ରୂପ ଥିଲା ମନୋଲୋଭା
ରୂପ ଥିଲା ମନୋଲୋଭା
କାହିଁ କେଜାଣି ତାଙ୍କ ସହ ଯେବେ ମୋର ଦେଖା
ହୋଇଥିଲା, ମୋର ଆଖି ଆଉ ମନ ମୁଁ ସେଠି ହିଁ
ଛାଡ଼ି ଆସିଥିଲି। କି ସୁନ୍ଦର ରୂପ ତାର ପୁରା
ମନୋଲୋଭା ଦେଖିଲେ ଆଖି ଆଉ ଫେରେନା।
ଯାଇଥିଲି ସେଦିନ ମୋ ସାଙ୍ଗ ସହ। ସୁମିତ୍ରା ମୋ ବାଲ୍ୟ ବନ୍ଧୁ, ପ୍ରଭୁ ହେଲା ମୋର କଲେଜ ପଢ଼ା ସାଙ୍ଗ। ଖରା ଦିନ ଚାରିଆଡ ପୁରା ଶୁନଶାନ୍ ଖାଲି ପକ୍ଷୀ ମାନଙ୍କ ସୁନ୍ଦର ସ୍ୱର ଆମ୍ବ ଖାଇବା ପାଇଁ ଯାଇଥିଲୁ ଆମ୍ବ ବଗିଚାକୁ। ଆମ ଭିତରୁ କାହାକୁ ଗଛ ଚଢ଼ା ଆସେ ନାହିଁ କଣ କରିବୁ କିଛି ଭାବି ପରିଲୁନି ଶେଷରେ ଟେକା ସଂଗ୍ରହ କରି ତାଲେଇବାକୁ ଆରମ୍ଭ କଲୁ ଆମ୍ବ ଗୁଡକୁ। କାହିଁ ଗୋଟେ ଆମ୍ବରେ ତାଳ ପଡନ୍ତା, ବହୁତ ଖରାପ ଲାଗିଲା। ହେଲେ କଣ କରିବୁ ସମସ୍ତେ ଫେରି ଆସୁଥିଲୁ କିଛି ସମୟ ଗଛ ପାଖରେ ବସି ଅନେକ କଥା ହେଲୁ।
ସୁମି - ମୋନା ଆଉ କଣ କରିବା
ମୁଁ - କଣ ଆଉ କରିବା, ବୁଲିବା ପାଇଁ ଆଶିଛେ
ଯେହେତୁ ଚାଲେ ଲାଙ୍କା ଆମ୍ବ ପଡିଆ ଆଡ ମଧ୍ୟ ବୁଲି ଆସିବା।
ପ୍ରଭୁ - କଣ ଭାବିଲ ଆମ୍ବକୁ ହାତ ପାଇଲାନି ବୋଲି ଲଙ୍କା ଆମ୍ବକୁ ଯାଇ ତାଲେଇବା। ହବନି ଲୋ।ମା ସେଠି ପରା ବଡ ଭୂତ ଜଗିଥିବ।
ମୁଁ - ହଉ ଦେଖିବା ଭୂତଟା କେଡେ ଭୟଙ୍କର ?
ନା ମନୋରମ। ସମସ୍ତେ - ହଉ ଚାଲ ଯିବା
ମନରେ ପୁରା ଅନେକ ଉତ୍ସାହ ଭରପୁର ହୋଇ ଅଛି ସୂର୍ଯ୍ୟଙ୍କ ତାତି ଆତ୍ୟନ୍ତ ପ୍ରଖର ତଥାପି ଆମେ ବୁଲିବାର ଅଭିଳାଷ ମନରେ ନେଇ ଆଗେଇ ଚାଲିଲୁ।
ହଠାତ ଆମକୁ ଦୃଷ୍ଟି ଗୋଚର ହେଲା ଏକ ସୁନ୍ଦର
ରମଣୀ। ଏପରି ଅନୁଭବ ହେଉ ଥିଲା କି ସତେ
ଯେପରି ଭୁଲୋକର ଅପସରା। କୁଞ୍ଚିତ କେଶ,
କେଶର ରଙ୍ଗ କହରା, ଆଖି ଦୁଇଟି ଚିଲର ଆଖି
ପରି ଦିଶୁ ଥାଏ। ରଙ୍ଗ ତାର ସତେ କିଏ ତୂଳୀ ଧରି
ଦେହରେ ରଙ୍ଗ ମାଖି ଦେଇଛି କି ମନୋରମ ସେ
ଦୃଶ୍ୟ। ସେହି ସମୟରେ ଚାରିଆଡେ ମୋତେ
ଲାଗିଲାକି ଯେମିତି ବର୍ଷାକୁ ବାଦଲ ଢାଙ୍କି ରହିଥାଏ ସେମିତି ମୋତେ ସେ ଆସି ଘୋଦେଇଦେଇଛି। କିଛି ଦୂରରେ ଏକ ଘର ଦେଖାଯାଉଥାଏ, ଆମେ ଯେପରି ସେ ଘର ଆଡ଼କୁ ଆଗ୍ରତ ହେଲୁ ଆମକୁ ଜଣ ଗଲାକି ତାହା ଏକ ପ୍ରତି ମୂର୍ତ୍ତି। ପରସ୍ପର ଭିତରେ ଆମର ବୋକମିକୁ ନେଇ ହାସ୍ୟ ତତ୍ସଲ୍ୟ ଲାଗି ରହିଲା। ତାପରେ ସମସ୍ତେ ଆମେ ଆଗେଇଲୁ ଦେଖା ଯାଉଥିବା ଘରକୁ, ସେଠାରେ ଏକ ବ୍ୟକ୍ତିକୁ ଦେଖିଲୁ।
ମୁଁ କହିଲି - ମୁଁ ଆଙ୍କୁ ଆଗରୁ ଦେଖିଛି।
ପ୍ରଭୁ କହିଲା - ହଁ ସତ ନା କଣ, କିଏ ସେ ଏ ?
ମୁଁ - ସେ ଥିଲେ ସୁଡ଼ା ବଢେଇ ଆମ ପାଖ ଗାଁର
ଆମେ ସମସ୍ତେ ତାଙ୍କ ପାଖକୁ ଗଲୁ, ପ୍ରଥମେ ପ୍ରଣାମ କରି ତାଙ୍କର କିଛି ଭଲ ମନ୍ଦ ବିଶୟରେ ପଚାରି ବୁଝିଲୁ। ଲାଗୁଥିଲା ଯେମିତି ସେ କୌଣସି ଭାବନାରେ ମ୍ରିୟମାଣ ହୋଇପଡ଼ିଥିବାର ପରିଲିଖିତ ହେଲା। ଏହାର କାରଣ କଣ ପଚାରିବାରୁ ସେକହିଲେ ତୁମ ଭଳି ମଧ୍ୟ ମୁଁ ଏହି ପ୍ରତି ମୂର୍ତ୍ତିର ପ୍ରକୃତ ଅପୂର୍ବ ଶୋଭାକୁ ଦେଖି ମୁଁ ନିଜକୁ ହଜେଇ ଥିଲି , ହେଲେ କଣ ହେବ ତାର ଏହି ପ୍ରତି ମୂର୍ତ୍ତିକୁ ଦେଖି ଆଜି ଦିନ କାଟୁଛି।
ଆମେ ଆଉ ସେଠାରେ ରହିଲୁ ନାହିଁ। ତାଙ୍କୁ ଦେଖି ଏପରି ଲାଗୁଥିଲା ସେ ଯେମିତି ସେ ପ୍ରତିମୂର୍ତ୍ତି ଉନ୍ମୋଚିତ କରି ତା ମଧ୍ୟରେ ଜୀବନ୍ତ ମାନବିକୁ ଦେଖୁ ଥିଲେ।ସତରେ ପ୍ରକୁତରେ ପାଇବାରେ ଯାହା ସୁଖ ଥାଏ , ଅନୁଭବରେ ତାହା ବହୁତ୍ ଅଲଗା।