ଯେଉଁ ଖାଦ୍ୟ ସର୍ବାଧିକ ଭୋଟ ପାଇବ ସେଇ ଖାଦ୍ୟ ହିଁ ପ୍ରତିଦିନ ଟିଫିନରେ ଦିଆଯିବ।

ଭୋଟ ହେଲା ପରେ  ଜଣାପଡିଲା ଯେ ସେହି 20 ଜଣ ଛାତ୍ର ପ୍ରତିଦିନ ମୁଢ଼ି ମିକ୍ସଚର୍ ସପକ୍ଷରେ ଭୋଟ ଦେଇଥିଲେ।

ବାକି 80 ଜଣ ନିମ୍ନ ଭାବରେ ଭୋଟ ଦେଇଥିଲେ -

ପୁରି ଘୁଗୁନି - 18 ଜଣ

ପରଟା ସନ୍ତୁଳା - 16 ଜଣ

ରୁଟି ଶୋଲା ଡାଲି- 13 ଜଣ

ପାଉଁରୁଟି - 11 ଜଣ

ନୁଡୁଲ୍ସ - 10 ଜଣ

ମ୍ୟାଗି - 7 ଜଣ

ପାସ୍ତା - 5 ଜଣ

ଫଳସ୍ୱରୂପ, ମୁଢ଼ି ମିକ୍ସଚର୍ ସର୍ବାଧିକ ଭୋଟ ପାଇଥିବାରୁ,  ପ୍ରତିଦିନ ମୁଢ଼ି ମିକ୍ସଚର୍ ଟିଫିନରେ ଦିଆ ଯିବାକୁ ନିଷ୍ପତ୍ତି ହେଲା..! ଏବଂ ନିଷ୍ପତ୍ତି ହେଲା ଯେ ସେଇ କୋଡ଼ିଏ ଜଣ ପିଲାଙ୍କ ମଧ୍ୟରୁ କେଇଜଣ ଦାୟିତ୍ଵ ନେଇ ମୁଢ଼ି ମିକ୍ସଚର୍ ବାଣ୍ଟିବେ ଆଉ ଅଶି ଜଣ ପିଲା, ମନ ନଥିଲେ ବି ବାଧ୍ୟ ହୋଇ ମୁଢ଼ି ମିକ୍ସଚର୍ ଖାଇବେ। 

କହିରଖେ ଏ ଗପ ନାଁ ହଷ୍ଟେଲକୁ ନେଇ ନା ମୁଢ଼ି ମିକ୍ସଚର୍ କୁ ନେଇ। କିନ୍ତୁ ଏ କପୋଳକଳ୍ପିତ କାହାଣୀରୁ ଗୋଟିଏ କଥା ଶିଖିବା ପାଇଁ ମିଳେ 

ଯେପର୍ଯ୍ୟନ୍ତ 80 ପ୍ରତିଶତ ଲୋକ ନିଜ ନିଜ ଭିତରେ ସମନ୍ଵୟ ନରଖି ବହୁଧା ବିଭକ୍ତ ହୋଇ ରହିବେ, 20 ପ୍ରତିଶତ ଲୋକ ଯେହେତୁ ନିଜ ଭିତରେ ସମନ୍ଵୟ ରଖି ଗୋଟିଏ ବିଷୟକୁ ନେଇ ନିଜ ଇଚ୍ଛା ଜାହିର କରିବେ ତେଣୁ ସେମାନଙ୍କ ହିସାବରେ ବାକି ଅଶି ପ୍ରତିଶତ ଲୋକ ଚାଲିବେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational