Rajeev Singhdeo

Classics

4  

Rajeev Singhdeo

Classics

କେରା ମାଆ ଙ୍କର ଆଗମନ କଥା

କେରା ମାଆ ଙ୍କର ଆଗମନ କଥା

2 mins
271



ମାଆ କେରା ଠାକୁରାଣୀ ଙ୍କ ଦିବ୍ୟ କାହାଣୀ ଆଜି ଆପଣ ମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି। ତାଙ୍କ ଆଗମନ ଆମ କେରା ଅଞ୍ଚଳ ରେ କେମିତି ହୋଇଥିଲା ତାଙ୍କୁ କିଏ ଆଣିଥିଲା ତାଙ୍କୁ କିଏ ସ୍ଥାପନା କରିଥିଲେ,ସେଇ ବିଷୟକୁ ନେଇ ମୁଁ ଆଜି ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି।

ଆଜି ଠାରୁ ଅନୁମାନିତ  ଚାରି ସହ ବର୍ଷ ପୂର୍ବର କଥା ,ଆମ କେରା ଅଞ୍ଚଳ ର ଗୋଟିଏ ପାର୍ଶ୍ଵରେ

ଘଞ୍ଚ ଅରଣ୍ୟ ରେ ପରିପୂର୍ଣ ଥିଲା। ପାଖରେ ବ୍ରାହ୍ମଣୀ ନଦି, କୂଳରେ ଗୋଟିଏ ବିରାଟ ରାଜପ୍ରସାଦ। ସୁଦୂର କାମାକ୍ଷା ମନ୍ଦିର ରୁ ଜଣେ ବୃଦ୍ଧ ସନ୍ୟାସୀ ମାଆଙ୍କର ଦିବ୍ୟ ମୂର୍ତ୍ତି କୁ ସଙ୍ଗରେ ନେଇ ଆସିଥିଲେ । ଏବଂ ମାଆଙ୍କର ପ୍ରତିମା କୁ ବଚ ଗଛ ମୂଳେ ରଖି ଶୌଚ ହେବାପାଇଁ ନଦୀ କୂଳକୁ ଗଲେ। ତାଙ୍କର ନିତ୍ୟକର୍ମ ସାରି ଯେତେବେଳେ ମାଆଙ୍କୁ ଉଠାଇବା ପାଇଁ ଚେଷ୍ଟା କଲେ,ମାଆ ଆଉ ଉଠିଲେ ନାହିଁ। କାରଣ ମାଆ ଙ୍କର ଆଦେଶ ଥିଲା କି ମୋତେ ଭୂମିରେ ରଖିବୁ ନାହିଁ ଯଦି ରଖି ଦେଲୁ ତ ମୁଁ ସେଇ ସ୍ଥାନରେ ରହିଯିବି। ବୋଧହୁଏ ମାଆଙ୍କର ଏଇଠି ରହିବା ପାଇଁ ଇଚ୍ଛା ଥିଲା । ସନ୍ୟାସୀ ମାଆଙ୍କୁ ସତଚେଷ୍ଟା କରିବା ସତ୍ଵେ ମାଆ ଆଉ ଉଠିଲେ ନାହିଁ। ସେଇ ରାତିରେ ରାଜା ଠାକୁର ଲୋକନାଥ ସିଂହ ଦେବ ଙ୍କୁ ମାଆ ସ୍ଵପ୍ନ ରେ କହିଲେ ମୁଁ ଏହିଠାରେ ଅଛି ମୋ ପାଇଁ ମନ୍ଦିର ଟିଏ ତୋଳା ଯାଉ ।

ତା'ପରେ ରାଜା ସ୍ଵପ୍ନ ଆଦେଶନୁସାରେ ଯେତେବେଳେ ଆସି ଦେଖିଲେ ସତକୁସତ ମାଆ ଗଛ ମୂଳରେ ବିରାଜ ମାନ ଅଛନ୍ତି।

 ରାଜା ଦଣ୍ଡବତ ହୋଇ ତଳେ ପଡ଼ି ଗଲେ, ଏବଂ ମନ୍ଦିର ଟିଏ ଗୋଢାଇବା ପାଇଁ ମନସ୍ଥ କଲେ। ସେଇ ଦିନ ଠାରୁ ମାଆଙ୍କର ପୂଜାର୍ଚ୍ଚନା ବହୁତ ଯାକ ଯମକ ସହିତ ଆରମ୍ଭ ହେଲା। ଘଟ ପାଟ ଠାରୁ ଆରମ୍ଭ କରି ଛଉନାଚ କଣ୍ଟା ମଡ଼ା ଜ୍ଵଳନ୍ତ ଅଗ୍ନି ଉପରେ ଚାଲିବା ଏହି ସବୁ ପୂଜାର୍ଚ୍ଚନା ସମ୍ପୁର୍ଣ୍ଣ ବିଧିବିଧାନ ସହ ଆରମ୍ଭ ହେଲା। ଏହିପରି ଦିନ ପରେ ଦିନ ରାଜାଙ୍କର ଭକ୍ତି ଭାବ ଆହୁରି ପ୍ରଗାଢ଼ ହେବାକୁ ଲାଗିଲା। ପରବର୍ତ୍ତୀ ରାଜା ଠାକୁର ଲକ୍ଷ୍ମୀ ନାରାୟଣ ସିଂହ ଦେବ ଯେତେବେଳେ ରାଜା ହେଲେ , ବ୍ରାହ୍ମଣୀ ନଦୀର ଅପରପାର୍ଶ୍ବରେ କେରା ଗଢ (ରାଜପ୍ରସାଦ) ତିଆରି କରିଲେ ଏବଂ ମାଆଙ୍କର ଅନନ୍ୟା ଭକ୍ତ ହୋଇ ସେବା କରିବା ଆରମ୍ଭ କଲେ।

ମାଆଙ୍କର ପ୍ରସିଦ୍ଧ ଯାତରା ଘଟ ମନ୍ଦିର ରୁ ଗଢକୁ (ରାଜା ବାଡି) କୁ ଆସେ ତା ସହିତ ମହାଦେବଙ୍କର ପ୍ରସିଦ୍ଧ ଢେଙ୍ଗଡେଗା (ବାଉଁଶ ରେ ଶିବଙ୍କୁ ପ୍ରାଣ ପ୍ରତିଷ୍ଠା କରାଯାଇଥିବା ଗୋଟିଏ ଲମ୍ବା ବାଉଁଶ) କୁ ନେଇ ଘଟ ବାଳୀ ( ଯିଏ ଘଟ କୁ ମୁଣ୍ଡ ଉପରେ ରଖେ) କୁ ନେଇ ପ୍ରଥମେ ରାଜା ପ୍ରାସାଦ ତା'ପରେ ସମ୍ପୁର୍ଣ୍ଣ ଗାଁ ସାରା ପରିକ୍ରମା କରେ। ତା'ପରେ ଆରମ୍ଭ ହୁଏ ଛଉନାଚ।ଏହିପରି ଫଣା ସଂକ୍ରାନ୍ତି ବେଳକୁ ମାଆଙ୍କର ପ୍ରସିଦ୍ଧ କାଳିକା ଘଟ ଦର୍ଶନ ଏବଂ ଖନ୍ଦାମଡା କଣ୍ଟା ମଡ଼ା ହେଇ ଘଟପାଟ ପୂଜା ସମାପନ ହୁଏ।

ମାଆଙ୍କର ଏହି ଦିବ୍ୟ ପୂଜା ଅପ୍ରେଲ ୧ତାରିଖରୁ ଆରମ୍ଭ କରି ଅପ୍ରେଲ ୧୪ତାରିଖ ପର୍ଯ୍ୟନ୍ତ ଚାଲିଥାଏ । କୁହାଯାଏ ଯେ ଯିଏ ଏହି ସମୟରେ ମାଆଙ୍କର ଘଟ ପୂଜନ ଉପବାସ କରିବ ତା'ର ମନସ୍କାମନା ନିଶ୍ଚିତ ପୁରା ହୋଇଥାଏ।

କେରା ମାଆ ଠାକୁରାଣୀ ସ୍ଵୟଂ ଭଗବତୀ ଙ୍କ ମନ୍ଦିର କୁ ଆସିବାର ଠିକଣା ହେଲା

ଜିଲ୍ଲା ପଶ୍ଚିମ ସିଂହଭୂମ ଥାନା ଚକ୍ରଧରପୁର ସହର ରୁ ଦସ କିଲୋମିଟର ଅନ୍ତରାଳରେ କେରା ଗାଁ।


Rate this content
Log in

Similar oriya story from Classics