gouranga charan beura

Inspirational

3  

gouranga charan beura

Inspirational

ଧୂସର ପ୍ରତିବିମ୍ବ

ଧୂସର ପ୍ରତିବିମ୍ବ

4 mins
34


ଗୋଧୂଳୀ ବସନ୍ତର ଅଂକାବଂକା ପ୍ରତିଛବି । ଦିଗ୍ ବଳୟ କୋଳରେ ଲୁଚିଲେଣି ଦିନମଣି । ଡେଂଗାଗଛ ଗୁଡିକର ଛାୟାସବୁ ସତେ କି ବାବନା ଭୂତ ସାଜି ବାହୁ ମେଲାଇଛନ୍ତି । ଗାଈମାନେ ଗୋଠ

ମୁହାଁ । ଗାଈଆଳ ବୁଢାଟା ରାମ ବନବାସ ଗୀତ ଗାଈ ଗାଈ ଅବିଶ୍ରାନ୍ତ ପଥରେ ଘରମୁହାଁ । କ୍ଷୀରପାନ ପାଇଁ ଗୋଠରେ ବାଛୁରୀଗୁଡା ମା' ବାଟକୁ ଚାହିଁ ବସିଛନ୍ତି । ନିଆରା ମୁହୁର୍ତ୍ତରେ ନିଆରା

ପ୍ରତିଛବି । ଗାଈମାନଂକ ପଦାଘାତରେ ଗାଁ ଦାଣ୍ତ ଧୂଳି ଜର୍ଜରିତ । ଗାଁ ଦାଣ୍ତରେ ନିତିଆ ଗୁଡିଆ ସ୍ତ୍ରୀ ହେମ, ମୁଡି ମୁଆଁ ଧରି ଦୁଆର ଦୁଆର ବୁଲୁଛି । ଯେ ଥରେ ତା ମୁଆଁ ଖାଇଛି କେବେ ବି ଭୁଲିପାରିବନି । ନିତି ଦିନିଆ ବ୍ୟବସାୟ । ବୁଡାକୁ ବୁଢି ଆଉ କୋଳରେ ଭଗିଆ ଓ ସାରିଆ । ମାନେ ପୁଅ ଭଗିଆ ଓ ଝିଅ ସାରିଆ ।


ମୁଣ୍ତ ଝାଳ ତୁଣ୍ତରେ ମାରି ନିତିଆ ବିକେ ବରା ଓ ପିଆଜି । ମାଟି ଚୂଲି, ଗୋଟେ ଲୁହା କଡେଇ ଓ କେଇ ଖଣ୍ତ କାଠରେ ତା ବ୍ୟବସାୟ । ବାକି ଦୋକାନରେ ପଇଠ କଲାପରେ ଦୁଇକୋଡି ଦଶ ଟଂକା ଲାଭହୁଏ । ମୁଆଁ ମୁଡିରୁ ଏକ କୋଡି । ମୋଟ ଆୟ ତିନିକୋଡି ଦଶ । ଖାଇବାକୁ ଚାରି ପେଟ । ରୋଗ ବୈରାଗ ସାଂଗକୁ ପିଲାଂକ ପାଠପଢା । ପୁନେଇ ପର୍ବ ଆଉ ପୋଷାକ ପରିଛଦ । ଘରକରି ଏମିତି କେତେ ଖର୍ଚ୍ଚ । ସବୁ ଖର୍ଚ୍ଚ ସାରିଲା ବେଳକୁ ବ୍ୟାଂକରେ ଖାତା ଖୋଲି ହୁଏନା । ଦରକାର ପଡିଲେ ୟାଠଁ ତା ଠଁ ହାତ ଉଧାରୀ ।


ସେଇ ଭିତରେ ବି ନିତିଆ ଆଉ ହେମ ପିଲାଂକ ପାଠପଢାରେ ବେଶ୍ ଧିଆନ ଦିଅନ୍ତି । ପିଲା ଦୁଇଟା ବି ଭଲ ପଢନ୍ତି । କେହି କେହି ଗାଁ ମାଇପେ ହେମ କାନରେ ଫୋଡନ୍ତି ହଇଲୋ ହେମ! ଝିଅଟାକୁ କାଇଁ ପଢାଉଚ ବା! ବେଶି ପଢିଲେ ପାଠୁଆ ଜୋଇଁ କୋଉଠୁ ପାଇବୁ । ଯାନି ଯଉତୁକ ଫୁଣି କୋଉଠୁ ଆଣିବୁ ବା! ଆଲୋ ହେ! ଝିଅଟା ପରାଚାକିରି କଲେ କଣ ତୋତେ ପୋଷିବ କିବା ?

ତମ ଦୁଇଟା ମୁହଁକୁ ଲାଜ ନାଇ! ଦେଲୁ ନାରୀ ହେଲୁ ପାରି! ବୁଝିଲୁ ହେମ ! ଆମେ ତୋ ଭଲ ପାଇଁ କହୁଚୁ ବା! ଶୁଣପଇସା ରଖ!ସେ ତ ବଡ ହୋଇଗଲ‍ାଣି । ହଳଦି ପାଣିରେ ଗ‍ାଧେଇଲାଣି । ଆଉ କଣ ଅଛି ବା! ତୋତେ ଲାଜ ନାହିଁ । ଏବେ ତ ତ‍ାକୁ ତେର ପୁରି ଚଉଦ । ଦୁଇ ବର୍ଷ ପରେ ହାତକୁ ଦୁଇହାତ କରିଦେ! ଜଂଜାଳ ଯିବ। ଏମିତି କଥା ଶୁଣିଶୁଣି ହେମ ଭାବେ! ଆରେ ମୁଁ ତ ପାଠ ପଢି ନ ଥିଲି ବୋଲି ମୁଡି ମୁଆଁ ବିକୁଛି । ମୋ ଝିଅ କଣ କରିବ ? ଆଜିକାଲି ତ ଲୋକେ ମୁଡିମୁଆଁ ଖାଉ ନାହାନ୍ତି କି ବରା ପିଆଜୀ! କଣ ଗୋଟେ ଫାସଟ ଫୁଡ ବାହାରିଛି ! ଟୋକା ଠୁଁ ବୁଢା ଯାଏ ବାଇଆ । ଆଉ ଟୋକି ଭୂଆସୁଣି ବୁଢୀ ଯାଏଁ ସବୁ ପାଗଳ । ସେତିକି ନୁହଁ କଣ ଗୋଟାଏ ସେ ତେନ୍ତୁଲି ଲଂକା ପାଣିରେ ଗୁପୁଚୁପୁ କି ସୁପୁଚୁପୁ ! ଗୁଡକୁ ପିମ୍ପୁଡି ଘେରିଲା ପରି ସକାଳେ ଓ ସଂଜେ କି ଭିଡ ଲୋ ମା' ?


ଏଗୁଡା ମୋ ବୋପାକାଳେ ଶୁଣିନି ! ଯାହାହେଉ ମୁଁ ମୋ ଝିଅକୁ ପାଠ ପଢାଇବି । ଅଫିସର ହେଲେ କଣ ଅଫିସର ମିଳିବନି କିବା ! ଏ ମାଇପୀ କଥା ଶୁଣିବି ! ସବୁ ଏ କାନରେ ପୁରାଇ ସେ କାନରେ ବାହାର କରିଦେଲା । ମୁଆଁ ନେବକି ମୁଆଁ କହି ଘରକୁ ଫେରିଲା । ଗୋଟେ ପୋଷାକକୁ ଧୋଇଧାଇ ପିନ୍ଧେ ସାରିଆ । ବିଦ୍ୟାଳୟ ଭଲ ତ ସେ ଭଲ । ଗୁରୁଂକୁ ଗୁରୁ ପରି ମାନି ପାଠ ପଢେ । ଗୁରୁଂକ ଖରାପ ଦୃଷ୍ଟିର ଉପଯୁକ୍ତ ଜବାବ ଦେଇ ସେ ନାଚ ଗୀତ ଖେଳ ଆଦି ଶିକ୍ଷାରେ ଶ୍ରେଣୀରେ ଆଗରେ ରହେ ।


ମାଟ୍ରିକ୍ ପରୀକ୍ଷାରେ ର‍ାଜ୍ୟରେ ସର୍ବୋଚ ସ୍ଥାନ ରଖି ଦୃଷ୍ଟାନ୍ତ ହୁଏ । ଝିଅ ମାନେ ପୁଅମାନଂକ ଠାରୁ କେଉଁ ଗୁଣରେ କମ୍ ନୁହଁନ୍ତି ବୋଲି ପ୍ରତିପାଦିତ କରେ । ସୋପାନ ପରେ ସୋପାନ ଅତିକ୍ରମ କରି ଶେଷରେ ମା' ହେମର ସ୍ୱପ୍ନ ପୂରଣ କରେ । ଶେଷରେ ଆଇଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲାପାଳ ହୁଏ । ମାଇପୀକଥାର ପୂର୍ଣ୍ଣଛେଦ ପଡିଯାଏ । ଅପର ପକ୍ଷରେ ଭଗିଆ ତା ଠାରୁ କମ୍ ପଢିଲେ ମଧ୍ୟ ସରକାରୀ କିରାଣୀ ହୋଇ ପିତାମାତାଂକ ସ୍ୱପ୍ନ ପୂରଣ କରେ । ଉପଯୁକ୍ତ ବୟସରେ ସାରିଆର ବିବାହ ହୁଏ ଜିଲ୍ଲାପାଳ ସହ । ଖୁସିରେ ଜୀବନ ଯାପନ କରେ । ଗରୀବ ମାନଂକ ସେବାରେ ନିଜକୁ ନିୟୋଜିତ କରି ପ୍ରସଂସାର ପାତ୍ର ହୁଏ । ଭଗିଆର ବିବାହ ପରେ ସେ ସେ ସ୍ତ୍ରୀ କଥାରେ ପଡି ଡାକମୁନ୍ସି ସାଜେ । ପିତାମାତାଂକୁ ଛାଡି ସହରୀ ହୋଇଯାଏ । ବିଚରା ନିତିଆ ଆଉ ହେମ ଦୁଃଖରେ ଭାଂଗି ପଡନ୍ତି ।


ସାରିଆ କନ୍ୟା ନୁହେଁକନ୍ୟା ରତ୍ନ । ଖବର ପାଇ ବାପା ଓ ମାଆଂକୁ ପାଖକୁ ନେଇଯାଏ । ସେମାନଂକର ଶେଷ ଜୀବନ ଯାଏ ପ‍ାଖରେ ରଖି ଯତ୍ନ ନିଏ । ମନ ମୁତାବକ ଖାଇବା ପିଇବାକୁ ଦେଇ ସେମାନଂକର ଯତ୍ନକରେ । ପିତାଂକର ବିୟୋଗରେ ଭାଂଗିପଡେ ସାରିଆ । ମନେପଡେ ବାପାଂକର ସେ ବରା ପିଆଜି ଦୋକାନ କଥା । ମୁହଁ ଲୁଚାଇ କାନ୍ଦେ । କଣ କରିବ! ଜନ୍ମ ଓ ମୃତ୍ୟୁ ଚିରନ୍ତନ ସତ୍ୟ । ପିତାଂକ ମୃତ୍ୟୁ ଖବର ପାଇ ଭଗିଆ ଓ ତାର ସହ ଧର୍ମିଣୀ ପହଁଚନ୍ତି ସାରିଆ ଘରେ । ପିତାଂକୁ ମୁଖାଗ୍ନି ଦେଇ ନ ପାରି ଭାଂଗିପଡେ ଭଉଣୀ ସାରିଆକୁ ଧରି । ଶେଷରେ ନିଜର ଭୁଲ ବୁଝିପାରି ନିଜ ମା'ହେମକୁ ସାଥିରେ ନେବାକୁ ସ୍ଥିର କରେ । ବହୁ ଅନୁରୋଧ ପରେ ସାରିଆ ରାଜି ହୋଇ ମା'କୁ ଭାଈ ସହ ବିଦାକରେ । ଶେଷ ଜୀବନ ହେମ ଭଗିଆ ପାଖରେ ଅତିକ୍ରମ କରି ପ୍ରାଣତ୍ୟାଗ କରେ ।


ଗରୀବ ହୋଇ ମଧ୍ୟ ସେମାନେ ସମାଜକୁ ଉଚିତ ଶିକ୍ଷା ଦେଇ ସଂସାରରୁ ବିଦାୟ ନିଅନ୍ତିଜନ୍ମିତ ସନ୍ତାନ ମାନେ ଉଠାପକା ଖାଲ ଢିପକୁ ସମତଳ କରି ସମୟ ସ୍ରୋତରେ ସାମୀଲ୍ ହୁଅନ୍ତି ଜୀବନର ଦୃଷ୍ଟାନ୍ତ ଦେଇ ! ବାସ୍ ଏଇତ ଜୀବନ ସମାଜର ଧୂସର ପ୍ରତିବିମ୍ବରେ ଆମେ ସଭିଏଁ ପ୍ରତିବିମ୍ବିତ ।


Rate this content
Log in

Similar oriya story from Inspirational