STORYMIRROR

Subhakanta Sahu

Inspirational

3  

Subhakanta Sahu

Inspirational

ବୃହତ୍ ସ୍ୱାର୍ଥୀ

ବୃହତ୍ ସ୍ୱାର୍ଥୀ

1 min
14.8K


ପିଲାଟି ପ୍ରତ୍ୟହ ମନ୍ଦିରକୁ ଯାଇ ନିଷ୍ଠାର ସହ ଠାକୁରଙ୍କୁ ଡ଼ାକୁଥିଲା। କ୍ରମଶଃ ବସ୍ତୁବାଦୀ ହୋଇପଡୁଥିବା ପୃଥିବୀରେ ସନ୍ଥମାନେ ଯେଉଁଠି ଭୌତିକ ବସ୍ତୁ ସଂଗ୍ରହର ପ୍ରତିଯୋଗିତାରେ ବ୍ୟସ୍ତ, ପିଲାଟିର ଭକ୍ତି କିନ୍ତୁ ଥିଲା ନିଷ୍କାମ । ନିଜ ପାଇଁ କେବେ କିଛି କାମନା କରିନି । ଖୁସିରେ ଥିଲେ କହେ "ହେ ଠାକୁର, ଏ ହସ ସାରା ସଂସାରେ ବ୍ୟାପି ଯାଉ। ଆଉ ଦୁଃଖରେ କହେ,"ଏମିତି ଦୁଃଖ କେହି ବି କେବେ ନ ପାଆନ୍ତୁ।

ଦିନେ ତା' ଭକ୍ତିରେ ପ୍ରସନ୍ନ ହୋଇ ଠାକୁର ଆବିର୍ଭୂତ ହୋଇ କହିଲେ,"ସବୁ ଦିନେ ତ ସାରା ଦୁନିଆର ମଙ୍ଗଳ କାମନା କରୁଛୁ,ଏବେ ନିଜ ପାଇଁ କିଛି ମାଗ" ପିଲାଟି ସହର୍ଷେ ଉତ୍ତରିଲା,"ମୁଁ ତ ପ୍ରତିଦିନ କେବଳ ନିଜ ପାଇଁ ହିଁ ମାଗି ଆସିଛି । ଅନ୍ୟ ମାନଙ୍କ ସ୍ୱାର୍ଥ ତ ସଂକୀର୍ଣ୍ଣ, ହେଲେ ମୋ ସ୍ୱାର୍ଥ ତ ବୃହତ୍ତମ । ସାରା ପୃଥିବୀର ହିତରେ କ'ଣ ମୋର ହିତ ନୁହେଁ? କେବଳ ନିଜ ହିତ କାମନା କରିବା ଆନ ପ୍ରତି ଇର୍ଷାପରାୟଣତା ନୁହେଁ କି? ଅନ୍ୟମାନେ ଦୁଃଖରେ ବଢୁଥିବା ବେଳେ ମୁଁ କ'ଣ ସତରେ ସୁଖୀ ହୋଇ ପାରିବି? ତା'ର ପ୍ରଶ୍ନ ରୂପୀ ଉତ୍ତରରେ ଠାକୁର ଅତ୍ୟନ୍ତ ପ୍ରସନ୍ନ ହୋଇ ଇଚ୍ଛା କରୁଥିଲେ ଏକାଦଶାବତାର ନିଅନ୍ତେ କି ପୃଥିବୀ ପୃଷ୍ଠରେ ଏଇ ପିଲାଟି ପରି ଏକ ଦରଦୀ ହୃଦୟ ତଥା ଉଦାର ମନଯୁକ୍ତ ସାଧାରଣ ମାନବ ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational