STORYMIRROR

SAUMYARANJAN BALIARSINGH

Inspirational

3  

SAUMYARANJAN BALIARSINGH

Inspirational

ହାତୀ

ହାତୀ

2 mins
533

ସନିଆ-"ହଁ ହଁ ଆମେ ଆଉ ଗଛ କାଟିବା ନାହିଁ"।ସନିଆର ସ୍ତ୍ରୀର ନିଦ ଭାଙ୍ଗିଲା,ହେଇଟି କ'ଣ ରାତି ଅଧରେ ନିଦ ବାଉଳି ହୋଇ ପାଟି କରୁଛ। ଭୂତ ଲାଗିଛି ନା କ'ଣ?ଇଲୋ ମା' ମୁଁ ଏବେ କ'ଣ କରିବି,ଏତିକି କହିବା ସଙ୍ଗେସଙ୍ଗେ ସନିଆର ନିଦ ଭାଙ୍ଗି ଯାଇ,ମୁଣ୍ଡରେ ହାତ ଦେଲା।ଆଲୋ ସିପୁ ବୋଉ କଅଣ ତତେ କହିବି ! ମୁଁ ଗୋଟେ ସ୍ୱପ୍ନ ଦେଖିଲି,ମୋର ଆଜି ଆଖି ଖୋଲିଗଲା।ଜାଣିଛୁ କ'ଣ ଦେଖିଲି ଆଜି...ମୁଁ କହୁଛି ତୁ ଶୁଣେ ମନ ଦେଇ।

  

 ସ୍ୱପ୍ନରେ ଦେଖିଲି କି,ବଡି ଭୋରରୁ ଉଠି ଲଣ୍ଠନ ଓ ଠେଙ୍ଗା ଧରି ମୁଁ ଆମ ବିଲକୁ ଯାଇଥାଏ।ସେଠି ପହଞ୍ଚିବା ମାତ୍ରକେ ଦେଖିଲି ଗୋଟେ ବିରାଟ ଦନ୍ତା ହାତୀ ଆମ ଧାନ ବିଲରେ ପଶି ଧାନ କଳେଇ ଖାଉଛି ।ମୁଁ ହେ ହେ କରିବା ମାତ୍ରେ-ମତେ ତା ଶୁଣ୍ଢରେ ଦୂରକୁ ଫୋପାଡିଦେଲା ଏବଂ ମୁଁ ଅଚେତ୍ ହୋଇ ପଡିଗଲି।ସକାଳ ହେବା ପରେ ସାହି ଆରପାଖ କାଳୁ ମତେ ଆସି ମୋ ଉପରେ ପାଣି ଛିଞ୍ଚି ମତେ ଉଠାଇଲା।ମରୁ ମରୁ ବଞ୍ଚିଗଲି,ମା ବଘେଇଙ୍କ ଆଶୀର୍ବାଦ ପାଇଁ! ଚାରିଆଡ଼େ ଏକଥା ପ୍ରଚାର ହୋଇଗଲା କି ସନିଆକୁ ହାତୀ ମାରି ଦେଇଥାଆନ୍ତା। ତା'ପରେ ଖବର ପାଇ ଫରେଷ୍ଟ ବାବୁ ଆସିଲେ,ମତେ ସାନ୍ତ୍ବନା ଦେଲେ -ଆଉ ବୁଝାଇଲେ,ଦେଖେ ସନିଆ ସେମାନଙ୍କ ବାସସ୍ଥାନ ହେଉଛି ଜଙ୍ଗଲ। ଆମେ ଜଙ୍ଗଲ କାଟି କଳକାରଖାନା,ରାସ୍ତା ଘାଟ,ବଡ଼ ବଡ଼ କୋଠାସବୁ ନିର୍ମାଣ କରୁଛେ। ଯେଉଁଥିପାଇଁ ସେମାନେ ଗାଁ ଗଣ୍ଡାରେ ପଶି ଉତ୍ପାତ କରୁଛନ୍ତି। ସେମାନେ ସେମାନଙ୍କର ଖାଦ୍ୟ ନପାଇ ଇଆଡ଼େ ସିଆଡ଼େ ହେଉଛନ୍ତି।


ଆଛା ସନିଆ କହିଲୁ ତୁ ଯଦି ଦିନେ ଉପାସ ରହିବୁ,ତୁ ନିଜକୁ ସମ୍ଭାଳି ପାରିବୁ। ଠିକ୍ ସେହିଭଳି ସେମାନେ ତ ପଶୁ ! ସେମାନେ କ'ଣ କରିବେ?

 

 ସନିଆ କହେ-ହଁ ବାବୁ ଆଜି ମୋ ଆଖି ଖୋଲିଦେଲେ ଆପଣ? ମୁଁ ଆଜି ଠାରୁ ଶପଥ ନେଉଛି ଗଛ ଲଗାଇବି,ପଶୁ ପକ୍ଷୀମାନଙ୍କର ସୁରକ୍ଷା ପାଇଁ ଗାଁ ଗାଁ ବୁଲି ପ୍ରଚାର କରିବି।"ହଁ ହଁ ଆମେ ଆଉ ଗଛ କାଟିବା ନାହିଁ" ।ତା'ପରେ ତୁ ମୋ ନିଦ ଭାଙ୍ଗିଦେଲୁ।କିନ୍ତୁ ନିଦରେ ସିନା ହେଲେ ବାସ୍ତବରେ ଆଜିଠାରୁ ମୁଁ ଜଙ୍ଗଲ ସୁରକ୍ଷା ପାଇଁ ପ୍ରଚାର କରିବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from SAUMYARANJAN BALIARSINGH

ହାତୀ

ହାତୀ

2 mins ପଢ଼ନ୍ତୁ

ବୁଢୀ

ବୁଢୀ

1 min ପଢ଼ନ୍ତୁ

Similar oriya story from Inspirational