KAMALKUMAR DASH

Horror

3  

KAMALKUMAR DASH

Horror

ଭୂତିଆ ଘର

ଭୂତିଆ ଘର

2 mins
43


ଜଗଦଳପୁରରେ ପହଁଚିଲା ପରେ , ରହିବI ପାଇଁ ଘର ଦେଖା ଆରମ୍ଭ ହେଲା | ରେଲୱେ କଲୋନୀରେ ଷ୍ଟେସନ ମାଷ୍ଟରଙ୍କ ପାଇଁ କିଛି ନୋମିନେଟେଡ଼ କ୍ଵାର୍ଟର୍ସ ଥିଲା | ଦିନେ ସକାଳୁ ମୁଁ ଶ୍ରୀମତୀ ଓ ଦିଲୀପ ( ସାନ ଭାଇ ଭଳି ଜଣେ ଷ୍ଟେସନ ମାଷ୍ଟର ) ସାଙ୍ଗ ହୋଇ କ୍ଵାର୍ଟର୍ସ ଦେଖିବାକୁ ବାହାରିଲୁ | ଦିଲୀପ ଆଫିସ୍ରୁ ଖାଲି ଥିବା କ୍ଵାର୍ଟର୍ସର ଛବି ଆଣି ଆସିଲା | ଷ୍ଟେସନର ପାଖଠୁ ଟିକେ ଦୂରରେ ତିନିଟା ତିନି ବେଡରୁମ କ୍ଵାର୍ଟର୍ସ ଥିଲା ହେଲେ ସେଥିରେ କେହି ରହୁ ନଥିଲେ | ତାକୁ ଦେଖିବା ପରେ କଲୋନୀ ମଝିରେ ଥିବା ଗୋଟେ ବେଡ଼ରୁମ କ୍ଵାର୍ଟର୍ସ ଦେଖିବାକୁ ଗଲୁ | ଦିଲୀପ କିନ୍ତୁ ମନା କଲା ସେ ଘର ନେବା ପାଇଁ | ଶ୍ରୀମତୀ କହିଲେ କଲୋନୀ ମଝିରେ ଅଛି ତା ପ୍ରୋବ୍ଲେମ କଣ ? ଦିଲୀପ କହିଲା ପଛରେ କହିବି | ତା ପରେ ଆମେ ଆଉ ଦି ତିନିଟା ଘର ଦେଖିଲୁ ହେଲେ ପସନ୍ଦ ହେଲାନି | ଶେଷରେ ଗୋଟେ ଦି ବେଡ଼ରୁମ ଛାତ ଘର ଆମେ ରହିବI ପାଇଁ ଠିକ କଲୁ | ସେ ଘରର ଉପର ମହଲIରେ ସିଂ ବାବୁ ରହୁଥିଲେ | ସେ ବି ବହୁତ ଖୁସିହେଲେ | ସେଠୁ ଆମେ ଜଗଦଳପୁରରେ ଥିବା ଦାଂତେଶ୍ୱରୀ ମଦିର ଗଲୁ ଓ ହୋଟେଲ୍ରେ ଖାଇ ଫୁଣି ଷ୍ଟେସନ ଫେରି ଆସିଲୁ | କାରଣ ଟ୍ରେନରେ ଆମକୁ ମୋ ପୁରୁଣା ଷ୍ଟେସନକୁ ଫେରିବାର ଥିଲା | 

   ଆମେ ଫେରିଲା ବେଳେ ଦିଲୀପକୁ ସେ ଘର କଥା ପଚାରିଲି ସେ କହିଲା ସେ ଘରଟା ଗୋଟେ ଭୂତିଆ ଘର | କିଛି ବର୍ଷ ତଳେ ସେ ଘରେ ଜଣେ ଆତ୍ମହତ୍ୟା କରିଥିଲା ଓ କିଛି ଦିନ ଆଗରୁ ସେଠାରେ ଯିଏ ରହୁଥିଲା ତାର ହାର୍ଟ ଆଟାକ ହୋଇଥିଲା | ତା ପରେ ସେ ଘରେ କିଏ ରହୁ ନାହାନ୍ତି | ଦିଲୀପ ପଦାର୍ଥ ବିଜ୍ଞାନର ଛାତ୍ର ଥିଲା ତାର ଏ କଥା ଶୁଣି ମତେ ହସ ଲାଗିଲା | ତାକୁ କହିଲି ଦିଲୀପ ତୁମେ କଣ ଏସବୁରେ ବିଶ୍ୱାସ କର | ସେ କହିଲା ଭାଇନା ସେ ଘର ନନେଲେ ଗଲା କଣ ପାଇଁ ଟେନସନ | 

    

   କିଛି ଦିନ ପରେ ଆମେ ଜଗଦଳପୁର ଆସିଗଲୁ ଓ ଆମେ ଠିକ କରିଥିବା ଘରେ ରହିଲୁ | ପ୍ରାୟ ବର୍ଷେ ପରେ ଅନ୍ୟ ଜଣେ ଷ୍ଟେସନ ମାଷ୍ଟର ସେ ଘରେ ଆସି ରହିଲେ | ତାଙ୍କ ସ୍ତ୍ରୀ ଘରଟିକୁ ସୁନ୍ଦର ଭାବରେ ସଜାଇଲେ | କିଛି ଥର ଆମେ ( ମୁଁ ଓ ଶ୍ରୀମତୀ ) ତାଙ୍କଘରକୁ ବୁଲି ଯାଇଛୁ ଓ ସେ ଆମ ଘରକୁ ବୁଲି ଆସିଛନ୍ତି | ଗୋଟେ ଦଶରIରେ ମୁଁ କଟକ ଆସିଥାଏ ଦିଲୀପ ଫୋନରେ କହିଲା ଭାଇନା ଭାଉଜଙ୍କ ସାଙ୍ଗ ଯିଏକି ସେ ଘରେ ରହୁଥିଲା କଲି ରାତିରେ ଶତକଡା ସତୁରୀ ଭାଗ ପୋଡ଼ିଯାଇଛି ଓ ଟ୍ରିଟମେଣ୍ଟ ହେଉଛି ହସ୍ପିଟାଲରେ | ମୋର ବିଶ୍ୱାସ ହେଲାନି ତା କଥାରେ | କିଛି ସମୟ ଭିତରେ ଅନ୍ୟ ମାନେ ବି କଥା ହେଲେ | କିଏ କହିଲା ତାଙ୍କସ୍ୱାମୀ ସ୍ତ୍ରୀ ଭିତରେ ଝଗଡା ହେଲା ଓ ଭିତର ଆଉ କିଏ କହିଲା ଷ୍ଟୋଭ୍ ଫାଟିଗଲା | ସେ ଯାହା ବି ହେଉ ଶ୍ରୀମତୀଙ୍କ ସାଙ୍ଗକୁ ଭିଶାଖାପାଟଣା ନିଆଗଲା ଓ ଦଶ ଦିନ ପରେ ସେ ଆଖିବୁ ଜିଦେଲା ଚିର ଦିନ ପାଇଁ | 

   ସେଦିନ ଦିଲ୍ଲୀପର କଥା ମୋର ମନେ ପଡିଲା "ଭାଇନା ଏ ଘର ଆମେ ନେବାନି "ଓ ମୋ ଦେହ ଥରି ଉଠୁଥିଲା | 



Rate this content
Log in

Similar oriya story from Horror