Pratima Satpathy

Classics

4  

Pratima Satpathy

Classics

ଚିଠି

ଚିଠି

3 mins
12



ଖଣ୍ଡିଏ ଚିଠି ପାଇଁ ଉଜୁଡ଼ି ଗଲା ଅନିତାର ଘର ସଂସାର। କିନ୍ତୁ କାହିଁକି, କିଏ ଡେଇଥିଲା ଏ ଚିଠି ସେ କିଛି ଜାଣି ପାରୁନି। ଠିକଣାରେ ତା ସମ୍ପର୍କୀୟ ଙ୍କ ନାଁ ଅଛି, ଆଉ ତାଙ୍କ ପୋଷ୍ଟ ଅଫିସର ଷ୍ଟାମ୍ପ ମଧ୍ଯ ରହିଛି। ନିଜ ଆଖିକୁ ବିଶ୍ୱାସ କରି ପାରିଲାନି ଅନିତା। ସେ ଚିଠି ଟିକୁ ବାରମ୍ବାର ପଢ଼ିଲା ଯେଉଁ ସମ୍ପର୍କୀୟ ଙ୍କ ନାଆଁ ରେ ଏ ଚିଠି ଆସିଛି ଏତ ତାଙ୍କରି ଅକ୍ଷର ନୁହେଁ, ନିଶ୍ଚୟ ଆଉ କିଏ ଜଣେ ତା ସମ୍ପର୍କୀୟ ଙ୍କ ନାଁ ଲେଖି ତାଙ୍କ ଘର ପାଖ ପୋଷ୍ଟଅଫିସ୍ ରେ ପକାଇ ଦେଇଛି। କିନ୍ତୁ ଯାହା ହାତ ଧରି ସେ ବାହା ହୋଇଛି ସେ ଏକଥା ଶୁଣିବାକୁ ନାରାଜ। ଯେତେ କହିଲେ ସେ ଭଲ ଲୋକ ନୁହେଁ ବୋଲି କହୁଛନ୍ତି। ଜନ୍ମରୁ ସେ ଯାହାଙ୍କୁ ଦେଖି ଆସିଚି ସେ କେବେ ଏତେବଡ ଘୃଣ୍ୟ କାର୍ଯ୍ୟ କରି ପାରିବେନି। ସ୍ଵାମୀ ଦେବତାଙ୍କୁ ସେ କିପରି ବୁଝାଇବ ଯେ ସେ ନିର୍ଦ୍ଦୋଷ ବୋଲି। ସେ ତ ନାଲି ପାଣି ଟିକେ ପିଇ ଦେଲେ ତାଙ୍କୁ ଚଉଦ ଭୁବନ ଦିଶିବ। ଯଦି ସେ ମୁହଁ ଖୋଲି କିଛି କହେ ତା ପିଠିରେ ପୋଖରୀ ଖୋଳାଯିବ। କଣ କରିବ ନିରୁପାୟ ହୋଇ ଚୁପ୍ ରହିଲା। କିଛି ସମୟ ପରେ ପୁଣି ଆସି ତାର ସ୍ଵାମୀ ପଚାରିଲେ। କହୁନୁ କାହିଁକି ସେ ଲୋକ କିଏ, ତୋର କଣ ହେବ। ତୁ ତାକୁ ଯଦି ଭଲ ପାଉଥିଲୁ ତାକୁ ବାହା ହେଲୁନି। ମୋତେ ବାହାହୋଇ ମୋ ଜୀବନ ବର୍ବାଦ କରୁଛୁ କାହିଁକି। କିଛି ଉତ୍ତର ନ ଦେଇ ଚୁପ୍ ରହିଲେ ମୁଁ କଣ ଭାବିବି ତୁ ସତୀ ସାବିତ୍ରୀ। ଆରେ ତୁ ଯଦି ଭଲ ଝିଅ ହୋଇଥାନ୍ତୃ ତୋ ବାପା ଭାଇ ଜାଣି ଶୁଣି ମୋ ପରି ଏକ ବେକାରିଆକୁ କାହିଁକି ତତେ ବାହା କରିଦେଇଥାନ୍ତେ। ତୁ ତ ଦେଖିବାକୁ ଖରାପ ନୁହଁ, ପାଠ ମଧ୍ଯ ପଢ଼ିଚୁ। ମୋ ପରି ପିଲାକୁ କାହିଁକି ବାହା କରାଇ ଦେଇଥାନ୍ତେ। ଏତେ ସବୁ କଥା ଶୁଣି ଅନିତା କହିଲା କିଏ ଜାଣିଥିଲା ଏତେ ଖରାପ ଗୁଣ ତୁମର ଅଛି ବୋଲି। ତୁମ ଘର ଦ୍ବାର ଓ ରୂପକୁ ଦେଖି ମୋ ବାପା ଭାଇ ଭୁଲିଗଲେ। ଏତିକି କହିଲା ପରେ ସାଙ୍ଗେ ସାଙ୍ଗେ ତା ସ୍ଵାମୀ ସୁଦାମ ଆସି ତାର ଚୁଟି କୁ ଘୋଷାରି ଟାଣି ଟାଣି ଦାଣ୍ଡ କୁ ନେଇ ବାଡ଼େଇଲା। ସେତିକି ବେଳେ ସେଇ ରାସ୍ତା ଦେଇ ଅନିତା ଘର ଗାଆଁ ର ଜଣେ ଲୋକ ଯାଉଥିଲା।ସେ ଆସି କହିଲା ଆପଣ ଏ କଣ କରୁଛନ୍ତି। ଅନିକୁ ମାରୁଛନ୍ତି କାହିଁକି। ଅନ୍ୟ ଜଣଙ୍କର ଉପସ୍ଥିତି ପାଇଁ ଅନିତା ମାଡ଼ରୁ ରକ୍ଷା ପାଇଗଲା। ତା ସ୍ବାମୀ ସାଙ୍ଗେ ସାଙ୍ଗେ ଘରୁ ବାହାରି ପଳାଇଗଲେ। ଅନି କହିଲା ସୋମୁ ଭାଇ ମୋତେ ଟିକିଏ ତୋ ମଟର ସାଇକେଲ ରେ ବସାଇ ଆମ ଘରେ ଛାଡ଼ି ଦେଇ ଆସେ। ଅନିର ଏ ଅବସ୍ଥା ଦେଖି ସୋମୁ କହିଲା ମୁଁ ଏବେ ତୋତେ ନେଲେ କଥା ଖରାପ ହେବ ମୁଁ ଗାଆଁ କୁ ଯାଇ ତୋ ଭାଈ ଙ୍କୁ କହିବି ଆସିବ ତୋତେ ନେଇଯିବ। ଏହା କହି ସୋମୁ ପଳାଇ ଆସିବା ବାଟରେ ଅନି ର ଭାଇ ଦେଖା ହେଲେ ତାଙ୍କୁ ସବୁକଥା କହିଲା। ଅନୀର ଭାଇ ଏକଥା ଶୁଣି ଯାଇଁ ଭଉଣୀ ଘରେ ପହଞ୍ଚିଲା। ଭାଇଙ୍କୁ ଦେଖି ଅନି କୁଣ୍ଢାଇ କରି କାନ୍ଦି ପକାଇଲା। ତା ଭାଇ କହିଲେ ଠିକ୍ ଅଛି ତୁ ଆଜି ମୋ ସାଙ୍ଗରେ ଚାଲ୍। ଅନୀ ସଙ୍ଗେ ସଙ୍ଗେ ଭାଇ ସହିତ ନିଜ ଘରକୁ ଆସିଲା। ନିଜ ଗୋଡ଼ରେ ନିଜେ ଠିଆ ହୋଇ ରୋଜଗାର କରି ଚଳିବ ପଛେ ଏ ସ୍ଵାମୀ ରୁପି ଅସୁର ଠାରୁ ବଂଚିଯିବ। ଏହିକଥା ଭାବି ସାଙ୍ଗେ ସାଙ୍ଗେ ସିଟି ପାଇଁ ଫର୍ମ ପକାଇଲା। ତାର କ୍ୟାରିଅର ଭଲ ଥିବାରୁ ସିଟି ଟ୍ରେନିଂ ଯିବାକୁ ଅର୍ଡର ଆସିଗଲା। ସିଟି ଟ୍ରେନିଂ ଯିବା ପାଇଁ ବାହାରିଲା ବେଳକୁ ତାଙ୍କର ସେଇ ସମ୍ପର୍କୀୟ ବନ୍ଧୁ ଆସି ତାଙ୍କ ଘରେ ପହଞ୍ଚି ଯାଇଥିଲେ। ଅନି ତାଙ୍କୁ ପଚାରିଲା ଭାଇ ଆପଣ ମୋ ଶାଶୁ ଘର କୁ କିଛି ଚିଠି ଦେଇଥିଲେ କି। ସେ କହିଲେ କି ଚିଠି,। ତାଙ୍କ ସହ ମୋର କିଛି ପରିଚୟ ନାହିଁ ମୁଁ ତାଙ୍କ ଘରକୁ ଚିଠି କାହିଁକି ଦେବି।କାରଣ ତୋ ବାହାଘର କୁ ମୁଁ ଆସି ନ ଥିଲି। ମୋ ଭଉଣୀର ଅନାବିଳ ନଣନ୍ଦର ବାହାଘର ସେଦିନ ଥିଲା ମୁଁ ସେଠିକୁ ଯାଇଥିଲି। ସେ ପଚାରିଲେ ଆଚ୍ଛା ଅନୁ ଚିଠି କଥା କାହିଁକି ପଚାରୁଥିଲୁ। ଅନି ସବୁ କଥା କହିଲା। ଶୁଣି ସାରି ସେ କହିଲେ ଓହୋ ଏଇ ସାମାନ୍ୟ ଖଣ୍ଡେ ଚିଠି ପାଇଁ ତୋ ଘର ସଂସାର ନଷ୍ଟ ହୋଇଗଲା। ଅନି କହିଲା କୁହନା ଭାଇ ସେ ମୋ ପାଇଁ ଘର ନ ଥିଲା ନର୍କ ଥିଲା। ନିତି ମରି ମରି ବଞ୍ଚିବା ଅପେକ୍ଷା ଏକା ରହିବା ବହୁତ୍ ଭଲ। ଟ୍ରେନିଂ ସରିଗଲା ପରେ ଅନୁ ଚାକିରୀ କରି ଖୁସିରେ ଚଳୁଛି। ତା ବର ସୁଦାମ କିନ୍ତୁ ମଦ ପିଇ ମାତାଲ୍ ହୋଇ ବୁଲୁଛି। ଅନୁ ତାକୁ ଡିଭୋର୍ସ ଦେଇ ଦେଇଛି। ଏହା ଭିତରେ ଅନିର ସମ୍ପର୍କୀୟ ଭାଇ ଆସି ଅନୁର ବାପାଙ୍କୁ ଅନୁରୋଧ କରି ତାଙ୍କ ସାନ ଭାଇ ପାଇଁ ଅନୂର ହାତ ମାଗିଛି। ଅନୁ ବାପା ଓ ଭାଇ ଖୁସି ହୋଇ କହିଲେ ତୁମ ସାନ ଭାଇଏଥିରେ ଏକମତ ଅଛି। ଆମ ଝିଅ ଆଗରୁ ବାହା ହୋଇଥିଲା ସେ ଜାଣିଛନ୍ତି, ସେ କହିଲେ ହଁ ମୁଁ ମୋ ସାନ ଭାଇକୁ ସବୁ କଥା କହିଛି। ସେ ରାଜି ହୋଇଗଲା। ଏହା ଶୁଣି ଅନିର ବାପା ଓ ଭାଇ ଖୁବ୍ ଖୁସି ହୋଇ ଗଲେ।ମନ୍ଦିରରେ ଅନିତା ସହିତ ଅଜିତ୍ ଙ୍କର ବିବାହ ହୋଇଗଲା। ଅନିତା ଓ ଅଜିତ୍ ଖୁସିରେ ଜୀବନ ଅତିବାହିତ କରୁଛନ୍ତି। ଅନୁ ବସି ଭାବୁଛି ଖଣ୍ଡିଏ ଚିଠି ଅନୁକୁ ନର୍କରୁ ଉଦ୍ଧାର କରିଦେଲା। ଯିଏ ବି ଅନିତା ଶାଶୁ ଘରକୁ ଚିଠି ଟି ପଠାଇ ଥିଲା ସେ ଯେଉଁ ଉଦ୍ଦେଶ୍ୟ ନେଇ ପଠାଇ ଥାଉ ସେ ତାର ଶୁଭଚିନ୍ତକ ଥିଲା।


Rate this content
Log in

Similar oriya story from Classics