STORYMIRROR

Samar Ballav Bhoi

Tragedy Inspirational

3  

Samar Ballav Bhoi

Tragedy Inspirational

ବସ୍ତି ବାସିନ୍ଦା

ବସ୍ତି ବାସିନ୍ଦା

2 mins
202


ତିରିଶି ଚାଳିଶି ଘର ବୋଧେ ଅଛି ସେହି ବସ୍ତିରେ। 

ସନାତନ ର ଝାଟିମାଟିର ଘର ସେହି ବସ୍ତି ଭିତରେ। ବହୁତ ଗରିବ , ଗୋଟିଏ ପୁଅ ଓ ଗୋଟିଏ ଝିଅ, ଦୁହେଁ ମଧ୍ୟ ବୟସ୍କା, ପାଠପଢ଼ା ବେଶୀ କିଛି ନାହିଁ, ପାଠପଢ଼ା ରେ ଡୋରି ବନ୍ଧା ହୋଇସାରିଛି। ସମୟ ଅଛି ହେଲେ ସମୟର ହାତ ତାଙ୍କ ପାଖରେ ନାହିଁ, ସବୁଦିନ ସ୍ବର୍ଯ୍ୟାସ୍ତ ପରେ ରାତି ଆସିଲା ତାଙ୍କ ଜୀବନ ର ସନ୍ଧ୍ୟା ମଧ୍ୟ ଠିକ୍ ସେହିପରି। ସନାତନ ର ପରିବାର ବସ୍ତି ବାସିନ୍ଦାଙ୍କ ଠାରୁ କିଛି ଭିନ୍ନ ନୁହେଁ। କାମ କରି ନିଜ ପରିବାର ଭରଣପୋଷଣ କରନ୍ତି ସନାତନ। ବସ୍ତି ସାରା ଲୋକ ସବୁବେଳେ ଭିନ୍ନ ଭିନ୍ନ ଉପାୟରେ ପରିବାର ର ଭରଣପୋଷଣ କରନ୍ତି। କିନ୍ତୁ ସନାତନ ର ପରିବାର ତାଙ୍କ ମଧ୍ୟରୁ ଭିନ୍ନ। ସନାତନ ର ସ୍ତ୍ରୀ ତ ସବୁବେଳେ ରୋଗାକ୍ରାନ୍ତ, ଖାଲି ଔଷଧ ପାଇଁ ମାସିକ ଦୁଇହଜାର ଟଙ୍କା ଖର୍ଚ୍ଚ ଲାଗିଯାଏ। ସନାତନ ଛୋଟ ମଜୁରିଆ ଭାବରେ କାମ କରେ। ଦିନକୁ ତିନିଶହ ଟଙ୍କା, ସେହି ଦୁଃଖ ଭିତରେ ସନାତନ ବସ୍ତିବାସିନ୍ଦାଙ୍କ ସହ ସହଭାଗିତା ଭିତ୍ତିରେ ସବୁ କାମଗୁଡିକ କରେ। ତା ସହିତ ତା'ର ପୁଅ ମଧ୍ୟ ସହଯୋଗ କରେ। ପୁଅବି ବେଳେ ବେଳେ ବାପା ଙ୍କ ସହ ମିଶି କାମ କରିବା କୁ ଯାଏ, ପ୍ରଥମେ ପ୍ରଥମେ ଯାଉ ନଥିଲା, ପରେ ପରେ ନିଜେ ନିଜେ ଚିନ୍ତା କରି ବାପା ସହ ମିଶି କାମ କରିବା ପାଇଁ ସହର ଭିତରକୁ ଯାଏ। ଦୁଇ ଜଣଙ୍କର ଆୟ ମିଶାଇ ପରିବାର ଖୁବ ସୁନ୍ଦର ଭାବରେ ଚଳି ଯାଆନ୍ତି। କିନ୍ତୁ ରୋଗୀଣା ମାଆ ପାଇଁ ଘରେ ପାଂଚ ପଇସା ସଂଚିତ ହୁଏ ନାହିଁ। 

କିଛି ସୁବିଧା ଅସୁବିଧା ହେଲେ ବସ୍ତିବାସିନ୍ଦାଙ୍କ ସହଯୋଗର ଭାରି ନିଆରା ଦୃଷ୍ଟିକୋଣ ରହିଥାଏ। ବେଳେ ବେଳେ ମନରେ ଭୟ ସଞ୍ଚାର ହୁଏ, ବସ୍ତି ଉଚ୍ଛେଦକୁ ନେଇ। ତଥାପି ସେମାନେ ଦୃଢ଼ ବିଶ୍ୱାସ ରେ ରହିଥାନ୍ତି। ଯେତେବେଳେ ଯାହା ହେବ ଦେଖାଯିବ, ଭାବିଲେ କ'ଣ ହେବ? ବସ୍ତି ବାସିନ୍ଦା ହେବା କିଛି ଭୁଲ ନୁହେଁ, ଭୁଲ କେବଳ ସମୟ ଓ କର୍ମର। ଈଶ୍ବରଙ୍କ ର ନିର୍ଦ୍ଦେଶନାରେ ସବୁ କିଛି ହୋଇଥାଏ ବୋଲି ସନାତନ ର ବିଶ୍ବାସ। ବସ୍ତି ହେଲେ ବି ତାର ଗୋଟିଏ ସ୍ବତନ୍ତ୍ର ପରିଚୟ ଜନସାଧାରଣଙ୍କ ଜୀବନ କୁ ସଜାଡ଼ି ଦେଇଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy