STORYMIRROR

SAUMYARANJAN BALIARSINGH

Others

3  

SAUMYARANJAN BALIARSINGH

Others

ମାନବିକତା

ମାନବିକତା

2 mins
210

ଗୁଣ୍ଡିଚା ବଜାରରୁ ଫେରୁଥାଏ, ହଠାତ୍ ପାରାଦ୍ବୀପରୁ ଭିଣୋଇ ମୁଷା ପରିଡାଙ୍କ କଲ୍ ଆସିଥାଏ। ହେଲୋ.."ଭାବ ଭରା କଣ୍ଠରେ " ଗୁଣ୍ଡିଚା ତୋ ଭଉଣୀ ସୁକାନ୍ତୀକୁ ପାରାଲିସିସ୍ ହୋଇଯାଇଛି, ଆମେ ତାକୁ ଭୁବନେଶ୍ଵର ନେଉଛୁ, ତୁ ଘରେ ଜଣାଇ ଆମ ନିକଟକୁ ଆସ । ଗୁଣ୍ଡିଚା ସଙ୍ଗେ ସଙ୍ଗେ ସ୍ତ୍ରୀ ଯମୁନା ଏବଂ ସୁକାନ୍ତୀର ମା' ଓ ପରିବାର ସଭିଙ୍କୁ ଜଣାଇ କାନ୍ଦି ଉଠିଲା,ଏପଟେ ସୁକାନ୍ତୀର ମା' ଭାଙ୍ଗି ପଡିଲେ। ବୋହୁ ଯମୁନା ଶାଶୁଙ୍କୁ ସାନ୍ତ୍ବନା ଦେଇ, ମା' ବଘେଇ ସୁମରଣା କରିବା ପାଇଁ କହିଲେ।


ଗୁଣ୍ଡିଚା ଓ ଯମୁନା ମେଡିକାଲ ଯିବା ପାଇଁ ଭୁବନେଶ୍ୱର ପହଞ୍ଚି ଦେଖନ୍ତି, ଭିଣୋଇ ବିବେକାନନ୍ଦ ମେଡିକାଲ ବାରଣ୍ଡାରେ ଏପଟ ସେପଟ ହେଉଥାନ୍ତି। ଦୁହେଁ ଭେଟ ହୁଅନ୍ତି ଓ ଭିଣୋଇ ଭାବ ଭରା କଣ୍ଠରେ ସବୁ ଦୁଃଖ କଥା ଗୁଣ୍ଡିଚା ଓ ଯମୁନା ଆଗରେ ବଖାଣିଲେ। ଗୁଣ୍ଡିଚା ଓ ଯମୁନା ସୁକାନ୍ତୀକୁ ଦେଖା କରନ୍ତି, ସୁକାନ୍ତୀ ବେଡ୍ ଉପରେ ନିଦରେ ଶୋଇଥାଏ। ହଠାତ୍ ଦେଖନ୍ତି ସୁକାନ୍ତୀର "ଗୋଦର ଗୋଡ" ଚାରିପଟେ ଲକ୍ଷେ ପିମ୍ପୁଡ଼ି ବେଢି ରହିଛି, ହେଲେ ମନେ ମନେ ଭାବୁଥାଏ ଭଉଣୀକୁ ମୋର କିଛି କଷ୍ଟ ହେଉନାହିଁ। ନିଦ ଭାଙ୍ଗେ, ଭାଇ ଭଉଣୀ ପରଷ୍ପର ଚାହିଁ, ହଠାତ୍ କାନ୍ଦିବାକୁ ଲାଗିଲେ।

ସେହି ସମୟରେ ଗୁଣ୍ଡିଚା.. ଗୁଣ୍ଡିଚା ଡାକ ଶୁଭିଲା। ଗୁଣ୍ଡିଚା ବାହକକୁ ଯାଇ ଦେଖିଲା, ଭିଣୋଇ ବାବୁ ଡାକୁଛନ୍ତି। କ'ଣ ହେଲା ,ଭିଣୋଇ ବାବୁ? ଆରେ ଗୁଣ୍ଡିଚା ତୁ ତ ଯାଣିଛୁ, ମୋର ୫ ଟା ଝିଅ। ଏଡିକି ବକଟେ ହୋଇଛନ୍ତି। ପାରାଦୀପ ରେ ନିଜ ଲୋକ କେହି ନାହାଁନ୍ତି। ଭାଇ ହେଉଛି ଭଗାରି। ମୋ ପାଖରେ କିଛି ଟଙ୍କା ବି ନାହିଁ। ତୁ ତ ଭଉଣୀ ପାଖରେ ରୁହ, ମୁଁ ପାରାଦୀପ ଯାଇ ପିଲାମାନଙ୍କୁ ଦେଖାକରି କିଛି ଟଙ୍କା ଧରି ଆସିବି।।


ଏଇ କଥା, "ନନା" ତୁମେ ଯାଅ, ମୁଁ ଏଠା କଥା ବୁଝିବି ।

ଗୁଣ୍ଡିଚା ଧାର କରଜ କରି, ଭଉଣୀର ଚିକିତ୍ସାରେ ଟିକିଏ ବି ହେଳା କରୁନଥାଏ। ରକ୍ତ ଦେଇ ଜୀବନ ବଞ୍ଚାଇଲା। ପରେ ସମ୍ ହସ୍ପିଟାଲରେ ଚିକିତ୍ସା କରାଇ, ଅଳ୍ପ ସମୟ ମଧ୍ଯରେ ସୁସ୍ଥ ହେବା ପରେ ଡାକ୍ତରଙ୍କ ପରାମର୍ଶରେ ଗୁଣ୍ଡିଚା ନିଜ ଘରକୁ ଆଣିଲା। ଯମୁନା ଋଣ ଭାରରେ ବୁଡି ମଧ୍ଯ ନିଜ ନଣଦର ସେବା କଲା, ଏପଟେ ସୁକାନ୍ତୀର ମା'ର ଡାକ ଭଗବାନ ଶୁଣିଲେ। ଧିରେ ଧିରେ ସୁକାନ୍ତୀର ଦେହ ସୁସ୍ଥ ହେବାକୁ ଲାଗିଲା ଏବଂ ପାରାଦୀପ ଯିବା ପାଇଁ ଗୁଣ୍ଡିଚାକୁ କହିଲା। ଭାଇ ଭିଣୋଇ ବାବୁଙ୍କୁ ଡାକି ଗାଡି ଠିକ୍ କରି ପାରାଦୀପ ପଠେଇଦେଲା।


ସୁକାନ୍ତୀର ପରିବାର ପୁଣି ହସି ଉଠିଲା। ଏପଟେ ଗୁଣ୍ଡିଚା ଧାର କରଜରେ ବୁଡି ରହିଥାଏ। ସାହାର୍ୟ୍ଯ ପାଇଁ ଭଉଣୀକୁ ନିବେଦନ କରିବାରୁ, ସୁକାନ୍ତୀ ହଁ କରି ସମୟ ଗଡାଇଚାଲିଲା। ଧିରେ ଧିରେ ଭାଇ ଭଉଣୀର ସମ୍ପର୍କରେ ଫାଟ ପଡିଲା। ତଥାପି ଗୁଣ୍ଡିଚା ସମ୍ପର୍କ ବଞ୍ଚାଇବା ପାଇଁ ଚେ଼ଷ୍ଟା କରୁଥାଏ, ମାତ୍ର ଭଉଣୀ ଭାଇର ତ୍ଯାଗ ବୁଝିପାରୁ ନଥାଏ।ଏପଟେ ସୁକାନ୍ତୀର ଭାଇ ପାଇଁ ନିଜ ଜନ୍ମ କଲା ମା'କୁ ଭୁଲିଯାଇଥାଏ। ଟିକେ ହାଲ୍ ଚାଲ୍ ମଧ୍ଯ ପଚାରିବୁଝୁନଥାଏ।


ସମୟ କ୍ରମେ ବୟସ ଗଡି ଚାଲୁଥାଏ, ଦେହରେ ରୋଗ ବଢୁଥାଏ। ଶେଷ ସମୟରେ ପୁଅ ଗୁଣ୍ଡିଚାକୁ କହେ', "ତୁ ମୋ ଝିଅକୁ ଡାକେ" । ତଥାପି ସବୁ ଅଭିମାନ ଭୁଲି, ଗୁଣ୍ଡିଚା ନିଜ ମାନବିକତା ବଞ୍ଚାଇ ଭଉଣୀ ଫୋନ୍ କରେ, ହେଲେ ନିଜ ଜିଦ୍ ରେ ଅଟଳ। ରୋକ୍ ଠୋକ୍ ମନା କରିଦିଏ, ନିଜ ମା'କୁ ଦେଖାକରିବାକୁ !ଶେଷରେ ଗୁଣ୍ଡିଚାର ମା' ଶେଷ ନିଶ୍ୱାସ ତ୍ଯାଗ କଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from SAUMYARANJAN BALIARSINGH

ହାତୀ

ହାତୀ

2 mins ପଢ଼ନ୍ତୁ

ବୁଢୀ

ବୁଢୀ

1 min ପଢ଼ନ୍ତୁ