ସ୍ଵପ୍ନ ଏବଂ ବାସ୍ତବ
ସ୍ଵପ୍ନ ଏବଂ ବାସ୍ତବ
ସ୍ଵପ୍ନ, କି ସୁନ୍ଦର ତାର ରୂପ ଆନନ୍ଦ ଭରା ଏବଂଅତ୍ୟଧିକ ରଞ୍ଜିତ ଅଟେ। ଗଭୀର ନିଦ୍ରାରେ ଯେବେ ମୁଁ ଶୋଇଥାଏ ଅଯାଚିତ ଭାବରେ ସ୍ଵପ୍ନ ଗୁଡାକ ଆସିଯାନ୍ତି ନିଦର ସାନ୍ଦ୍ରତା କେତେ ମପିବାକୁ। ଯେତେ ଅଣଦେଖା କରିବାକୁ ଚାହିଁଲେ ମଧ୍ୟ ସେ ମ୍ୱାରମ୍ବାର ଆସିଥଏ। ମୋତେ ମଧ୍ୟ ଆନନ୍ଦ ଲାଗେ। କାରଣ ତାର ରଙ୍ଗ ଗୋଲାପି, ଅତି ମନୋରମ ଏବଂ ସେଥିରେ କିଛି ବାସ୍ତବତା କିଛି ନଥାଏ।ସ୍ଵପ୍ନ ଯେବେ ଆସେ ବହୁତ୍ ଆନନ୍ଦ ଆଣିଦିଏ, କିନ୍ତୁ ଯେବେ ସ୍ଵପ୍ନକୁ ଛାଡ଼ି ମୁଁ ବାସ୍ତବତା କୁ ଫେରେ ଭାରି ଦୁଃଖ ଲାଗେ। ମନେ ହୁଏ “ସତରେ ଏପରି ହୁଅନ୍ତାନି, ଯେପରି ମୁଁ ଏ ସ୍ଵପ୍ନ ଦେଖିଲି"।ତାହା ଭାବିବା ମୋର ମୂର୍ଖାତା ଅଟେ ତଥାପି ଭାବେ। ବାସ୍ତବତା ଓ ସ୍ଵପ୍ନ ଏହା ଭିତରେ ତୁଳନା କଲେ ମନେହୁଏ ଦୁହଁଙ୍କ ଭିତରେ ଆକାଶ ପାତାଳର ପ୍ରଭେଦ ଅଟେ। ବାସ୍ତବକୁ ବିଚାରରେ ନିଆଗଲେ , ତାର ରଙ୍ଗ ଧୂସର ଏବଂ ପ୍ରତେକ ପଥ କଣ୍ଟକିତ ଅଟେ। କର୍ମ ଅନୁଯାୟୀ ଫଳ ମିଳେ, କଠିନ ପରିଶ୍ରମ କରିବାକୁ ପଡ଼ିବ। ଆଜି ଦିନରେ ସମସ୍ତେ ସୁଖ ଖୋଜନ୍ତି କିପରି ବିନା ଦ୍ବନ୍ଦରେ ଆମ ଜୀବନରେ ସୁଖର ଅଗ୍ରତ ରହୁ। କେହି ବୁଝନ୍ତି ନାହିଁ କି ସୁଖ ବିଳାସ,ମୋହ,ମାୟା,ସ୍ଵପ୍ନ ଭଳି ଅବାସ୍ତବ ଭାବନା ଭରି ହୋଇଅଛି। ସୁଖ ହେଉଛି କ୍ଷଣ ସ୍ତାୟୀ ,ଏବେ ସେହି ସୁଖ ଅଛିତ ଆଉ କିଛି ଦିନ ପରେ ସେହି ମୁହର୍ତ୍ତ ଅଶାନ୍ତ ଲାଗିବା।
ଶାନ୍ତି ଏଭଳି ଏକ ଅମୂଲ୍ୟ ବାସ୍ତବ ଯାହା ନିଜର ଆଚରଣ ଅନୁସାରେ ପ୍ରାପ୍ତ ହୁଏ। ଜଣେ କୃଷକ ଶାନ୍ତି ପାଏ ତ ଫସଲ ଅମଳ ପଚୁର ପରିମାଣରେ ହେଲେ, ରାଜନେତାର ଶାନ୍ତି ଲୋକମାନଙ୍କ ସୁବିଧାରେ, ମା ଶାନ୍ତି ପାଏ ସନ୍ତାନର ଖୁସିରେ। ଏଭଳି ସନ୍ତିରୁ ସୁଖ ଖୋଜିଲେ ମିଳିବ କିନ୍ତୁ ଆମେ ସୁଖରୁ ଶାନ୍ତି ପାଇବା ଅସମ୍ଭବ। ପୁରୁଷ ଆଉ ନାରୀ ଏମାନଙ୍କ ମଧ୍ୟରେ ,ମଧ୍ୟ ଲୁଚକାଳି ଖେଳ ଆରମ୍ଭ ହୁଏ। ନାରୀର ପୁରୁଷ ପ୍ରତି ଏବଂ ପୁରୁଷର ନାରୀ ପ୍ରତି ଯେଉଁ କାମନା ଏବଂ ଆସକ୍ତି ଥାଏ ତାହା କିଛି ସମୟ ପାଇଁ ସୁଖ ପ୍ରଦାନ କରିଥାଏ ସତ କିନ୍ତୁ ତାହା ପରବର୍ତ୍ତୀ ସମୟରେ ଶାନ୍ତି ମିଳି ନ ଥାଏ। ଆସକ୍ତି ର ଅନ୍ୟ ନାମ ଦୁଃଖ, ଇତିହାସରେ ମଧ୍ୟ କେତେ ରଥି ମହାରଥୀ ଆସକ୍ତି ଶିକାର ହୋଇଛନ୍ତି। ବିଖ୍ୟାତ ଯୋଦ୍ଧା ହୋସେନ୍ ସାହେବ୍ , ଅମିର ମିରଜୁମଲା ଏମାନେ ମଧ୍ଯ ମାୟା ରେ ଅନ୍ଧ ହୋଇ ବିନାସୌନ୍ମୁଖି ହୋଇଥିଲେ। ଏଠାରେ ନାରୀକୁ ମାୟା ସହିତ ତୁଳନା କରିବାରେ, ମୋର କିଛି ଖରାପ ଉଦ୍ୟେସ ନାହିଁ କିନ୍ତୁ ନାରୀର ସୌନ୍ଦର୍ଯ୍ୟ ସହିତ ସ୍ଵପ୍ନର ଗୋଲାପି ରଙ୍ଗକୁ ତୁଳନା କରିଛି। ଯିଏ ବାସ୍ତବ ଦାଦୀ ସେ ଜୀବନରେ କେବେ ମାୟାରେ ମୋହିତ ହୁଏନା, ବାସ୍ତବତାକୁ ଜାଣି ସର୍ବଦା ପରିସ୍ଥିତି ସହିତ ନିଜକୁ ଅନ୍ତନିହିର୍ତ କରି ସମୟ ଅତିବାହିତ କରେ ।
