Soumyaranjan Padhi

Inspirational Children

4.0  

Soumyaranjan Padhi

Inspirational Children

ବର୍ଷାଦିନର ସ୍ମୁତି

ବର୍ଷାଦିନର ସ୍ମୁତି

3 mins
155


ମୋବାଇଲ ଚଲାଉ ଚଲାଉ ମାନସର ନଜର ପଡିଲା ଗ୍ୟାଲେରୀ ଉପରେ । ମାନସ ଆଜିକାଲି ବହୁତ ବ୍ୟସ୍ତ, ବାଙ୍ଗାଲୋରରେ ଏକ କମ୍ପାନୀରେ ସପ୍ଟୱୟାର ଇଂଜିନିୟର ଭାବେ କାର୍ଯ୍ୟରତ । ଗ୍ୟାଲେରୀ ଖୋଲୁଖୋଲୁ ପ୍ରଥମ ନଜର ପଡିଲା ତାର ଏକ ବର୍ଷାଭିଜା ଫଟୋ ଉପରେ । ଫଟୋଟିକୁ ଦେଖୁଦେଖୁ ଭାସିଗଲା ସ୍ୱପ୍ନ ରାଇଜର । ସତରେ ଏ ବର୍ଷା ଦିନଟା ନା ମୋତେ କାହିଁକି ସୁନ୍ଦର ଲାଗେ! ଆକାଶର ଝିପିଝିପି ହୋଇ ଝରି ପଡୁଥିବା ବର୍ଷା ଏ କୋମଳ ଦେହରେ ପଡିଲେ ଆଲିଙ୍ଗନ କଲାଭଳି ମନେହୁଏ । କାହିଁକି କେଜାଣି ମାନସକୁ ବର୍ଷାଦିନଟା ଭାରି ଭଲଲାଗେ । ସେଇଥିପାଇଁ ମୋବାଇଲର ଅଧିକାଂଶ ଫଟୋ ପ୍ରାୟ ବର୍ଷା ସହିତ ସମ୍ପର୍କ ଥାଏ । ଆଉ ପଚାରିଲେ କୁହେ ଆକାଶ ସହିତ ମାଟିର ସମ୍ପର୍କ ଯାହା ମୋ ସହ ବର୍ଷାର, ବର୍ଷା ମୋ ପାଇଁ ଗୋଟେ ଭାବନା, ଗୋଟେ ସଂଯୋଗ । ସେଇଥିପାଇଁ ତ ପିଲାଦିନେ କେତେ ମାଡ ଖାଇଛି ମାଆଙ୍କଠୁ । ସ୍କୁଲରୁ ବର୍ଷା ସମୟରେ ଜାଣିଶୁଣି ଭିଜିଭିଜି ଆସେ ଆଉ ଘରେ ମିଛ କହେ ଅଧାବାଟରେ ବର୍ଷା ହେଲା । ମାଆଙ୍କର ପ୍ରଶ୍ନ ଥାଏ, ଛତା କ'ଣ ନେଇନଥିଲୁ କି? ମୁଁ ତ ଜାଣିଶୁଣି ଛତାଟିକୁ ବ୍ୟାଗରୁ କାଢି ଦେଇଥାଏ! ମାଆ କହେ ମୁଁ ପରା ସକାଳେ ତୋ ବ୍ୟାଗରେ ଛତା ପୁରାଇଥିଲି? ମୁଁ କହେ, ବ୍ୟାଗରେ ବହି ଧରିଲାନି ତ ସେଥିପାଇଁ ଛତାଟିକୁ କାଢି ଦେଇଥିଲି । ପୁଣି ମାଆ କହେ ତୋ ସାଙ୍ଗ ଚିନୁ ଛତାରେ ଆସିଲୁନି? ମୋର ଉତ୍ତର ଥାଏ ସେ ପରା ଆଜି ସ୍କୁଲ ଯାଇନଥିଲା । କିନ୍ତୁ ମୋର ସବୁ ମିଛ ଧରା ପଡିଯାଏ । ଆଉ କିଛି ଗାଳି ଶୁଣେ ମାଡ଼ ଖାଏ । ଦ୍ୱିତୀୟ ଥର ଏଭଳି ଭୁଲ୍ କରିବିନି ବୋଲି ପ୍ରତିଶ୍ରୁତି ଦିଏ । ହେଲେ ସେ ପ୍ରତିଶ୍ରୁତି ପାଣିର ଗାର । ପ୍ରକୃତି ନୈବ ମୁଚ୍ୟତେ । ପୁଣି ଯେଉଁ କଥାକୁ ସେଇ କଥା । କାହିଁକି କେଜାଣି ବର୍ଷା ହେଲେ ମୁଁ ନିଜକୁ ସମ୍ଭାଳି ପାରେନାହିଁ।

             ଏମିତି ସ୍ୱପ୍ନ ରାଇଜରେ ବୁଲୁବୁଲୁ ହଠାତ୍ ରିଂଗ ହେଲା ମାନସର ଫୋନ୍ । ପକେଟରୁ ଫୋନ କାଢି ଦେଖେତ ମାଆର ଫୋନ୍ । ଫୋନ ଉଠଉ ଉଠଉ ମାଆ ପଚାରିଲା ସେପଟେ ବର୍ଷା ହେଉଛି କିରେ? ମୁଁ ମନାକଲି, ମାଆ କହିଲା ଆମ ଏପଟେ ବର୍ଷା ହେଉଛି ତ, ମୋର ତୋ କଥା ମନେ ପଡିଗଲା, କାଳେ ବର୍ଷାରେ ଭିଜୁଥିବୁ । ସେଇଟା ତ ତୋର ପୁରୁଣା ଅଭ୍ୟାସ ନା ସେଥିପାଇଁ ଫୋନ କରିଦେଇଥିଲି । ଆଜି ସିନା ତୋ ଚାକିରି ପାଇଁ ତୁ ବାହାରେ ହେଲେ ତୋ ପିଲାବେଳ ସତରେ ବହୁତ ଭଲ ଥିଲା । ତୋ ପଛରେ ଲାଗିଲାଗି ମୁଁ ବ୍ୟସ୍ତ ହେଉଯାଉଥିଲି, ହେଲେ ସେଥିରୁ ମୋତେ କେତେ ଶାନ୍ତି ମିଳୁଥିଲା । ମୋ ଆଖିକୁ ମନକୁ ନିଦ ଆସି ଯାଉଥିଲା । ପିଲାବେଳେ ତୋତେ କେତେ ମାରିଛି ଆଉ କେତେ ଭଲ ପାଇଛି, ଏବେ ସେ ଲୁହ ହୋଇ ମୋ ଆଖିରୁ ନିଗିଡି ଯାଉଛି । ଶିକ୍ଷା ଓ ସଂସ୍କାର ସବୁତ ଠିକ୍ ଭାବରେ ପାଇଛୁ କେବଳ ମନରେ ଧୈର୍ଯ୍ୟ ରଖି ସବୁର ସଦୁପଯୋଗ କରିବୁ । ଏତେବଡ଼ ଦୁନିଆକୁ ସାମ୍ନା କରିବାକୁ ସାହସ ଇଶ୍ୱରଙ୍କଠୁ ମାଗିବୁ । ସବୁବେଳେ ଭଗବାନଙ୍କୁ ପ୍ରାର୍ଥନା କରିବୁ, ପ୍ରଭୁ! ତୁମ ଇଚ୍ଛା ପୂରଣ ହେଉ । ମତେ ଭଲ ବାଟ ଦେଖାଅ । ମୋ ଦ୍ୱାରା କିଛି ଭଲ କାର୍ଯ୍ୟ କରାଅ । ତୁମର ସୁନ୍ଦର ସୃଷ୍ଟିକୁ ସାଇତି ରଖିବା ପାଇଁ ମୋତେ ବୁଦ୍ଧି ଦିଅ । ତୋ ସାମର୍ଥ୍ୟ ଅନୁସାରେ ଯେତିକି ପାରିବୁ ଅନ୍ୟକୁ ସାହାଯ୍ୟ କରିବୁ । କାହାର ଅନିଷ୍ଟ ଚିନ୍ତା ମନକୁ ଆଣିବୁ ନାହିଁ । ଭଲ ମଣିଷ ହେବାକୁ ଚେ଼ଷ୍ଟା କରିବୁ । ଏକଥା ମନେରଖିବୁ ଯଦି କାହା ଆଡକୁ ତୁ ସହଯୋଗର ଦୁଇ ହାତ ବଢାଇବୁ ଭଗବାନ ତୋ ଆଡକୁ ଦୁଇ ହାତ ବଢାଇବେ । ମାର ତ ଇଏ ନିତିଦିନିଆ ଉପଦେଶ,ଏତିକି ଉପଦେଶ ଦେଉ ଦେଉ ସେପଟୁ ଶୁଭିଲା ବାପାଙ୍କ ଡାକ, ମାଆ ତରତର ହୋଇ ଫୋନ୍ ରଖିଦେଇ ଚାଲିଗଲା ବାପାଙ୍କ ପାଖକୁ । ସତେ ଯେମିତି ପିଲାଦିନର ସ୍ମୃତି ତାଜା ହେଇଗଲା । 



Rate this content
Log in

Similar oriya story from Inspirational