ଓଡ଼ିଆ ଗଳ୍ପ ଓ କବିତା - ୩

Children

3  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଧନଲୋଭୀ ବୁଢା

ଧନଲୋଭୀ ବୁଢା

4 mins
7.3K


ଶ୍ରୀମତୀ ଲୀନା ମିଶ୍ର

ଥରେ ଗୋଟିଏ ଗ୍ରାମରେ ଚକୁଳିଆ ପଣ୍ଡା ଭିକ ମାଗି ବୁଲୁଥାଏ l ଯିଏ ଯେତେ ଦେଲେ ମଧ୍ୟ ସେ ସନ୍ତୁଷ୍ଟ ହେଉନଥାଏ l ବଡ ପାଟିକରି ନାନାପ୍ରକାର ଗୀତ ଭାଙ୍ଗି ବୁଲୁଥାଏ l ସେ ଗୀତର ଅର୍ଥ ହେଲା- ଯେତେ ଦେବେ ସେତେ ପୂଣ୍ୟ ହେବ l ଏମିତି ଦିନେ ସେ ଗାଁ ଭିତରକୁ ଗଲାବେଳେ ଦୁଇଟି ଚୋର ବସି କଥା ହେଉଥାନ୍ତି l ଭାଇ, ଶ୍ୟାମ ସାହୁଙ୍କ ଘରେ ବହୁତ ସୁନା ଅଛି l ତୁ ଯଦି କେଉଁଠି ଜାଣିପାରନ୍ତୁ, ତା’ହେଲେ ଆମେ ଦୁହେଁ ଯାଇ ଚୋରାଇ ଆଣି ଭଗ ବାଣ୍ଟି ଘରକୁ ନେଇଥାନ୍ତେ l ଚକୁଳିଆ ପଣ୍ଡାର ଏକଥା ଶୁଣି ଭାରି ଲୋଭ ହେଲା l ସେ ଭାବିଲା ମୁଁ ଯଦି କେଉଁଠି ଅଛି କହିଦିଅନ୍ତି ମୋତେ ଅଧା ଭାଗ ଦିଅନ୍ତେ l ଏମିତି ଭାବି ଭାବି ସେ ଯାଇ ଚୋରଙ୍କ ପାଖରେ ପହଞ୍ଚି କହିଲା, ମୁଁ ତୁମକୁ ସାହାଯ୍ୟ କରିବି l ସେମାନେ ପଣ୍ଡାଙ୍କୁ ବିଶ୍ବାସ କଲେ ନାହିଁ l କହିଲେ ଥରେ ଆମକୁ ସାହାଯ୍ୟ କଲେ ଆମେ ତୁମକୁ ବିଶ୍ଵାସ କରିବୁ ଚକୁଳିଆ ପଣ୍ଡା ସେମାନଙ୍କ କଥାରେ ହଁ ଭରିଲା l ଗାଁରେ ଭିକ ମାଗି ମାଗି ଶ୍ୟାମ ସାହୁ ଘରେ ଯାଇ ପହଞ୍ଚିଲା l ବୁଢୀକୁ କହିଲା, ମା’ କ’ଣ ଗଣ୍ଡିଏ ଖାଇବାକୁ ଦେବ ? ମାଆ କହିଲେ, ଆପଣ ତ ବ୍ରାହ୍ମଣ ଲୋକ କ’ଣ ଖାଇବ ? ଚକୁଳିଆ ପଣ୍ଡା କହିଲା, କ’ଣ ଚୂଡ଼ା କି ଛତୁଆ ଥିଲେ କ୍ଷୀର ଟିକେ ପକାଇ ଦିଅନ୍ତ l ଏ ଗାଁରୁ ସେ ଗାଁ ହୋଇ ବହୁତ କଷ୍ଟ ଲାଗୁଛି l ପଣ୍ଡା ଯାଇ କ୍ଷୀର ଛତୁଆ ଆଣି ସୁନ୍ଦର ଆସନ ବିଛାଇ, ପଙ୍ଖା ଲଗାଇ ଘର ଭିତରେ ଖାଇବାକୁ ଦେଲା l ଚକୁଳିଆ ପଣ୍ଡା ସୁନ୍ଦର ଭାବେ ଖାଇ କହିଲା, ମା’ ମୋତେ ଶୋଇବାକୁ ଟିକିଏ ଜାଗା ଦିଅନ୍ତ ନାହିଁ ? ଟିକିଏ ଆସକତିଆଟେ ଭାଙ୍ଗିଗଲେ ମୁଁ ଉଠି ପଳାଇଯିବି l ବୁଢାର ମନ ଥାଏ କେଉଁଠି ତାଙ୍କର ସୁନା ଅଛି l ବୁଢୀ ଖାଇବା ବାସନ ଉଠାଇ ଚକୁଳିଆ ପଣ୍ଡା ପାଇଁ ଧୁଆ ପାଛୁଡ଼ି ପକାଇ ଖଟ ସଜାଇଦେଲା l ଚକୁଳିଆ ପଣ୍ଡା ଖଟରେ ଶୋଇ ବୁଢୀ ସହିତ କଥାବାର୍ତ୍ତା ହେଲା l ତୁମର କେତେ ପୁଅ କେତେ ଝିଅ ଏବଂ କେଉଁଠି ଅଛନ୍ତି ଓ କ’ଣ କରୁଛନ୍ତି ? ସବୁ ପଚରା ଉଚରା କରି ବୁଢୀ ମନ କିଣିନେଲା l ବୁଢୀ କିଛି ନ ଜାଣିପାରି ଚକୁଳିଆ ପଣ୍ଡାକୁ ସବୁ ଘର ଦ୍ଵାର ଦେଖାଇଦେଲା l

ବୁଢା ଏବେ ଭାରୀ ଖୁସି l ତା’ର କାମ ହୋଇଗଲା l ସେ ଯାଇ ଚୋରଙ୍କ ସହ ଦେଖା କରି ଶ୍ୟାମ ସାହୁଙ୍କ ଘରର ସିନ୍ଦୁକ କେଉଁଠି ଥୁଆ ହୋଇଛି ? କେମିତି ସେଠାକୁ ଯିବାକୁ ହେବ ସବୁ ବୁଝାଇଦେଲା l ରାତିରେ ଶ୍ୟାମ ସାହୁ ଘରେ ଚୋର ପଶିଲେ l ସବୁ ଲୁଟ୍ କରି ନେଇଗଲେ l ଚକୁଳିଆ ପଣ୍ଡାକୁ ଦେଇ ସେମାନେ ଭାଗ ବାଣ୍ଟି ନେଇଗଲେ ଚକୁଳିଆ ପଣ୍ଡା ତ ଭାରି ଖୁସି l ଯାହା ହେଉ ଗାଁ ଗାଁ ବୁଲି ଖାଇବାକୁ ମିଳୁନଥିଲା, ଏବେ ତ କଥା ପଦକେ କେତେ ସୁନା l କଥାରେ ଅଛି-‘’ନେଇ ଆଣି ଥୋଇ ପାରିଲେ ଚୋର ବିଦ୍ୟା ସାର l ‘’ ଚକୁଳିଆ ପଣ୍ଡାକୁ ଭାରି ଖୁସି ଲାଗିଲା l ଶ୍ୟାମ ସାହୁର ତ ସୁନା ହଜିଛି l ତା ‘ ମନରେ କେତେ ପ୍ରଶ୍ନ l ସେ ତା’ର ସ୍ତ୍ରୀକୁ ପଚାରିଲା, ଆରେ କାଲି କିଏ ଆମ ଘରକୁ ଆସିଥିଲା ? ବୁଢୀ କହିଲା, ନାଇଁ ମ ସେ ଚକୁଳିଆ ନନା ଆସିଥିଲେ l ଗଣ୍ଡେ ଖାଇ, ଘରେ ବିଶ୍ରାମ ନେଇ ଯାଇଥିଲେ l ସେ ତ ଚୋର ନୁହନ୍ତି l ଶ୍ୟାମ ସାହୁର ସନ୍ଦେହ ଜାତ ହେଲା l ସେ ଭବିଲା ଲୋଭରେ ଚକୁଳିଆ ନନା ଏପରି କରିନାହାନ୍ତି ତ ? ଏହା ଭାବି ଭାବି ସେ ମୁଣ୍ଡରେ ଗୋଟିଏ ବୁଦ୍ଧି ସ୍ଥିର କଲା l କାଲି ଚକୁଳିଆ ନନା ଆସିଲେ କଥା ହେବି l

ଚକୁଳିଆ ନାନାକୁ ଦେଖି ଶ୍ୟାମ ସାହୁକୁ କହିଲା, ନନା ଦେଖ କାଲି ରାତିରେ ଚୋର ପଶି ମୋର ସୁନା ସବୁତକ ନେଯାଇଛି l ହେଲେ ନନା ସେ ସିନା ସୁନା ଭାବି ସବୁତକ ନେଇଯାଇଛି, ହେଲେ ନନା ସେଗୁଡାକ ସୁନା ନୁହେଁ l ସେଗୁଡାକ ଆଜି କାଲିର କିଣା ଜିନିଷ ଦେଖିବାକୁ ଠିକ୍ ସୁନା ପରି l ମୁଁ କିନ୍ତୁ ସୁନା ତକ ସିନ୍ଦୁକର ଆରପଟେ ଆରାରେ ରଖିଛି l ତୁମେ ମୋର ନିଜ ଲୋକ ଆସୁନ ଦେଖିବ l ଏତେ ବୋକା ଚୋରଟା ଏତେ କଷ୍ଟ କଲା କିନ୍ତୁ ପଇସା ଟିଏର ଜିନିଷ ନେଇ ପାରିଲା ନାହିଁ l କିନ୍ତୁ ମୋ ସିନ୍ଦୁକଟା ଭାଙ୍ଗି ଦେଇଛି l ହାଉ ମୋର କେଡ଼େ ଭାଗ୍ୟ ଖରାପ ଦେଖୁନ l ତୁମେ କାଲି ମୋ ଘରକୁ ଆସିଥିଲ ବୋଲି, ମୁଁ ରଖି ପାଇଗଲି l ନହେଲେ ଆଜି କ’ଣ ହୋଇଥାନ୍ତା ? ଏବେ ତ ଚକୁଳିଆ ପଣ୍ଡା ସନ୍ଦେହରେ ପଡିଲା, କ’ଣ କରିବ l ସେ ଦୁଇଟି ଚୋରକୁ ଯାଇ କହିଲା, ଆରେ ଭାଇ ! ମୁଁ ଦେଖି ଆସିଲି ଆମେ ଯେଉଁ ଜିନିଷ ଚୋରାଇ ଆଣିଛେ ସେଗୁଡିକ ଅସଲି ସୁନା ନୁହେଁ, ଆଜିକାଲିକା କିଣା ଜିନିଷ l ସୁନା ସବୁ ତାଙ୍କର ଘର ସିନ୍ଦୁକର ଆରପଟ ଆରାରେ ଅଛି l ତେଣୁ ସାହୁ ଭାରି ଖୁସି ଅଛି l ନିଜକୁ ଭାଗ୍ୟବାନ ମାନେ କରୁଛି l ଚୋର ଦୁଇଟିବି ସନ୍ଦେହରେ ପଡ଼ିଲେ l ଏବେ କ’ଣ କରିବା ? ଏ ଚକୁଳିଆ ପଣ୍ଡା ବୋଲରେ ପଡ଼ି ଆମେ ଅସୁବିଧା ଭୋଗିବା ନାହିଁ ତ ? ହଉ କିଛି ଭାବିବା ପରେ ଯାହା କରିବା l ଶ୍ୟାମ ସାହୁ କିନ୍ତୁ ବହୁତ ସତର୍କ ଥାଏ କେତେବେଳେ ଆଉ ଥରେ ସେ ଚୋର ଆସିବେ l ଚକୁଳିଆ ପଣ୍ଡାକୁ ତ ମନ୍ତ୍ର ଦିଆ ଯାଇଛି l କାଟୁ କରୁଛି ନା ନାହିଁ l

ଗାଁରେ ବି ଶ୍ୟାମ ସାହୁ ବ୍ୟସ୍ତ ନହୋଇ ଏହି କଥା କହି ହସୁଥାଏ l ଚୋର ସୁନା ନେଇ ପାରିଲାନି l ସମସ୍ତଙ୍କ କଥାଶୁଣି ଚକୁଳିଆ ପଣ୍ଡା ନିଶ୍ଚିତ ହେଲା ଯେ,ଏଗୁଡାକ ପ୍ରକୃତ ସୁନା ନୁହେଁ l ଚୋର ମାନଙ୍କୁ ଯାଇ କହିଲା, ଆରେ ଭାଇ ! ମୁଁ ଗାଁକୁ ଯାଇଥିଲି ଗାଁଟା ଯାକ କହୁଛନ୍ତି ଚୋର ପଶିଲା କିନ୍ତୁ ସୁନା ନେଇ ପାରିଲା ନାହିଁ l ତେଣୁ ଆମେ ଯେଉଁ ଜିନିଷ ଆଣିଛେ ସେ ଗୁଡାକ ସୁନା ନୁହେଁ l ଯଦି ସୁନା ହୋଇଥାନ୍ତା ତା’ ହେଲେ ଶ୍ୟାମ ସାହୁ ବ୍ୟସ୍ତ ହୁଆନ୍ତାନି ? ଚୋର ଭାବିଲେ, ଠିକ୍ ଅଛି ଆମେ ତ ସବୁବେଳେ ଆଣୁଛେ l ଶ୍ୟାମ ସାହୁ ଘରେ ପଶି ବାଟ ତ ଜାଣି ଯାଇଛେ ଅସୁବିଧା କ’ଣ ଅଛି, ଆଉ ଥରେ ଯାଇ ଆରପଟ ଆରାରୁ ସୁନା ଆଣିବା l ଶ୍ୟାମ ସାହୁ ନ ଜାଣିଲା ପରି ସବୁ ବେଳେ ସତର୍କ ରହେ l ଚୋର ଯେମିତି ପସିଛନ୍ତି ତାଙ୍କୁ ବାହାର ପଟରୁ ଦୁଆର ଦେଇ ପୋଲିସ୍ ଡ଼ାକି ଧରାଇ ଦେଲା ଏବଂ ପୋଲିସ୍ କୁ ସାରା ବିବରଣୀ ଦେଲା l ପୋଲିସ୍ ଯାଇ ଚକୁଳିଆ ପଣ୍ଡାକୁ ବହେ ଛେଚିଲା l ଚକୁଳିଆ ପଣ୍ଡା ଭୟରେ ସବୁ କଥା କହିଦେଲା l ଶ୍ୟାମ ସାହୁ କହିଲା, ଦେଖିଲ ନନା ତୁମେ କ’ଣ ଏ ଚୋର ବିଦ୍ୟାକୁ ସାଧି ପାରିବ ? ଲୋଭୀ ହୋଇଥିବାରୁ ଆଜି ଏତେ କଷ୍ଟ ପାଇଲ l


Rate this content
Log in

Similar oriya story from Children