ଓଡ଼ିଆ ଗଳ୍ପ ଓ କବିତା - ୩

Children

2  

ଓଡ଼ିଆ ଗଳ୍ପ ଓ କବିତା - ୩

Children

ଚୋର ଦାଢିରେ ଟିଙ୍କ

ଚୋର ଦାଢିରେ ଟିଙ୍କ

2 mins
7.3K


ଶ୍ରୀମତୀ ସୁଜାତା ସିହ୍ନା

ଦିନେ ବାଦଶାହ ଆକବରଙ୍କ ହିରା ମୁଦିଟି ହଜିଗଲା l ସେ ମନେ ମନେ ବହୁତ ଖୋଜିଲେ ହେଲେ ପାଇଲେ ନାହିଁ l ଶେଷରେ ସେ ନିରାଶ ହୋଇ ବୀରବଲଙ୍କୁ ଏ କଥା ଜଣାଇଲେ l ବୀରବଲ କହିଲେ-ଯାହାଁପନା ! ଆପଣ ମୁଦିଟିକୁ କେତେବେଳେ ଆଙ୍ଗୁଠିରୁ କାଢ଼ିଥିଲେ ? ବାଦଶାହ କହିଲେ – ମୁଁ ଶୌଚ ହେବାକୁ ଯିବା ପୂର୍ବରୁ ମୁଦିଟିକୁ କାଢ଼ି ଆଲମାରିରେ ରଖିଥିଲି ହେଲେ ପରେ ଆସି ଦେଖେ ତ ସେଠି ଆଉ ମୁଦି ନାହିଁ l

ଏଥର ବୀରବଲ ଜାଣିପାରିଲେ ମୁଦିଟି ହଜିନାହିଁ ନିଶ୍ଚୟ ଚୋରି ହୋଇଛି l ଆଉ ଏ କାମ ଏହି ଉଆସକୁ ସଫା କରୁଥିବା ସେବକମାନଙ୍କ ମଧ୍ୟରୁ କିଏ ଜଣେ ଚୋରି କରିଥାଇ ପାରନ୍ତି l ତେଣୁ ସେ ବାଦଶାହଙ୍କୁ କହି ସେବକମାନଙ୍କୁ ଡାକି ପଠାଇଲେ ପାଞ୍ଚଜଣ ସେବକ ସେହି ଉଆସର ସଫେଇ କାମ କରୁଥିଲେ l ସମସ୍ତଙ୍କୁ ଜଣ ଜଣ କରି ପଚରା ଗଲା l ହେଲେ କେହି ବି ମାନିଲେ ନାହିଁ l ବାଦଶାହ କହିଲେ ବୀରବଲ ! ଏମାନେ ସତକହୁଛନ୍ତି l କାରଣ ଏମାନେ ଏଠି ବହୁତ ଦିନ ହେଲାଣି କାମ କରୁଛନ୍ତି l କେବେ ତ ଚୋରି ହୋଇନି l ବୋଧହୁଏ ଆଲମାରିରେ କେଉଁଠି ରହିଯାଇଥିବ l

ବୀରବଲ କହିଲେ-ଠିକ୍ ଅଛି l ଆଲମାରିକୁ ପଚାରି ବୁଝିବା ପ୍ରକୃତରେ ସେ ନିଜ ଭିତରେ କେଉଁଠି ସେ ହିରା ମୁଦିଟିକୁ ଲୁଚାଇ ରଖିଛି ନା ଅନ୍ୟ କିଏ ମୁଦିଟିକୁ ଚୋରୀ କରି ନେଇଛି l ତାପରେ ବୀରବଲ ଆଲମାରି ପାଖକୁ ଯାଇ ପଚାରିଲେ – ସତ କହ ଆଲମାରୀ ! ବାଦଶାହଙ୍କ ଆଙ୍ଗୁଠି କେଉଁଠି ରଖିଛୁ ? କହି ସେ ନିଜର କାନକୁ ଆଲମାରି ଦେହରେ ଲଗାଇ କିଛି ଶୁଣିବାକୁ ଚେଷ୍ଟା କଲେ l ସେ ଏମିତି ଅଭିନୟ କରୁଥାଆନ୍ତି ଯେପରି ସତେ ଯେମିତି ଆଲମାରି ଚୁପି ଚୁପି ତାଙ୍କ କାନରେ କ’ଣ କହି ଦେଉଛି l ତା’ପରେ ସେ ମୁରୁକି ହସି କହିଲେ – ଯାହାଁପନା l ଆଲମାରୀ ମତେ ସବୁ ସତ କଥା କହି ଦେଇଛି l ତା’ପାଖରେ ସେ ହୀରାମୁଦି ଥିଲା କିନ୍ତୁ ଗୋଟେ ଚୋର ତାକୁ ଚୋରି କରି ନେଇଛି l

ଏହା ଶୁଣି ବାଦଶାହ କହିଲେ – କିଏ ସେ ଚୋର ? ତା’ର କିଛି ପ୍ରମାଣ ଅଛି ? ବୀରବଲ କହିଲେ – ହଁ ହଜୁର ସେ ଚୋରର ଦାଢ଼ିରେ ଗୋଟିଏ ଟିଙ୍କ ଦେଖା ଯାଉଛି l

ବୀରବଲଙ୍କ କଥା ଶୁଣି ସେହି ପାଞ୍ଚଜଣଙ୍କ ମଧ୍ୟରୁ ଜଣେ ସମସ୍ତଙ୍କ ଅଜାଣତରେ ନିଜ ଦାଢ଼ି ଉପରେ ହାତ ବୁଲାଇ ଆଣିଲା l ଯେମିତି ସେ ମନେ ମନେ ଦାଢ଼ିରୁ ଟିଙ୍କଟିକୁ ଖୋଜିବାରେ ଲାଗିଥିଲା l ବୀରବଲ ବାଦଶାହଙ୍କୁ ଉତ୍ତର ଦେଉଥିଲେ ହେଲେ ତାଙ୍କର ଲକ୍ଷ୍ୟ ଏହି ପାଞ୍ଚଜଣଙ୍କ ଉପରେ ଥିଲା l ସେ ସଙ୍ଗେ ସଙ୍ଗେ ଦାଢ଼ିରେ ହାତ ବୁଲାଉଥିବା ସେବକଟିକୁ ଧରି ପକାଇ ବାଦଶାହଙ୍କ ଆଗରେ ହାଜିର କରାଇଲେ l ବାଦଶାହ କହିଲେ ବୀରବଲ ତୁମେ ତ ଏହାର ଦାଢ଼ି ଖୋଜି ଟିଙ୍କ ବାହାର କରିନ ହେଲେ କେମିତି ଜାଣିଲ ଏ ଚୋର ବୋଲି l

ବୀରବଲ କହିଲେ ହଜୁର ! ଏ ଚୋର ଦାଢ଼ିରେ ହାତ ବୁଲେଇ ଟିଙ୍କ ଖୋଜୁଥିଲା l ତେଣୁ ସେ ନିଜକୁ ନିଜେ ହିଁ ଧରାପକାଇଲା l ଦଶ ପାହାର ଚାବୁକ ପାହାର ବସିବା ପରେ ଚୋରଟି ସତ କଥାମାନି ମୁଦି ଆଣି ଫେରାଇଲା l


Rate this content
Log in

Similar oriya story from Children