kamal kumar dash

Horror Tragedy Thriller

3  

kamal kumar dash

Horror Tragedy Thriller

ଡ଼କ୍ଟର ସତୀଶ

ଡ଼କ୍ଟର ସତୀଶ

2 mins
190



     

     ପୁରୁଷୋତ୍ତମ ଏକ୍ସପ୍ରେସ ଭୁବନେଶ୍ୱର ଛାଡିଲା ପରେ ଶ୍ରୀତମ ଦେଖିଲା ତା କୋଚ୍ ରେ ବହୁତ କମ ଲୋକ ଅଛନ୍ତି | କାରୋନା ଯୋଗୁ ବୋଧେ କମ ଲୋକ ଅଛନ୍ତି | କିଛି ସମୟ ପରେ ଟିଟି ଆସି ଚେକ କରି ଚାଲିଗଲେ | ଭାବୁଥିଲା ସେ କଣ କରିବ , ବ୍ୟାଗ ଖୋଲି ତା ଚାଦର କାଢିଲl ଓ ବର୍ଥ ଵିଛାଇଲା | ଜଣେ ଲୋକ ଆସି ତା ପାଖ ବର୍ଥ ରେ ବସିଲେ | ସେ ନୀଳ କୋଟ ଓ ଜିନ ପ୍ୟାଣ୍ଟ ପିନ୍ଧି ଥିଲେ |ସେ ଟିକେ ବସିଲା ପରେ ଶ୍ରୀତମ କୁ ପଚାରିଲେ ସାର ଆପଣ ଦିଲ୍ଲୀ  ଯିବେନା ସେ ହଁ କହିଲା | ତାପରେ ସେ ଭଦ୍ର ବ୍ୟକ୍ତି ଜଣକ କହିଲେ ସାର ମୋର ଗୋଟେ ଛୋଟ କାମ କରି ପାରିବେ | ଏ ମେଡ଼ିସିନ ପ୍ୟାକେଟ ଟା ଦିଲ୍ଲୀରେ ମୋ ସାଙ୍ଗ କୁ ଦେଇ ଦେବେ | ସେ ଆସି ଆପଙ୍କ ଠୁ ନେଇନେବ ଷ୍ଟେସନ୍ ରେ | ଶ୍ରୀତମ ପଚାରିଲା ଆପଣ କ'ଣ ଦିଲ୍ଲୀ  ଯିବେନି ? ନା ମୋର ଏଠି କାମ ଅଛି | ମୁଁ ଆଗ ଷ୍ଟେସନ୍ରେ  ଓହ୍ଳାଇ ଯିବି | ଶ୍ରୀତମ ଅଜଣା ଲୋକଙ୍କ ଠାରୁ ପ୍ୟାକେଟ ନେବାକୁ ଟିକେ କୁଣ୍ଠା ବୋଧ କଲା ସେ ତାଙ୍କର ଆଇକାର୍ଡ ଦେଖାଇଲେ ଓ କହିଲେ ମୁଁ ଡ଼କ୍ଟର ସତୀଶ ମିଶ୍ର | ତା ପରେ ଶ୍ରୀତମ ରାଜି ହୋଇଗଲା ଓ ମେଡ଼ିସିନ ପ୍ୟାକେଟ ଟି ନେଲା ସେ ପ୍ୟାକେଟ ଉପରେ ତାଙ୍କ ସାଙ୍ଗ ନ୍କ ନ| ଫୋନ ନଂ ଓ ଆଡ୍ରେସ ଥିଲା | ଡକ୍ଟର ଶ୍ରୀତମ  ର ଫୋନ ନଂ ମାଗି ନେଲେ ଓ ଅନେକ ଅନେକ ଧନ୍ୟବାଦ ଦେଇ ଗାଡ଼ିରୁ ଓହ୍ଲାଇ ଗଲେ | ଶ୍ରୀତମ ପ୍ୟାକେଟ ଟିକୁ ସାନିଟାଇଜ କରି ରଖିଲା ଓ ଶୋଇ ପଡିଲା | ଶ୍ରୀତମ ସକାଳୁ ଷ୍ଟେସନରେ ପହଁଚିଲା କେହି ତାକୁ ରିଂ କଲେନି ସେ ପ୍ୟାକେଟ ନେଇ ଘରକୁ ଚାଲିଗଲା ଓ ଭାବିଲା ପରେ ଆଡ୍ରେସ ଖୋଜି ଦେଇଦେବ | 

        ନିଜ ଘରେ ପହଁଚିଲା ପରେ ଗାଧୋଇ ଟିଫିନ ଖାଇଲା ଓ ପ୍ୟାକେଟ ଖୋଲି ଦଦେଖିଲ l ତା ଭିତରେ ୨ଟା ପ୍ୟାକେଟ ଅଛି ଗୋଟେ ପ୍ୟାକେଟରେ ନିତିନ ମିଶ୍ର ଓ ତାଙ୍କ ଫୋନ ନଂ ଲେଖା ଅଛି ଓ ଅନ୍ୟଟା ରେ ତା ନାଁ ଓ ଫୋନ ନଂ ଲେଖାଅଛି | ତାକୁ ଟିକେ ଅଜବ ଲାଗିଲା | ଡାକ୍ତର ତ ଆଗରୁ ପ୍ୟାକେଟ ଧରି ଆସିଥିଲେ ତା ଫୋନ ନଂ ପଛରେ ପଚାରିଲେ ଓ ମୋବାଇଲରେ ଟାଇପ କଲେ ,ହେଲେ ସେ ଆଗରୁ ଆଣିଥିବା ପ୍ୟାକେଟରେ ନା ଓ ନମ୍ବର ଲେଖିଲେ କେତେବେଳେ | ଯଦିସେ ତା ନମ୍ବର ଜାଣିଥିଲେ ତାକୁ ପଚାରିଲେ କାହିଁକି ଓ ତାର ଏ କରୋନା ମେଡ଼ିସିନ କଣହେବ ? ଏମିତି ଅନେକ କିଛି ଭାବୁଥିଲା ସେ | ନିତିନ ଙ୍କୁ ରିଂ କଲା ହେଲେ କେହି ଉଠାଇଲେଣି | କିଛି ସମୟ ପରେ ତାକୁ ଏକ ରିଂ ଆସିଲା | ସେ ରିଂ ନିତିନ ମିଶ୍ର କରିଥିଲେ ସେ ତା ଘର ପାଖରେ ରହୁଥିଲେ ଓ ତାଙ୍କକଥାରୁ ବୁଢାଲୋକ ବୋଲି ଜଣl ପଡୁଥିଲେ | ଶ୍ରୀତମ  ମେଡ଼ିସିନ ନେଇ ତାଙ୍କ ଘରେ ପହଁଚିଲା ଓ ଯାହା ଶୁ ଣିଲା ତlରମୁଣ୍ଡ ଘୁରାଇଦେଲା | ନିତିନ କହିଲେ ସେତାଙ୍କ ଭାଇ ଓ କରୋନା ହସ୍ପିଟାଲ ରେ କାମ କରୁକରୁ ନିଜେ କରୋନା ରେ ପୀଡିତ ହୋଇ ଆଇସିୟୁ ରେଅଛନ୍ତି | ଘରେ ତାଙ୍କ ସ୍ତ୍ରୀ କରୋନା ରେପୀଡିତ ଅଛନ୍ତି ଓ ତାଙ୍କର ଏମେଡ଼ିସିନ ଦରକାର ଥିଲା | ଏ ଏହା ଦିଲ୍ଲୀରେ ମିଳୁନି

ଆଇସିୟୁ ରେ ଥିବା ଲୋକ ମେଡ଼ିସିନ ନେଇ ତାଙ୍କୁ କେମିତି ଦେଇ ପାରିବ ସେ ସେକଥା ଚିନ୍ତା କରୁଥିଲେ | ତାଙ୍କ ଘରୁ ଫେରିଲା ପରେ    ଶ୍ରୀତମ କୁ ଜ୍ଵର ଆସିଲା ଓ ଟେଷ୍ଟ ରେ କରୋନା ପଜେଟିଭ ବାହାରିଲା | ଦିଲ୍ଲୀରେ ଡାକ୍ତର ତାଙ୍କୁ ଯେଉଁ ମେଡ଼ିସିନ ଲେଖିଲେ ତାଙ୍କପାଖରେ ସେ ମେଡ଼ିସି ନଥିଲା | ଘରେ ବେଡ଼ରେ ଶୋଇ ଶୋଇ ସେଡାକ୍ତର ସତୀଶ ଙ୍କୁ ଧନ୍ୟବlଦ ଦେଉଥିଲେ | 


Rate this content
Log in

Similar oriya story from Horror