Ghanashyam Mahanta

Others

3  

Ghanashyam Mahanta

Others

ଗାନ୍ଧୀ ମାଙ୍କଡ

ଗାନ୍ଧୀ ମାଙ୍କଡ

1 min
362


ସ୍କୁଲ ଫେରନ୍ତା ପୁଅ ଉଲ୍ଲସିତହୋଇ କହିଲା-ଜାଣିଛ ବାପା,ଆଜି ଆମେ ସ୍କୁଲରେ ଗାନ୍ଧୀଙ୍କ ତିନି ମାଙ୍କଡପରି ଆଚରଣ କଲୁ ।


           “ସତରେ ?’’ ଚକିତ ପିତା ସସ୍ନେହରେ ପୁଅର ମୁଣ୍ଡ ଆଉଁସିଦେଇ ପଚାରିଲେ ।“କିପରି ?’’


           “ଖେଳଛୁଟି ସମୟରେ ଆମେ ସ୍କୁଲ୍ ପଛପଟ ପଡିଆରେ ଖେଳୁଥିଲୁ ।ଠିକ ସେତିକିବେଳେ ସନ୍ଦୀପ୍ ଓ ରାଜୁ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହେଲା । ଆମ ଘରକୁ

ଆସୁଥିବା ମୋ ସାଙ୍ଗ ସନ୍ଦୀପକୁ ତ ତମେ ଦେଖିଛ ବାପା ।କେତେ ପତଳା ଓ ଦୁର୍ବଳ ସିଏ । ରାଜୁ କିନ୍ତୁ ଆମ ସ୍କୁଲର ସବୁଠୁ ବଳୁଆ ଓ ତାଗଡା ପିଲା ।ପହିଲ୍ ମାନ ପରି

ଚେହେରା । ରାଜୁ ସନ୍ଦୀପ୍ ଉପରେ ରାଗିଯାଇ ମାଡ ମାରିଲା । ରାଜୁ ସବୁବେଳେ ସେମିତି । ଟିକିଏ ଟିକିଏ କଥାରେ ରାଗିଯାଇ ମାର୍ ଧର୍ କରେ । ଶ୍ରେଣୀରେ ତାକୁ

ସମସ୍ତେ ଡରନ୍ତି । ତେବେ ରାଜୁ ସନ୍ଦୀପ୍ କୁ ମାଡମାରିବା ଦେଖି ଆମେ ସମସ୍ତେ ଜାଣିଗଲୁ, ଇଏ ହେଇଛି ଖରାପ କଥା । ଗାନ୍ଧୀ ମାଙ୍କଡ ତ କହିଛନ୍ତି ,ଖରାପ କଥା

ଦେଖିବ ନାହିଁ ।ତେଣୁ ଆମେ ସଙ୍ଗେ ସଙ୍ଗେ ସେ ସ୍ଥାନ ଛାଡି ଚାଲିଆସିଲୁ ।


           ଏଇ ସମୟରେ ସ୍କୁଲ ଘଣ୍ଟା ବାଜିଲା । ଆମେ ସବୁ ଶ୍ରେଣୀରେ ବସିଲୁ । ମାଡ ଖାଇଥିବା ସନ୍ଦୀପ୍ ଶ୍ରେଣୀରେ ଶିକ୍ଷକଙ୍କୁ ଅଭିଯୋଗ କଲା-ରାଜୁ ତାକୁ ମାଡ

ମାରିଛି,ଯାହାକି ଶ୍ରେଣୀର ସମସ୍ତ ପିଲା ଦେଖିଛନ୍ତି ।ସାର୍ ଆମକୁ ଜଣ ଜଣ କରି ପଚାରିଲେ । କାହା ବିରୋଧରେ କହିବା ଗୋଟାଏ ଖରାପ କଥା । ଗାନ୍ଧୀ ମାଙ୍କଡ

ତ ମନା କରିଛନ୍ତି, ଖରାପ କଥା କହିବନି ।ତେଣୁ ଆମେ ସମସ୍ତେ ମନା କଲୁ ।


           ରାଜୁ ନାଁରେ ମିଛରେ କହୁଛି ବୋଲି ଶିକ୍ଷକ ରାଗିଯାଇ ସନ୍ଦୀପ୍ କୁ ଗାଳିଗୁଲଜ କଲେ । ଗାଳିଗୁଲଜ କରିବାବି ତ ଗୋଟିଏ ଖରାପ କଥା । ଗାନ୍ଧୀ ମାଙ୍କଡ ଏକଥା ବି ତ କହିଛନ୍ତି , ଖରାପ କଥା କେବେ ଶୁଣିବନି ।ତେଣୁ ଆମେ କାନ ବନ୍ଦ କରିଦେଲୁ ।‘’    


           ବାପାଙ୍କ ଗଳାରେ ହାତ ଛନ୍ଦିଦେଇ ତାଙ୍କ ଉପରେ ଖୁସିରେ ଲୋଟି ପଡିଲା ପୁଅ ।


Rate this content
Log in