STORYMIRROR

Puspakesini Dash

Tragedy

3  

Puspakesini Dash

Tragedy

ଅଜା ଆଈ

ଅଜା ଆଈ

2 mins
320

ଆଠ ଦଶ ଦିନ ହେବ ତୁମ କଥା ଭାରି ମନେ ପଡୁଛି, ଆଜି କାମ ସାରି mobile ଖୋଲିଲା ବେଳକୁ ଲିଜି ଛାଡିଥିବା ଫୋଟୋ ଦେଖିଲି, ବହୁତ ଦୁଃଖ ଲାଗିଲା । ଜୀବନ ର ସେଇ ଅମୃତ ମୁହୂର୍ତ୍ତ କୁ ମନେ ପକେଇ ଆଡୁ ସାଡୁ ଦିପଦ ଲେଖିଦେଉଛି।


ଆଇ, ଆର ସପ୍ତାହ ରେ ପିଣ୍ଟୁ ପାଖକୁ ଯାଇଥିଲି ଯେ, ଘରେ ପଶୁ ପଶୁ ତୋ ହାତ ରନ୍ଧା ଡ଼ାଲମା ବାସ୍ନା ହେଲା । ତୁରନ୍ତ ତାକୁ କହିଲି ଯାହା ଡ଼ାଲମା ବଳିଛି ପ୍ୟାକ କରି ଦେଇଦେ ।ଜ୍ୱାଇଁ କହିଲେ ତମେ କ'ଣ ବନେଇ ପାରିବନି, ତା ଠୁ ନେଇଯିବ, ସେ ପୁଣି କ'ଣ ଖାଇବ? ମୁଁ କହିଲି, ସବୁବେଳେ ତ ବନଉଛି, ଆଜି ଆଉ କାହା ହାତ ରନ୍ଧା ସ୍ୱାଦ ମିଳୁଛି, ଛାଡ଼ିବି କାହିଁକି ।


ଛୋଟ ବେଳୁ ସବୁ ଭଲ ମନ୍ଦ ସ୍ମୃତି, ସ୍ନେହ ସବୁ ତୋରି ପାଖରୁ ସାଉଁଟି ରଖିଛି। ସବୁ ବେଳେ ତମ ଉପଦେଶ, ମାମୁଁ ମାଇଁଙ୍କ ସଂଘର୍ଷ ଏ ସବୁ କୁ ମନେ ପକେଇ ଆଗକୁ ଚାଲିଛି ।ବହୁତ ଅସୁବିଧା ଏବଂ କଷ୍ଟ ରେ ବି ତୁ ସମସ୍ତଙ୍କ ମନୋବଳ ବଢେଇଛୁ। ଧନ ଅପେକ୍ଷା ଜ୍ଞାନକୁ ଗୁରୁତ୍ୱ ଦେଇ ସମସ୍ତଙ୍କୁ ଭଲ ପାଠ ପଢିବାକୁ ପ୍ରୋତ୍ସାହନ ଦେଇଛୁ ।ସେଥିପାଇଁ ବିନା ଚପଲ ରେ ଖରା ବର୍ଷା ପାଣି କାଦୁଅରେ, ଡଙ୍ଗାରେ ବସି ବି ଆମେ ପାଠ ପଢିବାକୁ ଯାଇଛୁ।ଜୀବନ ର ସଂଘର୍ଷ କୁ ଖାତିର ନ କରି, ସତ୍ୟବାଦୀ ହେଇ ସଚ୍ଚୋଟ ପଣିଆ ସହିତ ବାଟ ଚାଲିବାକୁ ତୁ ସବୁ ବେଳେ କହୁ।ଧର୍ଯ୍ୟର ସହ ସଂଘର୍ଷ କରି ତୁ ଆମ ସମସ୍ତଙ୍କ ପାଇଁ ବହୁତ ବଡ଼ ଉଦାହରଣ। କିନ୍ତୁ ଆଜି ଯାଏ ଯାହା କଷ୍ଟ ଭୋଗିଲାଣି, ସେଥିପାଇଁ ଅନେକ ସମୟ ରେ ପାଦ ଟଳମଳ ହେଉଛି ତୋ କୁହା ବାଟ ରେ ଯିବା ପାଇଁ । ମନ ହେଉଛି ପଛକୁ ଦଉଡ଼ି ଯିବାକୁ ତୋ କୋଳ କୁ, ତୋ ପାଖରୁ ଟିକେ ଆଶ୍ୱାସନା ପାଇବାକୁ।ତୋ ଅନୁପସ୍ଥିତି କୁ ସ୍ୱୀକାର କରି ହେଉନି (ଅଜାଙ୍କୁ ଜିବାର 12 ବର୍ଷ ଆଓ ଆଈ 3 ବର୍ଷ)। କିନ୍ତୁ ପୁଣି ଚାରି ପାଖକୁ ଦେଖି ଠିଆ ହେଉଛି, ନିଜକୁ ସମ୍ଭାଳି କି ଆଗକୁ ଗୋଡ଼ ବଢ଼ାଉଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy