STORYMIRROR

Puspakesini Dash

Abstract

3  

Puspakesini Dash

Abstract

ବିଶ୍ୱ।ସ ଅବିଶ୍ୱ।ସ ର କଥା

ବିଶ୍ୱ।ସ ଅବିଶ୍ୱ।ସ ର କଥା

1 min
238


                  


ହଁ, କଥା ଟି ତ ସତ୍ୟ, ବିଶ୍ୱାସ ଅବିଶ୍ୱାସ ରେ ତ ସଂସାର ଟି ଚାଲିଛି।  ଶତ୍ରୁ କୁ ସତ କହିବ, ଯାହାର ମନ ଯେଡେ ତାହାର ପ୍ରଭୁ ସେଡେ, ମନ ପବିତ୍ର ଥିଲେ ଗଡିଆ ଗଙ୍ଗା , ଏମିତି କେତେ କଥା ଛୋଟ ବେଳୁ ଶୁଣି ଆସିଛେ। ଏ ଟଗର ଓ ଅପରାଜିତା ଫୁଲ ର ମଞ୍ଜି ଗାଁରୁ କେତେ ବର୍ଷ ତଳେ ଆଣି ଥିଲି ମନେ ନାହିଁ, ପ୍ରତି ବର୍ଷ ଫୁଟେ ପୁଣି ମରିଯାଏ। ଥରେ ଗଛରେ ପାଣି ଦେଉ ଦେଉ, କଢ଼କୁ ଦେଖି ଝିଅ ପଚାରିଲା ଏ ଫୁଲ କେଉଁ ଠାକୁରଙ୍କୁ ଦେବୁ। ମୁଁ ତ ମହାଦେବ serial ରେ ଦେଖିଲି ପ୍ରଥମେ ଗଣେଶଙ୍କୁ ଦିଆହୁଏ ବୋଲି ? ଖୁସି ହୋଇ ଉତ୍ତର ଦେଲି ସବୁ ଠାକୁରଙ୍କ ର favorite ଫୁଲ ଅଛି। ଯେମିତିକି ତୁଳସୀ, ଦୟଣା ଜଗନ୍ନାଥଙ୍କ ର ପସନ୍ଦ।

ଏ ଟଗର ଫୁଲ ଆମେ କାଳିଆ ଠାକୁରଙ୍କୁ ବି ଦେଇପାରିବା, ଅପରାଜିତା ଶିବଙ୍କୁ ଓ ଶନିଦେବଙ୍କୁ ଦେଇପାରିବା। pray କର ବହୁତ ଫୁଟୁ, ଆମେ ଯେମିତିି ସବୁ ଠାକୁରଙ୍କୁ ଦେଇପାରିବା । ସତ କୁ ସତ କିଛି ଦିନ ତଳେ 2 ଟା ଟଗର ଗୋଟିଏ ଦିନରେ ଫୁଟି ଥିଲା, ଗଣେଶ ଓ କାଳିଆ ପାଇଁ, ଆଉ ଆଜି ସୋମବାର ରେ ଗୋଟିଏ ଅପରାଜିତା ଫୁଟିଛି, ବହୁତ କଢ଼ ଥିବା ସତ୍ତ୍ୱେ । ଆଜି କାଲିର ଦୁନିଆ ପାଇଁ ଏ ହୁଏତ ଅନ୍ଧଵିଶ୍ଵାସ ହେଇପାରେ, କିନ୍ତୁ ଜଣେ ଈଶ୍ବର ଵିଶ୍ଵାସୀ ଓ ସମର୍ପଣ ମନୋଭାବ ରଖୁଥିବା ମଣିଷ ଟେ ପାଇଁ ସହସ୍ର ଭୁଜାର ବଳ ଭଳିଆ ଶକ୍ତି ମିଳେ ତାକୁ, ଯଦି ତାର ଭାବୁଥିବା କଥାଟି ସତ ହେଇଯାଏ। । ଆମର ଦୈନନ୍ଦିନ ଜୀବନରେ ଇନ୍ଦ୍ରିୟ ମାନେ କେତେ ସଙ୍କେତ ଦେଇଥାନ୍ତି ସବୁବେଳେ ନା ଆମେ ଚର୍ମ ଚକ୍ଷୁରେ ଦେଖି ପାରୁ ନା ଶୁଣି ପାରୁ , ନା ବୁଝି ପାରୁ , ନା ବୁଝିବାକୁ ଚେଷ୍ଟା କରୁ। ବେଳେ ବେଳେ ପ୍ରକୃତିକୁ ଭଲପାଉଥିବା ମଣିଷ ଟେ, ପଶୁପକ୍ଷୀ ମାନଙ୍କୁ ଦେଖି ଲେ ବି ଘୃଣା କରେ, ମନ୍ଦିର ର ଘଣ୍ଟି ଶବ୍ଦରେ ବି ଚିଡ଼ଚିଡା଼ ହେଇଯାଏ କାହିଁକି ? ପ୍ରକୃତି ଓ ପଞ୍ଚଭୁତ ରୁ ଅଲଗା ଏ ଶରୀର ନୁହେଁ।


Rate this content
Log in

Similar oriya story from Abstract