Dibyajyoti Mohanty

Abstract Inspirational

2  

Dibyajyoti Mohanty

Abstract Inspirational

ଧରମ ଦେବତା

ଧରମ ଦେବତା

2 mins
1.2K


    

ପୁରୁବ ଆକାଶରେ ସୁରୁଜ ଆସିବା ଆଗରୁ ଝାଲୁ ବୁଢୀ ଉଠି ସଅଳ ଗାଧୁଆ ପାଧୁଆ ସାରି ଆସି ଚଉରା ମୂଳରେ ହାଜିର ହୋଇଯାଏ । ସୂର୍ଯ୍ୟ ଦେବତାଙ୍କୁ ପାଣି ଟେକି ଧରମ ଦେବତାଙ୍କୁ ନିତି କେତେ କେଉଁ ପ୍ରକାରର ଡାକେ । ସେମିତି ସୂର୍ଯ୍ୟ ପଶ୍ଚିମ ଆକାଶରେ ନୂଆ ବୋହୁ ମଥାର ନାଲି ବିନ୍ଦି ହୋଇ ଅପସରି ଯିବା କ୍ଷଣି ଝାଲୁ ବୁଢୀ ଥାଏ ଚଉରା ପାଖେ ।

ପୁଣି ସେଇ କେତେ ମୁଣ୍ଡିଆ ମରା ଆଉ ଧରମ ଦେବତାଙ୍କୁ ଡକା । ମଝିରେ କିଛି ଦିନ ବୁଢୀ ଚଉରା ପାଖରେ ଦେଖାଗଲାନି, କୁଆଡେ ସହରକୁ ତା’ ପୁଅ ବୋହୁ ପାଖକୁ ଯାଇଥିଲା । ଏଇ ଦୁଇ ଚାରି ଦିନ ହେବ ଲୋକେ କହୁଛନ୍ତି ସେ କାଳେ ଗାଁକୁ ଆସିଛି । ମୁଁ ଭାବିଲି ଝାଲୁ ବୁଢୀ ତ ଗାଁକୁ ଆସିଲାଣି ଚଉରା ପାଖକୁ କାହିଁ ଆସୁନି । କ’ଣ ତା ଦେହ ଖରାପ ଅଛି ନା ତା ଧରମ ଦେବତା ଉପରୁ ତା’ର ବିଶ୍ୱାସ ତୁଟିଗଲା କି ସହରୀ ଢାଂଚାରେ ସେ ପଡି ଯାଇଛି । ଦିନେ ଏମିତି ଚାଲିଲା ଚାଲିଲା ହୋଇ ପହଂଚିଲି ଝାଲୁ ବୁଢୀ ଘରେ । ତାକୁ ଦେଖିଲା ପରେ ମୁଁ ଆଚମ୍ବିତ ହୋଇଗଲି । ବୁଢୀ ଶୋଇଥିଲା ଗୋଟେ କତରାରେ ।

ବୟସର ବାର୍ଦ୍ଧକ୍ୟତା ସହ ନିଆଁ ଲଗା ରୋଗବ୍ୟାଧି ସବୁ ପଶିଲା ଦେହରେ । ସହରୀ ପୁଅ ବୋହୁଙ୍କୁ ସେ ସବୁ କାଳେ ଅଡୁଆ । ସେଥିପାଇଁ ଛାଡି ଦେଇଗଲେ ଗାଁରେ ବୋଲି କହି ବୁଢୀ ବାହୁନି ବାହୁନି ବହୁତ କାନ୍ଦିଲା । ବୁଢୀକୁ ଅନେକ ବୁଝାଇଲି ତୁ ବ୍ୟସ୍ତ ହଅନା ତୋ ଦେହ ଭଲ ହୋଇଯିବ । ତୁ ପୁଣି ଚଉରା ପାଖରେ ନୀତି ତୋ ଧରମ ଦେବାତାଙ୍କୁ କେତେ ମୁଣ୍ଡିଆ ମାରିବୁ । ମୋ କଥା ଶୁଣି ବୁଢୀ କହିଲା କେଉଁ ଧରମ ଦେବତା କହୁଛୁ ବାପା । ତୁ’ ତ ଦେଖୁଛୁ ସେ ଧରମ ଦେବତା କେମିତି ନ ମାରି ମୋତେ କେତେ ଭୋଗାଉଛି । ବୁଢୀ ଘରୁ ଫେରିବା ବେଳେ ଭାବୁଥିଲି ଦିନ ରାତି ଧରମ ଦେବତାଙ୍କୁ ଡାକୁଥିବା ଝାଲୁ ବୁଢୀ କଣ ଏଇ ଧରମ ଅରଜିଲା । ବାଃ ବାଃ ରେ ଧରମ ଦେବତା ବାଃ ରେ ତୋ ଲୀଳା ।

ଦିବ୍ୟଜ୍ୟୋତି ମହାନ୍ତି

ph.no-7377510254

Email-mikunmohanty63@gmail.com


Rate this content
Log in

Similar oriya story from Abstract