ବୁଢୀ
ବୁଢୀ
ବିନୟ ହାଟକୁ ଯାଇଛି । ଦେଖେ ହାଟ ସାରା ଚାରିଆଡ଼େ ହୋ ହା ର ଶବ୍ଦ ଚିତ୍କାର ଶୁଭୁଥାଏ । ବେପାରୀମାନେ ସବୁ ସତେ ଯେପରି ବିରାଡ଼ି ମାଙ୍କଡ଼ ଭିତରେ ଝଗଡା ଲାଗିଛି । ଆଉ ଗରାଖମାନେ ଲାଭ ଉଠାଉଛନ୍ତି ।
"ଏହା ଭିତରେ ବିନୟର ନଜର ଏକ ବୁଢୀ ଉପରେ ପଡିଲା । "
ସବୁ ବେପାରୀମାନେ ନିଜ ଦ୍ରବ୍ଯ ସବୁ ବିକ୍ରୀ କରିବା ପାଇଁ ବିଭିନ୍ନ କଥା ଆଳରେ ପ୍ରଲୋଭନ ଦେଖାଇ, ଗରାଖମାନଙ୍କୁ ଠକୁଥିବା ସତ୍ତ୍ବେ ଏଇ ବୁଢୀଟି ନୀରବ କାହିଁକି ବିନୟ ମନରେ ଭ୍ରମ ଆସିଲା ।
ବୁଢୀ ପାଖକୁ ଆସିଲା । ବୁଢୀ ଲେମ୍ବୁ ଧରି ବସିଥାଏ । ବିନୟ ପଚାରେ-ମାଉସୀ ଲେମ୍ବୁ କେତେ?
ପୁଅ ଲେମ୍ବୁ ୩ଟାକୁ ୩ ଟଙ୍କା, ବାରି ଲେମ୍ବୁ । ନେ' ନେ' ।
ବିନୟ ଲେମ୍ବୁ କିଣିଲା ଏବଂ ପଚାରିଲା ବୁଢୀକୁ ଅନ୍ଧାର ଆସିଲାଣି, ଆଉ ବର୍ଷା ବି ହେବାର ସମ୍ଭାବନା ଅଛି, ତୁ କେତେବେଳେ ଏ ଲେମ୍ବୁଗୁଡ଼ାକ ବିକି ଦବୁ? ସବୁ ବେପାରୀ ଘରକୁ ପ୍ରତ୍ୟାବର୍ତ୍ତନ କଲେଣି ।
ବୁଢୀ କହିଲା, ଆଜି ଏ ସବୁ ଲେମ୍ବୁ ନ ବିକ୍ରୀ କରିବି ଘରକୁ ରାସନ କେମିତି ନେବି ଆଉ ବୁଢ଼ା ପାଇଁ ପାନ, ଗୁଆ, ଗୁଣ୍ଡି କୋଉଠୁ ନେବି ।
ବିନୟ କହେ, "ଆଛା ମାଉସୀ ତୋର ପୁଅ ଝିଅ କେହି ନାହିଁ । "ବୁଢୀ ରାଗିଯାଇ କହିଲା," ତୁ ସେମାନଙ୍କର ନାଁ ତୁଣ୍ଡରେ ଧରେ ନାହିଁ" । ବିନୟ ସବୁ ବୁଝିଗଲା । ଉପାୟ ବାହର କଲା, ଆଉ ବାକି ଲେମ୍ବୁ ସବୁ ବିକ୍ରୀ ହେବା ପାଇଁ ବୁଢୀଟିକୁ ସାହାଯ୍ୟ କଲା ଏବଂ ସବୁ ବିକ୍ରୀ ବି ହେଲା । ବୁଢୀଟି ଖୁସିରେ ବିନୟକୁ ଗୋଟିଏ ଲେମ୍ବୁ ଦେଇ ଆଶୀର୍ବାଦ ଦେଲା ।