ଦାଂପତ୍ୟ
ଦାଂପତ୍ୟ
( ଏକ)
ଝଗଡ଼ା ଯିଏ ଆରମ୍ଭକରୁ, ସେଥିରେ କିଛି ଯାଏଆସେ ନାହିଁ । ଯାହାର ବି ଭୁଲ୍ ହୋଇଥାଉ,ସେଥିରେ ବି କିଛି ଯାଏ ଆସେ ନାହିଁ ।ପ୍ରତ୍ୟେକ ଝଗଡ଼ା ପରେ ସ୍ଵାମୀଟି ହିଁ ନିଜର ଇଜ୍ଜତ ବଞ୍ଚାଇବାକୁ ସ୍ତ୍ରୀ ପାଖରେ କ୍ଷମା ମାଗିବାକୁ ବାଧ୍ୟ ।
ଦାଂପତ୍ୟ ଜୀବନକୁ ସରସ ସୁନ୍ଦର କରିବାକୁ ଏହା ବୋଧେ ସଂସାରର ପ୍ରଥମ ଅଲିଖିତ ନିୟମ ।
(ଦୁଇ)
ଜଣେ ସ୍ୱ।ମୀ ଯଦି ସ୍ତ୍ରୀ କଥା ମାନିଲା କିଂବା ମାନିବାକୁ ବାଧ୍ୟ ହେଲା, ତେବେ ସେ ସ୍ୱ।ମୀଟି ସ୍ତ୍ରୀ ବୋଲକରାର ଅପଖ୍ୟାତି ମୁଣ୍ଡାଇବାଟା ଥୟ ।
ଆଉ ଯଦି ବୋଲ ମାନୁନଥିବା ସ୍ତ୍ରୀକୁ ଶାସନ କଲା, ତେବେ ତ ନିଶ୍ଚିତ ରୂପେ ସେ ସ୍ତ୍ରୀ ଅତ୍ୟାଚାରୀ,ପାପୀ ।
ମୋଟାମୋଟି କଥା ହେଲା, ଅପବାଦର ଛିଟା ସବୁବେଳେ ସ୍ବାମୀ ଦେହରେ ଲାଗିବ ହିଁ ଲାଗିବ ।
ସବୁ ପୁରୁଷ ତେଣୁ ସ୍ତ୍ରୀ ବୋଲକରା, ନ ହେଲେ ସ୍ତ୍ରୀ ଅତ୍ୟାଚାରୀ ।
*****""*""""""""""""""********
(ତିନି)
ସବୁ ସ୍ତ୍ରୀମାନେ ସ୍ବାମୀମାନଙ୍କ ଅପେକ୍ଷା ନିଶ୍ଚିତ ରୂପେ ଅଧିକ ବୁଦ୍ଧିମତୀ ।
କାମରେ ସଫଳତା ମିଳିଲେ,ତାହା ସ୍ତ୍ରୀ ବୁଦ୍ଧିର କରାମତି । ବଡ଼ ଲୋକମାନେ ବି ତ କହିଛନ୍ତି,ସବୁ ସଫଳ ପୁରୁଷ ପଛରେ ଜଣେ ନାରୀର ହାତ ଥାଏ ।
କିନ୍ତୁ ସଫଳତା ନ ମିଳିଲେ, ଗୋବର ମୁଣ୍ଡିଆ ସ୍ବାମୀର ଦୋଷ ।
(ଚାରି)
ମୋ ଘର ଆଖପାଖର ସମସ୍ତ ପୁରୁଷଙ୍କ ଅପେକ୍ଷା ମୁଁ
ଅପାରଗ,ଅଳସୁଆ,କାମଚୋର,ଗବଗାଣ୍ଡୁ, କଞ୍ଜୁସ୍,ବେରସିକ ଆଉ ଏମିତି କେତେ କଣ.....
ମୋ ସ୍ତ୍ରୀ ସବୁବେଳେ ମୋତେ ଗଞ୍ଜଣା ଦିଏଯେ , ହରିବାବୁ ସବୁବେଳେ ତାଙ୍କ ସ୍ତ୍ରୀଙ୍କୁ ଘରକାମରେ ସାହାଯ୍ୟ କରନ୍ତି । ମୁଁ କିନ୍ତୁ କରେନାହିଁ ।
ମଧୁବାବୁ ସ୍ତ୍ରୀ ପାଇଁ କେତେ ସୁନ୍ଦର ଶାଢୀ ସବୁ ଆଣନ୍ତି, ମୁଁ କିନ୍ତୁ ଆଣୁନି ।ଶ୍ୟାମବାବୁ ପତ୍ନୀ ପାଇଁ ପୂଜାରେ ହାରଟେ ଆଣିଲେ, ମୁଁ ଅପଦାର୍ଥ ।ଏମିତି ଏମିତି ଲମ୍ବୁଥାଏ ତାର ଅଭିଯୋଗର ଫର୍ଦ୍ଦ ।
ମୋ ସ୍ତ୍ରୀ କିନ୍ତୁ କେବେ କହେନାହିଁ ଯେ ,ହରିବାବୁ ବେଳେବେଳେ ସଂଧ୍ୟାରେ ନାଲିପାଣି ଚଢ଼େଇ ସ୍ତ୍ରୀକୁ ଅଭଦ୍ର ଭାଷାରେ ଗାଳିଗୁଲଜ କରନ୍ତି ।
ମଧୁବାବୁ ଟିକେଟିକେ କଥାରେ ରାଗିଯାଇ ସ୍ତ୍ରୀକୁ ମାର୍ ପିଟ୍ କରନ୍ତି ।ଶ୍ୟାମ ବାବୁଙ୍କ ପଡୋଶୀ ଭାଉଜ ସହିତ କେମିତି ଚକ୍କର ଚାଲିଛି ।
ମୁଁ ବି କେବେ କହିପାରେ ନାହିଁ ଯେ,ଗୀତା ଭାଉଜ ତୁମଠୁଁ ଭଲ ରୋଷେଇ କରନ୍ତି ।ତୁମ ସାନ ଭଉଣୀ ତୁମଠାରୁ ବେଶୀ ସୁନ୍ଦରୀ ।ଶାରୀଅପା ତା ସ୍ବାମୀ,ଶାଶୁ, ଶ୍ୱଶୁରଙ୍କର କେତେ ବେଶୀ ସେବା ଓ ସମ୍ମାନ କରେ ।
ରୀନା ଭାଉଜ ତୁମଠାରୁ ବେଶୀ ବୁଦ୍ଧିମତୀ ।
ମୋତେ ଭୟଲାଗେଯେ, ଏକଥା କହିଦେଲେ କାଳେ ବିଶ୍ୱଯୁଦ୍ଧ ହୋଇଯିବ ।
