The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sunita Sahoo

Tragedy

2.0  

Sunita Sahoo

Tragedy

ଚାକଚକ୍ୟ

ଚାକଚକ୍ୟ

4 mins
211


ଭୋକ ତ ଲାଗୁଛି, ହେଲେ ଖାଇବ କ'ଣ ବାପା ଦେଇଥିବା ପଲିଥିନ୍ ଖୋଲି ଦେଖିଲା ନିତା, ସେଇ ଚୁଡାଭଜା, ମୁଢ଼ି ମୁଆଁ, ରାଶି ଲଡୁ,ଛତୁଆ. ହେ...ଏଗୁଡା ଖାଇବାକୁ ଇଚ୍ଛା ନାହିଁ, ସକାଳେ ବନ୍ଦନା ତା କେକ୍ ରୁ ଖଣ୍ଡେ ଦେଇଥିଲା, ଭାରି ସୁଆଦିଆ ଥିଲା, ଇଚ୍ଛା ହେଉଥିଲା ଆହୁରି ଖାଇବାକୁ ହେଲେ ମାଗି ପାରି ନଥିଲା ନିତା ।

ବାପା ବି ସବୁବେଳେ ସେ ହାର ଖୁଡୀ ପାଖରୁ ଏଇସବୁ କିଣି ଆଣୁଛନ୍ତି, ବୋଉ ଗଲା ପରଠୁ ବାପାଙ୍କୁ ଜୋର କରି କିଛି କହି ବି ହଉନି। ବୋଉ ଲୁଚେଇ ରଖିଥିବା ପଇସାରୁ କିଛି ଦିଏ, ନିତା ଦୋକାନ ରୁ କିଣି ଖାଇଦିଏ। କାହିଁ ଖାଇବନି ଯେ, ସବୁବେଳେ କ'ଣ ସେଇ ଗରିବ ଖାଦ୍ୟ ତା ସାଙ୍ଗ ବନ୍ଦନା, ଚିତ୍ରା ସେମାନେ କେମିତି ଖାଉଛନ୍ତି । ସେମାନଙ୍କ ବାପା ମାଆ କାର୍ ରେ ଆସନ୍ତି, କେତେ କିସମର ବିସ୍କୁଟ, କେକ୍, ରୋଲ୍ , ରେଷ୍ଟୁରାଣ୍ଟ ରୁ ସୁଆଦିଆ ଖାଇବା ସବୁ ଧରି ଆସନ୍ତି। ସେମାନେ ନିତାକୁ ମଧ୍ୟ ଖାଇବାକୁ ଦିଅନ୍ତି, ହେଲେ ନିତା ତା ନିଜ ବ୍ୟାଗ ଖୋଲି କିଛି ଦେଇ ପାରେନା, ତାକୁ ଲାଜ ଲାଗେ । ଛି.... କ'ଣ ଭାବିବେ ସେମାନେ।

ଗୋଟେ ଥର ରାଶିଲଡୁ ଦେଇ ଥିଲା, ଚିତ୍ରା ପଚାରିଲା ଏଇଟା କି ଜିନିଷ, କୋଉଥିରୁ ତିଆରି ନିତା କୁ ଲାଜ ଲାଗିଲା, ତା ପରଠୁ ଆଉ କେବେ ଦିଏନି। ସେମାନେ ହଷ୍ଟେଲରେ ନ ଥିଲା ବେଳେ ସେ ବ୍ୟାଗ ଖୋଲି ଟିକିଏ ଖାଇଦିଏ।

ବାପା ବି କିଛି ବୁଝନ୍ତିନି, ସେ ମଇଳା ପରିବା ଅଣା ବ୍ୟାଗରେ ଖାଇବା ଜିନିଷ ନେଇ ଆସନ୍ତି। ତାକୁ ସେସବୁ ଭଲ ଲାଗେନା, ସେ ଗୋଟେ ପଲିଥିନ୍ ରେ ସବୁକୁ କାଢି ସେଇ ଗେଟ୍ ପାଖରେ ବ୍ୟାଗଟିକୁ ବାପାକୁ ଫେରେଇ ଦିଏ। କେତେ ଥର କହିଲାଣି ଏସବୁ ଜିନିଷ ଆଉ ଆଣିବନି, ହେଲେ ନା ... କହିବେ ଭୋକ ଲାଗିଲେ ଖାଇବୁ । ସେ ବୁଝୁ ନାହାନ୍ତି ଯେ ବନ୍ଦନା ଓ ଚିତ୍ରା ଆଗରେ ସେ ଏଗୁଡା ଜମା କାଢି ପାରେନା।

ଭଲ ପାଠ ପଢୁଥିଲା ବୋଲି ମାଟ୍ରିକ ପରେ ଗାଁ ସ୍କୁଲ ର ପ୍ରଧାନ ଶିକ୍ଷକ ବାପା ରାମଚନ୍ଦ୍ର ଙ୍କୁ ଡାକି ନିତା କୁ କଲେଜରେ ପଢାଇବାକୁ କହିଥିଲେ।

ବାପା କଟକ ନିକଟସ୍ଥ ଛୋଟିଆ ସହରରେ ଅଟୋ ରିକ୍ସା ଟିଏ ଚଲାଇ ପରିବାର ପୋଷଣ କରୁଥିଲେ। ସେଇ ସ୍ବଳ୍ପ ଆୟରେ ଯାହା ଚଳିଥାଆନ୍ତା ବୋଉର ବେମାରୀ ପିଛା ସବୁ ଖର୍ଚ୍ଚ ହେଇଗଲା। ବାପା ପ୍ରଧାନ ଶିକ୍ଷକ ଙ୍କୁ କହୁଥିଲେ ଦି'ମାଣ ଜମି ଅଛି, ତାକୁ ବନ୍ଧା ଦେଇ ନିତା କୁ ପାଠ ପଢେଇବେ। ବନ୍ଧା ଦେଇଥିବେ ବୋଧେ, ସେ ନିତା କୁ ତାଙ୍କ ଅଭାବୀ କଥା କେବେ କହି ନାହାନ୍ତି। ହେଲେ ସେ ଅଭାବୀ ବୋଲି ନିତା କ'ଣ କରିବ ଯେ

ବାପା ଖାଲି କହନ୍ତି ତୁ ଯେତେ ପଢିବୁ , ମୁଁ ତତେ ପଢେଇବି। ତୋର କିଛି ଅଭାବ ହେବନି, ସେ କ'ଣ ଅଭାବ ବୁଝିବେ, ତାଙ୍କୁ କିଛି କହିଲେ ବୋଉକୁ ମନେ ପକେଇ କାନ୍ଦିବେ। ବୋଉ ଯିବାର ପାଞ୍ଚବର୍ଷ ହେଲାଣି , ହେଲେ ଏବେବି ସେଇ ଅଭାବ। ନିତା ପାଞ୍ଚବର୍ଷ ହଷ୍ଟେଲରେ ରହିଲାଣି, ତା ସାଙ୍ଗରେ ରହୁଥିବା ଝିଅମାନଙ୍କର ବେଶ ପୋଷାକ, ଖାଇବା ଦେଖି ତାକୁ ବି ଇଚ୍ଛା ହୁଏ ସେମିତି ବଞ୍ଚିବାକୁ।

ଏଥରକ ଦେଇଥିବା ଇଣ୍ଟରଭ୍ୟୁ ରେ ପାସ୍ ହେଲ ଭଲ ଚାକିରିଟିଏ ଥୁଆ, ଲେଖା ପରୀକ୍ଷାରେ ତ ଭଲ ନମ୍ବର ଅଛି, ଦେଖାଯାଉ କ'ଣ ହେଉଛି ।

ଗୋଟିଏ ରୁମରେ ସେମାନେ ତିନି ଜଣ ରହୁଛନ୍ତି। ବନ୍ଦନା, ଚିତ୍ରା ଆଉ ନିତା । ସେ ଦୁହିଁଙ୍କ ଖଟରେ ବମ୍ବେ ଡାଇଙ୍ଗ୍ ର ସୁନ୍ଦର ବେଡ୍ ସିଟ୍ ପଡେ, ଭଳିକି ଭଳି ପୋଷାକ, ଗହଣା ସହ ତାଙ୍କ ସ୍ନୋ, ପାଉଡର,ଅତର ସବୁ ଦେଖିଲେ ନିତା କୁ ଲୋଭ ଲାଗେ। ତା ଖଟରେ ପୁରୁଣା ଖଦଡ ଚାଦର ଖଣ୍ଡେ ପଡେ। ତାଙ୍କ ସୁନ୍ଦର ଭ୍ୟାନିଟି ବ୍ୟାଗର ସ୍ବପ୍ନ ଦେଖୁ ଦେଖୁ ନିତା ଶୋଇ ପଡିଛି।

ବନ୍ଦନା ଆସି ନିତାକୁ କୁଣ୍ଢେଇ ପକେଇଲା, ଚାଉଁକିନା ନିତାର ନିଦ ଭାଙ୍ଗିଲା। ଦେଖିଲା ଚିତ୍ରା ବି ନାଚୁଛି। ଆରେ କ'ଣ ହେଲା କି ଚିତ୍ରା କହିଲା ଇଣ୍ଟରଭ୍ୟୁ ର ଫଳ ଆସି ଯାଇଛି, ସେମାନେ ତିନି ଜଣ ଯାକ ପାସ୍ କରିଛନ୍ତି। ନିତା ସେତେବେଳକୁ ଏତେ ଖୁସି ହୋଇଗଲା ଯେ ନିଜକୁ ସମ୍ଭାଳି ପାରି ନଥିଲା। ତାଙ୍କ ସହ ବେଶୀ ମିଶି ପାରୁନଥିବା ନିତା ମଧ୍ୟ ତାଙ୍କ ସହ ତାଳ ଦେଇ ନାଚିବାକୁ ଲାଗିଲା।

ଯାହେଉ ହଷ୍ଟେଲ ରହଣି ସରିଗଲା, ଏଥର ଚାକିରି ରେ ଯୋଗ ଦେବାର ସମୟ ଆସିଲା। ସେଦିନ ଚାକିରି ର ପ୍ରଥମ ଦିନ। ସକାଳୁ ସଅଳ ଉଠି ଦରକାରୀ କାଗଜପତ୍ର ସବୁ ଏକାଠି କଲା ନିତା।

ଗାଧେଇ ସାରି ଦେଖିଲା ବାପା ବି ଯିବା ପାଇଁ ପ୍ରସ୍ତୁତ। ବାପାଙ୍କର ସେ ଦଦରା ଅଟୋରେ ଯିବାକୁ ଆଦୌ ଇଚ୍ଛା ନଥିଲା ନିତାର, ହେଲେ କ'ଣ କରିବ ନଗଲେ ବସ୍ ପାଇଁ ପଇସା ମାଗିବକୁ ପଡିବ, ତାପରେ ପୁଣି ଅଟୋ ଧରିବାକୁ ହେବ । ତେଣୁ ଛାଡ, ବାପାଙ୍କ ଗାଡ଼ିରେ କାମ ଚଳେଇବାକୁ ପଡିବ।

ବାପ ଝିଅ ଅଟୋରେ ସହର ଅଭିମୁଖେ ବାହାରିଲେ। ନିତା ପଛପଟେ ବସି ଆଗତ ଭବିଷ୍ୟତର ଚିତ୍ରପଟ ଆଙ୍କୁଥାଏ, ଆଉ ପ୍ରକୃତିକୁ ମଧ୍ୟ ଉପଭୋଗ କରୁଥାଏ

। ଅବଶ୍ୟ ଇଣ୍ଟରଭ୍ୟୁ ପାଇଁ ଟିକିଏ ଭୟ ଓ ଶଙ୍କା ମନରେ ଥାଏ।

ଏତିକି ବେଳେ ବାପାଙ୍କ ଅଟୋଟି ନିର୍ଦ୍ଦିଷ୍ଟ ଅଫିସ ଆଗରେ ପହଞ୍ଚିଲା। ନିତା ଓହ୍ଲାଇ ବାପାଙ୍କ ପାଖକୁ ଗଲା, କହିଲା - ବାପା, ତୁମେ ଅଟୋକୁ ଏହି ଯାଗାରେ ରଖ। ଗାଡିରୁ ବାହାରକୁ ବାହାରିବନି, ଯଦି

କିଏ କିଛି ପଚାରେ କୌଣସି ଉତ୍ତର ଦେବନି। ଆଜି ଅଫିସରେ ମୋର ପ୍ରଥମ ଦିନ। ମୋ ସହ ବହୁତ ବଡ଼ବଡ଼ିଆ ଲୋକଙ୍କ ପିଲା ଏ ଯାଗାରେ ନିଯୁକ୍ତି ପାଇଛନ୍ତି। ସେ ପିଲାମାନେ ଦାମୀକାର୍ ରେ ନିଜ ବାପାମାଆଙ୍କ ସହିତ ଆସିଥିବେ ନିହାତି। ପରିଚୟ ସମାରୋହ ଧୂମଧାମରେ ହେବ ବୋଲି ଚିଠିରେ ଲେଖାଥିଲା। ସବୁ ସରିଲେ ମୁଁ ଫୋନ୍ କରିଦେବି। ଭୋକ ଲାଗିଲେ କଣ ଟିକେ ଖାଇଦେଇ ଅଟୋରେ ବସିଥିବ। ପକେଟରୁ ମଳିଛିଆ ରୁମାଲ୍ କାଢି ମୁହଁ ପୋଛି ଝିଅ ଆଡ଼କୁ ଚାହିଁଲେ ବୃଦ୍ଧ ରାମ।

- ତୁ ଜମା ବ୍ୟସ୍ତ ହେବୁନି ରେ ମାଆ,ତୋ ବୁଢା ବାପା ଏଇ ଯାଗାରେ ଅପେକ୍ଷା କରିଥିବ। ମୋ'ର ଏତେ ବର୍ଷର ତପସ୍ୟା ଆଜି ସଫଳ ହୋଇଛି, ତୋ ମାଆ ବଞ୍ଚିଥିଲେ କେତେ ଖୁସି ହୋଇଥାଆନ୍ତା ନା

     ସେତିକି ବେଳକୁ ନିତା ରାମଙ୍କ ଆଖି ସାମ୍ନାରୁ ଅଦୃଶ୍ୟ ହୋଇ ସାରିଥିଲା ।

ସେପଟେ ବାପର ଆଶୀର୍ବାଦ ଅଭିମାନ ର ଉର୍ଦ୍ଧ୍ବ ରେ   ରହି ହାତ ଟେକୁଥିଲା ।

ବି.ଦ୍ର - ଲେଖକ ଅରବିନ୍ଦ ରଥଙ୍କ ପ୍ରଦତ୍ତ ଗଳ୍ପାଂଶକୁ ନେଇ ମୁଁ ଉପରୋକ୍ତ ଗଳ୍ପ ଟି ଲେଖିବାକୁ ଚେଷ୍ଟା କରିଛି, ଆଶା କରେ ତାଙ୍କ ଅଧୁରା ଲେଖା ମୁଁ ପୁରା କରି ପାରିଥିବି ।


Rate this content
Log in

More oriya story from Sunita Sahoo

Similar oriya story from Tragedy