STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ବୋକାଙ୍କ ତାଲିକା

ବୋକାଙ୍କ ତାଲିକା

2 mins
14.6K


ରମେଶ ପାତ୍ର

ଦିନେ ସମ୍ରାଟଙ୍କ ମିଜାଜ୍‌ ବେଶ୍‌ ଖୁସି ଥିଲା । ସେ ବୀରବଲ୍‌ଙ୍କୁ ଆଦେଶ ଦେଲେ “ମୋ ସାମ୍ରାଜ୍ୟରେ କେତେ ଜଣ ବୋକା ଅଛନ୍ତି , ଗୋଟିଏ ତାଲିକା ପ୍ରସ୍ତୁତ କର” ।

ବୀରବଲ୍‌ ସଙ୍ଗେ ସଙ୍ଗେ କହିଲେ ନିଶ୍ଚିତ ଭାବେ ସମ୍ରାଟ ଆପଣଙ୍କ ଆଦେଶ ଶୀଘ୍ର ପାଳିତ ହେବ । ସଙ୍ଗେ ସଙ୍ଗେ ଜଣେ କର୍ମଚାରୀକୁ ଏକ କାଗଜ ଆଣିବାକୁ କହିଲେ । ଏହି ସମୟ ମଧ୍ୟରେ ମୋଗଲ ଦେଶର ଜଣେ ବେପାରୀ ସହିତ ସମ୍ରାଟ ଆକବର କଥା ହେଉଥିଲେ । ସେ ବେପାରୀ କେତୋଟି ଉତ୍ତମ ଧରଣର ଘୋଡ଼ା ନେଇ ବିକ୍ରି ପାଇଁ ଆସିଥିଲା । ସମ୍ରାଟ ଆକବର ତାକୁ ପାଞ୍ଚଶହ ଉତ୍ତମ ଧରଣର ଭଲ ଜାତିଆ ଘୋଡ଼ା ଆଣିବାକୁ ଆଦେଶ ଦେଲେ । ଆସନ୍ତା ଥର ଆସିଲାବେଳେ ସେ ଘୋଡ଼ା ନେଇ ଆସିବ ବୋଲି ରାଜି ହେଲା । ସମ୍ରାଟ ତାଙ୍କ ମନ୍ତ୍ରୀକୁ ୫୦୦ ସ୍ୱର୍ଣ୍ଣମୁଦ୍ରା ଅଗ୍ରୀମ ଆକାରରେ ସେହି ଘୋଡ଼ା ବେପାରୀକୁ ଦେବାପାଇଁ ଆଦେଶ ଦେଲେ । ଠକୋ ଠକୋ ମନ୍ତ୍ରୀ ରାଜକୋଷରୁ ୫୦୦ ସ୍ୱର୍ଣ୍ଣମୁଦ୍ରା ଘୋଡ଼ା ବେପାରୀକୁ ଦେଇଦେଲେ ଓ ସେ ତା’ ଦେଶକୁ ଫେରିଗଲା ।

ବୀରବଲ୍‌ ତାଲିକା ପ୍ରସ୍ତୁତ କରିବା ଆରମ୍ଭ କରିଦେଇଥିଲେ । ବଡ଼ ଉତ୍ସାହର ସହ ଆକବର ବୀରବଲଙ୍କ ଦ୍ୱାରା ପ୍ରସ୍ତୁତ ତାଲିକାକୁ ଉଙ୍କି ମାରିଲେ । ବୋକାଙ୍କ ତାଲିକାରେ ତାଙ୍କ ନାମଟି ପ୍ରଥମରୁ ପାଇ ବଡ ଆଶ୍ଚର୍ଯ୍ୟ ହେଲେ କ’ଣ ମୋ ସାମ୍ରଜ୍ୟରେ ମୁଁ ପ୍ରଥମ ନମ୍ବର ବୋକା ? ମନେ ମନେ ରାଗିଗଲେ ଏବଂ ବୀରବଲ୍‌ଙ୍କ ଉପରେ ରାଗି ପଚାରିଲେ ତମେ ବୀରବଲ୍‌ ମୋତେ କ’ଣ ମନେ କରୁଛ ?”

ବୀରବଲ୍‌ କହିଲେ ଜାହାଁପନା ମୋ ଉପରେ ଏମିତି କାହିଁକି ରାଗୁଛନ୍ତି କହିଲେ ?” ଆପଣ ପରା ଏବେ ଗୋଟାଏ ଘୋଡ଼ା ବେପାରୀକୁ ୫୦୦ ସ୍ୱର୍ଣ୍ଣମୁଦ୍ରା ଦେଇଛନ୍ତି , ଯାହାର ଘର ଦ୍ୱାରର ଠିକଣା ନାହିଁ , ଯାହାକୁ ଆପଣ ଜାଣିନାହାନ୍ତି ” । ତା’ଛଡ଼ା ସେ ଅଜଣା ଅସୁଣା ରାଇଜରୁ ଆମ ସାମ୍ରାଜ୍ୟକୁ ଆସିଥିଲା । ଏପରି ବେପାରୀକୁ ଆପଣ ଆମ ସାମ୍ରାଜ୍ୟକୁ ଆସିବାକୁ ଦେଲେ । ତା’ହେଲେ ଏହାଠାରୁ ବଡ଼ ବୋକା ଆଉ ବା କିଏ ହେବ ? ମୁଁ କାହା ନାମ ଲେଖିଥାନ୍ତି ? ”

ସମ୍ରାଟ ଲଜ୍ଜାରେ ପଛଘୁଞ୍ଚା ଦେଲେ “ କ’ଣ ଯଦି ସେ ଘୋଡ଼ା ଆଣେ ? ” ବୀରବଲ୍ ହସି ହସି କହିଲେ ହଜୁର୍‌ ସେ ଆପଣଙ୍କ ପାଖରୁ ୫୦୦ ସ୍ୱର୍ଣ୍ଣମୁଦ୍ରା ନେଇ ସାରିଲାଣି କାହିଁକି ସେ ବୋକା ଟଙ୍କା ନେଇ ପୁଣି ଆମ ପାଖକୁ ଆସିବ ? ”

ସମ୍ରାଟ କହିଲେ , “ ଧରି ନିଅ ସେ ଫେରିଆସିଲା ? ” ସେହିପରି କ୍ଷେତ୍ରରେ ମୁଁ ଆପଣଙ୍କ ନାମ ତାଲିକାରୁ ବାଦ ଦେଇ ଆପଣଙ୍କ ନାମ ସ୍ଥାନରେ ସେହି ଘୋଡ଼ା ବେପାରୀ ବୋକାର ନାମ ଲେଖି ନେବି ” । ବୀରବଲ୍‌ ହସି ହସି କହିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics