କୁନିର ମାଆ ନଈ କୂଳରୁ ଉଠୁନଥିଲା. ଭୁଲିଯାଇଥିଲା ଖିଆପିଆ, ଗାଧୁଆ ପାଧୁଆ, କାମ ଦାମ ସବୁକିଛି . ଏଇ ନଈ ହିଁ ସାକ୍ଷୀ.ତାରି କୂଳରେ କଳକଳ ଛଳଛଳ ଶବ୍ଦ ଭିତରେ ତା ପିଲାଦିନ ବିତିଛି. ଏଇ ନଈକୁ ସାକ୍ଷୀରଖି ଭଲପାଇ ସନିଆଁକୁ ବାହା ହୋଇ ଭାବିଥିଲା ତା ପରି ସୌଭାଗ୍ୟବତୀ ସଂସାରରେ କିଏ ଅଛି! ଏକା ଗାଁର ଝିଅ ଓ ବୋହୁ ହୋଇ କାଳକ୍ରମେ ପାଇଥିଲା ଝିଅଟିକୁ ହେଲେ ଝିଅ ଥିଲା ଦିବ୍ୟାଙ୍ଗ. ଖନି, କାଲୁଣି ଓ ଜାଡ଼ି. ଝିଅକୁ ନେଇ ସନିଆଁ ସହ ତାର ପାଟିତୁଣ୍ଡ ହେଉଥିଲା ବେଳେ ଦୁଇକୂଲର ଗୁରୁଜନ କେହି ଜୀବିତ ନଥିଲେ ପିଠିରେ ପଡ଼ିବାକୁ କୁନ୍ତିର . ସନିଆଁର ଏକାଜିଦ ଝିଅକୁ ଦିବ୍ୟାଙ୍ଗ ଆଶ୍ରମରେ ଛାଡ଼ିଦେବା କିନ୍ତୁ କୁନିକୁ ଛାଡି ନିଜ ମାତୃତ୍ୱକୁ ଉଜାଡି ଦେବାକୁ ରାଜି ନଥିଲା କୁନ୍ତି. ଏମିତିକି ଅଭିମାନ କି କୋଉ ରାଗ ରୁଷାରେ ସନିଆଁ ତାକୁ ଏକା କରି ଚାଲିଗଲା ବେଳେ କୁନ୍ତି ନିଜକୁ ଚିପୁଡ଼ି ପରଘରେ ବାସି ପାଇଟି କରି ଉଜୁଡି ଯାଇଥିବା ସଂସାରକୁ କୁନି ପାଇଁ ତାରି ସହ ସଜାଡୁଥିଲା କଷ୍ଟେ ମଷ୍ଟେ ସଂସାର ନାଆକୁ
ସୁଖ ନହେଲେ ମଧ୍ୟ ଦୁଃଖ ନଥିଲା କୁନ୍ତିର. ସନିଆଁ ଯିବା ପରେ କୁନ୍ତି ଝିଅକୁ ଧରି ସୁଖରେ ନହେଲେ ମଧ୍ୟ ଶାନ୍ତିରେ ଚଳୁଥିଲା ଆଉ ଚନ୍ଦ୍ରକଳା ପରି ବଢ଼ି କୁନି ବଡ଼ ହେଉଥିଲା. ଗାଁରେ ପାଠ ପଢିବା ସୁବିଧା ନଥିବାରୁ କୁନ୍ତି ଏବେ ସନିଆଁ କଥା ଭାବି ହେଉଥିଲା. ସହରରେ ଥିବା ଅନ୍ଧ କାଲ ଓ ଜାଡ଼ ଇତ୍ୟାଦି ପଢିବାକୁ ବ୍ରେଲି ସ୍କୁଲରେ ପାଠ ପଢନ୍ତା କି ତା ଝିଅ!ସନିଆଁ ମଧ୍ୟ ଏବେ ଏବେ ଖବର ଦେଇଥିଲା ଗାଁ ନରି ହାତରେ ବହୁତ ଚଞ୍ଚଳ ସେ ଗାଁକୁ ଫେରୁଛି. ତ ସୁନେଲି ସ୍ୱପ୍ନରେ କୁନ୍ତି ମାସଗୁଲ ହେବା ବୋଧେ ଉପରଵାଲାଙ୍କ ଇଛା ନଥିଲା. ସେଦିନ ନଈକୁ ଯାଇ କୁନି କାହିଁକି ଫେରିଲାନି ବୋଲି କୁନ୍ତି ଡାକୁଥିଲା ନଈପଠାରେ କୁନି ଲୋ କୁନି କିନ୍ତୁ କୋଉଠି ନଥିଲା କୁନି. ପ୍ରତିଧ୍ୱନି କେବଳ ଫେରୁଥିଲା ଦୁଃଖର ବତାବରଣକୁ.ନଈ ଚାରିପାଖ ଦଉଡି ଦଉଡି କୁନିକୁ ସେଇଦିନୁ ଖୋଜୁଛି କୁନ୍ତି ଆଉ ବସିରହୁଛି କୂଳରେ. ସେଦିନ ସନିଆଁ ପହଞ୍ଚିଥିଲେ ବି କୁନ୍ତି ନଈ କୂଳରୁ ଘରକୁ ଆସୁନଥିଲା କି ଖୁସି ନଥିଲା ତା ମନରେ.
ଏଇ ସମୟରେ ସମସ୍ତେ କହିଲେ ଆରପଟ ନଈ ମୁହାଁଣୀରେ ଝିଅଟିଏ ଭାସି ଆସି କୁଆଡୁ ଲାଗିଛି. ସନିଆଁ ଦୌଡୁଥିଲା ଓ ଦେଖିକି କହୁଥିଲା ସେ ହିଁ ଆମରି ଝିଅ କୁନି. ପ୍ରକୃତି କନ୍ୟା ବୋଲି କହି ପାଣିରୁ ଛାଣି ଆଣିଥିବା ଝିଅଟା ସତକୁ ସତ ବଞ୍ଚିଥିଲା.ପ୍ରାଥମିକ ଉପଚାର ପରେ ହସ୍ପିଟାଲରେ ରହିବା ପରେ ଜଣାଅପଡ଼ିଥିଲା ସେ କୁନି ନୁହେଁ ଆଉ କେହି କିନ୍ତୁ କଥା କହିପାରୁଛି.କୁନ୍ତି କହୁଥିଲା କୁଆଡେ ହଜି ଯାଇଥିଲୁ ମୋ ଝିଅ,ପ୍ରକୃତି ମାଆ ତତେ କଥା କହିବା ଶିଖେଇବାକୁ ଡାକି ନେଇଥିଲେ କି?ହଁ ମାଆ ମତେ କିନ୍ତୁ ଆଉ ସେଠି ଛାଡିଦେବୁନି ତ.ମୁଁ ଆଉ କୁଆଡେ ଛାଡିବିନି ତତେ.ତୁ ପଢ଼ିବୁ ବଢ଼ିବୁ ଏଇ ଗାଁର ପ୍ରକୃତି କୋଳରେ ମୋ ଝିଅ.ପ୍ରକୃତରେ ପ୍ରକୃତି ନଈ ଭିତରୁ ମିଳିଥିବା ପ୍ରକୃତି କନ୍ୟାର ଦାବିଦାର କେହି ନଥିଲେ ତ ସ୍କୁଲ ଗୁରୁମା ଓ ଶିକ୍ଷକମାନେ କହୁଥିଲେ ପ୍ରକୃତିକନ୍ୟାର ପରିଚୟ ତ ସେ ନିଜେ.ସମାଜରେ ଘଟୁଥିବା ଅନେକ ଘଟଣା ଭିତରୁ ଏ ଘଟଣା ଯାହା ବି ହେଉ କିନ୍ତୁ କୁନ୍ତି କୁନିକୁ ଫେରିପାଇଁ ନଈକୁ ଶହେ ମୁଣ୍ଡିଆ ମାରି ଚାଲିଥିଲା.କୁନି ବଢୁଥିଲା ମାଆ କୁନ୍ତିଙ୍କ ସଂସ୍କାର ଓ ବାପା ସନିଆଁ ଙ୍କ ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ନେଇ.କୁନିର କିଛି ଅସୁବିଧା ହେବାକୁ ଦେଇନଥିଲେ ପିତା ଓ ମାତା.
ସୌମ୍ୟର ସ୍ତ୍ରୀ ନୂଆବୋହୁ କୁନିର ମାଛ ଖୁବ ପସନ୍ଦ. ସବୁଦିନ ଶାଶୁମାଆଙ୍କ ବରାଦରେ ଘରକୁ ମାଛ ଆସୁଥିଲେ ବି ଶାଶୁମାଆ କେଵେ ଖାଆନ୍ତି ନାହିଁ. ବୋହୁର ସାହାସ ହୁଏନି ପଚାରିବାକୁ କାହିଁକି ବୋଲି କିନ୍ତୁ ସୌମ୍ୟ କହେ ସେ ତୁମ ଭଳି ବିଲେଇ ହୋଇକି ନାହିଁ. ଏ ଉତ୍ତର ଶୁଣି କୁନିକୁ ଲାଗେ ତେବେ ଆଗରୁ କଣ ମାଆ ବିଲେଇ ପରି ମାଛ ଖାଉଥିଲେ? ଏବେ ତେବେ କାହିଁକି ଖାଉନାହାଁନ୍ତି ବୋଲି ଭାବେ କିନ୍ତୁ ପଚାରିପାରେନା,ଯଦିଓ ମାମୁଁଘର ସମୁଦ୍ରକୁଳିଆ ଅଞ୍ଚଳରୁ ଆସୁଥାଏ ଋତୁ ଅନୁଯାଇ ଢେର ମାଛ ତା ପାଇଁ. ମାଆ କହନ୍ତି କାହିଁ ଏତେ କଷ୍ଟ କରି ଆସିଲ ଦାମ କକା?ତ ମାମୁଁଘର ପ୍ରଜା ଦାମକକା କହନ୍ତି ତୁମେ ସିନା ଛାଡିଦେଲ ମାଛ ଖାଇବା ଦେଇ ହେଲେ ନୂଆବୋହୂ ମାଆ ପରା ମାଛ ପ୍ରିୟ. ଏଥର କୁନି କିନ୍ତୁ ଗୋଟେ କଥାରେ ନିଶ୍ଚିନ୍ତ ହୋଇଗଲେ ଯେ ଆଗରୁ ମାଆ ତେବେ ଖାଉଥିଲେ ମାଛ. ମାଛତ ମାଛ ରୋହି ଭାକୁର ମାଛ ମୁଣ୍ଡ.
କୁନି ଏ ଭିତରେ ନୂଆରୁ ପୁରୁଣା ହୋଇ ଦୁଇ ଦୁଇଟା ଛୁଆର ମାଆ ହେଲେଣି. ଲାଜ ଭୟ ସଂଭ୍ରମ ବଦଳରେ ସାହାସୀ, ନିର୍ଭୟା ହେବା ସହ ପରିବାରର କର୍ତ୍ତୀ ନହେଲେ ମଧ୍ୟ ମୁକ୍ତପକ୍ଷୀଟିଏ ହୋଇପାରିଲେଣି ତ ସେଦିନ ଡ଼ଲଫିନ ଦେଖିବାକୁ ଯାଇ ପିଲାଦୁହିଁଙ୍କ ସହ ସ୍ୱାମୀଙ୍କ ସଙ୍ଗେ ଶାଶୁଙ୍କୁ ବାଧ୍ୟ କରି ଜୋର କରି ନେଇଯାଇଥିଲେ. ଆସନ୍ତୁ ମାଆ ସେତେବେଳର ଡଲଫିନ ଓ ଏବେର ଡଲଫିନଙ୍କ ମଧ୍ୟରେ ପ୍ରଭେଦ ଦେଖିବେ. ସତକୁ ସତ କେତେ ସମ୍ବେଦନଶୀଳ ସେମାନେ! ଗ୍ରୁପ ପରେ ଗ୍ରୁପରେ ଯାଉଥିବା ଦର୍ଶକଙ୍କ ଭିତରେ ଥିବା ସମସ୍ତଙ୍କୁ କଥାରେ ନକହି ଠାରରେ ହାଲୋ ହାଏ କରିବା ଓ ସମସ୍ତଙ୍କୁ ଗେଲ କରିବା ଆଦି ସମ୍ବେଦନଶୀଳ କାର୍ଯ୍ୟକଳାପରେ ଅଭିଭୂତ ହେଉ ହେଉ ଫେରିଲା ବେଳେ ମାଆ କହୁଥିଲେ ଏ ତିମି, ଡଲଫିନମାନଙ୍କ ଭଳି ମାଛମାନେ ମଧ୍ୟ ଖୁବ ସମ୍ବେଦନଶୀଳ.କୁନି କିଛି ବୁଝି ବି ନବୁଝିବା ଆଖିରେ ଶାଶୁଙ୍କୁ ଚାହିଁ ଭାବୁଥିଲା ମାଛ ଖାଇବାକୁ ଡାକ୍ତର ମାଆଙ୍କୁ ପରାମର୍ଶ ଦେଲା ବେଳେ ମାଆଙ୍କର ମାଛମାନଙ୍କ ସମ୍ବେଦନଶୀଳତା ହୁଏତ ଅତୀତରେ କିଛି ଘଟଣା ଘଟିଛି ଯାହାଦ୍ୱାରା ମାଆ ମାଛ ଖାଇବାକୁ ରାଜି ନୁହଁନ୍ତି. ଏଣିକି ଗାଁ ଘରେ ପୋଖରୀ ଗାଧୁଆ ବନ୍ଦ ମାଆଙ୍କର, ନଈତୁଠରେ ବସି ଭାବନା ରାଇଜରେ ବୁଡିଯିବାରେ କଟକଣା କୁନିଙ୍କର, କାରଣ ଛୋଟ ବଡ଼ ମାଛଙ୍କ ସନ୍ତରଣ ଦୃଶ୍ୟ ଭିତରେ ହୁଏତ ଲୁଚିଛି ମାଆଙ୍କର ଏଇ ମାଛ ନଖାଇବାର କାରଣ ବୋଲି ମନେହୁଏ କୁନିଙ୍କୁ . କେମିତି ମନେଇ ମାଆଙ୍କୁ ମାଛ ଖୁଆଇବାକୁ ପଡିବ ବୋଲି ଚିନ୍ତିତ ରହୁଥିଲେ କୁନି. ହେମୋଗ୍ଲୋବିନ ପୁରା କମ, କେତେଥର ଝୁଙ୍କି ପଡିଲେଣି ମାଆ ଘରେ ଏ ଭିତରେ.
ଲେଖାଲେଖି କରୁଥିବାରୁ କେଵେ କେଵେ କବି ସମ୍ମିଳନୀ ବା ସାହିତ୍ୟ ଆସରକୁ ଯିବାକୁ ହୁଏ କୁନିଙ୍କୁ ତ ସେଦିନ ଅଟୋରେ ଫେରିବାବେଳେ ସ୍କୁଲ ଫେରନ୍ତା ଛାତ୍ରୀମାନଙ୍କୁ ଦେଖି ବାନ୍ଧବୀ ଜଣେ କହୁଥାନ୍ତି ଆଜିକାଲି ବାଟ, ଘାଟ,ହାଟର ପରିବର୍ତ୍ତନ ଯୋଗୁଁ କେତେ ସୁବିଧା! ଆମ ପିଲାବେଳେ ଏସବୁ ସୁବିଧା କୋଉଠି ଥିଲା!କେତେ କଷ୍ଟରେ ଆମେ ପାଠ ପଡ଼ିବାକୁ ଯାଇ ଆସି କଷ୍ଟ କରି ପାଠ ପଢ଼ୁଥିଲୁ ଏ ଗାଁ ଗଣ୍ଡାରେ. ଗାଁରେ ମାଆ ପାଖରେ ବଢିଥିବା କୁନି ଏସବୁ ଅସୁବିଧାର ସମ୍ମୁଖୀନ ହୋଇନଥିଲେ ତ ସ୍ୱାମୀଙ୍କୁ ପଚାରିଥିଲେ କି କି ଅସୁବିଧା ଥିଲା ସେତେବେଳେ ତୁମ ଗାଁ ମାନଙ୍କରେ!
ସୌମ୍ୟଙ୍କ ଆଖି ଆଗରେ ଭାସି ଉଠିଲା ନିଜ ପିଲାଦିନକଥା . ବାପା ଥିଲେ ଶିକ୍ଷକ. ଅଳ୍ପ ଦରମାରେ ଜେଜେ ଜେଜେମା ତଥା ଦୁଇପିଇସୀ ଓ ମାଆ ସହ ସେ ଦୁଇ ଭାଇ ଭଉଣୀଙ୍କୁ ଚଳେଇବା ଭିତରେ ବାପା ଖୁବ କଷ୍ଟ କରୁଥିଲେ. ବାରି ବାଇଗଣ ଚକଟା ଲଗେଇ ଭାତ ଖାଇବା ଯେମିତି ଅଭ୍ୟାସ କରି ନେଇଥିଲେ ସେ . ସେଦିନ ଜେଜେ ମାଛଟିକେ ଖାଇବାକୁ ମନ କରିବାରୁ ବାପା ମାଛ ଆଣିଥିଲେ ଓ ବୋଉ ସବୁଥର ପରି ଖୁବ ସୁଆଦିଆ ରା଼ନ୍ଧିବା ଆରମ୍ଭ କରିଦେଇଥିଲା. ବାପା କହିଲେ ଦେହଟା ଟିକେ ଭଲ ଲାଗୁନି.କହି ଶୋଇଯାଇଥିଲେ.ସଂସାରର ଦୁଃଖ କଷ୍ଟ କିଛି ବୁଝିବା ବୟସ ପୂର୍ବରୁ ଆମେ ଦୁଇଭାଇଭଉଣୀ ଜାଣିଥିଲୁ ବାପାଙ୍କ ଦେହ ଖରାପ ହେଲେ ଆମେ ଭାଇ ଭଉଣୀ ବାପାଙ୍କ ଉପରେ ଚଢି ଅଣ୍ଟାରୁ ପାଦ ଯାଏଁ ଘଷି ଦେଲେ ବାପା ଉଠି ବସିବେ . ଏଥର ମଧ୍ୟ ସେମିତି କରୁଥିଲୁ ହେଲେ ସବୁଥର ପରି ବାପା ଆମକୁ ଶହେରୁ ମୋର କେତେ ବା ମୋ ଭଉଣୀର କେତେ ନକହି ପଡି ରହିଥାଆନ୍ତି. ଜେଜେ ଓ ଜେଜେମାଆଙ୍କୁ ଖାଇବାକୁ ଦେଇସାରି ମାଆ ବାପାଙ୍କୁ ଡାକୁଥିଲା ଆଉ ସେ ଉଠୁନଥିଲେ. ମାଆ କହୁଥିଲା ତୁମ ଦୁଇ ଭଉଣୀଙ୍କ ବାହାଘର ପାଇଁ ହୋଇଥିବା କରଜ ଶୁଝିବାକୁ ଜମା ଡର ନାହିଁ. ମୋ ଭାଇଙ୍କୁ କହିଛି ଏ ସନ ଧାନ ବିକି ଆମକୁ ପଇସା ଦେଲେ ଆମେ ଆଗ କରଜ କରଜ ଶୁଝି ଦେବା. ପରେ ଆସ୍ତେ ସୁସ୍ଥେ ତାଙ୍କୁ ଟଙ୍କା ଦେଇଦେବା କହି ଯେତେ ବାପାଙ୍କୁ ଡାକିଲେ ବି ସେ ଉଠୁନଥିଲେ. ହଲେଇ ଦେଇ ଛାତିରେ ହାତ ରଖି ମାଆ କଣ ବାରିଲା କେଜାଣି ଭୋ ଭୋ କାନ୍ଦି ମୋ ସଂସାର ଭାସିଗଲା କହୁଥିଲା. ରାସ୍ତା ଘାଟ ଭଲ ନଥିବାରୁ ହସ୍ପିଟାଲ ନେଇ ହେଲାନି ବାପାଙ୍କୁ. ସ୍କୁଲ ହେଡ଼ମାଷ୍ଟରଙ୍କ ପୁଅ ସହରରେ ଡାକ୍ତରୀ ପଢୁଥାଆନ୍ତି. ଛୁଟିରେ ଗାଁରେ ଥିବାରୁ ସେ ଭାଇନା ବାପାଙ୍କୁ ଦେଖି କହିଲେ ପ୍ରଥମ ଷ୍ଟ୍ରୋକରେ ହାର୍ଟ ଆର୍ଟାକରେ ମଉସା ଆଉ ନାହାଁନ୍ତି . ସେହି ଚିନ୍ତାରେ ଜେଜେ ଓ ଜେଜେମା ଆଗ ପଛ ହୋଇ ଚାଲିଗଲେ. ଆଉ ମାମୁଁଘର ସହାୟତାରେ ଭଉଣୀ ବେବିନାର ପଢ଼ା ବାହାଘର ଇତ୍ୟାଦି ହେବା ସହ ମୁଁ ମଧ୍ୟ ଆଜି ଡାକ୍ତର. ହେଲେ ମାଆ .. କହି ଅଟକି ଯାଉଥିବା ସୌମ୍ୟଙ୍କ କଥା ସମ୍ପୂର୍ଣ୍ଣ କରି କୁନି କହିଲେ ସବୁଦିନ ପାଇଁ ମାଛ ଛାଡିଲେ. ଆଁ କରି ଅନେଇ ଥିଲେ ସୌମ୍ୟ କୁନିଙ୍କ ମୁହଁକୁ.
ସେଦିନ ହଠାତ କୁନି କହିଲେ ତୁମେ ଡାକ୍ତର ପୁଅ ହୋଇ ମାଆଙ୍କୁ ମାଛ ଖୁଆଇବାକୁ କେତେ ଚେଷ୍ଟା କରିଛ ଶୁଣେ? ସୌମ୍ୟ ସିନା ଚୁପ ରହିଲେ ହେଲେ କୁନି କିଛି ପରାମର୍ଶ କଲେ କୁଳ ପୁରୋହିତଙ୍କ ସହିତ ଗୁପ୍ତରେ ତ ସେ ଶଶୁରବାପାଙ୍କ ଶ୍ରାଦ୍ଧ ପୂର୍ବରୁ ଘରେ ପହଁଞ୍ଚି ମାଆଙ୍କ ଆଗେ କିଛି କହିଲେ. ଭିତରେ ଭିତରେ କୁନି ଖୁସି ଥିଲେ ତ ଶ୍ରାଦ୍ଧ ସରି, ପଞ୍ଚୁପତ୍ରରେ ଆମିଷ ବଢ଼ା ଯାଇଥିବା ଗୋଟେ ପତ୍ର ଭିଡ଼ିଆଣି ମାଆ ବସିବା ଦେଖି ସୌମ୍ୟ ବିସ୍ମିତ ହୋଇ କୁନିଙ୍କୁ ଚାହୁଁଥିବା ଦେଖି ପରେ କୁନି କହିଥିଲେ କୁଳ ପୁରୋହିତ କହିଯାଇଥିଲେ କି ଘରେ ଲାଗୁଥିବା ଆମିଷ ପଞ୍ଚୁପତ୍ରରେ ଯଦି ବର୍ତ୍ତମାନର ମୁରବୀ ବସି ମାଛ ନଖାଆନ୍ତି ତେବେ ପୁତ୍ର ଉପରେ ଶନି ଓ ମଙ୍ଗଳଙ୍କ ଅଶୁଭ ଦୃଷ୍ଟି ରହିବ. ହେଲେ ତୁମେ ଏତେ କଥା କେମିତି ଜାଣିଲ!ମାଆ ମତେ ତ ଏ ବିଷୟରେ କିଛି କହିନି. ମତେ କହିଛନ୍ତି ନା କହି ଚୁପି ଚୁପି ହସୁଥିଲେ କୁନି.ସେଦିନ ଅନ୍ଧାର ରାତିର ତାରା ଭରା ଆକାଶରେ ମାଆ କୁନ୍ତି ଓ ବାପାସନିଆଁଙ୍କୁ ଖୋଜି ଖୋଜି ନୟାନ୍ତ ହେଉ ହେଉ କୁନି କହୁଥିଲେ ତୁମ କଥା ରଖି ଶାଶୁଘରର ସମସ୍ତଙ୍କୁ ନିଜର କରିବାକୁ ଅଣ୍ଟା ଭିଡ଼ିଛି. ମତେ ଶକ୍ତି ଦିଅ ତ ସୌମ୍ୟ କେତେବେଳୁ ପହଁଞ୍ଚି କହୁଥିଲେ ଏଥର ତୁମ ପିତା ମାତଙ୍କ ଶ୍ରାଦ୍ଧ ପୁରୀ ବଡମନ୍ଦିରେ ଥିବା ବାଇଶ ପାହାରେ କରିନେବା. କୁନିଙ୍କ ଆଖିରୁ ଲୁହ ଦୁଇଧାର ଗଡି ସାରିଥିଲା ସେତେବେଳକୁ.