STORYMIRROR

Monalisa Maharana

Inspirational

3  

Monalisa Maharana

Inspirational

ବିଷାକ୍ତ ସହର

ବିଷାକ୍ତ ସହର

1 min
202

ଆଜି କାଇଁ ମୋତେ ଭାରି ଅସ୍ଥିର ଲାଗୁଛି, ମନରେ ଅନେକ ପ୍ରଗ୍ଲଭ ଚିନ୍ତା। କଣ ଭାବିବି ଜାଣିପାରୁନି ଏକାନ୍ତ ରେ ବସିଲା କ୍ଷଣି ମନରେ ଅନେକ ଗୁଡିଏ ଭାବନା ଅଯାଚିତ ଭାବରେ ଆସିଯାଆନ୍ତି ,ଆଡେଇ ମଧ୍ୟ ପାରେନା ଭାବେ। ଭୂତ କାଳ, ବର୍ତ୍ତମାନ , ଆଉ ପୁଣି ଭବିଷ୍ୟତ କଥା ଭାବି ମୋ ମନ ଅସ୍ଥିର ହୋଇ ପଡେ। ବୟସ ବଢିବା ସଙ୍ଗେ ସଙ୍ଗେ ଦାୟିତ୍ଵ ମଧ୍ୟ ବଢ଼ିଗଲାଣି। ନିଜ ପରିବାର ପ୍ରତି ଯେତିକି ଦାୟିତ୍ଵ ଅଛି ସମାଜ ପାଇଁ ମଧ୍ୟ ସେତିକି ମୋର ବଢ଼ି ଗଲାଣି। ସକାଳୁ ଉଠି ମୁଁ ମୋର ନିତ୍ୟ କର୍ମ ସାରି ମୋବାଇଲ ଫୋନରେ ଟିକେ ଖବର କାଗଜ ପଢେ। ସେବେ ଠାରୁ ହିଁ ମୋ ମନ ଅସ୍ଥିର ହୋଇଯାଏ। ଧୁଷ୍କର୍ମ,ହତ୍ୟା,ଚୋରି, ଡକାୟତି,ରାଜ୍ୟ ଲୁଣ୍ଠନ, କରୋପ୍ସନ ଇତ୍ୟାଦି। ଗାଁ ଲୁଣ୍ଠନ କଲେ ଦସ୍ୟୁ ଆଉ ରାଜ୍ୟ ଲୁଣ୍ଠନ କଲେ ରାଜା। ମନ ମନେ ଚିନ୍ତା କରେ ନୂତନ ପୃଥିବୀ ଗଢ଼ିବା ପାଇଁ। 

        

        “ଚାଲ ଆମେ ନୂଆ ପୃଥିବୀ ଗଢ଼ିବା

         ଯହିଁ ମାରଣ ଅସ୍ତ୍ର ହେବ ନିଲୋଡା

        କୋଟି ସୂର୍ଯ୍ୟ ଏକ ହୁଅ।"


ସଙ୍ଗୀତର ଏହି ଚେତନା ମହାମନ୍ତ୍ର ସର୍ବଦା ଗାନ କରେ ହେଲେ କାହାକୁ ଏ ବିଷୟରେ ବର୍ଣ୍ଣନା କରି ପାରେନା, କରିଛି ସତ କିନ୍ତୁ ପରିହାଦର ପାତ୍ର ସହ ଲଜ୍ଜିତ ହୋଇଛି। ମଣିଷତ ନିଜ ଯୋଗ୍ୟତା ଆପେକ୍ଷା ଆଗରେ ଥିବା ମଣିଷର ଦୁର୍ବଳତା କୁ ଦେଖେ ଏବଂ ସର୍ବଦା ଅନ୍ୟକୁ ପରିହାସ କରେ। ପ୍ରତ୍ୟେକ ଜାଗାରେ ଆମେ ସଧାରଣ ମନୁଷ୍ୟ ଲୁଣ୍ଠିତ ହେଉ। ବିଷାକ୍ତ ସହରରେ ଅମୃତ ଖୋଜି ଖୋଜି ମୁଁ ବୋଧେ ମୋର ଆୟୁଷ ହରାଇ ବସିବି। 


   ଏଠାରେ ଜଳ ଜଳ ନାହିଁ ହେଲେ କୂଳ ବୁଦେଇ, ଅସ୍ତ୍ର ନାହିଁ ହେଲେ ମରମ ଭଦେଇ। ଆଜିର ସମାଜରେ ଚନ୍ଦ୍ରର ଆଲୋକରେ କଇଁ ହସେ,ହେଲେ ଏବେ ପଦ୍ମ ଛଡେଇ ନିଏ ତାର ହସ। 


  ବେଳେ ବେଳେ ଡର ଲାଗେ ଏ ବିଷାକ୍ତ ସହରରେ ବିଷ ଗୁଡ଼ା ମୋତେ ଆକ୍ରାନ୍ତ କରିନେବ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational