STORYMIRROR

Nibedita Senappati

Tragedy Crime Others

4  

Nibedita Senappati

Tragedy Crime Others

ଚଉଁରା

ଚଉଁରା

6 mins
181

ହଠାତ ଗାଡିର ଧଡ଼ ଧଡ଼ ଓ ହର୍ଣ୍ଣ ରେ ନିଦ ଭାଙ୍ଗିଗଲା l ଝରକା ଦେଇ ଥଣ୍ଡା ପବନ ଝଲକlଏ ମାଟି ବାସ୍ନା ନେଇ ବସ୍ ଭିତରକୁ ପସି ଆସିଲା l

ବାହାରକୁ ଚାହିଁଲା ବେଳକୁ ପlହାଡ଼ ଓ ଜଙ୍ଗଲ l ଠିକ୍ ସେହି ସମୟରେ ବସ୍ ଟି ଘାଟି ଚଢିବା ଆରମ୍ଭ କରିଥାଏ l ଘାଟି ଆସିଲାଣି ମାନେ ଗାଁ ବି ପାଖେଇ ଆସିଲାଣି । ସାଙ୍ଗେ ସାଙ୍ଗେ ବ୍ୟାଗ୍ ରୁ ମୋବାଇଲ୍ ବାହାର କରି ଆଖି ଯାହା ଦେଖୁଥିଲା ତାକୁ କ୍ୟାମେରାରେ ତୋଳିବାକୁ ଲାଗିଲି । ଏଇତ ମୋର ସମ୍ବଳ।

ବିଭିିନ୍ନ ଆକାରର ଗଛ; କିଛି ଭରା ତ କିଛିି ଥୁଣ୍ଟା ତ କେଉଁଠି କେବଳ ଫୁଲ, ପୁଣି କେଉଁ ଗଛ ଆମ୍ୱ ପଣସରେ ଲଦି ହୋଇଯାଇଥାଏ l

ରଙ୍ଗ ବେରଙ୍ଗ ପକ୍ଷୀର ସ୍ଵରରେ ବସ୍ରେ ବାଜୁଥିବା ଗୀତ, ଯାତ୍ରୀମାନଙ୍କର କୋଳାହଳ କିଛିି ଆଉ ଶୁଣାଯାଉ ନ ଥିଲା l ବେଳେ ବେଳେ ଇଛା ହୁଏ ଦଲ୍ଲିୀର କୋଳାହଳମୟ ପରିବେଶ କୁ ଛାଡି ଏହି ନିର୍ମଳ ପରିବେଶ କୁ ଫେରିଆସନ୍ତି l ସବୁ ଦିନ ଝରଣାରେ ଗାଧୋଇ ଜଙ୍ଗଲର କୋଳି ଖାଇ ଫେରୁଥାନ୍ତି l କିନ୍ତୁ ପୁଣି ଭାବେ କିଛି ଦିନ ଛୁଟିରେ ଏମିତି କରିହେବ, ସବୁବେଳେ ହେଲେ ଆଉ ମଜା ନଥିବ l ଏଇ ଯେମିତି ମାମୁଁ ଘର ଗାଁର ମଦନ ଦେଖାହେଲେ, ଦିଲ୍ଲୀରେ ତା ପାଇଁ କାମଟିଏ ଦେଖିବାକୁ କୁହେ, ଆଉ ମୁଁ ହସି କି କୁହେ "ଗାଁରେ ଅଛୁ, ନିଜ ବନ୍ଧୁବାନ୍ଧବ ସହ ଅଛୁ, ଶାନ୍ତିରେ ଅଛୁ । ଦିଲ୍ଲୀରେ ଚିହ୍ନା ମୁହଁଟିଏ ପାଇବା କଷ୍ଟ, ସେଥିରେ ପୁଣି ସେଠାର ଜନ ସମୁଦ୍ରରେ ହଜିଯିବୁ।" କାରଣ ମାମୁଁ ପ୍ରତିଥର ଦେଖାହେଲେ ଏହି କଥା କହି ଗାଁକୁ ଫେରାଇ ଆଣିବାକୁ ଚେଷ୍ଟା କରନ୍ତି । ନିଜ ଲୋକଙ୍କୁ ନିଜ ପରିବେଶ କୁ ଛାଡି ଏତେ ଦୂରରେ ରହିବାକୁ କାହାର ବା ଇଚ୍ଛା ଥାଏ। କିନ୍ତୁ ସୁନୀଳ ଭବିଷ୍ୟ ମୋହରେ ପଡ଼ି ନିଜ ଅତୀତ କୁ ପଛରେ ପକାଇ ଅଣନିଶ୍ଵ।ସୀ ହୋଇ କେବଳ ଧାଇଁ ଚାଲିଛେ।

ମାମୁଁଙ୍କ କଥା ମନେପଡ଼ିବାରୁ ତାଙ୍କର ଶେଷ ମେସେଜ ମନେପଡ଼ିଲା । ମୋବାଇଲ୍ ଆଉ ଥରେ ଖୋଲି ଦେଖିଲି - 'ରୁନୁ ମା, ତୋ ଆଈର ଦେହ ଭଲ ରହୁନି । ତୋତେ ଦେଖିବାକୁ ମନ କରୁଛି । କିଛି ଦିନ ଛୁଟି ନେଇଆସିଲେ ଭଲ ହୁଅନ୍ତା।'

ପୁଣି ଥରେ ହର୍ଣ୍ଣ ଓ କଣ୍ଡକ୍ଟର ଡାକରେ ମୋର ତନ୍ଦ୍ରା ଭାଙ୍ଗିଲା। "ବିଶ୍ଵନାଥପୁର ବିଶ୍ଵନାଥ ପୁର ତର ତରରେ ବ୍ୟାଗ୍ ଧରି ତଳକୁ ଓହ୍ଲାଇଲି । ମାମୁଁ ତାଙ୍କ ବାଇକ୍ ଧରି ଛିଡା ହୋଇଥାନ୍ତି । ଏଇଠୁ ଗାଁଟି ଆଉ ତିନି କିଲୋମିଟର ଦୂରରେ। ମାମୁଁଙ୍କୁ ମୁଣ୍ଡିଆଟିଏ ମାରି ପଚାରିଲି,ଆଈ କେମିତି ଅଛି

"ହଁ, ଏମିତି ହିଁ । ଖଟ ଧରିଲାଣି । ମୋ ବ୍ୟାଗ୍ କୁ ହାତରୁ ନେଇ ଗାଡ଼ି ଷ୍ଟାର୍ଟ କରି କହିଲେ,"ଗାଡ଼ି ତ କେବଠୁଁ ଠିଆ ହେଲାଣି । ତୋର ଏତେ ସମୟ କଣ ହେଲା ଯେ? ମୁଁ ତ ଭାବୁଥିଲି, ତୁ ବସ୍ ମିସ୍ କରିଗଲୁ ବୋଲି।

ନା, ମ ମାମୁଁ, ହଠାତ୍ ଜାଣିପାରିଲିନି । ଛକଟି ଏତେ ବଦଳି ଯାଇଛି! ଆଗ ୩-୪ ଟା ଦୋକାନ ଥିଲା, ବର୍ତ୍ତମାନ ତ ବଜାର ବସିଲାଣି ।"

ହଁ,ଆଉ ହବନି କି? ତୁ ଆସିବା ୫ ବର୍ଷ ହୋଇଯିବଣି !

ପାଞ୍ଚ ବର୍ଷ !! ହଁ, ହେଇଥିବ ସ୍ନେହା ବର୍ଷକର ହୋଇଥିଲା ଓ ଏଇଠି ତାର ଅନ୍ନପ୍ରସନ ପାଇଁ ଆଣିଥିଲି । ଏବେ ସେ ସ୍କୁଲ ଗଲାଣି । ସେଥିପାଇଁ ଆଉ ସୁବିଧା ହେଉନି । ପୁଣି ଆସିବାର ଗୋଟିଏ ମାଧ୍ୟମ ଥିଲେ ମଣିଷ ଚିନ୍ତା ହେଲେ କରିବ । ଟ୍ରେନ ବସ୍ପୁ ଣି ବାଇକ୍ ଏତେ ଧନ୍ଦା କରି କିଏ ଆସିବ ଯେ?"

"ହଉ ହେଲା । ଆଈକୁ ଦେଖିବା ବାହାନାରେ ହିଁ ହଉ ଆସିଲୁ ତ! ଆଉ ନାତୁଣୀ ଓ ବାବୁ କେମିତି ଅଛନ୍ତି ? ଭଲ ଅଛନ୍ତି

ଏମିତି କଥା ହେଉ ହେଉ ଗାଁ ମୁଣ୍ଡରେ ପହଞ୍ଚି ଯାଇଥିଲୁ। ଗାଁ ମୁଣ୍ଡରେ ଭଙ୍ଗା ଘରଟିଏ, ଏମିତି ଲାଗୁଥିଲା ଗାଁକୁ ବାହାର ଲୋକଙ୍କର ଖରାପ ଦୃଷ୍ଟିରୁ ରକ୍ଷା କରିବା ପାଇଁ ଅବା ରକ୍ଷା ଯାଇଛି। ଘରଟି ଭାଙ୍ଗି ଯାଇଥିଲେ ସୁଦ୍ଧା ତୁଳସୀ ଚଉଁରା ଟି ସେମିତି ଥାଏ, କେବଳ ରଙ୍ଗ ଉଡ଼ିଯାଇଥାଏ।

"ମାମୁଁ ସେ ଭଙ୍ଗା ଘରଟି କାହାର?"

"କାଳିଆର । ତୁ ତାକୁ ଦେଖିଥିବୁ। ତା ଘର ପଛପଟ ଦେଇ ତ ଝିଅମାନେ ନଦୀ କୁ ଯାଆନ୍ତି।"

"ହଁ, ମନେ ପଡ଼ିଲା, ତାଙ୍କ ସ୍ତ୍ରୀ ଗୀତା ଭାଉଜ ନା? ଯେ ଘରର ୟେ କି ଅବସ୍ଥା ! ଗାଁ ଛାଡି କୁଆଡେ ଚାଲିଗଲେଣି କି?

"ଗୀତା ତ ଆଉ ନାହିଁ। ଆଉ କାଳିଆ, ଗୀତା ଗଲା ପରଠୁଁ ପାଗଳ ହୋଇଯାଇଛି। କେବେ କାହା ଦାଣ୍ଡରେ ଶୋଇପଡେ ତ କେବେ ନଦୀ ତୁଟରେ ପଡ଼ିଥାଏ । ଗାଁ ଲୋକେ ତାକୁ ଖାଇବାକୁ ମୁଠାଏ ଦେଇଦିଅନ୍ତି।"

ଏତିକିବେଳକୁ ମାଇଁଙ୍କ ପାଟି ଶୁଭିଲା। "ହେଇ ତ ରୁନୁ ଆସିଗଲେଣି ।"

ମାମୁଁଙ୍କ କଥା ଅଧାରେ ହିଁ ରହିଗଲା। ଆମେ ଘରେ ପହଞ୍ଚି ଯାଇଥିଲୁ। ମାଇଁ ଆସି ମୋତେ କୋଳେଇ ନେଲେ, ଗୋଡ଼ ଧୂଆଇ ଘର ଭିତରକୁ ନେଇଗଲେ। ଭଲ ମନ୍ଦ ପଚାରୁ ପଚାରୁ ପି ବାକୁ ପାଣି ଦେଇ କହିଲେ,"ତୁମ ପାଇଁ ପାଣି ରଖିଦେଇଛି। ପ୍ରଥମେ ଗାଧୋଇ ନିଅ ତାପରେ ଆଈଙ୍କ ପାଖକୁ ଯିବ।

ଯନ୍ତ୍ରଚାଳିତ କଣ୍ଢେଇ ଟି ପରି ବ୍ୟାଗ୍ ରୁ ଲୁଗା ଗାମୁଛା ବାହାର କରି ଗାଧୋଇବାକୁ ଗଲି । କିନ୍ତୁ ଆଖି ଆଗରେ ଗୀତା ଭାଉଜର ହସ ହସ ମୁହଁ ହିଁ ଆସୁଥାଏ। ପିଲାବେଳେ ଆମେ ନଦୀରେ ଗାଧୋଇ ଫେରିଲା ବେଳକୁ ଭାଉଜଙ୍କ ବାଡିର ସୁଆଦିଆ ପିଜୁଳି ଓ ବରକୋଳି ଖାଇ ଫେରୁଥିଲୁ। ବିବାହର ୧୨ ବର୍ଷ ବିତଯାଇଥିଲେ ହେଁ ପିଲାଛୁଆ ହେଇ ନ ଥିବାରୁ ଶାଶୁଘର ଲୋକ ତାଙ୍କୁ ଅନେକ ଯନ୍ତ୍ରଣା ଦେଇ ଘରୁ ବାହାର କରିଦେଇଥିଲେ। ତାଙ୍କୁ ଘରୁ ବିଦା କରି କାଳିଆ ଭାଇର ଅନ୍ୟତ୍ର ବିବାହ କରିବାର ଯୋଜନା ଥିଲା, କିନ୍ତୁ ଭାଇ ବି ଘର ଛାଡ଼ିଦେଇଥିଲେ । ପିଲାଛୁଆ ନାହିଁ ବୋଲି ସେମାନଙ୍କ ମନରେ ତିଳେ ହେଲେ ବିଷାଦ ନଥିଲା,ଓଲଟା ଭାଉଜ କହୁଥିଲେ,"ତୁମେମାନେ କଣ ମୋ ପିଲା ନୁହଁ? ପେଟରୁ ଜନ୍ମ କଲେ ଯାଇ କଣ ମୁଁ ମାଆ ହେବି? ହେଲେ ବି ତୁମ ଭାଇ ମୋ ସାଙ୍ଗରେ ଥିବା ଯାଏଁ ମୋର କିଛି ଲୋଡ଼ା ନାହିଁ ।" କିନ୍ତୁ ୫ ବର୍ଷ ଭିତରେ ଏମିତିକା ପରିବର୍ତ୍ତନ ଦେଖିବି ବୋଲି ମୁଁ ଆଶା କରି ନଥିଲି । ମାଇଁ ଙ୍କ ପାଟି ଶୁଭିଲା,"ରୁନୁ ସରିଲା?"

ମୋ ତନ୍ଦ୍ରା ଭାଙ୍ଗିଲା, ଦେଖିଲା ବେଳକୁ ମୁଁ ସେମିତି ପାଣିରେ ହାତ ମାରି ବସିଥାଏ । ତରବରରେ ଗାଧୋଇ ବାହାରି ଆସିଲି। ଆଈ ପାଖକୁ ଗଲି। ଲୁଗା ଗଣ୍ଠିଲି ଟିଏ ପରି ଶେଯରେ ପଡ଼ିଥାଏ। ତା ପାଦ ଧରି ମୁଣ୍ଡିଆ ମାରିଲି। ଜୀର୍ଣ୍ଣ ଶରୀର ଟି ଥଣ୍ଡା ପଡିଯାଇଥାଏ। ମନରେ ଶଙ୍କା ଉଠିଲା । ମୋ ମନ କଥା ବୁଝିଲା ଭଳି ମାଇଁ କହିଲେ, ଶରୀର ଦୁର୍ବଳତା ଯୋଗୁଁ ମଝିରେ ମଝିରେ ଏମିତି ଥଣ୍ଡା ପଡ଼ିଯାଏ । ବ୍ୟସ୍ତ ହୁଅନି । ସକାଳୁ ତମକୁ ହିଁ ପଚାରୁଥିଲେ, ଏବେ ଶୋଇ ପଡିଛନ୍ତି।....ହଉ ତମେ ଆସିଲ, କିଛି ଖାଇନେବ। ରାସ୍ତାରେ କଣ ଖାଇଥିବ କେଜାଣି?"

ଦିଲ୍ଲୀରୁ ଗାଁକୁ ଏତେ ଲମ୍ବା ରାସ୍ତା, ସେଥିରେ ପୁଣି ଆସୁ ଆସୁ ଗୀତା ଭାଉଜଙ୍କ ଘରର ଅବସ୍ଥା ଦେଖି ଭୋକ ମରିଯାଇଥାଏ; କିନ୍ତୁ ମାଇଁ ଙ୍କ କଥା ମାନି,ଯାଇ ଖାଇବାକୁ ବସିଗଲି। ଖାଇବାକୁ ବାଢ଼ି ଦେଉ ଦେଉ ମାଇଁ କହିଲେ,"ବହୁତ କ୍ଳାନ୍ତ ଲାଗୁଛ, ଖାଇକି ଟିକିଏ ଶୋଇପଡ଼, ତାପରେ ଯାଇ ଯାହା କଥାବାର୍ତ୍ତା।" ମୁଠାଏ ଭାତ ଓ ଗୋଟେ ଭଜା ରଖି ବାକି ସବୁ ବାହାର କରିଦେଲି ଓ ସେତକ ବି ବଡ କଷ୍ଟରେ ଖାଇଲି । ଖାଇବା ପରେ ମାଇଁ ମୋତେ ମୋ ଶୋଇବା କୋଠରୀ ଦେଖାଇ ଦେଲେ । ମୁଁ ଯାଇ ଖଟରେ ବସିଗଲି।  କିଛି ସମୟରେ ମାଇଁ ପାଣି ନେଇ ଆସି, ମୋତେ ଅନ୍ୟମନସ୍କ ଥିବା ଦେଖି ପଚାରିଲେ,"କଣ ହୋଇଛି ତୁମର? ଏତେ ଚୁପଚାପ୍? ସ୍ନେହା ଓ ବାବୁ ଭଲ ଅଛନ୍ତି ତ? ଆଈଙ୍କ ପାଇଁ ବ୍ୟସ୍ତ ହୁଅନା। ଏହି ବୟସରେ ତ ଏମିତି ହୁଏ "

"ସବୁ ଭଲ। ମାଇଁ ଗୀତା ଭାଉଜ ଚାଲିଗଲେ, ମୋତେ କେମିତି ଜଣେଇ ଲେନି? ମୋତେ ତାଙ୍କ ଘର ଓ ତାଙ୍କ ବିଷୟରେ ଶୁଣିବା ପରଠୁଁ କେମିତି କେମିତି ଲାଗୁଛି।"

"କିଏ, ମାମୁଁ କହିଲେ? ଏମିତିଆ ଘଟଣାକୁ କଣ ଆଉ କହିଥାନ୍ତୁ? ଏପରି ଲଜ୍ଜା କର ପରିସ୍ଥିତି ସୃଷ୍ଟି ହେଇଛି ଯେ କେହି ନିଜ ଝିଅକୁ ଏହି ଗାଁରେ ବାହା ଦେବାକୁ ଚାହୁଁ ନାହାନ୍ତି।"

ଭାଉଜ ବିଷୟରେ ପଚାରିଲେ, ଗାଁ ବିଷୟରେ ମାଇଁ କହି ଚାଲିଥାନ୍ତି। ପୁଣି ଥରେ ପଚାରିଲି, "ଯେ ଗୀତା ଭାଉଜ ଙ୍କ ଯଦି ଦେହ ଖରାପ ଥିଲା, ମୋତେ କହିଥିଲେ ମୁଁ ତ କିଛି ସାହାଯ୍ୟ କରିପାରିଥାନ୍ତି!"

ମାଇଁ ମୋ ମୁଁହ କୁ ଦଣ୍ଡେ ଚାହିଁ କହିଲେ, "ଦେହ କାହିଁକି ଖରାପ ହୁଅନ୍ତା ଯେ? ଏତେ ଦିନକୁ ସେ ଗର୍ଭବତୀ ହୋଇଥିଲା, ଦୁହେଁ ଭାରି ଖୁସି ଥିଲେ। ମାମୁଁ କଣ ଦେହ ଖରାପ ବୋଲି କହିଲେ?"

"ନା ମାମୁଁ କିଛି କହିନାହାନ୍ତି। କେବଳ କହିଲେ, ଗୀତା ଆରପାରିକୁ ଚାଲିଗଲା ଓ କାଳିଆ ପାଗଳ ହୋଇ ବୁଲୁଛି। କିନ୍ତୁ ଏତେ ବର୍ଷ ପରେ ଭାଉଜ ମା ହେବାକୁ ଯାଉଥିଲେ, ତ ହେଲା କଣ?" ଗର୍ଭ ସମୟରେ ବୋଧେ କିଛି ଅସୁବିଧା ହୋଇଛି, ଆଉ ଆଖପାଖରେ ଡାକ୍ତରଖାନା ନଥିବା ଯୋଗୁଁ ବୋଧେ ଏମିତି ଭାବନାରେ ଥିବା ସମୟରେ, ଶକ୍ତ ଧକ୍କା ଦେଲା ମାଇଁ ଙ୍କ ସ୍ଵର

"ତା ରି ନିଜର ଦିଅର ତାକୁ ନଷ୍ଟ କରିଦେଲା।"

"ଏ କଣ କହୁଛ? ନଷ୍ଟ କରିଦେଲା ମାନେ ସେମାନେ ପରା ଶାଶୁ ଘରୁ ଅଲଗା ହୋଇଯାଇଥିଲେ। ପୁଣି

"ଅଲଗା ହୋଇଯାଇଥିଲେ। କିନ୍ତୁ ଗୀତା ଗର୍ଭବତୀ ହେବାର ଶୁଣି ପୁଣି ମିଳାମିଶା ଆରମ୍ଭ ହୋଇଥିଲା। ଆଉ ଏଇ ଧନ, କାଳିଆର ଭାଇ ସେ ଗାଁ ବାହାରେ କେଉଁଠି ରହୁଥିଲା। ଗତ ପରବ ଶେଷ ବେଳକୁ ସେ ଆଉ ତାର କିଛି ସାଙ୍ଗମାନେ ଆସିଥିଲେ । ନଦୀ ଆଡ଼କୁ ଯାଉଛି କହି ଘରୁ ବାହାରିଥିଲା କୁଆଡ଼େ। କାଳିଆ ର ଅନୁପସ୍ଥତିରେ କାଣ୍ଡ ଘଟିଯାଇଛି। ରାତିରେ କାଳିଆର ଚିତ୍କାର ଶୁଣି ଗାଁ ଲୋକ ଯାଇଥିଲେ । ଏବେ ବି ଶୀତେଇ ଉଠେ ସେ ଦୃଶ୍ୟ ମନେପଡ଼ିଗଲେ। ଗୀତାର ନିବସ୍ତ୍ର ଶରୀର ଚଉଁରା ପାଖରେ ପଡ଼ିଥାଏ ଆଉ ତା ଚାରିପଟେ ରକ୍ତ ର ପୋଖରୀ। କାଳିଆ ଗୀତା ଦେହକୁ ଜାବୁଡି ଧରି ମୁଣ୍ଡ ବାଡ଼େଇ ବାଡ଼େଇ କାନ୍ଦୁ ଥାଏ। ପୋଲିସ ଆସିଲା କିନ୍ତୁ ଅପରାଧୀ ର ଖୋଜଖବର ମିଳିନାହିଁ। ତା ପରଠୁଁ ଧନ ଆଉ ଗାଁ ରେ ଦେଖା ଦେଇନି। ଆଉ କାଳିଆ ସେହି ଦିନ ଠୁଁ ପାଗଳ ପ୍ରାୟ ହୋଇଯାଇଛି।" ମାଇଁ କାନିରେ ଆଖି ପୋଛି ହେଲେ।

ମୁଁ କାନ୍ଦି ନଥିଲି। କିନ୍ତୁ ରାଗ ଓ ଶୋକ ରେ ଆଖିରୁ ଲୁହ ଝରି ଯାଉଥିଲା। ବାରମ୍ବାର ଗୀତା ଭାଉଜଙ୍କ ହସ ହସ ମୁହଁ ନାଚି ଉଠୁଥିଲା। ମନ ଭିତରେ ଭାଉଜଙ୍କ ସହ ବିତାଇଥିବା କ୍ଷଣ ଗୁଡ଼ିକର ପୁନରାବୃତ୍ତି ହେଉଥିଲା। ସେହି ଚଉଁରା ମୂଳରେ କୋଳି ଗଦେଇ ଆମେ ଗପସପ କରି ଖାଉଥିଲୁ, ମୁଣ୍ଡରେ ତେଲ ମାରିବା,ଉକୁଣୀ ବାଛିବା କୁଆଁର ପୁନେଇ ପୂର୍ବରୁ ଚଉଁରା କୁ ରଙ୍ଗ ଦେବା, ଝୋଟି ଦେବା କେତେ କଣ; ଶେଷକୁ ତାଙ୍କ ଜୀବନଟା ବି ସେହି ଚଉଁରା ମୂଳରେ ହିଁ ଗଲା।

କ୍ଷଣିକ ଆନନ୍ଦ ପାଇଁ ମଣିଷ କିପରି ପଶୁ ପାଲଟି ଯାଏ? ନିଜର ସୁଖ ଆଗରେ ଆଉ ଏକ ଜୀବନର କିଛି ମୂଲ୍ୟ ହିଁ ନାହିଁ ଯେପରି। ମାଆ,ଝିଅ,ଭଉଣୀ, ବୋହୂ କୌଣସି ସମ୍ପର୍କ ର କିଛି ମୂଲ୍ୟ ରୁହେନା। ସହରରେ ହିଁ ପାପର ବୋଝ ବଢ଼ି ଯାଉଛି ଭାବିଲା ବେଳକୁ ଲାଗୁଛି ଗାଁଟି ବି ଆଉ ନିରାପଦ ହୋଇରହିନାହିଁ। ମନଟା ବିଷାକ୍ତ ହୋଇପଡ଼ିଲା। ଗାଁ ର ଯେଉଁ ଛବି ମୋତେ ଟାଣି ଆଣୁଥିଲା ଏବେ ମଳିନ, କଳୁଷିତ.. ଦୂଷିତ ଲାଗୁଛି।

ସହର ଠାରୁ ଏତେ ଦୂରରେ ଏହି ମଧ୍ୟ ଗାଁ ର ପବିତ୍ରତା କ୍ଷୁର୍ଣ୍ଣ ହୋଇଯାଇଛି। ସମାଜର ଏହି ବିଭତ୍ସ ରୂପ ପାଇଁ କିଏ ଦାୟୀ?କିଏ ଅପରାଧୀ? କାହାକୁ ଶାସ୍ତି ଦେବା? ଶାସ୍ତି ଦେବା ଦ୍ବାରା କିଛି ପରିବର୍ତ୍ତନ ହେବ?

ମୋ ଝିଅ, ସ୍ନେହା ମନେ ପଡ଼ିଗଲା। ତାର ସୁରକ୍ଷା କିପରି କରିବି ଏପ୍ରକାର ଦାନବଙ୍କ ଠୁଁ ।



Rate this content
Log in

Similar oriya story from Tragedy