Sunanda Mohanty

Tragedy Fantasy Others

4  

Sunanda Mohanty

Tragedy Fantasy Others

ଚହଲା ପାଣିର ପ୍ରତିବିମ୍ବ

ଚହଲା ପାଣିର ପ୍ରତିବିମ୍ବ

3 mins
8



  ସଞ୍ଜୁ କହିଲା ମାଆ ମୋର ଦୁଇଦିନ ଛୁଟି. କୁଆଡେ ଯିବୁନା କଣ କାମ ଅଛି ପଚାରି ବସିଲେ ମାଧବୀ. ନାଇଁ ମାଆ ଯାଉଛି ଝିଅଟାକୁ ନେଇଆସିବି ତା ଶାଶୁଘରୁ. ତୁମେ ତ ଜାଣ ମାଆ ଖନି ଜାଡ଼ି ବୋଲି ତାକୁ ତାଠାରୁ କୋଡିଏ ବରଷ ସରିକି ବଡ଼ ମରଦ ହାତରେ ଟେକି ଦେଇଥିଲି. ଭଲ ଖାଇ ପିଇ ପିନ୍ଧି ଚଳିଯିବ ବୋଲି ହେଲେ ଭାଗ୍ୟ ତ ଦାଉ ସାଧିଲା ମାଆ.ମୋ ଝିଅ ହାତରୁ ଖାଇ ପିଇ ଜୋଇଁଟା ମୋର ଶୋଇଲା ଯେ ଶୋଇଲା ଆଉ ଉଠିଲା ନାହିଁ. ତୁମେ ତ ଜାଣିଛ ମାଆ.କହିଥିଲ ଝିଅ ଯଦି ଭଲରେ ଅଛି କାହିଁକି ଆଣିବ ବରଂ ସେଇଠି ଥାଉ ଏଠି ତ ଆଉ ଦୁଇଟା ଝିଅଙ୍କୁ ମଣିଷ କରିବାର ଅଛି. ବୁଢା ମଧ୍ୟ ବେମାର ରହୁଛି. ହେଲେ ମଞ୍ଜି କଥାଟା ତୁମେ ଜାଣିନ ମାଆ. ଝିଅକୁ ମୋର ତା ଶାଶୁ ଓ ବଡ଼ଯାଆ ଦେଖି ସହି ପାରନ୍ତି ନାହିଁ କହନ୍ତି କଥା କହିପାରୁନୁ କି ଶୁଣିପାରୁନୁ ତଥାପି ସ୍ୱାମୀ ମୁଣ୍ଡରେ ବସିଛୁ ଆଉ ଯଦି ଖନି ଜାଡ଼ି ହୋଇନଥାନ୍ତୁ କେତେ ନାଗର କରନ୍ତୁ. ଯୋଗକୁ ତ ଦଇବ ସହିଲା ନାହିଁ. ଯାହା ପାଇଁ ନନ୍ଦଘର ସୁନ୍ଦର ସେତ ଗଲା ଯାଇଥିଲି ମୋ ଝିଅକୁ ଆଣିବାକୁ ତା ବର ମରିବାର ବାର ଦିନଠି ହେଲେ ଦିଅର ପରା ଛାଡିଲା ନାହିଁ.କହିଲା ତାକୁ ରଖିବ ।

  ମାଧବୀ କହିଲେ ହଉ ହଉ ପିଲାଛୁଆ ତ କିଛି ନାହିଁ. ଦିଅରକୁ ବାହା ହୋଇ ରହୁ ବରଂ ଝିଅଟା. ନାହିଁ ମାଆ ଦିଅର ବାହା ହୋଇଛି ତାର ସ୍ତ୍ରୀ ପିଲା ଅଛି ତଥାପି ସେ କହିଲା ଭାଉଜକୁ ରଖିବ ଏମିତି ସମ୍ପର୍କ ରହିବ ହେଲେ ଏବେ ସଉତୁଣୀ ରଖେଇ ବସେଇ ଦଉନି ତ ଯାଉଛି ତାକୁ ନେଇଆସିବି ମାଆ.ମାଧୁରୀ କାବା ହୋଇ ଶୁଣୁଥିଲେ ।

  ମାଧବୀ କହିଲେ ଏମିତି କଥାରେ ତୁ ରାଜି ହୋଇ କେମିତି?ଛାଡ଼ି ଆସିଲୁ ତୋ ଝିଅକୁ ସେଠି! ହଁ ପରା ମାଆ ବଡ଼ ଭୁଲ କରିଦେଲି. ଏଠି ମୁଁ ତା ମାଆ ବଞ୍ଚିଛି. ଚାରିଘର କାମ କରୁଛି. ବଡ଼ ଝିଅଟାକୁ କଣ ପୋଷି ପାରିବିନି ମାଆ ମୁଁ!ସହଜେ ମୋଝିଅ ଭାରି ଗୁଣର ମାଆ. ସିଲେଇ ପତ୍ର କଲେ ତା ପେଟ କଣ ଅପୋଷା ରହିବ ମାଆ. ଏତେବେଳକୁ ବୁଝୁଛୁ. ବାହାହେଲା ଦିଅର ପାଖରେ କୋଉ ଭରସାରେ ଛାଡ଼ି ଦେଇ ଆସୁଥିଲୁ ଲୋ ସଞ୍ଜୁ ଯା ଯା ଝିଅକୁ ନେଇଆସେ. ମୋ ସିଲେଇ ମେସିନ ଥୁଆ ହୋଇଛି. ସିଲେଇପତ୍ର କଲେ ସେ ଆଉ କାହା ପେଟ ପୋଷିବ ପରା. ସେକଥା କଣ କହୁଛ ମାଆ ଛେଳି ପରା ଘରେ କୋଡିଏ ସରିକି ଅଛନ୍ତି. ତାଙ୍କ ପାଇଁ କଅଁଳ ଘାସ ଓ କଅଁଳ ପତ୍ର ମୁଁ ଆଣି ଦେଇପାରୁନି. ଝିଅ ମୋର ଆସିଲେ ତାଙ୍କ କଥା ବୁଝିଲେ କାଲିକି କାଲି ପଚାଶ ସରିକି ଛେଳି ବାହାରିବେ ମାଆ. ଯେତେ ଖାଉ ପିନ୍ଧୁ ଲଗାଉ ମୋ ଝିଅ. ହଉ ହଉ ଯା କହି ମାଧବୀ ଛୁଟି ମଞ୍ଜୁରୀ କଲେ ସଞ୍ଜୁର.

  ଏ ଭିତରେ ଜାଗର, ଦୋଳପୂର୍ଣ୍ଣମୀ ହୋଲି, ପଞ୍ଚୁଦୋଳ, ଦଶଦୋଳ ଗଲାଣି. ସଞ୍ଜୁ ଖୁବ ଖୁସି. ଝିଅକୁ ତାର ନାଗଫାଶରୁ ମୁକୁଳେଇ ଆଣିଛି ଯେମିତି. ସେଦିନ ମାଧବୀ କହିଲେ ଗୋଟେ କଥା କହିବି ସଞ୍ଜୁ ରଖିବୁ? କହୁନ ମାଆ ପାରିଲେ ରଖିବିନି କାହିଁକି?ଆରେ ଝିଅଟା ମୋର ପେଟରେ ହୋଇଛି. ତୁ ତୋ ବଡ଼ଝିଅକୁ ଟିକେ ଛାଡ଼ନ୍ତୁ ନାହିଁ. ଭଉଣୀ ପରି ସାହାଯ୍ୟ କରନ୍ତା. ମୁଁ କାହିଁ ମନା କରିବି ମାଆ ହେଲେ ଛେଳି ଗୁଡା ମରିଯିବେ ତା ବିନା. ହଉ ମୁଁ କହିବି କହି ସଞ୍ଜୁ ଯାଇଛି ଯେ ଯାଇଛି ।

  ଅଦିନିଆ ବରଷା ଝଡି ତୋଫାନ ଚାଲିଛି ଯେ ଘରୁ ଗୋଡ଼ କାଢ଼ି ଦେଉନି ପଦାକୁ, ସେଇଥିପାଇଁ ସଞ୍ଜୁ ଆସିପାରୁନଥିବ ବୋଲି କହି ସ୍ୱାମୀ ସିନା ସାନ୍ତ୍ୱନା ଦିଅନ୍ତି ମାଧବୀଙ୍କୁ ହେଲେ ମନଟା ବୁଝେନି ମାଧଵୀଙ୍କର. ତିନି ତିନିଟା ଝିଅ, ରୋଗୀଣା ବୁଢା ଓ ଛେଳିମାନଙ୍କୁ ଧରି କେମିତି ଥିବ ବିଚାରୀ ସଞ୍ଜୁ! ଆଜି ତ ଟିକେ ଖରା ପଡିଛି, ଆସୁଥିବ ବୋଧେ. ସତକୁ ସତ ସଞ୍ଜୁ ଆସିଲା. ଥମଥମ ମୁହଁ. ଖାଇଲାନି କିଛି. କଣ କାହିଁକି ମନ ଊଣା କରିଛୁ ସଞ୍ଜୁ?ନାହିଁ ମାଆ କେମିତି ଭାଗ୍ୟ ନେଇ ଜନମ ହୋଇଥିଲା କେଜାଣି ଝିଅଟା ମୋର. ସୁଖ ଦେବାକୁ ନେଇଆସିଥିଲି ଯେ ଛେଳି ତିନିଟାଙ୍କ ସଙ୍ଗେ ଚଡ଼ଚଡିରେ ମୋ ଝିଅର ପତ୍ତା ନାହିଁ ମାଆ. କେତେ ଖୋଜିବି ଆଉ? ସଞ୍ଜୁକୁ ବୁଝେଇ ଶୁଝେଇ ଛାଡ଼ିବା ପରେ ଟିଭିରୁ ଖବର ଶୁଣି ସ୍ୱାମୀ ଡାକ ପକେଇଥିଲେ କହୁଥିଲ ସଞ୍ଜୁ ବଡ଼ ଝିଅକୁ ଆମ ଝିଅ ପାଖକୁ ଛାଡିବ ବୋଲିଯେ ବିଚାରୀ ଘଡଘଡି ଚଡ଼ଚଡି ପଡି ମରିଛି ତିନିଟା ଛେଳିଙ୍କ ସହ. ମାଧୁରୀଙ୍କ ପାଟିରୁ ବିଚାରୀ ଶବ୍ଦଟା ବଡ଼ କରୁଣ ଶୁଭୁଥିଲା ।


Rate this content
Log in

Similar oriya story from Tragedy