kamal kumar dash

Horror Crime Thriller

3  

kamal kumar dash

Horror Crime Thriller

ବ୍ଲଡ଼

ବ୍ଲଡ଼

1 min
178


 ହୋଲି ଦିନ ବିମଲ ଓ ବିରଜା ପୁରୀ ବାହାରିଲେ ସକାଳୁ । ଖରା ବହୁତ ଥିଲା ,କିଛି ବାଟ ଗଲାପରେ ସେମାନେ ଗୋଟେ ଗଛ ତଳେ ଠିଆ ହେଲେ ଓ ପାଣି ବୋତଲ କାଢି ପିଇଲେ । ବିମଳା ଦେଖିଲା ପାଖ ପୋଲ ତଳେ କିଏ ଜଣେ ପଡିଛି । ପାଖକୁ ଗଲାରୁ ଦେଖିଲl ଯେ ଜଣେ ନୁହେଁ ଦି ଜଣ । ଜଣେ ପୁଅ ଓ ଆଉ ଜଣେ ଝିଅ ।

 ବିରଜା ଓ ବିମଲ ତାଙ୍କ ମୁଁହରେ ପାଣି ମାରିଲେ । କିଛି ସମୟ ପରେ ଝିଅର ଚେତା ଆସିଲା କିନ୍ତୁ ସେ କିଛି କହି ପାରୁ ନଥିଲା 

। ପୁଅ ଟା ନିଶ୍ୱାସ ନେଉଥିଲା କିନ୍ତୁ କିଛି କହୁ ନଥିଲା କି ଉଠି ପାରୁ ନଥିଲା । ବିମଲ ୧୦୮ ଆମ୍ବୁଲାନ୍ସ ଡାକିଲା । ଝିଅଟି ଧୀରେ ଧୀରେ କହିଲା ସେ ଓ ତା ସାଙ୍ଗ ପୁରୀ ବାହାରି ଥିଲେ ବାଟରେ ଗୋଟେ ଦୋକାନରେ ସର୍ବତ ପିଇଲେ, କିଛି ବାଟ ଗଲା ପରେ ଏଇ ଗଛ ତଳେ ଠିଆ ହେଲେ । ତା ପରେ କଣ ହେଲା ତାର ମନେ ନାହିଁ । ତାପରେ ମନେ ପକାଇ କହିଲା ତାଙ୍କ ମଟର ସାଇକେଲ ମୋବାଇଲ କିଏ ଛଡାଇନେଲା । କିଛି ସମୟ ପରେ ଆମ୍ବୁଲାନ୍ସ ଆସି ପହଁଚିଲା ।  ବିମଲ ଓ ବିରଜା ତାଙ୍କୁ ଆମ୍ବୁଲାନ୍ସ ରେ ବସାଇଲେ । ଓ ତାଙ୍କ ପଛେ ପଛେ ଗଲେ ।ଆମ୍ବୁଲାନ୍ସ ଡ୍ରାଇଭର ପୋଲିସ୍  କୁ    ଡାକିବାକୁ କହିଲେ । କିଛି ସମୟ ପରେ ପୋଲିସ ପେଟ୍ରୋଲ ଟିମ ଆସି ପହଁଚିଲା । ସେମାନେ ଇନଭେସ୍ଟି ଗେସନ ଅରମ୍ଭ କଲେ । ଆମ୍ବୁଲାନ୍ସ ପାଖ ଡାକ୍ତର ଖାନା କୁ ସେମାଙ୍କୁ ନେଇଗଲା । ଝିଅ ଟିପ୍ରାୟ ଠିକ ହୋଇଯାଇଥିଲା ପୁଅର ମୁଣ୍ଡରେ ମାଡ଼ଲାଗିଥିଲା । ପ୍ରାଥମିକ ଉପଚାର ପରେ ଡାକ୍ତର ତାଙ୍କୁ ପୁରୀ ପଠାଇଦେଲେ । ପୁଅର ବ୍ଲଡ଼ ଦରକାର ଥିଲା । ଡାକ୍ତର ମାନେ ଜଲ୍ଦି ବ୍ଲଡ଼ ଆଣିବାକୁ କହିଲେ । ସେ ଗ୍ରୁପ ର ବ୍ଲଡ଼ ହସହସ୍ପିଟାଲ୍ ରେ     ନଥିଲା । ବିମଲ ର ବ୍ଲଡ଼ ସେଇ ଗୃପର ଥିଲା । ସେ ବ୍ଲଡ଼ ଦେଲା ଓ ପ୍ରାୟ ଘଂଟାଏ ପରେ ସେ ବ୍ଲଡ଼ ସେ ପୁଅକୁ ଲାଗିଲା । ବ୍ଲଡ଼ ଲାଗିବାର କିଛି ସମୟ ପରେ ତାର ଚେତା ଆସିଲା ।

   ପୋଲିସଟିମ ଝିଅଟି କୁ ପଚରା ପଚରିକରି ଚାଲିଗଲେ । ବିମଲ ଝିଅର ଘର ଲୋକଙ୍କୁ ଫୋନ କରି ଡାକିଲେ । ସେମାନେ ଆସିବା ପରେ ବିମଲ ଓ ବିରଜା ମନ୍ଦିରକୁ ବାହାରିଲେ । ସେମାନେ ବାହାରିଲା ବେଳେ ସେ ଝିଅଟି ଆସି ମୁଣ୍ଡିଆ ମାରିଲା ଓକହିଲା ଭାଈ ଆପଣମାନେ ଆମକୁ ହେଲ୍ପ ନକରିଥିଲେ ଆମର କ'ଣ ହୋଇଥାନ୍ତା ମୁଁ ଭାବିପାରୁନି ।

       

      


Rate this content
Log in

Similar oriya story from Horror