kamal kumar dash

Tragedy

3  

kamal kumar dash

Tragedy

ବ୍ଲାକ ଦିୱାଲୀ

ବ୍ଲାକ ଦିୱାଲୀ

2 mins
339


ମୁଁ ଓ ଅହମଦ କମ୍ଲୁର ଷ୍ଟେସନରେ ଏକlଠି କାମ କରୁଥିଲୁ ଅନେକ ବର୍ଷ ତଳେ | ଭାରି ଖୁଶ ମିଜାଜର ପିଲା ଥିଲା ସେ | ସବୁ ବେଳେ ହସ ହସ ମୁଂହ | ମୁସଲମାନ ହେଲେ ବି ହୋଲି ଦିୱାଲୀ ଓ ରାକ୍ଷୀରେ ଆମ ସାଥିରେ ମିଶି ଯାଉଥିଲା ପୁରା | ସେ ଏକl ଥିଲା ବେଳେ ସବୁଦିନ କ୍ୟାଲେଣ୍ଡରର ହାପି / ସ୍ୟାଡ ଲେଖୁଥିଲl | ପ୍ରlୟ ବର୍ଷେ ପରେ ତା ପ୍ରେମିକl ସାଙ୍ଗରେ ତାର ବାହାଘର ହେଲା ଓ ସେ ତାକୁ ଧରି କମ୍ଲୁର ଆସିଲା | କମ୍ଲୁରରେ କିଛି ଦିନ ରହିବl ପରେ ମୁଁ ସେ ଷ୍ଟେସନର ଚାର୍ଜ ତାକୁ ଦେଇ ଅନ୍ୟ ଷ୍ଟେସନକୁ ଚାଲିଗଲି | ୨ବର୍ଷ ପରେ ସେ ବି କମ୍ଲୁର ଛାଡ଼ି ନିଜ ଘର ପାଖ ଷ୍ଟେସନକୁ ଚାଲିଗଲା | କିନ୍ତୁ ସବୁ ନିୟୁ ଇଅର ,ଦିୱାଲୀ ଓ ଇଦରେ ଆମେ କଥା ହେଉଥିଲୁ | ଥରେ ବମ୍ବେ ଗଲାବେଳେ ତା ଷ୍ଟେସନରେ ତା ପରିବାର ସହିତ ଦେଖା ବି ହୋଇଥିଲା | ତା ପିଲାମାନେ ବହୁତ ଛୋଟ ଥିଲେ ସ୍କୁଲରେ ପଢୁଥିଲେ |

   ଧୀରେ ଧୀରେ ସମୟ ବଦଳିଲା ପିଲାମାନେ କଲେଜରେ ଇଂଜିନିୟରିଂ ପଢିଲେ | ଗଲା ବର୍ଷ ଦିୱାଲୀରେ ସବୁ ଥର ପରି ମୁଁ ଫୋନ କଲି ଅହମଦକୁ , ଫୋନ ରିଂ ହେଲା ସେପଟୁ ଆଉ କିଏ ଫୋନ ଉଠାଇଲା | ମତେ ଅହମଦର ସ୍ୱର ନଶୁଣି ଟିକେ ଖରାପ ଲାଗୁଥିଲା | କାରଣ ସବୁଥର ହସି ହସି ହାପି ଦିୱାଲୀ ଦାଦା କହୁଥିଲା ସେ | ମୁଁ ଅହମଦ ଡ଼ାକିଲାରୁ ସେ କହିଲା ମେଁ ଅହମଦ କା ଲଡକା ବୋଲ ରହl ହୁଁ , ଆରେ ବେଟା ପାପା କlହଁl ହେଁ ? ମୁଁ ପଚାରିଲି | ସେ କହିଲା ,ପାପା କୋଭିଡ ମେଁ ଚଲେଗଏ ୩ ମହିନl ହୋଗୟା | ମୋ ଗୋଡ଼ ତଳୁ ମାଟି ଖସି ଗଲା ,ଆଖିରୁ ଖସି ପଡିଲା ଦି ଟୋପା ଲୁହ | ତା କୁ କଣ କହି ବୁଝାଇବି ମୋ ପାଖରେ ଶବ୍ଦ ନଥିଲା ସେ ପିଲାଟି କାନ୍ଦୁଥିଲା ସେପଟେ | ତା ମାଆକୁ ଫୋନ ହେବାକୁ କହିଲି , ହେଲେ ସେ ବି ଦାଦା କହି କାନ୍ଦୁଥିଲା | ମୋ ହାତରୁ ଫୋନ ଖସି ପଡିଲା | ମୁଁ ଚୁପ ହୋଇ ବସିଗଲି ଚେୟାରରେ | 



Rate this content
Log in

Similar oriya story from Tragedy